କାମାକ୍ଷାନଗରରେ ଜିଲାର ପ୍ରଥମ ମାଣ୍ଡିଆ ମଣ୍ଡି

ଢେଙ୍କାନାଳ ଅଫିସ/କାମାକ୍ଷାନଗର (ଡି.ଏନ୍‌.ଏ.)୩।୩: ଢେଙ୍କାନାଳ ଜିଲା କାମାକ୍ଷାନଗର ପ୍ରାଥମିକ କୃଷି ସେବା ସମବାୟ ସମିତି ପରିସରରେ ଜିଲାର ପ୍ରଥମ ମାଣ୍ଡିଆ ମଣ୍ଡି ଗୁରୁବାରଠାରୁ ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହାକୁ ଉଦ୍‌ଘାଟନ କରି କହିଲେ, ଓଡ଼ିଶାର ମିଲେଟ୍‌ ମିଶନକୁ ଦେଶବିଦେଶରେ ପ୍ରଶଂସା କରାଯାଉଛି। ଲାଭଜନକ ଫସଲ ମାଣ୍ଡିଆ ଚାଷ କୃଷି ଅର୍ଥନୀତିକୁ ସୁଦୃଢ଼ କରିବ। କୃଷି ବିଭାଗ ଅଧିକାରୀମାନେ ଚାଷୀଙ୍କୁ ସଚେତନ କରାଇ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ମାଣ୍ଡିଆ ଚାଷ କରିବା ନିମନ୍ତେ ଉତ୍ସାହିତ କରିବା ଉଚିତ। ରେଙ୍ଗାଳି ଜଳସମ୍ପଦ ବିଭାଗ, ଚାଷୀ ଓ ଜନସାଧାରଣଙ୍କ ସହଯୋଗ ରହିଲେ କାମାକ୍ଷାନଗର ଉପଖଣ୍ଡରେ ଭଲ ମାଣ୍ଡିଆ ଚାଷ ହୋଇପାରିବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ସମ୍ମାନିତ ଅତିଥି ଜିଲାପାଳ ସରୋଜ କୁମାର ସେଠୀ କହିଲେ, ଜିଲାର ୮ ବ୍ଲକ ମଧ୍ୟରୁ ୫ଟିରେ ମାଣ୍ଡିଆ ଚାଷ କରାଯାଉଛି। ଭାରତର ପରାମର୍ଶ କ୍ରମେ ୨୦୨୩ ଅନ୍ତର୍ଜାତୀୟ ମିଲେଟ୍‌ ମିଶନ ଆରମ୍ଭ ହୋଇଛି। ମାଣ୍ଡିଆରେ ଥିବା ରୋଗ ପ୍ରତିରୋଧକ ଶକ୍ତି ସୁସ୍ଥ ରଖିବାରେ ସହାୟକ ହେବ।
ସମ୍ମାନିତ ଅତିଥି ଭାବେ ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ, ଜିଲା ମୁଖ୍ୟ କୃଷି ଅଧିକାରୀ ଶରତ ଚନ୍ଦ୍ର ତୋଷ, ବିଡିଓ ବିକାଶ ମହାନ୍ତି, ନଗରପାଳ ଧର୍ମାନନ୍ଦ ପରିଡ଼ା, ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ଡିଆର୍‌ସିଏସ୍‌ ସରୋଜିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ମଣ୍ଡିରେ ୫୦୦ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଜିଲାର ୫ ବ୍ଲକରେ କୃଷି, କୃଷକ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ମିଲେଟ୍‌ ମିଶନ କାର୍ଯ୍ୟ ଆରମ୍ଭ ହୋଇଛି। ଏଣିକି ଧାନ ଭଳି ମାଣ୍ଡିଆକୁ ମଧ୍ୟ ଖରିଫ ଓ ରବି ଋତୁରେ ଅମଳ କରି ଚାଷୀମାନେ ମଣ୍ଡିରେ ବିକ୍ରି କରିପାରିବେ ବୋଲି ସୂଚନା ଦିଆଯାଇଛି। ଏହି ଅବସରରେ ମାଣ୍ଡିଆରୁ ପ୍ରସ୍ତୁତ ଜୁସ୍‌, କାକରା, ପକୋଡ଼ି, ଇଡ୍‌ଲି ସମେତ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?