ଜିଲାରେ ୧୩ ଲକ୍ଷ ୪୯୭ ହେକ୍ଟର ମାଣ୍ଡିଆ ଚାଷ

ବ୍ରହ୍ମପୁର ଅଫିସ,୨୬ା୧୧:ପୁଷ୍ଟିକର ଖାଦ୍ୟ ଓ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମାଣ୍ଡିଆ ବେଶ୍‌ ସହାୟକ। ଏଥିସହ ମାଣ୍ଡିଆ ପୁଷ୍ଟିହୀନତାକୁ ଦୂର କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ମିଲଟ ମିଶନ ମାଧ୍ୟମରେ ଚାଷୀ ସମେତ ମିଶନ ଶକ୍ତି ଗ୍ରୁପ୍‌କୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ମାଣ୍ଡିଆ ଚାଷ କିଭଳି ଅଧିକ ହେବା ସହ ଚାଷୀମାନେ ଉପକୃତ ହେବେ ସେ ନେଇ ମଧ୍ୟ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ତଦନୁଯାୟୀ ଗଞ୍ଜାମ ଜିଲାରେ ମାଣ୍ଡିଆ ଚାଷ ବୃଦ୍ଧି ପାଇବା ସହ ଚାଷୀମାନେ ଉପକୃତ ହେଉଥିବା ଦେଖିବାକୁ ମିଳିଛି।
ଚଳିତ ବର୍ଷ ଜିଲାରେ ୧୬ ହଜାର ୨୪ ହେକ୍ଟରରେ ମାଣ୍ଡିଆ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଚଳିତ ଥର ୧୩ ଲକ୍ଷ ୪୯୭ ହେକ୍ଟରରେ ମାଣ୍ଡିଆ ଚାଷ ହୋଇଥିବା ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଏଥିମଧ୍ୟରୁ ଜିଲାରେ ଆସିକା ଅଞ୍ଚଳରେ ୧୧୨ ହେକ୍ଟର, ଶେରଗଡ ୨୧୦ ହେକ୍ଟର, ଧରାକୋଟ ୬୦୦ ହେକ୍ଟର, ସୋରଡା ୯୯୦ ହେକ୍ଟର, ପାତ୍ରପୁର ୨୪୫୮ ହେକ୍ଟର, ଚିକିଟି ୭୧୭ ହେକ୍ଟର, ରଙ୍ଗେଇଲୁଣ୍ଡା ୨୨୦ ହେକ୍ଟର, ଦିଗପହଣ୍ଡି ୨୩୪ ହେକ୍ଟର, ସାନଖେମୁଣ୍ଡି ୧୦୯୨ ହେକ୍ଟର, କୁକୁଡାଖଣ୍ଡି ୨୭୦ ହେକ୍ଟର, ଖଲ୍ଲିକୋଟ ୯୧୦ ହେକ୍ଟର, ଭଞ୍ଜନଗର ୧୧୯୦ ହେକ୍ଟର, ବେଲଗୁଣ୍ଠା ୭୫୦ ହେକ୍ଟର, ଜଗନ୍ନାଥ ପ୍ରସାଦ ୧୧୦୦ ହେକ୍ଟର, ବୁଗୁଡା ୧୮୫ ହେକ୍ଟର, ଛତ୍ରପୁର ୩୮୮ ହେକ୍ଟର, ପାତ୍ରପୁର ୫୨୫ ହେକ୍ଟର, ଗଞ୍ଜାମ ୫୦୦ ହେକ୍ଟର, ହିଞ୍ଜିଳି ୫୦୬ ହେକ୍ଟର ଓ ବେଗୁନିଆପଡା ଅଞ୍ଚଳରେ ୫୪୦ ହେକ୍ଟର ମାଣ୍ଡିଆ ଚାଷ ହୋଇଥିବା ସୂଚନା ମିଳିଛି। ତେବେ ଜିଲାରେ ଛୋଟ ମାଣ୍ଡିଆ ଜାତୀୟ ଚାଷ ମଧ୍ୟ ହୋଇଥାଏ। ଏହି ଚାଷ ଚଳିତ ବର୍ଷ ୧୧୩୦ ହେକ୍ଟରରେ ଲକ୍ଷ୍ୟ ରଖାଯାଇଥିବା ବେଳେ ୯୮୨ ହେକ୍ଟରରେ ଚାଷ ହୋଇଥିବା ଜଣାପଡିଛି। ତେବେ ଜିଲାରେ ମାଣ୍ଡିଆ ବ୍ୟତୀତ ମକା, ଯଅ, ବାଜରା ଚାଷ ମଧ୍ୟ ହୋଇଥାଏ। ଚଳିତ ଥର ମକା ପାଇଁ ୨୫୨୩୩ ହେକ୍ଟର ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୪୫୫୫ ହେକ୍ଟର ଚାଷ ହୋଇଛି। ସେହିପରି ବାଜରା ୯୫ ହେକ୍ଟରରେ ଚାଷ ଲକ୍ଷ୍ୟ ରଖାଯାଇଥିଲା। ଏଥିମଧ୍ୟରୁ ୬୦ ହେକ୍ଟର ଚାଷ ଜମିରେ ବାଜରା ଚାଷ ହୋଇଥିବା ଜଣାପଡିଛି। ତେବେ ମାଣ୍ଡିଆକୁ ରାଜ୍ୟ ସରକାର ଟିଡିସି (ଟ୍ରାଇବାଲ ଡେଭଲପମେଣ୍ଟ୍‌ କର୍ପୋରେଶନ) ମାଧ୍ୟମରେ କିଣିବା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରୁଥିବାରୁ ଅନେକ ମାଣ୍ଡିଆ ଚାଷୀ ଉପକୃତ ହେଉଛନ୍ତି। ୨୦୨୦-୨୧ରେ ମାଣ୍ଡିଆ କୁଇଣ୍ଟାଲ ପିଛା ଦର ୩୨୯୫ ଟଙ୍କା ରହିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଟିଡିସି ମାଧ୍ୟମରେ ୩୫୦୦ କୁଇଣ୍ଟାଲ ମାଣ୍ଡିଆ କିଣିଥିଲେ। ସେହିପରି ୨୦୨୧-୨୨ରେ ମାଣ୍ଡିଆ କୁଇଣ୍ଟାଲ ପିଛା ୩୩୭୭ ଟଙ୍କା ରହିଥିଲା। ଏହି ଦରରେ ଚାଷୀଙ୍କଠାରୁ ୧୦ ହଜାର ୨୦୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ କରାଯାଇଥିଲା। ସେହିଭଳି ୨୦୨୨-୨୩ରେ ମାଣ୍ଡିଆ କୁଇଣ୍ଟାଲ ପିଛା ୩୫୭୮ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଦରରେ ଚଳିତ ବର୍ଷ ଚାଷୀଙ୍କଠୁ ୨୫ ହଜାର କୁଇଣ୍ଟାଲ ମାଣ୍ଡିଆ କିଣିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ମିଲଟ ମିଶନର ସ୍କିମ୍‌ ଅଧିକାରୀ ଅଜିତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?