ଇଣ୍ଡୋନେସିଆ ଭୂକମ୍ପ ମୃତ୍ୟୁସଂଖ୍ୟା ୨୬୮
ସିଆଞ୍ଜୁର ,୨୩।୧୧: ଇଣ୍ଡୋନେସିଆର ଜାଭା ଦ୍ୱୀପରେ ହୋଇଥିବା ଭୂକମ୍ପ ମୃତ୍ୟୁସଂଖ୍ୟା ମଙ୍ଗଳବାର ୨୬୮କୁ ବୃଦ୍ଧି ପାଇଛି। ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସମ୍ପର୍କୀୟମାନେ ଶବସତ୍କାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଜନବହୁଳ ପଶ୍ଚିମ ଜାଭାର ଉଚ୍ଚା କୋଠାଗୁଡ଼ିକରୁ ମୃତଦେହ ମିଳୁଛି।…
୫ ବ୍ୟାକ୍ଟେରିଆ ନେଇଛି ୬.୮ ଲକ୍ଷ ଭାରତୀୟଙ୍କ ଜୀବନ
ଓ୍ବାଶିଂଟନ୍, ୨୩।୧୧: ଜଟିଳ ଓ ପ୍ରାଣଘାତୀ ରୋଗଗୁଡ଼ିକରେ ବିଶ୍ୱର ବହୁ ଲୋକଙ୍କ ମୃତ୍ୟୁ ଘଟୁଛି। ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କ ପାଇଁ ବ୍ୟାକ୍ଟେରିଆ ସଂକ୍ରମଣ ବା ଇନ୍ଫେକ୍ସନ୍ କାଳ ସାଜୁଛି। ଭାରତରେ ମଧ୍ୟ ବହୁ ଲୋକ ସଂକ୍ରମଣଜନିତ ରୋଗରେ ଆକ୍ରାନ୍ତ…
ଆସାମ-ମେଘାଳୟ ସୀମାରେ ଅଶାନ୍ତି
ଗୁଆହାଟୀ/ ନୂଆଦିଲ୍ଲୀ,୨୩ା୧୧(ପି.ଟି.): ମେଘାଳୟର ଓ୍ବେଷ୍ଟ ଜାଇନ୍ତିଆ ହିଲ୍ସର ମୁକ୍ରୋହ ଗ୍ରାମରେ ମଙ୍ଗଳବାର ଭୋର ସମୟରେ ବେଆଇନ କାଠ ଚାଲାଣକୁ ନେଇ ହିଂସାକାଣ୍ଡ ଘଟିଛି। କାଠଭର୍ତ୍ତି ଏକ ଟ୍ରକ୍କୁ ଆସାମ ବନ ବିଭାଗର ଏକ ଟିମ୍ ଅଟକାଇଥିଲା। ଟ୍ରକ୍ଟି ନ ଅଟକି ଦ୍ରୁତଗତିରେ…
୫ରେ ଇଲେକ୍ଟୋରାଲ ବଣ୍ଡ୍ ଶୁଣାଣି
ନୂଆଦିଲ୍ଲୀ ,୨୩।୧୧(ପି.ଟି.): ସାଧାରଣ ନିର୍ବାଚନ ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ବର୍ଷରେ ଇଲେକ୍ଟୋରାଲ ବଣ୍ଡ୍ ବିକ୍ରି ସମୟସୀମା ଆଉ ୧୫ ଦିନ ବଢ଼ାଇବା ଲାଗି ନିକଟରେ ସରକାରଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ପିଟିଶନର ଶୁଣାଣି…
ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ମହାପ୍ରଭୁ
ପୁରୀ ଅଫିସ, ୨୩ା୧୧: ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ମଙ୍ଗଳବାରଠାରୁ ଶ୍ରୀମନ୍ଦିରରେ ଦେବଦୀପାବଳି ନୀତି ଆରମ୍ଭ ହୋଇଛି। ଏହା ୩ଦିନ ଯାଏ ଚାଲିବ। ଏହି ୩ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ପ୍ରଭୁ ବଳଦେବ ଓ ଦେବୀ ସୁଭଦ୍ରା ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ…
ରାଷ୍ଟ୍ରପତିଙ୍କୁ ଜେଜେମା’ ସମ୍ବୋଧନ କରି ଚିଠି
ଖୋର୍ଦ୍ଧା ଅଫିସ,୨୩ା୧୧: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଓଡ଼ିଶାର ସୁଖ୍ୟାତି ବଢ଼ିଛି। ସେ ପିଲାଙ୍କୁ ଭଲ ପାଉଥିବା ତାଙ୍କ ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ପ୍ରମାଣିତ ହୋଇଛି। ଖୋର୍ଦ୍ଧା ବିଡିଏ କଲୋନୀର ବାସିନ୍ଦା ତଥା ପାନବରଜସ୍ଥିତ ଏକ…
୪ ଛୁଆ ଜନ୍ମଦେଲା ସିଂହୀ ବିଜ୍ଲୀ
ବାରଙ୍ଗ,୨୩।୧୧(ଡି.ଏନ୍.ଏ.): ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ। ଧୀରେ ଧୀରେ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ସମୟରେ ନନ୍ଦନକାନନର ସିଂହୀ ବିଜଲୀ ପର୍ଯ୍ୟଟକଙ୍କୁ ଭେଟି ଦେଇଛି। ଏସୀୟ ସିଂହୀ ବିଜଲୀ ମଙ୍ଗଳବାର ତା’ର ତୃତୀୟ ଗର୍ଭରୁ ୪ଟି ଶାବକଙ୍କୁ ଜନ୍ମ…
ଧୂଳି ନ ଉଡ଼ିବାକୁ ୨୧ଲକ୍ଷ ଖର୍ଚ୍ଚ
କଟକ ଅଫିସ,୨୩ା୧୧: ବାଲିଯାତ୍ରାରେ ଅନିୟମିତତା ଅଭିଯୋଗରେ ଜିଲା ପ୍ରଶାସନ ବିବାଦରେ ଥିବା ବେଳେ ଏବେ ଏହା ଭିତରକୁ ଟାଣି ହୋଇଆସିଛି କଟକ ମହାନଗର ନିଗମ(ସିଏମ୍ସି) ା ବିରୋଧୀ କର୍ପୋରେଟର ଅଭିଯୋଗ କରିଛନ୍ତି ଯେ ଏହି ବାଲିଯାତ୍ରାରେ ପ୍ରାୟ ୯ କୋଟି ଟଙ୍କା…
ଖବରଦାତାଙ୍କ ପରଲୋକ
ଭଦ୍ରକ ଅଫିସ/ ପୁରୁଷୋତ୍ତମପୁର (ଡି.ଏନ.ଏ.), ୨୩।୧୧: ଖବରଦାତା ବିଭୁ ପ୍ରସାଦ ବେହେରା(୪୪)ଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଛି। ସେ ଗତ ଦୁଇବର୍ଷ ଧରି କିଡ୍ନୀ ରୋଗରେ ପୀଡ଼ିତ ଥିଲେ। ରବିବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ…
ପ୍ରତି ୧୧ ମିନିଟ୍ରେ ଜଣେ ମହିଳାଙ୍କୁ ହତ୍ୟା କରୁଛନ୍ତି ସମ୍ପର୍କୀୟ: ଗୁଟେରସ୍
ଓ୍ବାଶିଂଟନ୍, ୨୩।୧୧: ବିଶ୍ୱରେ ପ୍ରତି ୧୧ ମିନିଟ୍ରେ ଜଣେ ମହିଳା ନିଜ ପରିଚିତ ବା ସମ୍ପର୍କୀୟଙ୍କ ଦ୍ୱାରା ହତ୍ୟାର ଶିକାର ହେଉଛନ୍ତି। ମହିଳାଙ୍କ ପ୍ରତି ବଢ଼ୁଥିବା ହିଂସାକୁ ଦୃଷ୍ଟିରେ ରଖି ଜାତିସଂଘ ମହା ସଚିବ ଆଣ୍ଟୋନିଓ ଗୁଟେରସ୍ ଏହା କହିଛନ୍ତି। ବିଶ୍ୱରେ…
ରାଜଧାନୀ ଉପକଣ୍ଠରେ ହତ୍ୟା
ବାରଙ୍ଗ/ଯାଁଳା,୨୩।୧୧(ଡି.ଏନ୍.ଏ.): ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଧୀନ ପାଇକରାପୁର ପାହାଡ଼ତଳେ ମଙ୍ଗଳବାର ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତକ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପଞ୍ଚପଲ୍ଲୀ ପଞ୍ଚାୟତ ବ୍ରହ୍ମକୁଣ୍ଡଳ ଗଁାର ବଂଶୀଧର ଜେନା। କିନ୍ତୁ…
କମିଲା ଶୀତ
ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ଗତ କିଛିଦିନ ଧରି ଶୀତର ପ୍ରକୋପ ସାମାନ୍ୟ ବଢ଼ିଥିବା ବେଳେ ସୋମବାରଠାରୁ ପୁଣି ହ୍ରାସ ପାଇଛି। ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ସେଲ୍ସିୟସ ବୃଦ୍ଧି ହୋଇଛି। ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ଉପରେ ରହିଛି। ଆଞ୍ଚଳିକ…
Archives


