Posted inଖେଳ

କଳିଙ୍ଗରୁ ଆରମ୍ଭ

ବିଶ୍ୱକପ ଇତିହାସରେ ପ୍ରଥମଥରପାଇଁ ୨ଟି ଭେନ୍ୟୁରେ ହେବ ମେଗା ପ୍ରତିଯୋଗିତା। ଏଥିପାଇଁ ଭୁବନେଶ୍ୱରର କଳିଙ୍ଗ ଏବଂ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ। ୧୬ଟି ଯାକ ଦଳ ଭୁବନେଶ୍ୱର ଓ ରାଉରକେଲାରେ ନିଜ ଅଭ୍ୟାସକୁ ଅନ୍ତିମ ରୂପ ଦେଉଥିବାବେଳେ ମ୍ୟାଚ ଆରମ୍ଭକୁ ଅପେକ୍ଷା। ପ୍ରଥମ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଅପରାହ୍ନ ୧ଟାରେ ଆର୍ଜେଣ୍ଟିନାକୁ ଭେଟିବ ଦକ୍ଷିଣ ଆଫ୍ରିକା। ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ ଅପରାହ୍ନ ୩ଟାରେ ଅନୁଷ୍ଠିତ ହେବ। ପରବର୍ତ୍ତୀ ୨ଟି ମ୍ୟାଚ ରାଉରକେଲାରେ ଖେଳାଯିବ।

ଆର୍ଜେଣ୍ଟିନା୧୧, ଦକ୍ଷିଣ ଆଫ୍ରିକା ୩

ବିଶ୍ୱକପର ୧୫ତମ ସଂସ୍କରଣରେ ପ୍ରଥମେ ପଡ଼ିଆକୁ ଓହ୍ଲାଇବେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା। ଦୁଇଟି ଯାକ ଦଳ ବିଶ୍ୱକପ ବିଜୟର ସ୍ବାଦ ଚାଖି ନାହାନ୍ତି। ତେଣୁ ଉଭୟଙ୍କ ପାଇଁ ଟୁର୍ନାମେଣ୍ଟର ଆରମ୍ଭ ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରେକର୍ଡ ଅନୁସାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆର୍ଜେଣ୍ଟିନାର ପଲା ଭାରି ରହିବ। ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୧୪ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ସେଥିରୁ ଆର୍ଜେଣ୍ଟିନା ୧୧ଟିରେ ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା ମାତ୍ର ୩ଟି ମ୍ୟାଚରେ ବିଜୟୀ ହେବାର ରେକର୍ଡ ରଖିଛି। ଆର୍ଜେଣ୍ଟିନା ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଶେଷ ବିଜୟ ଆସିଥିଲା ୨୦୧୧ ମସିହାରେ। ସେତେବେଳେ ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଚ୍ୟାଲେଞ୍ଜ-୧ରେ ଆର୍ଜେଣ୍ଟିନାକୁ ୩-୧ ଗୋଲରେ ହରାଇଥିଲା ଦକ୍ଷିଣ ଆଫ୍ରିକା। ମାତ୍ର ଏହା ମଧ୍ୟରେ ଦୁଇ ଦେଶ ମଧ୍ୟରେ ୭ଟି ମ୍ୟାଚ ଅନୁଷ୍ଠିତ ହୋଇ ସାରିଥିବାବେଳେ ଆର୍ଜେଣ୍ଟିନା ୬ଟି ମ୍ୟାଚରେ ବିଜୟୀ ହୋଇଛି ଓ ଗୋଟିଏ ମ୍ୟାଚ ଡ୍ର ରହିଛି। ଚଳିତ ବର୍ଷ ଉଭୟ ଦଳ ପରସ୍ପର ବିପକ୍ଷରେ ୨ଟି ମ୍ୟାଚ ଖେଳି ସାରିଛନ୍ତି। ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଅନୁଷ୍ଠିତ ପ୍ରଥମ ମୁକାବିଲାରେ ଆର୍ଜେଣ୍ଟିନା ୪-୩ ଗୋଲରେ ବିଜୟୀ ହୋଇଥିବାବେଳେ ଦ୍ୱିତୀୟ ମ୍ୟାଚଟି ୨-୨ ଗୋଲରେ ଡ୍ର ରହିଥିଲା। ଉଭୟ ମ୍ୟାଚରେ କିନ୍ତୁ ଆର୍ଜେଣ୍ଟିନାକୁ କଡ଼ା ଟକ୍କର ଦେଇଥିଲା ଦକ୍ଷିଣ ଆଫ୍ରିକା। ଶେଷ ମ୍ୟାଚରେ ଆର୍ଜେଣ୍ଟିନାର ଶତଚେଷ୍ଟା ସତ୍ତ୍ୱେ ବିଜୟୀ ହେବାକୁ ଦେଇ ନ ଥିଲା ଆଫ୍ରିକୀୟ ଦଳ। ତେଣୁ ସକାରାତ୍ମକ ଫଳାଫଳ ସହ ବିଶ୍ୱକପ ଆରମ୍ଭ ଲକ୍ଷ୍ୟରେ ରହିଛି ଦକ୍ଷିଣ ଆଫ୍ରିକା। ୨୦୧୪ରେ ବ୍ରୋଞ୍ଜ ପଦକ ଜିତିଥିବା ଆର୍ଜେଣ୍ଟିନା ଏଥର ମଧ୍ୟ ପୋଡିୟମ ଫିନିଶ୍‌ ଆଶାରେ ଥିବାରୁ ମ୍ୟାଚ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି।

ସର୍ବାଧିକ ଗୋଲ୍‌

ହକି ବିଶ୍ୱକପର ୧୪ଟି ସଂସ୍କରଣ ସମାପ୍ତ ହୋଇଥିବା ବେଳେ ୧୫ ତମ ସଂସ୍କରଣ ଭୁବନେଶ୍ୱର ରାଉରକେଲାରେ ଅନୁଷ୍ଠିତ ହେବ। ଜାନୁୟାରୀ ୧୩-୨୯ ଯାଏ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ପ୍ରଥମ ଥର ପାଇଁ ଦୁଇଟି ଭେନ୍ୟୁରେ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱକପରେ ଗୋଲ ସ୍କୋର କରିବା ପ୍ରତି ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଉପଲବ୍ଧି ହୋଇଥିବା ବେଳେ ଆସନ୍ତୁ ନଜର ପକାଇବା ବିଶ୍ୱକପର ଗୋଟିଏ ସଂସ୍କରଣରେ ସର୍ବାଧିକ ଗୋଲ ସ୍କୋରରଙ୍କ ଉପରେ….

ପଲ୍‌ ଲିଟେନ୍ସ
ନେଦରଲାଣ୍ଡ୍ସ ଦଳର ପେନାଲ୍ଟି କର୍ନର ସ୍ପେଶାଲିଷ୍ଟ ରହିଥିବା ପଲ୍‌ ଲିଟେନ୍ସ ୩ଟି ବିଶ୍ୱକପ ଖେଳିଥିବା ବେଳେ ସ୍କୋର କରିଛନ୍ତି ସମୁଦାୟ ୨୬ ଗୋଲ୍‌। ୧୯୭୮ରେ ନେଦରଲାଣ୍ଡ୍ସ ରନର୍ସ ଅପ୍‌ ରହିଥିବା ବେଳେ ଲିଟେନ୍ସ ଏକାକୀ ସ୍କୋର କରିଥିଲେ ୧୫ ଗୋଲ୍‌।୧୯୭୬ ଓ ୧୯୮୧ ଅଲିମ୍ପିକ୍ସର ଟପ୍‌ ସ୍କୋରର ରହିଥିବା ଲିଟେନ୍ସ ୧୭୭ ଅନ୍ତର୍ଜାତୀୟ ମ୍ୟାଚରୁ ୨୬୮ ଗୋଲ ସ୍କୋର କରିଥିଲେ। ୧୯୮୨ରୁ ୨୦୦୪ ପର୍ଯ୍ୟନ୍ତ ସର୍ବାଧିକ ଅନ୍ତର୍ଜାତୀୟ ଗୋଲର ରେକର୍ଡ ତାଙ୍କ ନାମରେ ରହିଥିଲା।
କଲିମୁଲ୍ଲା ଖାନ୍‌
ପାକିସ୍ତାନର ଫରଓ୍ବାର୍ଡ ଖେଳାଳି କଲିମୁଲ୍ଲା ଖାନ୍‌ ବମ୍ବେରେ ଅନୁଷ୍ଠିତ ୧୯୮୨ ସଂସ୍କରଣରେ ଟପ୍‌ ଗୋଲ ସ୍କୋରର ରହିଥିଲେ। ପାକିସ୍ତାନ ଚାମ୍ପିୟନ୍‌ ରହିଥିବା ବେଳେ କଲିମୁଲ୍ଲା ସ୍କୋର କରିଥିଲେ ୧୨ଟି ଗୋଲ। ଏହା ବ୍ୟତିତ ୧୭୬ ମ୍ୟାଚରେ ପାକିସ୍ତାନର ପ୍ରତିନିଧିତ୍ୱ କରି ୯୭ଟି ଅନ୍ତର୍ଜାତୀୟ ଗୋଲ ସ୍କୋର କରିଥିଲେ।
ଟିଏସ୍‌ କ୍ରୁଇଜ୍‌
୧୯୭୩ ସଂସ୍କରଣରେ ନେଦରଲାଣ୍ଡ୍ସ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିବା ବେଳେ ଦଳର ଫରଓ୍ବାର୍ଡ ଖେଳାଳି ଟିଏସ୍‌ କ୍ରୁଇଜ୍‌ ସ୍କୋର କରିଥିଲେ ୧୧ଟି ଗୋଲ୍‌। ଏପରିକି ବିଶ୍ୱକପର ପରବର୍ତ୍ତୀ ସଂସ୍କରଣରେ ମଧ୍ୟ ୭ଟି ଗୋଲ ସହିତ ସେ ଟପ୍‌ ସ୍କୋରର ରହିଥିଲେ। ନେଦରଲାଣ୍ଡ୍ସ ପକ୍ଷରୁ ୨୦୨ ଅନ୍ତର୍ଜତୀୟ ମ୍ୟାଚରୁ ସେ ୧୬୭ ଗୋଲ ସ୍କୋର କରିଥିଲେ।
ଜେ ଷ୍ଟେସି
୧୯୯୮ରେ ଆୟୋଜକ ଦେଶ ଭାବରେ ନେଦରଲାଣ୍ଡ୍ସ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିବା ବେଳେ ସର୍ବାଧିକ ୧୧ଟି ଗୋଲ ସ୍କୋର କରିଥିଲେ ଫରଓ୍ବାର୍ଡ ଜେ ଷ୍ଟେସି। ଅଷ୍ଟ୍ରେଲିଆ ପାଇଁ ୩୨୧ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଷ୍ଟେସି ୧୭୨ ଗୋଲ ସ୍କୋର କରିଛନ୍ତି। ଏହା ସହିତ ହକି ଅଲିମ୍ପିକ୍ସରେ ସେ ଅଷ୍ଟ୍ରେଲିଆ ପାଇଁ(୧୯୯୨, ୧୯୯୬ ଓ ୨୦୦୦)ରେ ୩ଟି ପଦକ ଜିତିଛନ୍ତି।
ଟାଏକେ ଟାଏକେମା
୨୦୦୬ରେ ନେଦରଲାଣ୍ଡ୍ସର ପେନାଲ୍ଟି କର୍ନର ସ୍ପେସିଆଲିଷ୍ଟ ଟାଏକେ ଟାଏକେମା ୧୧ ଗୋଲ ସ୍କୋର କରିବା ସହିତ ଟପ୍‌ ସ୍କୋରର ରହିଥିଲେ। ଏପରିକି ୨୦୧୦ ବିଶ୍ୱକପରେ ମଧ୍ୟ ସେ ୮ଟି ଗୋଲ ସ୍କୋର କରିଥିଲେ। ଜାତୀୟ ଦଳ ପାଇଁ ୨୪୨ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଏହି ଖେଳାଳି ଜଣଙ୍କ ୨୨୧ ଗୋଲ ସ୍କୋର କରିଛନ୍ତି।

ଟାକୋ ଭାନ୍‌ ଡେନ୍‌ ହର୍ନେଟ୍‌

୧୯୯୪ରେ ପାକିସ୍ତାନ ଠାରୁ ପରାଜିତ ହୋଇ ରନର ଅପ୍‌ ରହିଥିଲା ନେଦରଲାଣ୍ଡ୍ସ। ଦଳ ପକ୍ଷରୁ ୧୦ ଗୋଲ ସ୍କୋର କରିବା ସହିତ ଟୁର୍ନାମେଣ୍ଟର ଟପ୍‌ ସ୍କୋରର ରହିଥିଲେ ଟାକୋ ଭାନ୍‌ ଡେନ୍‌ ହର୍ନେଟ। ଜାତୀୟ ଦଳ ପକ୍ଷରୁ ୨୧୫ ମ୍ୟାଚରେ ପ୍ରତିନିଧିତ୍ୱ କରିଥିବା ଟାକୋ ସ୍କୋର କରିଥିଲେ ୧୧୮ ଗୋଲ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri