Posted inଜାତୀୟ

ଭିଜା ପାଇଁ ଯୌନ ଅନୁଗ୍ରହ ଦାବି

ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତ ଅଫିସ୍‌ର କର୍ମଚାରୀ ଜଣେ ଭାରତୀୟ ମହିଳାଙ୍କୁ ଭିଜା ପ୍ରଦାନ ବଦଳରେ ଯୌନ ଅନୁଗ୍ରହ ଦାବି କରିଥିଲେ। ସମ୍ପୃକ୍ତ ମହିଳା ଜଣକ ଗୁରୁବାର ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରିଛନ୍ତି।
୨୦୨୧ ମାର୍ଚ୍ଚର ଘଟଣା। ଜଣେ ଭାରତୀୟ ମହିଳା ପାକିସ୍ତାନ ଯିବା ପାଇଁ ଚାହୁଁଥିଲେ। ସେ ଭିଜା ଆବେଦନ କରିବା ପାଇଁ ପାକିସ୍ତାନୀ ଦୂତାବାସକୁ ଦୁଇଥର ଯାଇଥିଲେ। ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିବା ଦର୍ଶାଇ ସେଠାକାର କର୍ମଚାରୀମାନେ ତାଙ୍କୁ ଭିଜା ଦେବାକୁ ମନା କରିଦେଇଥିଲେ। ଗତବର୍ଷ ଜୁନ୍‌ରେ ସେ ପୁଣି ଥରେ ହାଇକମିଶନ ଅଫିସକୁ ଯାଇ ନିରାଶ ହୋଇଥିଲେ। ସେଠାରୁ ଫେରିବାବେଳେ ଆସିଫ୍‌ ନାମକ ଜଣେ କର୍ମଚାରୀ ତାଙ୍କୁ ଡାକି କହିଥିଲେ, ଆପଣ ମୋତେ କହିଥିଲେ ଭିଜା ମଞ୍ଜୁର ହୋଇସାରନ୍ତାଣି। ଲାଉଞ୍ଜରେ କିଛି ସମୟ ଅପେକ୍ଷା କରନ୍ତୁ। ମହିଳା ଜଣକ ଅପେକ୍ଷା କରିଥିବାବେଳେ ଆସିଫ୍‌ ତାଙ୍କୁ ଅନ୍ୟ ଏକ ରୁମ୍‌କୁ ନେଇ ବସିବାକୁ କହିଥିଲେ। ଅପରାହ୍ନ ୨ଟାରେ ଜଣେ ଭିଜା ଅଫିସର ଆସିବେ ବୋଲି ମହିଳାଙ୍କୁ କୁହାଯାଇଥିଲା। ଆସିଫ୍‌ ତାଙ୍କୁ ଭିଜା ଆବେଦନ ସମ୍ପର୍କିତ ପ୍ରଶ୍ନ କରିଥିଲେ। ମହିଳା ତା’ର ଉତ୍ତର ଦେଇଥିଲେ। ଆସିଫ୍‌ ତାଙ୍କୁ ବିବାହିତା କି ବୋଲି ପଚାରିଥିଲେ। ମହିଳା କିଛି ନ କହିବାରୁ ସେ ପୁଣି ପଚାରିଥିଲେ, କାହିଁକି ଚୁପ୍‌ ରହିଲେ? ଆପଣ ନିଜ ଯୌନ ଅଭିଳାଷ ଚରିତାର୍ଥ କରିବା ପାଇଁ କ’ଣ କରନ୍ତି? ଆପଣଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଭଳି କେହି ଅଛନ୍ତି କି? କାହା ସହ ବିବାହ ବହିର୍ଭୂତ ସମ୍ପର୍କ ଅଛି କି? ମହିଳାଙ୍କ ହାତକୁ ଧରି ସେ ପୁଣି କହିଥିଲେ, ବିବାହିତା ହୋଇଥିଲେ ବି କିଛି ଅସୁବିଧା ନାହିଁ। ଆପଣ ବୋର୍‌ ହେଉଥିଲେ ୪ ଥର ବିବାହ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୁର୍ଖା ପିନ୍ଧି ନାଚିବାରୁ ୪ କଲେଜ ଛାତ୍ର ନିଲମ୍ବିତ

ବେଙ୍ଗାଲୁରୁ,୯।୧୨: ବୁର୍ଖା ପିନ୍ଧି ନାଚିବାରୁ କଲେଜରୁ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି। କର୍ନାଟକର ମାଙ୍ଗାଲୁରୁରେ ଥିବା ଏକ ଇଞ୍ଜିନିୟରିଂ କଲେଜରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ୪...

ଅମୃତସରରେ ସ୍ବତନ୍ତ୍ର ଟ୍ରେନ୍‌ ବାତିଲ୍‌: ବିକ୍ଷୋଭ ପ୍ରଦର୍ଶନ କଲେ ଉତ୍ତ୍ୟକ୍ତ ପ୍ରବାସୀ

ଚଣ୍ଡିଗଡ଼,୨୯।୫: ଦେଶରେ କରୋନା ଭାଇରସ୍‌ ସଙ୍କଟ ଯୋଗୁ ଲକ୍‌ଡାଉନ ଜାରି ରହିଛି। ଏଥିଯୋଗୁ ସବୁଠାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଶ୍ରମିକମାନେ। ଦେଶବ୍ୟାପି ଲକ୍‌ଡାଉନ ହେବାର...

ଜାତୀୟ ସଙ୍ଗୀତରୁ ଏଠାରେ ଆରମ୍ଭ ହୁଏ ଦିନ

ଛତିଶଗଡ଼ର ଗାରିଆବନ୍ଦ ଜିଲା ଶ୍ୟାମ ନଗର ଗାଁରେ ଦେଶପ୍ରେମର ଏକ ନିଆରା ଛବି ଦେଖିବାକୁ ମିଳେ। ନିୟମ ଅନୁଯାୟୀ, ଏଠାରେ ସକାଳ ଠିକ୍‌ ୮ଟା ୫୯ରେ...

ରେବ୍‌ ପାର୍ଟିରେ ଅଭିନେତାଙ୍କ ଝିଅ ଅଟକ, ବାପା କହିଲେ ..

ହାଇଦ୍ରାବାଦ୍‌,୪।୪: ରବିବାର ବିଳମ୍ବିତ ରାତିରେ ଏକ ୫ ତାରକା ହୋଟେଲରେ ରେବ ପାର୍ଟି ଚାଲିଥିବା ବେଳେ ହାଇଦ୍ରାବାଦ୍‌ ପୋଲିସ ଚଢ଼ାଉ କରି ୧୪୦ରୁ ଅଧିକ ଲୋକଙ୍କୁ...

କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡାଙ୍କୁ କରୋନା

ନୂଆଦିଲ୍ଲୀ,୧୯।୧୧-କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ଗୁରୁବାର ଗୌଡା ନିଜେ ଟୁଇଟ କରି...

ଅନ୍ତର୍ଜାତୀୟ ବଜାରରୁ ଟିକା କିଣିବା ସହ ୯ ପ୍ରସ୍ତାବ ଦେଲେ ବିରୋଧୀ

ନୂଆଦିଲ୍ଲୀ, ୧୨।୫: ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରବଳ ବେଗରେ ମାଡ଼ିଚାଲିଥିବା ବେଳେ ହସ୍ପିଟାଲଗୁଡ଼ିକରେ ରୋଗୀ ଚିକିତ୍ସା ପାଇଁ ବେଡ୍‌ ମିଳୁନି। ପ୍ରତିଦିନ ହଜାର ହଜାର...

ପୁଣି ହେମନ୍ତ ସୋରେନଙ୍କ ବଢିଲା ଅଡ଼ୁଆ

ରାଞ୍ଚି,୩।୧୦: ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ପଙ୍କଜ ମିଶ୍ରଙ୍କ ଘରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ଚଢାଉ ବେଳେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟାଙ୍କ ପାସବୁକ ଏବଂ...

ସେପ୍ଟେମ୍ବରରୁ ଶିକ୍ଷାବର୍ଷ ଆରମ୍ଭ ଲାଗି ସୁପାରିସ

ନୂଆଦିଲ୍ଲୀ,୨୬।୪(ପି.ଟି.): ଦେଶରେ କୋଭିଡ୍‌-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଜୁଲାଇ ପରିବର୍ତ୍ତେ ସେପ୍ଟେମ୍ବରରୁ ଶିକ୍ଷାବର୍ଷ ଆରମ୍ଭ କରିବା ଲାଗି ବିଶ୍ୱବିଦ୍ୟାଳୟ...

Advertisement
Archives

Model This Week