ଜମ୍ମୁ-କଶ୍ମୀର ଗଜନଭି ଫୋର୍ସ ବେଆଇନ ଘୋଷିତ
ନୂଆଦିଲ୍ଲୀ,୧୮ା୨: ଆତଙ୍କବାଦ ନିରୋଧୀ ଆଇନ ଅନୁଯାୟୀ ଜମ୍ମୁ-କଶ୍ମୀର ଗଜନଭି ଫୋର୍ସ (ଜେକେଜିଏଫ୍)କୁ ଶୁକ୍ରବାର ବେଆଇନ ଘୋଷଣା କରାଯାଇଛି। ଲଶ୍ମର-ଇ-ତୋଇବା, ଜୈଶ-ଇ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନର କ୍ୟାଡରମାନଙ୍କୁ ନେଇ ଜେକେଜିଏଫ୍ ଗଠିତ ହୋଇଥିଲା। ଏହା ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ, ବେଆଇନ ନିଶାଦ୍ରବ୍ୟ କାରବାର, ଅସ୍ତ୍ର…
ଜର୍ମାନୀରେ ୨,୩୪୦ ବିମାନ ବାତିଲ
ବର୍ଲିନ,୧୮ା୨: ଜର୍ମାନୀର ୮ଟି ବିମାନବନ୍ଦରର କର୍ମଚାରୀମାନେ ଅଧିକ ବେତନ ଦାବିରେ ଧର୍ମଘଟରେ ସାମିଲ ହୋଇଥିବାରୁ ଶୁକ୍ରବାର ୨,୩୪୦ ବିମାନ ଉଡ଼ାଣ ବାତିଲ ହୋଇଛି। ଫଳରେ ପ୍ରାୟ ୨,୯୫,୦୦୦ ଯାତ୍ରୀ ପ୍ରଭାବିତ ହୋଇଛନ୍ତି। ଧର୍ମଘଟ ଗ୍ରହଣୀୟ ନୁହେଁ ବୋଲି ଜର୍ମାନ ବିମାନବନ୍ଦର ସଂଘ…
ଭୂକମ୍ପରୁ ବର୍ତ୍ତିଥିବା ସିରିଆ ପରିବାର ଦଗ୍ଧ
ଇସ୍ତାନବୁଲ୍,୧୮ା୨: ଗତ ସପ୍ତାହର ଭୂକମ୍ପରୁ ବର୍ତ୍ତିଯାଇଥିବା ସିରିଆର ୫ ଜଣ ପିଲା ଓ ସେମାନଙ୍କ ମାଆବାପା ତୁର୍କୀର ଏକ ଘରେ ଆଶ୍ରୟ ନେଇଥିବାବେଳେ ଶୁକ୍ରବାର ସେଥିରେ ନିଆଁ ଲାଗିଯିବାରୁ ସେମାନେ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଗତ ୬ ତାରିଖ ଭୂକମ୍ପରେ ତୁର୍କୀ…
ଫର୍ମେଟିଭ ଆସେସ୍ମେଣ୍ଟ ପରୀକ୍ଷା ବାତିଲ
ପାଟଣା,୧୮ା୨(ସ୍ବ.ପ୍ର): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ୍ କୁଣ୍ଡଳା ପଞ୍ଚାୟତ ମିରିଗିଖୋଜି କୁଣ୍ଡୁଳା ହାଇସ୍କୁଲରେ ଓ୍ବାଚମ୍ୟାନ ଓ ସୁଇପର ନିଯୁକ୍ତି ନେଇ ବିବାଦ ଲାଗିରହିଛି। ଏନେଇ ଗୁରୁବାର ୧୨ ସ୍ବୟଂ ସାହାୟକ ଗୋଷ୍ଠୀର ଶତାଧିକ ମହିଳା ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିବା…
ମୋଦିଙ୍କୁ ଉତ୍ତର ଦେବାକୁ ପଡ଼ିବ
ନୂଆଦିଲ୍ଲୀ,୧୮ା୨: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟକୁ ନେଇ ଚାଲିଥିବା କୋଳାହଳ ଭାରତ ସରକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଖଲକୁ ଦୁର୍ବଳ କରିଦେବ ବୋଲି ଶୁକ୍ରବାର ବିଲିୟନେୟାର ଫିଲାନ୍ଥ୍ରୋପିଷ୍ଟ ଜର୍ଜ ସୋରୋସ୍ କହିଛନ୍ତି। ଅନ୍ୟପକ୍ଷେ ସୋରୋସ୍ଙ୍କ ମନ୍ତବ୍ୟ ଭାରତୀୟ ଗଣତନ୍ତ୍ରକୁ…
ମୟୂରଭଞ୍ଜକୁ ଅବହେଳା କରାଯାଇନାହିଁ: ରେଳମନ୍ତ୍ରୀ
ବାରିପଦା ଅଫିସ,୧୮ା୨: ମୟୂରଭଞ୍ଜ ଏମ୍ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାରମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ରେଳ ବଜେଟ୍ରେ ଜିଲା ପାଇଁ ଦିଆଯାଇଥିବା ଦାବି ଗୁଡ଼ିକ ସମ୍ପର୍କରେ ଗୁରୁବାର ଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି।…
ରାସ୍ତା ଖୋଳାକୁ ନେଇ ଉତ୍ତେଜନା
ଲଙ୍ଗଳେଶ୍ୱର,୧୮।୨(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ସାଉଡ଼ି ପଞ୍ଚାୟତର ମହାନ୍ତି ଛକଠାରେ ସରକାରୀ ରାସ୍ତାକୁ ରାତି ଅଧରେ ଜେସିବି ମେଶିନ ଲଗାଇ ଖୋଳି ଦିଆଯିବା ନେଇ ଉତ୍ତେଜନା ପ୍ରକାଶ ପାଇଛି। ଯାତାୟତ ବାଧାପ୍ରାପ୍ତ ହେବାରୁ ସ୍ଥାନୀୟ ଲୋକେ ଟାୟାର ଜାଳି…
ବାଲେଶ୍ୱରରେ ଖୋଲିଲା ଶ୍ରୀଲେଦର ଶୋ’ରୁମ୍
ବାଲେଶ୍ୱର ଅଫିସ,୧୮।୨: ବାଲେଶ୍ୱର ସହରର ଷ୍ଟେଶନ ରାସ୍ତାରେ ଦେଶର ଅନ୍ୟତମ ପ୍ରମୁଖ ଜୋତା କମ୍ପାନୀ ‘ଶ୍ରୀଲେଦର’ର ଶୋ’ରୁମ୍ ଖୋଲିଛି। ବାଲେଶ୍ୱର ବିଧାୟକ ସ୍ବରୂପ କୁମାର ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମିଳିତ ଭାବେ ଏହି ଶୋ’ରୁମ୍କୁ ଉଦ୍ଘାଟନ…
ଜାଗର ପାଇଁ ପୋଲିସ ସଜାଗ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାତି ୧୦ ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଥିବାବେଳେ ରାଜ୍ୟ ଓ ବାହାରୁ ଭକ୍ତଙ୍କ ସମାଗମ ହୋଇପାରେ। ତେଣୁ ସେମାନଙ୍କ ଶୃଙ୍ଖଳିତ ଦର୍ଶନ…
ସହରାଞ୍ଚଳ ବିକାଶ କାମ କରିବ ଏସ୍ଡିସି
କେନ୍ଦୁଝର,୧୮ା୨(ସ୍ବ.ପ୍ର.): ଆଗରୁ କେବଳ ଆଦିବାସୀ ବହୁଳ ଗ୍ରାମାଞ୍ଚଳରେ ସ୍ବତନ୍ତ୍ର ଉନ୍ନୟନ କାଉନ୍ସିଲ(ଏସଡିସି) କାମ କରୁଥିଲା। ଚଳିତ ବର୍ଷଠାରୁ ଏହା ସହରାଞ୍ଚଳରେ ଥିବା ଅବହେଳିତ ଆଦିବାସୀ ଗ୍ରାମମାନଙ୍କରେ କାମ କରିବ। ଦିନିକିଆ ଆଦିବାସୀ ସମ୍ମିଳନୀରେ ଯୋଗଦେବାକୁ କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ରାଜ୍ୟ…
ଧରମ ପୁଅ ନିର୍ଯାତନାରେ ମହିଳା ଅତିଷ୍ଠ
କେନ୍ଦୁଝର,୧୮।୨ (ସ୍ବ.ପ୍ର.): ନିଜର ପୁଅ ନ ଥିବାରୁ ଧରମ ପୁଅ କରି ଆଣି ପାଳିଥିଲେ। ଏବେ ସେହି ଧରମ ପୁଅ ତାଙ୍କୁ ନିର୍ଯାତନା ଦେଉଛନ୍ତି। ନିର୍ଯାତନାରେ ଅତିଷ୍ଠ ହୋଇ ବିଧବା ମହିଳା ଜଣକ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉକ୍ତ ମହିଳା ହେଲେ…
ରାତି ୩ରେ ଉଠିବ ମହାଦୀପ
ପୁରୀ ଅଫିସ, ୧୮ା୨: ମହାଶିବରାତ୍ରି ତଥା ଜାଗର ପାଇଁ ପୁରୀ ଜିଲାର ପ୍ରମୁଖ ଶୈବପୀଠଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ଶନିବାର ମହାଶିବରାତ୍ରି ତଥା ଜାଗରରେ ଶ୍ରଦ୍ଧାଳୁମାନେ ଉପବାସ କରିବା ସହ ରାତି ଉଜାଗର ରହି ଜାଗର ଦୀପ ଜାଳିବେ। ବିଶେଷକରି ପୁରୀ ସହରର…
Archives


