ପୁଣି ବଢୁଛି ଦଲାଲଙ୍କ ରାଜ୍‌

ଯାଜପୁର ଅଫିସ,୧୩ା୧: ଯାଜପୁର ଜିଲାର ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ)ରେ ଚାଲିଥିବା ବ୍ୟାପକ ଦୁର୍ନୀତି ଏବଂ ଦଲାଲ୍‌ରାଜ ସମ୍ପର୍କରେ ବାରମ୍ବାର ଅଭିଯୋଗ ହୋଇଆସୁଛି। ଏଦିଗରେ ଜିଲା ପ୍ରଶାସନର ନିଦ ଭାଙ୍ଗୁନାହିଁ । ଏଠାରେ ସାଧାରଣ ଡ୍ରାଇଭିଂ ଲାଇସେନ୍ସଠାରୁ ଆରମ୍ଭ କରିି ଭାରିଯାନଗୁଡ଼ିକର ଫିଟ୍‌ନେସ ସାର୍ଟିଫିକେଟ, ଗାଡ଼ି ରେଜିଷ୍ଟ୍ରେଶନ(ବିନା ଗାଡ଼ିରେ) ଓ ଫି ଦାଖଲ ଇତ୍ୟାଦି କାମ ଏବେ ଦଲାଲଙ୍କ ସହାୟତା ବିନା ସମ୍ଭବ ହେଉନାହିଁ। ରାଜ୍ୟ ସରକାର ଦଲାଲ ହଟାଅ ଅଭିଯାନ ଚଳାଇଥିବାବେଳେ ଚଣ୍ଡିଖୋଲ ଆରଟିଓରେ ପୂର୍ବଭଳି ମୋଟର ଭେଇକିଲ ଇନ୍ସପେକ୍ଟର(ଏମ୍‌ଭିଆଇ) ଓ ସହକାରୀ ଏମ୍‌ଭିଆଇଙ୍କ ଛତ୍ରଛାୟା ତଳେ ରହି ଦଲାଲମାନେ କାମ କରୁଛନ୍ତି। ଚଣ୍ଡିଖୋଲର ଏକ କଲେଜରେ ଚତୁଥର୍ର୍ ଶ୍ରେଣୀ ପଦବୀରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଏମ୍‌ଭିଆଇଙ୍କ ଗାଡ଼ି ଚଳେଇବାଠୁ ଆରମ୍ଭ କରି ବଟି ଆଦାୟରେ ସହଯୋଗ କରୁଥିବା ଅଭିଯୋଗ ହୋଇଛି। ଗାଡ଼ି ଫିଟନେସ ଟେଷ୍ଟ ଆଳରେ ଏହି ଦଲାଲ ବେଆଇନ ଭାବେ ପ୍ରତି ଗାଡ଼ି ପିଛା ୧୦୦୦ ଟଙ୍କା ଲେଖାଏଁ ଅର୍ଥ ଆଦାୟ କରି ମାଲିକମାନଙ୍କୁ ହଇରାଣ କରୁଥିବା ଚର୍ଚ୍ଚା ହେଉଛି। ଏପରିକି ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ସମୟରେ ମୋଟା ଅଙ୍କର ଅର୍ଥ ଦାବି କରି ପ୍ରଥମେ ଟେଷ୍ଟରେ ଫେଲ କରାଯାଇ ପରେ ସେମାନଙ୍କୁ ପାସ୍‌ କରାଇଥାନ୍ତି। ଫଳରେ ଲୋକମାନେ ବାଧ୍ୟ ହୋଇ ଅଧିକ ଅର୍ଥ ଦେଉଥିବା ଅଭିଯୋଗ ହୋଇଛି। ଏପରିକି ସେଠାରେ ବିନା ଟ୍ରାଏଲ ଦେଇ ମଧ୍ୟ ଦଲାଲଙ୍କ ସହାୟତାରେ ଲାଞ୍ଚଦେଇ ଯେ କୌଣସି ବ୍ୟକ୍ତି ଅନାୟାସରେ ଡ୍ରାଇଭିଂ ଲାଇସେନ୍ସ ପାଇବାରେ ସକ୍ଷମ ହେଉଛନ୍ତି । ଆହୁରି ମଧ୍ୟ ଲାଇସେନ୍ସ ପାଇଁ ଆବଶ୍ୟକ ମେଡ଼ିକାଲ ଫିଟନେସ ସାର୍ଟିଫିକେଟ ମଧ୍ୟ ଡାକ୍ତର ଦସ୍ତଗତ ତଥା ସିଲ ଓ ମୋହର ଜାଲ କରି ପ୍ରଦାନ କରାଯାଇଥିବାରୁ ମେଡିକାଲ ଫିଟନେସ ନ ଥିବା ଅନଭିଜ୍ଞ ଗାଡ଼ି ଚାଳକଙ୍କ ସଂଖ୍ୟା ଯାଜପୁର ଜିଲାରେ ବୃଦ୍ଧି ପାଉଥିବାବେଳେ ସେହି ଅନୁସାରେ ଦୁର୍ଘଟଣା ଉଦ୍‌ବେଗ ଜନକ ହୋଇଛି। ବିନା ରୋଡ ପର୍‌ମିଟ ଓ ଏଣ୍ଟ୍ରି ରିସିଭ ନ ଥାଇ ମଧ୍ୟ ସେଠାରେ ଅବାଧରେ ରାସ୍ତାଗୁଡିକରେ ଗାଡ଼ି ସବୁ ଚଳାଚଳ କରୁଥିବାବେଳେ ପରିବହନ ବିଭାଗ ଅଧିକାରୀଙ୍କ କର୍ମକର୍ତ୍ତାମାନେ ଦଲାଲଙ୍କ ସହ ହାତ ମିଳାଇ ସବୁ ଜାଣି ନ ଜାଣିଲା ପରି ଚୁପ ହୋଇ ବସିଛନ୍ତି ବୋଲି ଅଭିଯୋଗ ହୋଇଛି। ଯେକୌଣସି ଚେକିଂ ସମୟରେ ଗାଡ଼ି ଓ ଡ୍ରାଇଭର ଉପଲବ୍ଧ ଥିବା ସତ୍ତ୍ବେ ଉକ୍ତ ବେସରକାରୀ କର୍ମଚାରୀ ସାଙ୍ଗରେ ନ ଗଲେ ଏମ୍‌ଭିଆଇ ଏବଂ ଆସିଷ୍ଟାଣ୍ଟ ଏମ୍‌ଭିଆଇ ଡ୍ୟୁଟି ଯାଉ ନାହାନ୍ତି। କେଉଁ ଗାଡିରୁ କେତେ ଟଙ୍କା ଆଦାୟ କରାଯିବ ତାହା ସେହି ବେସରକାରୀ କର୍ମଚାରୀ ନିର୍ଦ୍ଧାରଣ କରୁଛନ୍ତି। ଆରଟିଓ ଅଫିସରେ କିମ୍ବା ଟ୍ରାକ୍‌ରେ ଦଲାଲମାନଙ୍କର ହସ୍ତକ୍ଷେପକୁ ସରକାରୀ କଡାକଡି ଭାବେ ମନା କରିଥିବାବେଳେ ଚଣ୍ଡିଖୋଲ ଆରଟିଓରେ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ। ଅଫିସ ଓ ଟ୍ରାକ୍‌ର ସିସିଟିଭି ଫୁଟେଜ ଯାଞ୍ଚ କଲେ ସତ୍ୟାସତ୍ୟ ପଦାକୁ ଆସି ପାରିବ ବୋଲି ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ଚଣ୍ଡିଖୋଲ ଆରଟିଓ ସମ୍ବିତ କୁମାରଙ୍କ ମତାମତ ନେବାକୁ ବୁଧବାର ସନ୍ଧ୍ୟାରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?