ବିବାହ ପୂର୍ବରୁ ୩ ଥର ନାଁ ବଦଳାଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ୭୦ରୁ ୮୦ ଦଶକ ମଧ୍ୟରେ ଅଭିନେତ୍ରୀ ରୀନା ରାୟ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲେ। କାରଣ ସେହି ସମୟରେ ତାଙ୍କ ଅଭିନୀତ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହେଉଥିଲା। ତଥାପି ତାଙ୍କ ବାସ୍ତବ ଜୀବନ ବହୁତ ସଂଘର୍ଷମୟ ଥିଲା। ଯଦିଓ ବୈବାହିକ ଜୀବନରେ କିଛି ସମୟ ପାଇଁ ଖୁସି ଆସିଥିଲା, ତାହା ବେଶି ଦିନ ତିଷ୍ଠି ନ ଥିଲା। ଏହି ସମସ୍ତ କାରଣ ଯୋଗୁ ରୀନା ତାଙ୍କ ନାଁ ବଦଳାଇ ଦେଇଥିଲେ। ଜାଣନ୍ତୁ ଏପରି କରିବା ପଛର କାରଣ ସମ୍ପର୍କରେ…

ତାଙ୍କର ପିଲାଦିନ ଏବଂ ଯୌବନ ସମୟ ଅନେକ ସଂଘର୍ଷରେ ବିତିଥିଲା। ରୀନା ପିଲାଦିନେ ତାଙ୍କ ପିତାଙ୍କ ସହ ବିତାଇଥିଲେ। ରୀନାଙ୍କ ପ୍ରକୃତ ନାମ ସାୟରା ଅଲ୍ଲୀ ଥିଲା। ମା’ ଶାରଦା ରାୟ ତାଙ୍କ ନାମ ରୁପା ରାୟରେ ପରିବର୍ତ୍ତନ କରିଥିଲେ। ରୀନାଙ୍କ ମା’ ଏବଂ ବାପା ଶାକିବ ଅଲ୍ଲୀଙ୍କ ମଧ୍ୟରେ ଛାଡ଼ପତ୍ର ଥିବାରୁ ଏପରି କରାଯାଇଥିଲା।

ସ୍ବାମୀଙ୍କୁ ଛାଡ଼ପତ୍ର ଦେବା ପରେ ହିଁ ରୀନାଙ୍କ ମା’ ପ୍ରଥମ ଥର ପାଇଁ ଝିଅର ନାମ ବଦଳାଇଥିଲେ। ଏହା ପରେ ଅଭିନେତ୍ରୀଙ୍କ ନାମ ପୁଣି ବଦଳି ଯାଇଥିଲା। ଯେତେବେଳେ ସେ ବଲିଉଡ୍‌ରେ ଏଣ୍ଟ୍ରି କଲେ ସେତେବେଳେ ତାଙ୍କ ମା’ ତାଙ୍କ ନାମ ରୁପାରୁ ରୀନାକୁ ପରିବର୍ତ୍ତନ କରିଥିଲେ।

ସେବେଠାରୁ ଲୋକମାନେ ତାଙ୍କୁ ରୀନା ରାୟ ନାମରେ ଜାଣିବା ଆରମ୍ଭ କଲେ। ଏଥିସହିତ ଯେତେବେଳେ ସେ ଫିଲ୍ମରେ ନାଁ କରିଥିଲେ ସେତେବେଳେ ଅର୍ଥାତ୍‌ ୧୯୮୩ରେ ପାକିସ୍ତାନୀ କ୍ରିକେଟର ମହସିନ୍‌ ଖାନ୍‌ଙ୍କୁ ବିବାହ କରିଥିଲେ। ବିବାହ ପରେ ରୀନା ପାକିସ୍ତାନ ଚାଲିଯାଇଥିଲେ। ସେଠାରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ସେମାନଙ୍କ ବିବାହ ଅଧିକ ଦିନ ତିଷ୍ଠି ପାରିଲା ନାହିଁ। ଫଳରେ ୧୯୯୦ରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା।

ରୀନା ଏବଂ ଏବଂ ମହସିନ୍‌ଙ୍କର ଏକ ଝିଅ ବି ହୋଇଥିଲା। ଯାହାଙ୍କ ନାମ ‘ଜନ୍ନତ’ ଥିଲା। କିନ୍ତୁ ଛାଡ଼ପତ୍ର ପରେ ରୀନା ଝିଅକୁ ଧରି ଭାରତ ଚାଲି ଆସିଥିଲେ। ମୁମ୍ବାଇ ଆସିବା ପରେ ସେ ତାଙ୍କ ଝିଅର ନାମ ମଧ୍ୟ ବଦଳାଇ ଦେଇଥିଲେ। ବର୍ତ୍ତମାନ ତାଙ୍କ ଝିଅ ସନମ ନାଁରେ ଜଣାଶୁଣା। ମା’-ଝିଅ ମୁମ୍ବାଇରେ ଏକ ଡ୍ୟାନ୍ସ ସ୍କୁଲ ଚଳାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri