୧୭ କି.ମି. ଦୌଡ଼ିଲେ କୁନି ଧାବକ ରୁଦ୍ର

ମାଲକାନଗିରି,୧୩ା୧ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ମାଲ୍ୟବନ୍ତ ମହୋତ୍ସବ ଅବସରରେ ଜିଲା ସଂସ୍କୃତି ପରିଷଦ ଏବଂ ଜିଲା କ୍ରୀଡ଼ା ବିଭାଗ ପକ୍ଷରୁ ଗୁରୁବାର ଏକ ମିନି ମାରାଥନ (ଗଣଦୌଡ଼) ଆୟୋଜିତ ହୋଇଥିଲା। ଏଥିରେ ୬ ବର୍ଷର କୁନି ଧାବକ ରୁଦ୍ରପ୍ରସାଦ ସେଠୀ ୧୭ କି.ମି. ଦୌଡ଼ି ରେକର୍ଡ ସୃଷ୍ଟି କରିଛନ୍ତି। କୋରୁକୋଣ୍ଡା ଉଚ୍ଚ ବିଦ୍ୟାଳୟରୁ ଏହି ମିନି ମାରାଥନ ଆରମ୍ଭହୋଇ ମାଲକାନଗିରି ବୁଟିଗୁଡା ବିଦ୍ୟାଳୟଠାରେ ଶେଷ ହୋଇଥିଲା। ଏଥିରେ ପ୍ରାୟ ୨ଶହ ମହିଳା ପୁରୁଷ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ରୁଦ୍ର ସାମିଲ ହୋଇ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢୁଥିବା ରୁଦ୍ର ହେଉଛନ୍ତି ତ୍ରିଲୋଚନ ସେଠୀଙ୍କ ପୁଅ। ଦୌଡ଼ିବା ପ୍ରତି ରୁଚି ରଖିଥିବା ରୁଦ୍ର ୩ବର୍ଷ ବୟସରୁ ଏହି ଅଭ୍ୟାସ ଜାରି ରଖିଛନ୍ତି। ପ୍ରତିଦିନ ସକାଳୁ ସେ ଦୌଡ଼ିବା ଅଭ୍ୟାସ କରନ୍ତି। ଭବିଷ୍ୟତରେ ଜାତୀୟ ସ୍ତରର ଦୌଡ ପ୍ରତିଯୋଗିତାରେ ପୁଅ ଅଂଶଗ୍ରହଣ କରୁ ବୋଲି ଆମେ ମାଆବାପା ଆଶା ରଖିଥିବା କହିଛନ୍ତି ତ୍ରିଲୋଚନ। ରୁଦ୍ରଙ୍କ ଅଜା ରବୀନ୍ଦ୍ର ସେଠୀ ଜଣେ ହାବିଲଦାର। ସେ ନାତି ରୁଦ୍ରଙ୍କ ସଫଳତାରେ ବହୁତ ଖୁସି ବୋଲି ପ୍ରକାଶ କରିଛନ୍ତି। ବୁଟିଗୁଡାଠାରେ ମିନି ମାରାଥନ ପହଞ୍ଚତ୍ବା ପରେ ଉପଜିଲାପାଳ ଅକ୍ଷୟ ଖେମୁଣ୍ଡୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ, ଜିଲା କ୍ରୀଡ଼ା ଅଧିକାରୀ ଧ୍ରୁବଚରଣ ମୁଦୁଲି, ଡିପିଏମ୍‌ ପବିତ୍ର ମୋହନ ବାରା ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ସ୍ବାଗତ କରିଥିଲେ। ଏହି ଗଣଦୌଡ଼ରେ ପୁରୁଷ ବର୍ଗରେ ବୁଦ୍ରା ବିଶି ନାୟକ, ଫୁଲ ସୁନ୍ଦର ପୂଜାରୀ ଓ ସୁନୀଲ ମାଢ଼ି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ମହିଳା ବର୍ଗରେ ପ୍ରୀତିରେଖା ମାର୍ଡି ପ୍ରଥମ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ଘୁମୁସର ବିକାଶ ପରିଷଦ ବୈଠକ, ଜିଲା ଅନ୍ଦୋଳନକୁ ତ୍ୱରାନ୍ୱିତ କରିବା….

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ବରିଷ୍ଠ ଆଇନଜୀବୀ ସୋମନାଥ ନାୟକଙ୍କ ବାସଭବନରେ ରବିବାର ଘୁମୁସର ବିକାଶ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଭୋ ଭୋ ହୋଇ କାନ୍ଦି ଗଡ଼ିଲେ ମା’, ଭାଇ ଦେଲେ ମୁଖାଗ୍ନି; ପଞ୍ଚଭୂତରେ ବିଲୀନ ହେଲେ ଟ୍ବିଶା…

ଭୋପାଳ,୨୪।୫: ପଞ୍ଚଭୂତର ବିଲୀନ ହେଲେ ମଡେଲ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା। ରବିବାର ଭୋପାଳର ଭଦଭଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଟ୍ବିଶାଙ୍କ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri