ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଇଓଙ୍କ ଜିମାଦେଲେ ଗ୍ରାମବାସୀ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୩ା୩: ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତ ଲେଣ୍ଡ୍ରିଗାଁ ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ଗ୍ରାମବାସୀ ଗୁରୁବାର ଚରମ ପଦକ୍ଷେପ ନେଇଛନ୍ତି। ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି କରା ନ ଯିବାରୁ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଏକ ଡାଲା ଗାଡିରେ ଆଣି ଫିରିଙ୍ଗିଆ ବିଇଓଙ୍କ ପାଖରେ ଜିମା ଦେଇଛନ୍ତି। ଲେଣ୍ଡ୍ରି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଅରୁଣିପ୍ରିୟା ଖଣ୍ଡାଇ କାର୍ଯ୍ୟରତ ଅଛନ୍ତି। ସେ ଅନେକ ସମୟରେ ଅଭିଭାବକଙ୍କୁ ଦୁର୍ବ୍ୟବହାର କରିବା ସହ ବିଦ୍ୟାଳୟକୁ ଆସିବାକୁ ବାରଣ କରନ୍ତିା ପରିଚାଳନା କମିଟି ବୈଠକ ନ କରି ଛାତ୍ରୀଛାତ୍ରଙ୍କୁ ଖାତାଦେଇ ଘର ଘର ବୁଲି ଦସ୍ତଖତ କରାନ୍ତିା କେହି ଅଭିଯୋଗ କଲେ ଧମକ ଦିଅନ୍ତିା ମଧ୍ୟାହ୍ନଭୋଜନ ପିଲାଙ୍କୁ ଠିକ୍‌ ଭାବରେ ଦିଅନ୍ତି ନାହିଁ। ଏଥିରେ ଅତିଷ୍ଠ ହୋଇ ଗ୍ରାମବାସୀ ଗତ ଜାନୁୟାରୀ ୪ ତାରିଖରେ ବିଦ୍ୟାଳୟରେ ତାଲା ପକାଇଥିଲେ। ସେତବେଳେ ବିଇଓ ଘଟଣାସ୍ଥଳରେ ପହଞ୍ଚତ୍ ତାଙ୍କୁ ଅନ୍ୟତ୍ର ବଦଳି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ବିରୋଧରେ ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି। ବାଧ୍ୟହୋଇ ଗ୍ରାମର ମହିଳାମାନେ ଶିକ୍ଷୟିତ୍ରୀଙ୍କୁ ଏକ ଡାଲା ଗାଡିରେ ଜବରଦସ୍ତ ଧରି ଆଣି ବିଇଓଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ଖବରପାଇ ବିଡିଓ ରଶ୍ମୀରଞ୍ଜନ ମହନ୍ତ, ବିଇଓ ଅଶୋକ କୁମାର ମିଶ୍ର, ତହସିଲଦାର ଏମ୍‌ ଅନୁରାଧା ପହଞ୍ଚତ୍ଥିଲେ। ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି ନ ହେବା ପର୍ଯ୍ୟନ୍ତ ବିଇଓଙ୍କ କାର୍ଯ୍ୟାଳୟରେ ରଖିବାକୁ ଗ୍ରାମବାସୀ ଦାବି କରିଥିଲେ। ବିଦ୍ୟାଳୟରେ ଅନ୍ୟଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଲୋକେ ଗ୍ରାମକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଦ୍ଧାଙ୍କ ସମ୍ମାନରେ ସମସ୍ତେ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ସଇଁତଲା, ୩୦।୫ (ଡି.ଏନ.ଏ.): କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ତଥା ଅନୁରୋଧ କ୍ରମେ ଶନିବାର ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟାଳୟ...

ନରହନ୍ତା ଦନ୍ତାର ଉଗ୍ରରୂପ:୯ ଘର ଭାଙ୍ଗିଲା, ରାତିସାରା ବର୍ଷାରେ ଭିଜିଲେ କ୍ଷତିଗ୍ରସ୍ତ

ପରଜଙ୍ଗ, ୧୮।୮(ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଅଧୀନ ଡିହଡୋଳ ଫରେଷ୍ଟ ସେକ୍ସନରେ ନରହନ୍ତା ଦନ୍ତା ତାଣ୍ଡବ ଚରମ ସୀମାରେ ପହଞ୍ଚତ୍ଛି। ଦାନ୍ତ କଟାଯିବା ପରେ କିଛି...

ବିକାଶଠାରୁ ଦୂରରେ ନୂଆଗୁଡ଼ା

କୋରୁକୋଣ୍ଡା, ୨୪।୪ (ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ କେନ୍ଦୁଗୁଡା ନିକଟସ୍ଥ ନୂଆଗୁଡା ଗ୍ରାମ ଏଯାଏ ଅବହେଳିତ ହୋଇ ରହିଛି। ୧୦ ପରିବାରର...

ବଚସାରୁ ଭୁଜାଲି ମାଡ଼

ବାରିପଦା ଅଫିସ, ୩ା୫- ମୟୂରଭଞ୍ଜ ଜିଲା ବାରିପଦା ହାଟରେ ରବିବାର ସାମାନ୍ୟ ବଚସାରୁ ଭୁଜାଲି ମାଡ଼ରେ ଜଣେ ବ୍ୟକ୍ତି ଗୁରତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ...

ଆଇନଗତ ଆଳରେ ଘୁଞ୍ଚି ଚାଲିଛି ନିର୍ବାଚନ

ଯାଜପୁର ଅଫିସ,୧୩ା୮: ପୌର ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଲାଗି ରହିଥିବା ଆଇନଗତ ବିବାଦକୁ ଆଳ କରି ନିର୍ବାଚନର ଦିନ ଗଡ଼ି ଗଡ଼ି ଚାଲିଛି। ହେଲେ...

ଚିତ୍ରୋତ୍ପଳା, ପାଇକା, ଲୁଣାନଦୀରେ ବନ୍ୟା ପରିସ୍ଥିତି

ପାଟକୁରା,୧୭ା୮ (ଡି.ଏନ.ଏ.): ମହାନଦୀରେ ବନ୍ୟା ଯୋଗୁ ଜଳସ୍ତର ବୃଦ୍ଧି ପାଉଥିବାରୁ ଶାଖା ନଦୀ ଚିତ୍ରୋତ୍ପଳା, ପାଇକା, ଲୁଣା ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଫଳରେ ନଦୀ...

୧୦୦ ଖଣ୍ଡ ଭୋଟରେ ବାଜି ମାରିନେଲା ଭାଜପା

ସୋନପୁର,୨୭।୨(ନି. ପ୍ର .): ସୁବର୍ଣ୍ଣପୁର ଜିଲା ବିନିକା ଜୋନ-୧ରେ ଭାଜପା ଜିଲା ପରିଷଦ ପ୍ରାର୍ଥୀ ପ୍ରମିଳା କଲତା ବିଜୟୀ ହୋଇଛନ୍ତି। ସେ ବିଜେଡିର ଅରୁଣା ହରିପାଲଙ୍କଠାରୁ...

ନୂଆବର୍ଷକୁ ସ୍ବାଗତ ଲାଗି ପର୍ଯ୍ୟଟନସ୍ଥଳୀ ଉତ୍ସବମୁଖର

ଭୋଗରାଇ, ୧।୧(ଡି.ଏନ.ଏ.)-ରାତି ପାହିଲେ ଆସିବ ନୂଆବର୍ଷ ୨୦୨୦। ୨୦୧୯ବର୍ଷର ଶେଷଦିନକୁ ସ୍ମରଣୀୟ କରିବା ପାଇଁ ସବୁଆଡେ ପରିବେଶ ଉତ୍ସବମୁଖର ହୋଇପଡିଛି। ବାଲେଶ୍ୱର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ...

Advertisement
Archives

Model This Week