ରହସ୍ୟ ଖୋଲିଲେନି

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଶୁକ୍ରବାର ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି। ହତ୍ୟାର ୧୧୮ଦିନ ପରେ ଅର୍ଥାତ୍‌ ଧାର୍ଯ୍ୟ ସମୟର ୨ଦିନ ପୂର୍ବରୁ ୫୩୪ ପୃଷ୍ଠାର ଚାର୍ଜଶିଟ ଦାଖଲ କରାଯାଇଛି। କାର୍ଯ୍ୟରତ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ବ୍ୟକ୍ତିଗତ ଆକ୍ରୋଶରୁ ନବଙ୍କୁ ହତ୍ୟା କରିଥିବା କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜରେ ଉଲ୍ଲେଖ ରହିଛି। ହେଲେ ଗୋପାଳଙ୍କ ବ୍ୟକ୍ତିଗତ ଆକ୍ରୋଶର କାରଣ କ’ଣ ତାହା ଦର୍ଶାଯାଇନାହଁି। କି ଶତ୍ରୁତା ରହିଥିଲା ଯେ, ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୋପାଳ ନିଜ ସର୍ଭିସ ବନ୍ଧୁକରେ ଗୁଳିକରି ହତ୍ୟା କଲେ, ତାହାର ରହସ୍ୟ କ୍ରାଇମ୍‌ବ୍ରାଞ୍ଚ ଖୋଲିଲା ନାହିଁ।

ସମ୍ବଲପୁର,୨୭ା୫(ବ୍ୟୁରୋ): କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ, ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଗୋପାଳ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ହତ୍ୟା ଘଟଣା ପରେ ଗୋପାଳ ପାଗଳ ବୋଲି ତାଙ୍କ ପରିବାର ଲୋକେ କହିଥିଲେ। ତାଙ୍କର ବାଇପୋଲାର ଡିଜ୍‌ଅର୍ଡର ଅଛି ଏବଂ ସେ ଔଷଧ ଖାଉଥିବା କଥା କହିଥିଲେ। ତେଣୁ ମାନସିିକ ରୋଗ ପରୀକ୍ଷା ପାଇଁ ମେଡିକାଲ ଟିମ୍‌ ଗଠନ ହୋଇଥିଲା। ଏହି ଟିମ୍‌ ପରୀକ୍ଷା କରି ଗୋପାଳଙ୍କ ମାନସିକ ରୋଗ ନ ଥିବା କହିଥିଲେ। ସେହିପରି ସ୍ଥାନୀୟ ଲୋକ ଓ ଗୋପାଳଙ୍କ ସହକର୍ମୀମାନେ ମଧ୍ୟ ଗୋପାଳ ମାନସିକ ଭାବେ ସୁସ୍ଥ ଥିବା କହିଥିଲେ। ତଦନ୍ତ କାଳରେ ଗୋପାଳ ସହଯୋଗ କରୁଥିଲେ ଓ ପ୍ରଶ୍ନର ଉତ୍ତର ଦେଉଥିଲେ। ତଦନ୍ତ ବେଳେ ସ୍ପଷ୍ଟ ହୋଇଥିଲା ଯେ, ଗୋପାଳ ସୁସ୍ଥ ମନରେ ଓ ଯୋଜନାବଦ୍ଧ ଭାବେ ଏହି ଅପରାଧ ଘଟାଇଥିଲେ। ଗୋପାଳ ପାଗଳ ନୁହେଁ ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବ୍ୟକ୍ତିଗତ କାରଣରୁ ଘଟଣା ଘଟିଥିବା ସୂଚନା ଦିଆଯାଇଛି। ଯଦି ବ୍ୟକ୍ତିଗତ କାରଣ ତେବେ ଏହା ପାରିବାରିକ ନା ଚାକିରି କ୍ଷେତ୍ରକୁ ନେଇ ତାହା କ୍ରାଇମ୍‌ବ୍ରାଞ୍ଚ ଦର୍ଶାଇନାହିଁ। ସେହିପରି ନବ ଦାସ କିମ୍ବା ତାଙ୍କ ସମର୍ଥକଙ୍କ ପକ୍ଷରୁ ଗୋପାଳଙ୍କ ଜୀବନ ପ୍ରତି ବିପଦ ଥିଲା କିମ୍ବା ତାଙ୍କ ସମ୍ମାନ ପ୍ରତି ଆଞ୍ଚ ଅଣାଯାଇଥିଲା ସେନେଇ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ନୀରବ ରହିଛି।
ମାମଲାରେ ୮୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା କ୍ରାଇମ୍‌ବ୍ରାଞ୍ଚ କହିଛି। ଏହାସତ୍ତ୍ୱେ ହତ୍ୟାର କାରଣ ଉପରୁ ପରଦା ଉଠିପାରିନାହିଁ। ତେଣୁ କ୍ରାଇମ୍‌ବ୍ରାଞ୍ଚ ପୁଣି ସନ୍ଦେହଘେରରେ ରହିଛି। ପୂର୍ବରୁ ତଦନ୍ତ ପ୍ରକ୍ରିୟା, ପାଇଖାନା ଟାଙ୍କି ଖୋଳିବା, ଭାଜପା ଶାସିତ ରାଜ୍ୟ ଗୁଜରାଟରେ ଲାଏ ଡିଟେକ୍ସନ ଟେଷ୍ଟ କରିବା, ମାନସିକ ରୋଗ ପରୀକ୍ଷା ପାଇଁ ବାରମ୍ବାର କୋର୍ଟଙ୍କ ଦ୍ୱାରସ୍ଥ ହେବା, ବିଭିନ୍ନ ସମୟରେ ବିଭ୍ରାନ୍ତିକର ତଥ୍ୟ ଦେବା, ଏପରି କି ପୋଲିସ ଡିଜି ମହାପ୍ରଭୁ ଜଗନ୍ନାଥଙ୍କ ନାମ ନେଇ ବୟାନ ଦେଇଥିଲେ। ଏସବୁ ଘଟଣା ରାଜ୍ୟ ସରକାର ଓ ପୋଲିସ ବିଭାଗକୁ ସନ୍ଦେହ ଘେରକୁ ଟାଣି ଆଣିଥିଲା। ଚାର୍ଜଶିଟ ଦାଖଲକୁ ନେଇ ଅଭିଯୁକ୍ତ ଗୋପାଳ ଦାସଙ୍କ ସରକାରୀ ଓକିଲ ଦୟାନିଧି ଚାନ୍ଦ କହିଛନ୍ତି, ଚୂଡାନ୍ତ ଚାର୍ଜଶିଟ ଦାଖଲ ହୋଇଛି। କେସ୍‌ ରେକର୍ଡ ପଢ଼ିବା ପରେ କାରଣ କହିହେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଗାନ୍ଧୀ ଛକରେ ଜାନୁୟାରୀ ୨୯ରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଆସିଥିବା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ଗୁଳିକରି ହତ୍ୟା କରିଥିଲେ। ଘଟଣାସ୍ଥଳରୁ ଗୋପାଳଙ୍କୁ ଗିରଫ କରାଯିବା ପରେ ପ୍ରଥମେ ତାଙ୍କୁ ଝାରସୁଗୁଡ଼ା ଜେଲରେ ରଖାଯାଇଥିଲା। ପରେ ତାଙ୍କୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ନବ ଦାସ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇଥିଲା। ବିରୋଧୀଙ୍କଠାରୁ ଆରମ୍ଭ କରି ଜନସାଧାରଣ ସମାଲୋଚନା କରିଥିଲେ। ବିରୋଧୀମାନେ ସିବିଆଇ ତଦନ୍ତ ଦାବି କରିଥିଲେ। ଇତିମଧ୍ୟରେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଶେଷ ହୋଇଥିବାବେଳେ ନବଙ୍କ ଝିଅ ଦୀପାଳି ଦାସ ବିଜେଡି ଟିକେଟରେ ନିର୍ବାଚିତ ହୋଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri