ଜିଲାରେ ୧୩ ଲକ୍ଷ ୪୯୭ ହେକ୍ଟର ମାଣ୍ଡିଆ ଚାଷ

ବ୍ରହ୍ମପୁର ଅଫିସ,୨୬ା୧୧:ପୁଷ୍ଟିକର ଖାଦ୍ୟ ଓ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମାଣ୍ଡିଆ ବେଶ୍‌ ସହାୟକ। ଏଥିସହ ମାଣ୍ଡିଆ ପୁଷ୍ଟିହୀନତାକୁ ଦୂର କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ମିଲଟ ମିଶନ ମାଧ୍ୟମରେ ଚାଷୀ ସମେତ ମିଶନ ଶକ୍ତି ଗ୍ରୁପ୍‌କୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ମାଣ୍ଡିଆ ଚାଷ କିଭଳି ଅଧିକ ହେବା ସହ ଚାଷୀମାନେ ଉପକୃତ ହେବେ ସେ ନେଇ ମଧ୍ୟ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ତଦନୁଯାୟୀ ଗଞ୍ଜାମ ଜିଲାରେ ମାଣ୍ଡିଆ ଚାଷ ବୃଦ୍ଧି ପାଇବା ସହ ଚାଷୀମାନେ ଉପକୃତ ହେଉଥିବା ଦେଖିବାକୁ ମିଳିଛି।
ଚଳିତ ବର୍ଷ ଜିଲାରେ ୧୬ ହଜାର ୨୪ ହେକ୍ଟରରେ ମାଣ୍ଡିଆ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଚଳିତ ଥର ୧୩ ଲକ୍ଷ ୪୯୭ ହେକ୍ଟରରେ ମାଣ୍ଡିଆ ଚାଷ ହୋଇଥିବା ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଏଥିମଧ୍ୟରୁ ଜିଲାରେ ଆସିକା ଅଞ୍ଚଳରେ ୧୧୨ ହେକ୍ଟର, ଶେରଗଡ ୨୧୦ ହେକ୍ଟର, ଧରାକୋଟ ୬୦୦ ହେକ୍ଟର, ସୋରଡା ୯୯୦ ହେକ୍ଟର, ପାତ୍ରପୁର ୨୪୫୮ ହେକ୍ଟର, ଚିକିଟି ୭୧୭ ହେକ୍ଟର, ରଙ୍ଗେଇଲୁଣ୍ଡା ୨୨୦ ହେକ୍ଟର, ଦିଗପହଣ୍ଡି ୨୩୪ ହେକ୍ଟର, ସାନଖେମୁଣ୍ଡି ୧୦୯୨ ହେକ୍ଟର, କୁକୁଡାଖଣ୍ଡି ୨୭୦ ହେକ୍ଟର, ଖଲ୍ଲିକୋଟ ୯୧୦ ହେକ୍ଟର, ଭଞ୍ଜନଗର ୧୧୯୦ ହେକ୍ଟର, ବେଲଗୁଣ୍ଠା ୭୫୦ ହେକ୍ଟର, ଜଗନ୍ନାଥ ପ୍ରସାଦ ୧୧୦୦ ହେକ୍ଟର, ବୁଗୁଡା ୧୮୫ ହେକ୍ଟର, ଛତ୍ରପୁର ୩୮୮ ହେକ୍ଟର, ପାତ୍ରପୁର ୫୨୫ ହେକ୍ଟର, ଗଞ୍ଜାମ ୫୦୦ ହେକ୍ଟର, ହିଞ୍ଜିଳି ୫୦୬ ହେକ୍ଟର ଓ ବେଗୁନିଆପଡା ଅଞ୍ଚଳରେ ୫୪୦ ହେକ୍ଟର ମାଣ୍ଡିଆ ଚାଷ ହୋଇଥିବା ସୂଚନା ମିଳିଛି। ତେବେ ଜିଲାରେ ଛୋଟ ମାଣ୍ଡିଆ ଜାତୀୟ ଚାଷ ମଧ୍ୟ ହୋଇଥାଏ। ଏହି ଚାଷ ଚଳିତ ବର୍ଷ ୧୧୩୦ ହେକ୍ଟରରେ ଲକ୍ଷ୍ୟ ରଖାଯାଇଥିବା ବେଳେ ୯୮୨ ହେକ୍ଟରରେ ଚାଷ ହୋଇଥିବା ଜଣାପଡିଛି। ତେବେ ଜିଲାରେ ମାଣ୍ଡିଆ ବ୍ୟତୀତ ମକା, ଯଅ, ବାଜରା ଚାଷ ମଧ୍ୟ ହୋଇଥାଏ। ଚଳିତ ଥର ମକା ପାଇଁ ୨୫୨୩୩ ହେକ୍ଟର ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୪୫୫୫ ହେକ୍ଟର ଚାଷ ହୋଇଛି। ସେହିପରି ବାଜରା ୯୫ ହେକ୍ଟରରେ ଚାଷ ଲକ୍ଷ୍ୟ ରଖାଯାଇଥିଲା। ଏଥିମଧ୍ୟରୁ ୬୦ ହେକ୍ଟର ଚାଷ ଜମିରେ ବାଜରା ଚାଷ ହୋଇଥିବା ଜଣାପଡିଛି। ତେବେ ମାଣ୍ଡିଆକୁ ରାଜ୍ୟ ସରକାର ଟିଡିସି (ଟ୍ରାଇବାଲ ଡେଭଲପମେଣ୍ଟ୍‌ କର୍ପୋରେଶନ) ମାଧ୍ୟମରେ କିଣିବା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରୁଥିବାରୁ ଅନେକ ମାଣ୍ଡିଆ ଚାଷୀ ଉପକୃତ ହେଉଛନ୍ତି। ୨୦୨୦-୨୧ରେ ମାଣ୍ଡିଆ କୁଇଣ୍ଟାଲ ପିଛା ଦର ୩୨୯୫ ଟଙ୍କା ରହିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଟିଡିସି ମାଧ୍ୟମରେ ୩୫୦୦ କୁଇଣ୍ଟାଲ ମାଣ୍ଡିଆ କିଣିଥିଲେ। ସେହିପରି ୨୦୨୧-୨୨ରେ ମାଣ୍ଡିଆ କୁଇଣ୍ଟାଲ ପିଛା ୩୩୭୭ ଟଙ୍କା ରହିଥିଲା। ଏହି ଦରରେ ଚାଷୀଙ୍କଠାରୁ ୧୦ ହଜାର ୨୦୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ କରାଯାଇଥିଲା। ସେହିଭଳି ୨୦୨୨-୨୩ରେ ମାଣ୍ଡିଆ କୁଇଣ୍ଟାଲ ପିଛା ୩୫୭୮ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଦରରେ ଚଳିତ ବର୍ଷ ଚାଷୀଙ୍କଠୁ ୨୫ ହଜାର କୁଇଣ୍ଟାଲ ମାଣ୍ଡିଆ କିଣିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ମିଲଟ ମିଶନର ସ୍କିମ୍‌ ଅଧିକାରୀ ଅଜିତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri