ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଇଓଙ୍କ ଜିମାଦେଲେ ଗ୍ରାମବାସୀ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୩ା୩: ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତ ଲେଣ୍ଡ୍ରିଗାଁ ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ଗ୍ରାମବାସୀ ଗୁରୁବାର ଚରମ ପଦକ୍ଷେପ ନେଇଛନ୍ତି। ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି କରା ନ ଯିବାରୁ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଏକ ଡାଲା ଗାଡିରେ ଆଣି ଫିରିଙ୍ଗିଆ ବିଇଓଙ୍କ ପାଖରେ ଜିମା ଦେଇଛନ୍ତି। ଲେଣ୍ଡ୍ରି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଅରୁଣିପ୍ରିୟା ଖଣ୍ଡାଇ କାର୍ଯ୍ୟରତ ଅଛନ୍ତି। ସେ ଅନେକ ସମୟରେ ଅଭିଭାବକଙ୍କୁ ଦୁର୍ବ୍ୟବହାର କରିବା ସହ ବିଦ୍ୟାଳୟକୁ ଆସିବାକୁ ବାରଣ କରନ୍ତିା ପରିଚାଳନା କମିଟି ବୈଠକ ନ କରି ଛାତ୍ରୀଛାତ୍ରଙ୍କୁ ଖାତାଦେଇ ଘର ଘର ବୁଲି ଦସ୍ତଖତ କରାନ୍ତିା କେହି ଅଭିଯୋଗ କଲେ ଧମକ ଦିଅନ୍ତିା ମଧ୍ୟାହ୍ନଭୋଜନ ପିଲାଙ୍କୁ ଠିକ୍‌ ଭାବରେ ଦିଅନ୍ତି ନାହିଁ। ଏଥିରେ ଅତିଷ୍ଠ ହୋଇ ଗ୍ରାମବାସୀ ଗତ ଜାନୁୟାରୀ ୪ ତାରିଖରେ ବିଦ୍ୟାଳୟରେ ତାଲା ପକାଇଥିଲେ। ସେତବେଳେ ବିଇଓ ଘଟଣାସ୍ଥଳରେ ପହଞ୍ଚତ୍ ତାଙ୍କୁ ଅନ୍ୟତ୍ର ବଦଳି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ବିରୋଧରେ ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି। ବାଧ୍ୟହୋଇ ଗ୍ରାମର ମହିଳାମାନେ ଶିକ୍ଷୟିତ୍ରୀଙ୍କୁ ଏକ ଡାଲା ଗାଡିରେ ଜବରଦସ୍ତ ଧରି ଆଣି ବିଇଓଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ଖବରପାଇ ବିଡିଓ ରଶ୍ମୀରଞ୍ଜନ ମହନ୍ତ, ବିଇଓ ଅଶୋକ କୁମାର ମିଶ୍ର, ତହସିଲଦାର ଏମ୍‌ ଅନୁରାଧା ପହଞ୍ଚତ୍ଥିଲେ। ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି ନ ହେବା ପର୍ଯ୍ୟନ୍ତ ବିଇଓଙ୍କ କାର୍ଯ୍ୟାଳୟରେ ରଖିବାକୁ ଗ୍ରାମବାସୀ ଦାବି କରିଥିଲେ। ବିଦ୍ୟାଳୟରେ ଅନ୍ୟଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଲୋକେ ଗ୍ରାମକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ କରାଯାଇଥିବା ଏକ ଉଲ୍ଲେଖର ପ୍ରତିକ୍ରିୟାରେ ସୋସିଆଲ ମିଡିଆରେ ‘ଦିମାଗି ନକ୍ସଲ ପାର୍ଟି’ (ବୌଦ୍ଧିକ ନକ୍ସଲ ପାର୍ଟି)…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ମହିଳାଙ୍କ ଖାତାକୁ ଆସିବ ୩ହଜାର ଟଙ୍କା, ହେଲେ ସରକାର କାହିଁକି ଦେଉଛନ୍ତି ଏହି ଟଙ୍କା? ଜାଣନ୍ତୁ ଏହା ପଛର ରହସ୍ୟ

କୋଲକାତା,୧୮।୮: ପଶ୍ଚିମବଙ୍ଗ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ପ୍ରକ୍ରିୟା ସୋମବାର (ଅଗଷ୍ଟ ୧୭, ୨୦୨୬) ଠାରୁ ଆରମ୍ଭ ହୋଇଛି। ରାଜ୍ୟ…

ଜନସାଧାରଣଙ୍କ ପାଇଁ ଚିନ୍ତାଜନକ ଖବର: ପେଟ୍ରୋଲ-ଡିଜେଲ ଦାମ୍‌…

ନୂଆଦିଲ୍ଲୀ, ୧୮।୮: ଜନସାଧାରଣଙ୍କ ପାଇଁ ଅନ୍ତର୍ଜାତୀୟ ବଜାରରୁ ଏକ ନୂଆ ଚିନ୍ତାଜନକ ଖବର ଆସୁଛି। Crude Oil ଦରରେ ଲଗାତାର ତୃତୀୟ ଦିନ ପାଇଁ ବୃଦ୍ଧି ଦେଖିବାକୁ…

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଆଖିବୁଜା ଗୁଳି ଚଳାଇଲେ ସପ୍ତମ ଶ୍ରେଣୀର ଛାତ୍ର, ୨ ମୃତ

ମାନିଲା,୧୮।୮: ଫିଲିପାଇନ୍ସର ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣେ ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri