୫-ଟି ସଚିବଙ୍କ ଗସ୍ତର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

ବାରିପଦା ଅଫିସ,୩ା୩: ଶୁକ୍ରବାର ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଦ୍ବିତୀୟ ଦିନ ଗସ୍ତରେ ଆସି ବାରିପଦାରେ ପହଞ୍ଚିଛନ୍ତି। ରାଇରଙ୍ଗପୁର ସଡ଼କ ପଥରେ ବାହାରି ଦୁଆରଶୁଣି ଘାଟିର ପ୍ରସ୍ତାବିତ ବିକଳ୍ପ ରାସ୍ତା ନିର୍ମାଣ ସମୀକ୍ଷା ପରେ ବାଙ୍ଗରିପୋଷି ନିକଟ ଚନ୍ଦନପୁରର କତରା ନଦୀ ପୋଲ ନିକଟରେ ଅଟକି ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ବିଶୋଇ-ଯୋକା-ଚନ୍ଦନପୁର ୩୧.୪ କିମି ରାସ୍ତା ନିର୍ମାଣ ହେଲେ ଘାଟିର ସମସ୍ୟା ଦୂର ହୋଇପାରିବ ବୋଲି କହିଥିଲେ। ସେଠାରୁ ବାହାରି ବାରିପଦା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ୫କୋଟି ଟଙ୍କା ଅଟକଳରେ ମନ୍ଦିରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବୁଲି ଦେଖିଥିଲେ। ଉପସ୍ଥିତ ସେବାୟତଙ୍କ ସହିତ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

ସେଠାରୁ ବାହାରି ବେଲଗଡ଼ିଆସ୍ଥିତ ଘୋଡ଼ାଶାଳ ବନ୍ଧର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ବାରିପଦା ଷ୍ଟାଡିୟମ,କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କରିଥିଲେ। ଛାତ୍ରବାସରେ ଅନ୍ତେବାସୀଙ୍କ ସହ ଆଲୋଚନା କରି ତାଙ୍କ ସହିତ ସକାଳ ଜଳଖିଆ କରିଥିଲେ। ଏହାପରେ ପାଲବଣିସ୍ଥିତ ବନବିଭାଗ ଡାକ ବଙ୍ଗଳାରେ ପହଞ୍ଚି ଉପସ୍ଥିତ ଛାତ୍ରୀଛାତ୍ର,ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଏହାପରେ ସେ କାର୍ଯ୍ୟସୂଚୀ ଅନୁସାରେ ୫-ଟି ରୂପାନ୍ତରିତ ଏମ୍‌କେସି ହାଇସ୍କୁଲ, ମଧୁବନଠାରେ ରିଂ ରୋଡ୍‌ ଓ ଆଡ଼ିବନ୍ଧ,ମଧୁବନ ବନ୍ୟାନିୟନ୍ତ୍ରଣ ପ୍ରକଳ୍ପ, ଜିଲା ମୁଖ୍ୟ ଚିକିତ୍ସାଳୟ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ,ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଘର ପରିଦର୍ଶନ ସାଙ୍ଗକୁ ଗୁହାଳଡିହୀଠାରେ ଓରମାସର ସବାଇରୁ ପ୍ରସ୍ତୁତ ସାମଗ୍ରୀ ଉତ୍ପାଦକ ଗୋଷ୍ଠୀଙ୍କୁ ଭେଟି ବଡସାହି ନିର୍ବାଚନ ମଣ୍ଡଳୀର ମାଣତ୍ରୀସ୍ଥିତ ୬୫୦ବର୍ଷର ପ୍ରାଚୀନ ତଥା ପ୍ରସିଦ୍ଧ ଶୈବପୀଠ ପରିଦର୍ଶନରେ ଯିବା କାର୍ଯ୍ୟକ୍ରମ ରହିଛି। ଏଥି ସହିତ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବାଲଡିହା ଓ ମୋରଡ଼ା ନିର୍ବାଚନ ମଣ୍ଡଳୀର ଜମ୍ଭୀରା ଡ୍ୟାମ୍‌ ଆଦି ବିଭିନ୍ନ ସ୍ଥାନ ପରିଦର୍ଶନ କରି କାର୍ଯ୍ୟକ୍ରମ ସମୀକ୍ଷା କରିବେ।

ମୟୂରଭଞ୍ଜ ଜିଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ସେଥିପାଇଁ ୫ଟି ସଚିବଙ୍କ ପରେ ଅନେକ ଆଶା ଓ ସମ୍ଭାବନାକୁ ମୟୂରଭଞ୍ଜ ଜିଲାର ଜନସାଧାରଣ ଅପେକ୍ଷା କରିଛନ୍ତି। ଗସ୍ତ କାର୍ଯ୍ୟକ୍ରମ ସଫଳ ପାଇଁ ପୂର୍ବରୁ ଜିଲା ପର୍ଯ୍ୟବେକ୍ଷକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମାରାଥନ କାର୍ଯ୍ୟକ୍ରମ ଶେଷ କରୁଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ସ୍ଥାନରେ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି। ତାଙ୍କ ସହିତ ଜିଲାପାଳ ବିନୀତ ଭରଦ୍ବାଜ, ଆଇଜି ହିମାଂଶୁ ଲାଲ୍‌, ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀ, ଅତିରିକ୍ତ ଜିଲାପାଳ ରୁଦ୍ର ନାରାୟଣ ମହାନ୍ତି, ଉପଜିଲାପାଳ ଈଶ୍ବର ବେହେରା, ଡେପୁଟି କଲେକ୍ଟର ସୁଜୟ ପତିଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri