ଦଶମୀ ବି ପଡ଼ିପାରେ ଫିକା, ଏସବୁ ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୫।୧୦(ବ୍ୟୁରୋ): ଲଘୁଚାପ ପ୍ରଭାବରେ ମଙ୍ଗଳବାରଠାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗିରହିଛି। ଏଥିଯୋଗୁ ପୂଜା ବଜାର ସାମାନ୍ୟ ଫିକା ପଡ଼ିଛି। ତେବେ ବୁଧବାର ୧୨ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଦଶମୀ ମଧ୍ୟ ଫିକା ପଡ଼ିଲା ଭଳି ଲାଗୁଛି।…
ମୋଦିଙ୍କ ସହ କଥା ହେଲେ ଜେଲେନ୍ସ୍କି: କହିଲେ…
କିଭ୍/ନୂଆଦିଲ୍ଲୀ,୫।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ ୭ମାସରୁ ଉର୍ଦ୍ଧ୍ୱ ହେବ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଏହି ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଫୋନ୍ରେ ବାର୍ତ୍ତାଳାପ କରିଛନ୍ତି। ଭୋଲୋଡିମିର ଜେଲେନ୍ସ୍କି ମୋଦିଙ୍କ…
ଶ୍ରୀମନ୍ଦିରରେ ଦଶହରା, ରାଜରାଜଶ୍ୱେର ବେଶରେ ମହାପ୍ରଭୁ
ପୁରୀ ଅଫିସ,୫।୧୦: ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା ପାଳନ କରାଯାଉଛି। ଏହି ଅବସରରେ ମହାପ୍ରଭୁ ସୁନାବେଶ ବା ରାଜରାଜଶ୍ୱେର ବେଶରେ ସଜ୍ଜିତ ହେବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ ଲୁଗା, ୩୨ ମୂର୍ତ୍ତି ସ୍ବର୍ଣ୍ଣ ଅଳଙ୍କାର ପରେ ସୁନାବେଶ…
‘ଅପରେଶନ ଚକ୍ର’: ୧.୫ କୋଟି ଟଙ୍କା, ୧.୫ କେଜି ସୁନା ଜବତ
ନୂଆଦିଲ୍ଲୀ,୫।୧୦: ସିବିଆଇ ପକ୍ଷରୁ ‘ଅପରେଶନ ଚକ୍ର’ ମାଧ୍ୟମରେ ଦେଶରେ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସିବିଆଇ ଦେଶର ୧୦୫ଟି ସ୍ଥାନରେ ଚଢାଉ କରି ଇଣ୍ଟରନେଟ୍ ଆର୍ଥିକ ଠକେଇ ମାମଲାରେ ଜଡିତ ଥିବା ସାଇବର୍ ଅପରାଧୀଙ୍କ ନାମରେ ୧୧ଟି…
ଏଲ୍ଇଡି ଟିଭି ବିସ୍ଫୋରଣ: ଚାଲିଗଲା ଯୁବକଙ୍କ ଜୀବନ
ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ଏକ ଘରେ ଏଲ୍ଇଡି ଟିଭି ଫାଟି ୧୭ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହାସହ ଯୁବକଙ୍କ ମା’ ଏବଂ ତାଙ୍କର ଜଣେ ବନ୍ଧୁ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ଜଣାପଡିନାହିଁ। ତେବେ ପୋଲିସ…
ଆଜି ଦଶହରା, ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ଭିଡ଼
ଭୁବନେଶ୍ୱର,୫।୧୦(ବ୍ୟୁରୋ): ମା’ ଦୁର୍ଗାଙ୍କ ଆଜି ଦଶମୀ ପୂଜା। ଭାଇଚାରାର ସହର କଟକ ସମେତ ରାଜଧାନୀର ସମସ୍ତ ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ବର୍ଷା ସତ୍ତ୍ୱେ ମା’ଙ୍କୁ ଦର୍ଶନ ଲାଗି ସକାଳରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ…
ଫ୍ଲୋରିଡାରେ ପ୍ରବାସୀ ଓଡ଼ିଆ ପାଳିଲେ ଦୁର୍ଗାପୂଜା
ଫ୍ଲୋରିଡା,୫।୧୦: ସାରା ଦେଶରେ ଏବେ ଦୁର୍ଗାପୂଜାର ମାହୋଲ। ଗାଁଠୁ ସହର ଦେଶରୁ ବିଦେଶ ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ। କରୋନା ପାଇଁ ଗତ ୨ବର୍ଷ ହେଲା ଦୁର୍ଗାପୂଜା ପାଳନ କେବଳ ରୀତିନୀତିରେ ସୀମିତ ରହିଥିଲା। ହେଲେ ଚଳିତ ବର୍ଷ ବହୁ ଆଡ଼ମ୍ବରରେ…
ବର୍ଷାରେ ଫିକା ପଡ଼ିଲା ଦଶହରା: ଆମିଷ ବଜାରରେ ଭିଡ଼
ଗଞ୍ଜାମ,୫।୧୦(ଡି.ଏନ୍.ଏ.): ଦିନ ତମାମ ପ୍ରବଳ ବର୍ଷା ଯୋଗୁ ଦଶହରା ସାମାନ୍ୟ ଫିକା ପଡିଯାଇଛି। ହେଲେ ଆମିଷ ବଜାରରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଭିଡକୁ ଦୃଷ୍ଟିରେ ରଖି ମାଛ, ମାଂସ, ଚିକେନ ଦର ମଧ୍ୟ ବୃଦ୍ଧି ପାଇଛି। ରୋହି ମାଛ…
ଆଜିଠୁ ବିଦେଶ ଗସ୍ତରେ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ,୫।୧୦: ବିଦେଶ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ବୁଧବାରଠୁ ଆସନ୍ତା ୧୧ ତାରିଖ ଯାଏ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଯିବେ। ଗୁରୁବାର ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନଙ୍କ ସହିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି। ଏହାସହ…
ଆଜି ରାଜ୍ୟରେ ୬୮କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୫।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର ୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୯ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୮ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା…
ବୁଲିଲା ମା’ଙ୍କ ବିଜୟ ଛତର ଯାତ୍ରା: ଦର୍ଶନ କରି ଶୁଭ ମନାସିଲେ ଶ୍ରଦ୍ଧାଳୁ
କୋକସରା,୫।୧୦(ଡି.ଏନ.ଏ): ପାର୍ବଣରେ ଶାରଦୀୟ ଦୁର୍ଗାପୂଜା ଅବସରରେ ଦେବଦେବୀଙ୍କ ପୂଜାରେ ପୁରପଲ୍ଲୀ ଉତ୍ସବ ମୁଖର ହୋଇପଡ଼ିଛି। କଳାହାଣ୍ଡି ଜିଲାର ବିଭିନ୍ନ ଶକ୍ତିପୀଠରେ ମା’ଙ୍କ ରକ୍ତଭୋଗ ଲାଗି ହେଉଥିବା ବେଳେ କୋକସରା ବ୍ଲକ ଚିଲିଗୁଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସର୍ବମଙ୍ଗଳାଙ୍କଠାରେ ଶୁକ୍ଳଭୋଗ ଲାଗି…
ପଥରରେ ଛେଚି ଯୁବକଙ୍କୁ ହତ୍ୟା, ହତ୍ୟାକାରୀ ଅଟକ
ବ୍ରହ୍ମପୁର ଅଫିସ,୫।୧୦: ବଡବଜାର ଥାନା ଅନ୍ତର୍ଗତ ପ୍ରେମନଗର ମୁଖ୍ୟ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ରାତିରେ ପଥରରେ ଛେଚି ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ହରିହର ନଗର ଦ୍ୱିତୀୟ ଲାଇନରେ ରହୁଥିବା କେ. ବାଳକୃଷ୍ଣ ପାତ୍ର(୪୭)।…
Archives


