Posted inଜାତୀୟ

ଜୋଷୀମଠରେ ମାଡି ଆସୁଛି ବିପଦ! ୧୨ ଦିନରେ ୫.୪ ସେଣ୍ଟିମିଟର ଦବିଲାଣି ଭୂମି, ଇସ୍ରୋ ଜାରି କଲା ସାଟେଲାଇଟ ଚିତ୍ର

ଡେରାଡୁନ,୧୩ ।୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ନ୍ୟାଶନାଲ ରିମୋଟ ସେଂସିଂ ସେଣ୍ଟର ଜୋଷୀମଠ ସହରର ସାଟେଲାଇଟ ଚିତ୍ର ଜାରି କରିଛି । ଏହି ଚିତ୍ରରୁ ଜଣାପଡିଛି କି ଜୋଷୀମଠରେ କେମିତି ଧିରେ ଧିରେ ଭୂମି ଧସିବାରେ ଲାଗିଛି । ସାଟେଲାଇଟ ଚିତ୍ରରୁ ଜଣାପଡିଛି କି ଜୋଶୀମଠ ମାତ୍ର ୧୨ ଦିନର ୫.୪ ସେଣ୍ଟିମିଟର ଧସି ଯାଇଛି ।
ଇସ୍ରୋ ଚିତ୍ର ଜାରି କରି କହିଛି, ୨୭ ଡିସେମ୍ବର ୨୦୨୨ ଓ ୮ ଜାନୁୟାରୀ ୨୦୨୩ ମଧ୍ୟରେ ଜୋଷୀମଠରେ ୫.୪ ସେଣ୍ଟିମିଟର ଭୂମି ଧସି ଯାଇଛି । ଏପ୍ରିଲ ୨୦୨୨ ଓ ନଭେମ୍ବର ୨୦୨୨ ମଧ୍ୟରେ ଜୋଷୀମଠରେ ୯ ସେଣ୍ଟିମିଟର ଭୂମି ଧସିଥିବା ଦେଖାଯାଇଛି । ଏନଏସଆରସି କହିଛି, ଗତ ସପ୍ତାହ ଅର୍ଥାତ୍ ଡିସେମ୍ବର ଓ ଜାନୁୟାରୀ ପ୍ରଥମ ସପ୍ତାହ ମଧ୍ୟରେ ଅଧିକ ମାତ୍ରାରେ ଧସିବା ଘଟଣା ସାମ୍ନାକୁ ଆସିଛି ।
ସାଟେଲାଇଟ ଚିତ୍ରରୁ ଜଣାପଡିଛି କି ଆର୍ମି ହେଲିପ୍ୟାଡ ଓ ନରସିଂହ ମନ୍ଦିର ସହିତ ସେଣ୍ଟ୍ରାଲ ଜୋଷୀମଠରେ ସବସିଡେନ୍ସ ଜୋନ ରହିଛି । ସବୁଠାରୁ ଅଧିକ ଧସିଛି ଜୋଷୀମଠ-ଓଲି ରୋଡ ନିକଟରେ ୨,୧୮୦ ମିଟର ଉଚ୍ଚତାରେ ରହିଛି । ସୂଚନାଯୋଗ୍ୟ, ୨୦୨୨ରେ ଏପ୍ରିଲ ଓ ନଭେମ୍ବର ମଧ୍ୟରେ ଜୋଷୀମଠରେ ୮.୯ ସେଣ୍ଟିମିଟରର ଧିମା ଧସିବା ଘଟଣା ଦେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri