ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ଫାରୁକ ଅବଦୁଲ୍ଲା
ଶ୍ରୀନଗର,୨୩।୧୧: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି। ଏହି ଯାତ୍ରା ଜମ୍ମୁ କଶ୍ମୀରରେ ପହଞ୍ଚିଲେ ସେ ଏଥିରେ ଯୋଗ ଦେବେ। ଦେଶର ଏକତା ଏବଂ ଅଖଣ୍ଡତା ବଜାୟ…
ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ଅବସ୍ଥା ଗୁରୁତର
ବମ୍ବେ: ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ଅବସ୍ଥା ଗୁରୁତର। କିଛି ଦିନ ଧରି ଅସୁସ୍ଥ ଥିବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁସ୍ଥ ହେବା ପରିବର୍ତ୍ତେ ତାଙ୍କ ଅବସ୍ଥା ବେଳକୁ ବେଳ ବିଗୁଡୁଥିବା ଜଣାପଡ଼ିଛି। ଏନେଇ ଖବର ଜଣାପଡ଼ିବା ପରେ ତାଙ୍କ…
‘ଆମେ ଜିତିଲୁ, ଭାଜପା ବିଧାୟକଙ୍କୁ କିଣିନେଲା’
ଭୋପାଳ,୨୩।୧୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆଜିକାଲି ମଧ୍ୟପ୍ରଦେଶରେ ଅଛି। ଏଠାରେ ସେ ବୁରହାନପୁରରେ ଏକ ରାଲିରେ ସମ୍ବୋଧିତ କରି ଭାଜପାକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ମଧ୍ୟପ୍ରଦେଶରେ ଆମେ ନିର୍ବାଚନରେ ଜିତିଥିଲୁ, ଆମର ସରକାର ଥିଲା,…
୪ଥରର ଚାମ୍ପିୟନ ଜର୍ମାନୀକୁ ହରାଇଲା ଜାପାନ
ଦୋହା,୨୩।୧୧: କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପ୍ ୨୦୨୨ରେ ଆଉ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ବୁଧବାର ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଜାପାନ ଚାରିଥର ବିଶ୍ୱକପ୍ ଟାଇଟଲ୍ ବିଜେତା ଜର୍ମାନୀକୁ ୨-୧ରେ ପରାସ୍ତ କରିଛି। ମ୍ୟାଚ୍ର ପ୍ରଥମାର୍ଦ୍ଧରେ ଜର୍ମାନୀ୧-୦ରେ ଆଗୁଆ ଥିଲା।…
କିଭ୍ ଉପରେ ପୁଣି ଆକ୍ରମଣ କଲା ରୁଷିଆ
କିଭ୍,୨୩।୧୧: ରୁଷିଆ ୟୁକ୍ରେନ ଉପରେ ପୁଣି କ୍ଷେପଣାସ୍ତ୍ର ମାଡ କରିଛି। ରାଜଧାନୀ କିଭ୍ ଉପରେ ଏହି ଆକ୍ରମଣ ହୋଇଛି। କିଭ୍ ପ୍ରଶାସନ ଅନୁଯାୟୀ ବୁଧବାର ରୁଷିଆ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଏଥର…
ବିବାହର ୬ ମାସ ପରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ
ସିମୁଳିଆ,୨୩ା୧୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ବାଡ଼ିଆସାହି ଅଞ୍ଚଳର ବିଷ୍ଣୁପ୍ରିୟା ଶିଅଳ(୨୨)ଙ୍କ ବିବାହର ୬ ମାସ ପରେ ମୃତ୍ୟୁ ଘଟିଛି। ପାରିବାରିକ କଳହକୁ ନେଇ ବିଷ୍ଣୁପ୍ରିୟା ରଶି ଲଗାଇ ଆତ୍ମହତ୍ୟା କରିଥିବାର ପୋଲିସ ସୂଚନା ଦେଉଥିବା ବେଳେ ଅଧିକ ଯୌତୁକ…
ରାଜ୍ୟରେ ନିଯୁକ୍ତ ହେବେ ୭,୫୪୦ ଶିକ୍ଷକ
ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟରେ ଆଉ ୭,୫୪୦ ଶିକ୍ଷକ ନିଯୁକ୍ତ ହେବେ । ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଏସ୍ଏସ୍ସି ଓ୍ବେବସାଇଟ୍ରେ ଏହି ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞାପନ ପ୍ରକାଶ ପାଇଛି । ତେବେ ଆଶାୟୀମାନେ ଅନ୍ଲାଇନ୍ ଜରିଆରେ ଡିସେମ୍ବର ୧୧ରୁ ଜାନୁଆରୀ…
ମହୁମାଛି ଆକ୍ରମଣରେ ୧୨ ଛାତ୍ରୀଛାତ୍ର ଅସୁସ୍ଥ
ଆନନ୍ଦପୁର,୨୩ା୧୧(ସ୍ବ.ପ୍ର.): ଘସିପୁରା ବ୍ଲକ ଗଁପୁର ପଞ୍ଚାୟତ ଅଙ୍ଗାରୁଆ ନୋଡାଲ ଉପ୍ରା ବିଦ୍ୟାଳୟର ୧୨ ଛାତ୍ରୀଛାତ୍ର ବୁଧବାର ମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତି। ବିଦ୍ୟାଳୟ ପରିସରରେ ରହିଥିବା ଏକ କଦମ୍ବ ଗଛରେ ମାଙ୍କଡ଼ଟିଏ ଡେଇଁବା ସହିତ ଘଟଣାସ୍ଥଳରୁ ପଳାଇଯାଇଥିଲା। ଗଛରେ ଝୁଲିରହିଥିବା ମହୁଫେଣାରୁ…
ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ୍ ଘୋଷଣା କଲେ ଅନୁପମ ଖେର
ଭୁବନେଶ୍ୱର,୨୩।୧୧: ହିନ୍ଦୀରେ ରିମେକ୍ ହେବ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ପିତା-ପୁତ୍ରଙ୍କ ସମ୍ପର୍କ ଉପରେ ପର୍ଯ୍ୟବେଶିତ ଏହି ସିନେମାର ହିନ୍ଦି ରିମେକ୍ର ପ୍ରଯୋଜନା କରିବେ ବଲିଉଡ୍ର ଭେଟେରାନ ଅଭିନେତା ଅନୁପମ ଖେର। ଏହାଛଡ଼ା ସେ ଫିଲ୍ମରେ ପିତାଙ୍କ ଭୂମିକାରେ ଅଭିନୟ ମଧ୍ୟ କରିବେ।…
ଆନନ୍ଦପୁରକୁ ଜିଲା ଘୋଷଣା ଦାବି ଜୋର୍ ଧରିଲା
ଆନନ୍ଦପୁର,୨୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡକୁ ଜିଲା ଦାବିରେ ବୁଧବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଘଣ୍ଟିଆ ଗଣଧାରଣା ଦିଆଯାଇଥିଲା। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆନନ୍ଦପୁର ଉପଜିଲାପାଳ ଅନୀଲ କୁମାର ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ୧୯୯୩ ବିଭକ୍ତିକରଣ…
ଦୁର୍ଘଟଣାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ
ଆନନ୍ଦପୁର,୨୩ା୧୧(ସ୍ବ.ପ୍ର.): ଦୁର୍ଘଟଣାକୁ କେନ୍ଦ୍ର କରି ଆନନ୍ଦପୁର ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦର ସୂତ୍ରପାତ ହୋଇଛି। ଉଭୟପକ୍ଷର ଆଭିଯୋଗକୁ ଆଧାର କରି ଆନନ୍ଦପୁର ପୋଲିସ ଦୁଇଟି ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାକ୍ରମରେ ଆନନ୍ଦପୁର ପୌରପରିଷଦ…
ରୁଷିଆକୁ ‘ଆତଙ୍କବାଦ ପ୍ରାୟୋଜକ ଦେଶ’ ଘୋଷଣା କଲା ୟୁରୋପୀୟ ସଂସଦ
ଲଣ୍ଡନ,୨୩।୧୧: ୟୁରୋପୀୟ ସଂସଦ ରୁଷିଆକୁ ‘ଆତଙ୍କବାଦ ପ୍ରାୟୋଜକ ଦେଶ’ ଘୋଷଣା କରିଛି। ୟୁରୋପୀୟ ସଂସଦ ଯୁକ୍ତି କରିଛି, ୟୁକ୍ରେନ ଉପରେ ରୁଷିଆର ସାମରିକ ଆକ୍ରମଣ ସାଧାରଣ ନାଗରିକ, ଡାକ୍ତରଖାନା, ବିଦ୍ୟାଳୟ ଏବଂ ଆଶ୍ରୟସ୍ଥଳୀକୁ ଲକ୍ଷ୍ୟ କରି କରାଯାଉଛି। ଏହା ଅନ୍ତର୍ଜାତୀୟ ନିୟମକୁ…
Archives


