Posted inଜାତୀୟ

ଭାରତକୁ ବଦ୍‌ନାମ କରିବା ରାହୁଲ ଗାନ୍ଧୀଙ୍କ ଅଭ୍ୟାସ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୩।୩: କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଭାଜପା ତାଙ୍କୁ ଟାର୍ଗେଟ୍‌ କରିଛି। ପାର୍ଟି ନେତା ଅନୁରାଗ ଠାକୁର ଶୁକ୍ରବାର ରାହୁଲଙ୍କ ବିବୃତ୍ତିକୁ ମିଥ୍ୟା ଏବଂ ଭାରତକୁ ବଦନାମ କରୁଥିବା କହିଛନ୍ତି। କେମ୍ବ୍ରିଜ ବିଶ୍ୱଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ ମୋଦି ସରକାରଙ୍କ ଉପରେ ଖୁବ ବର୍ଷିଥିଲେ। ଭାରତରେ ବିଭିନ୍ନ ସଂସ୍ଥା ସରକାରଙ୍କ ନିୟନ୍ତ୍ରଣରେ ଚାଲୁଛି। ଏହାସହ ତାଙ୍କ ଫୋନରୁ ଗୁପ୍ତ ତଥ୍ୟ ଚୋରାଇବା କାମ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ଏହାର ଜବାବରେ ଠାକୁର କହିଛନ୍ତି, ଏହି ପେଗାସସ ତାଙ୍କ ହୃଦୟ ଏବଂ ମନରେ ବସିଯାଇଛି। ବାରମ୍ବାର ମିଥ୍ୟା କହିବା, ବିଦେଶୀ ମାଟି, ବିଦେଶୀ ବନ୍ଧୁ, ବିଦେଶୀ ଏଜେନ୍ସି ବ୍ୟବହାର କରି ଭାରତକୁ ବଦନାମ କରିବା ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଛି। ଏହି ଘୃଣା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀଙ୍କ ପ୍ରତି ହୋଇପାରେ, କିନ୍ତୁ ଦେଶକୁ ବଦନାମ କରିବା ପାଇଁ ଏହି ଷଡଯନ୍ତ୍ର ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କଂଗ୍ରେସକୁ ଘେରି ରହି କ୍ରୀଡ଼ା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବିଶ୍ୱରେ ମୋଦିଜୀଙ୍କ ନେତୃତ୍ୱରେ ଭାରତ ପ୍ରତି ସମ୍ମାନ ବୃଦ୍ଧି ପାଇଛି। ସାରା ବିଶ୍ୱର ନେତା ମୋଦିଙ୍କୁ ପ୍ରଶଂସା କରିଛନ୍ତି। ରାହୁଲଜୀ ଅନ୍ୟ କାହାର ନୁହେଁ ବରଂ ଇଟାଲୀର ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ନେତାମାନେ ଏହା ଶୁଣିଥାନ୍ତେ। ଇଟାଲୀର ପ୍ରଧାନମନ୍ତ୍ରୀ କହିଛନ୍ତି, ସାରା ବିଶ୍ୱରେ ମୋଦିଜୀଙ୍କୁ ଭଲ ପାଇବା ମିଳୁଛି। ସେ ବିଶ୍ୱର ଜଣେ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି। କିନ୍ତୁ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ବୋଧହୁଏ ଏହାକୁ ଗ୍ରହଣ କରିବାକୁ ସକ୍ଷମ ନୁହଁନ୍ତି। ସେ ବୋଧହୁଏ ଉତ୍ତର-ପୂର୍ବ ନିର୍ବାଚନର ଫଳାଫଳ ଜାଣିଥିଲେ। ସେଥିପାଇଁ ଅସହାୟ ହୋଇ ବିଦେଶରେ ଏମିତି ମନ୍ତବ୍ୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri