Home Left

ଜବରଦଖଲ ଉଚ୍ଛେଦ ପରେ ମହିମାଗାଦି ଖାଁ ଖାଁ

ଢେଙ୍କାନାଳ ଅଫିସ,୨୪ା୧୧: ଢେଙ୍କାନାଳ ଜିଲାରେ ଥିବା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠ ମହିମାଗାଦି ଯୋରନ୍ଦାରେ ମଙ୍ଗଳବାର ରାଜ୍ୟ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଗାଦି ମନ୍ଦିର ତୃତୀୟ ବେଢା ମଧ୍ୟରୁ ଚିହ୍ନଟ ଜବରଦଖଲ ଜମିରେ ନିର୍ମିତ ବତୀ ମନ୍ଦିର, ଧୂନୀମନ୍ଦିର ଓ…

ସଡ଼କ ଦୁର୍ଘଟଣା: ଦମ୍ପତିଙ୍କ ସହ ବଳଦ ମୃତ

ଦେବଗଡ଼,୨୪ା୧୧(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ତିଳେଇବଣି ନିକଟ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଶଗଡ଼ ଉପରେ ଟ୍ରକ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ ବଳଦର ମଧ୍ୟ ମୃତ୍ୟୁ…

ପାକିସ୍ତାନରେ ମସଜିଦ ଭାଙ୍ଗି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଯୋଜନାକୁ ନେଇ ପ୍ରଶାସନ ରାଜନେତା ମୁହାଁମୁହିଁ …

ପେଶଓ୍ବାର,୨୪।୧୧ : ପାକିସ୍ତାନର ପେଶୱାରରେ ମସଜିଦ ଭାଙ୍ଗିବାକୁ ନେଇ ପ୍ରଶାସନ ଏବଂ ରାଜନେତା ମୁହାଁମୁହିଁ ହୋଇଛନ୍ତି। ନଗରପାଳ ଏବଂ ଅନେକ ତହସିଲର ମୁଖ୍ୟମାନେ ଜିଲା ପ୍ରଶାସନର ଯୋଜନାକୁ ବିରୋଧ କରୁଛନ୍ତି। ଜିଲା ପ୍ରଶାସନ ମସଜିଦ ଜମିରେ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ…

ବିବାଦରେ ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବା

ଜାମନଗର,୨୪।୧୧: ଗୁଜୁରାଟ ବିଧାନସଭାର ଉତ୍ତର ଜାମନଗର ଆସନ ନିର୍ବାଚନ ବହୁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଆସନରୁ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବା ଲଢୁଛନ୍ତି। ଗୋଟିଏ ପଟେ ନଣନ୍ଦ ନୈନା କଂଗ୍ରେସ ଦଳର ହୋଇଥିବାରୁ ରିବାଭାଙ୍କୁ ବିରୋଧ କରୁଛନ୍ତି ଅନ୍ୟ…

କ୍ଷତିଗ୍ରସ୍ତ ପରିବାରକୁ ନଜରବନ୍ଦୀ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.), ୨୪ା୧୧: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦି ତହସିଲ ଟାଙ୍ଗରସାହି ଗ୍ରାମର କ୍ଷତିଗ୍ରସ୍ତ ପରିବାର ବୁଧବାର ହକ୍‌ ପାଇଁ ଦାବି କରି ଇଡ୍‌କୋ ଓ ପୋଲିସ ଦ୍ୱାରା ନଜରବନ୍ଦୀ ହୋଇ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି।…

କମଲ ହାସନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲା: ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ,୨୪।୧୧: ସାଉଥ ସୁପରଷ୍ଟାର କମଲ ହାସନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଶ୍ରୀ ରାମଚନ୍ଦ୍ର ମେଡିକାଲ (ଏସଆରଏମ୍‌ସି)ରେ ଭର୍ତ୍ତି କରାଯାଇଛି। ବୁଧବାର ଅପରାହ୍ନରେ ହାଇଦ୍ରାବାଦରୁ ଚେନ୍ନାଇରେ ପହଞ୍ଚିବା ପରେ କମଲ ହାସନ ରାତିରେ ଜ୍ୱର ଏବଂ ଦୁର୍ବଳ ଅନୁଭବ କରିଥିଲେ। ଏହା ପରେ…

ଆଜିଠାରୁ ବିଧାନସଭା: ଉପସ୍ଥାପନ ହେବ ଅତିରିକ୍ତ ବଜେଟ

ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ଗୁରୁବାରଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୩୨ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ।…

ଜର୍ମାନୀର ଅଭିନବ ପ୍ରତିବାଦ

ଦୋହା,୨୪ା୧୧(ପି.ଟି.): ଫିଫା ପକ୍ଷରୁ ଓ୍ବାନ୍‌ ଲଭ୍‌ ବ୍ୟାଣ୍ଡ ପିନ୍ଧିବା ଉପରେ ନିଷେଧାଦେଶ ଜାରି କରାଯିବା ପରେ ଏକ ଅଭିନବ ଉପାୟରେ ବିରୋଧାଭାସ ଜାହିର କରିଛି ଜର୍ମାନୀ। ବୁଧବାର ଜାପାନ ବିପକ୍ଷ ମ୍ୟାଚରେ ଦଳର ସମସ୍ତ ଖେଳାଳି ମୁହଁ ବନ୍ଦ କରିବା ସହିତ…

କ୍ରମାଗତ ବିପର୍ଯ୍ୟୟ

ଦୋହା, ୨୪।୧୧: କାତାର ଫିଫା ବିଶ୍ୱକପରେ କ୍ରମାଗତ ବିପର୍ଯ୍ୟୟ ଘଟିବାର ଲାଗିଛି। ଆର୍ଜେଣ୍ଟିନାକୁ ସାଉଦି ଆରବ ହରାଇବାର ଦିନକପରେ ୪ଥର ଚାମ୍ପିୟନ ଜର୍ମାନୀକୁ ପରାସ୍ତ କରି ବିସ୍ମୟ ସୃଷ୍ଟି କରିଛି ଜାପାନ। ଖଲିଫା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଏହି ମ୍ୟାଚରେ…

ସ୍କୁଲ ସ୍ତରରୁ ଫୁଟ୍‌ବଲର ବିକାଶ ପାଇଁ ଉଦ୍ୟମ

ଭୁବନେଶ୍ୱର, ୨୪।୧୧ (କ୍ରୀଡ଼ା ପ୍ରତିନିଧି): କାତାରରେ ଚାଲିଛି ଫିଫା ବିଶ୍ୱକପ୍‌। ତେଣୁ ସ୍ବାଭାବିକ ଭାବେ କ୍ରୀଡ଼ା ଜଗତରେ ଏବେ ଫୁଟ୍‌ବଲକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ୟୁନିଟ-୬ ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ କରାଯାଇଛି ଏକ ଅଭିନବ ପ୍ରୟାସ। ସ୍କୁଲ ପିଲାଙ୍କୁ ଫୁଟବଲ ପ୍ରତି…

ଆକ୍ସିସ ବ୍ୟାଙ୍କ-ଫ୍ଲିପ୍‌କାର୍ଟର ସହଯୋଗିତା

ନୂଆଦିଲ୍ଲୀ,୨୪।୧୧: ଆକ୍ସିସ ବ୍ୟାଙ୍କ ଓ ଫ୍ଲିପ୍‌କାର୍ଟ ମଧ୍ୟରେ ଏକ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗିତା ସ୍ଥାପନ କରାଯାଇଛି। ସୁପର ଇଲାଇଟ୍‌ କ୍ରେଡିଟ୍‌ କାର୍ଡର ଶୁଭାରମ୍ଭ ଲାଗି ଏହି ସହଯୋଗିତା ସ୍ଥାପନ କରାଯାଇଥିବା ଜଣାପଡ଼ିଛି। ଏପରିକି ଫ୍ଲିପ୍‌କାର୍ଟ ସୁପର କଏନ୍‌ସ ରିୱାର୍ଡ ପ୍ରୋଗ୍ରାମକୁ ବ୍ୟାପକ…

ରାଜସୁନାଖଳାରେ ଟ୍ରେଣ୍ଡ୍‌ସ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୪।୧୧: ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ‘ଟ୍ରେଣ୍ଡ୍‌ସ’ର ଆଉ ଏକ ଷ୍ଟୋର ଓଡ଼ିଶା ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ନିକଟରେ ନୟାଗଡ଼ ଜିଲା ରାଜସୁନାଖଳାଠାରେ ‘ଟ୍ରେଣ୍ଡ୍‌ସ’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ (ଷ୍ଟୋର) ର ଶୁଭାରମ୍ଭ କରାଯାଇଛି। ୬୪୦୦ ବର୍ଗଫୁଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri