ବିନା ସିଓଆର୍‌ରେ ଚାଲିଛି ବେସରକାରୀ ବିଦ୍ୟାଳୟ

ଜଗତ୍‌ସିଂହପୁର ଅଫିସ,୨୭ା୫: ବେସରକାରୀ ବିଦ୍ୟାଳୟଗୁଡ଼ିକ ମନଇଚ୍ଛା ଖୋଲି ପାରିବ ନାହିଁ ବୋଲି ସରକାରୀ କଟକଣା ଅଛି। କାରଣ ଏହିସବୁ ଶିକ୍ଷାନୁଷ୍ଠାନ (୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ) କାର୍ଯ୍ୟକ୍ଷମ ହେବାକୁ ହେଲେ ଅନୁମୋଦନ ପ୍ରମାଣପତ୍ର ତଥା ସିଓଆର୍‌ (ସାର୍ଟିଫିକେଟ୍‌ ଅଫ ରେକଗ୍‌ନାଇଜେଶନ୍‌) ବାଧ୍ୟତାମୂଳକ। ଅନୁମୋଦନ ପ୍ରମାଣପତ୍ର ପାଇବାକୁ ହେଲେ ସରକାରଙ୍କ ପକ୍ଷରୁ ରଖାଯାଇଥିବା ସର୍ତ୍ତ ପୂରଣ କରିବାକୁ ପଡ଼ିବ। ଏହାକୁ ସତ୍ୟପାଠରେ ଦାଖଲ କରିବାକୁ ହେବ। କିନ୍ତୁ ଜଗତ୍‌ସିଂହପୁର ଜିଲାର ଅନେକ ବେସରକାରୀ ବିଦ୍ୟାଳୟ ବିନା ଅନୁମୋଦନ ପ୍ରମାଣପତ୍ରରେ ବର୍ଷାଧିକ କାଳ ଚାଲିଛି। ଅତୀତରେ ବେସରକାରୀ ବିଦ୍ୟାଳୟଗୁଡିକୁ ଏନ୍‌ଓସି (ନୋ ଅବଜେକ୍ସନ ସାର୍ଟିଫିକେଟ୍‌) ଦିଆଯାଉଥିଲା। ଏବେ ସରକାର ୫ ବର୍ଷିଆ ସିଓଆର୍‌ ଦେଉଛନ୍ତି। ଯେଉଁସବୁ ବିଦ୍ୟାଳୟ ସିଓଆର୍‌ ପାଇ ନ ଥିବେ ସେଗୁଡ଼ିକ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା। ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ଯେଉଁ ବେସରକାରୀ ବିଦ୍ୟାଳୟଗୁଡ଼ିକ ସିଓଆର୍‌ ପାଇବାକୁ ଆବେଦନ କରିବେ ସେଗୁଡ଼ିକ ଯୋଗ୍ୟ କି ନାହିଁ ଚେକ୍‌ ଲିଷ୍ଟ ମୁତାବକ ଅନୁଧ୍ୟାନ ହେବା ଜରୁରୀ। ପରେ ସିଓଆର୍‌ ଦିଆଯିବା ବ୍ୟବସ୍ଥା ହେବା ଉଚିତ। ସିଓଆର୍‌ ପାଇ ନ ଥିବା ବିଦ୍ୟାଳୟଗୁଡ଼ିକ ଉପରେ କଟକଣା ଲଗାଯିବ। ବେଆଇନ ଭାବେ କୌଣସି ବିଦ୍ୟାଳୟ (ବିନା ସିଓଆର୍‌ରେ) ଛାତ୍ରୀଛାତ୍ରଙ୍କ ନାମ ଲେଖାଇଲେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ। ଏହାର ଶୁଣାଣି କରି ବିଦ୍ୟାଳୟ ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦିଆଯିବ। କାରଣ ଏହା ଶିକ୍ଷା ଅଧିକାର ଆଇନ (ଆର୍‌ଟିଇ)ର ପରିପନ୍ଥୀ। କିନ୍ତୁ ଜିଲାରେ ଏହି ନିୟମ ଶତପ୍ରତିଶତ କାର୍ଯ୍ୟକାରୀ ହେଉନାହିଁ। ଅନ୍ୟପକ୍ଷରେ କେତେଗୋଟି ବେସରକାରୀ ବିଦ୍ୟାଳୟ କଳ, ବଳ (ରାଜନୈତିକ ଓ ଲାଞ୍ଚ) ଓ କୌଶଳରେ ସିଓଆର୍‌ ହାସଲ ପାଇଁ ଉଦ୍ୟମ କରିବା ସହ ସଫଳ ହେଉଛନ୍ତି। ସେମାନେ କୁଆଡ଼େ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟରେ ମୋଟା ଅଙ୍କର କାରବାର କରୁଛନ୍ତି। ଏଥିରେ ବିଇଓମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।
ମିଳିଥିବା ସୂଚନା ଅନୁଯାୟୀ, ଆବେଦନ ପରେ ବିଇଓମାନେ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଯାଇ ତଦନ୍ତ ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସୁପାରିସ କରିବା କଥା। କିନ୍ତୁ ତାହା ଅନେକ ସମୟରେ ହେଉ ନ ଥିବା ଅଭିଯୋଗ ହେଉଛି। ଅତୀତରେ ବିଇଓମାନଙ୍କ ଅବହେଳାକୁ ନେଇ ତତ୍କାଳୀନ ଡିଇଓ ଗୋଟିଏ ପରେ ଗୋଟିଏ ଏହିପରି ୪ଟି ଚିଠି ସହ ତୁରନ୍ତ ତଦନ୍ତ ରିପୋର୍ଟ ସହ ସୁପାରିସ ପତ୍ର ପଠାଇବାକୁ ଲେଖିଥିଲେ। ଏହାସତ୍ତ୍ବେ ବିଳମ୍ବ ଯୋଗୁ ଡିଇଓ ଚରମ ଚିଠି କରିବାରୁ ପରିସ୍ଥିତିରେ ସୁଧାର ଆସିଥିଲା। ସୂଚନାଯୋଗ୍ୟ, ଜିଲା ଶିକ୍ଷା ବିଭାଗ ଅଧୀନରେ ଥିବା ୨୦୦ରୁ ଅଧିକ ବେସରକାରୀ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟାୟକ୍ରମେ ସିଓଆର୍‌ ପାଇଁ ଆବେଦନ କରିଥିଲେ। ସେଗୁଡ଼ିକ ମଧ୍ୟରୁ ଜିଲାର ଅଧିକାଂଶ ପ୍ରମୁଖ ବେସରକାରୀ ଶିକ୍ଷାନୁଷ୍ଠାନକୁ ଜିଲା ଶିକ୍ଷା ବିଭାଗ ପକ୍ଷରୁ କୋହଳ ମନୋଭାବ ପୋଷଣ ପୂର୍ବକ ସିଓଆର୍‌ ଦିଆଯାଇଛି। ପର୍ଯ୍ୟାୟକ୍ରମେ ମଧ୍ୟ ନବୀକରଣ ହେଉଛି। କିନ୍ତୁ ଏହିସବୁ ଶିକ୍ଷାନୁଷ୍ଠାନ ସିଓଆର୍‌ର ସର୍ତ୍ତାବଳୀ ପୂରଣ କରୁ ନ ଥିଲେ ସୁଦ୍ଧା ଧ୍ୟାନ ଦିଆଯାଉନାହିଁ। ନିୟମ ରହିଛି ବେଆଇନ ଭାବେ ଅର୍ଥାତ୍‌ ବିନା ଏନ୍‌ଓସିରେ କୌଣସି ଶିକ୍ଷାନୁଷ୍ଠାନ ଚାଲୁଥିବା ଜଣାପଡ଼ିଲେ ସମ୍ପୃକ୍ତ ସଂସ୍ଥା ତୁରନ୍ତ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବ। ଏହାପରେ ଯେବେ ପୁଣି ବେଆଇନ ଭାବେ ବିଦ୍ୟାଳୟ ଚାଲେ ତେବେ ପ୍ରତିଦିନ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ପଡ଼ିବ। ପ୍ରତି ବେସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨୫% ଗରିବ ଛାତ୍ରୀଛାତ୍ରଙ୍କୁ ନାମ ଲେଖାଇବା ବାଧ୍ୟତାମୂଳକ ଥିଲେ ସୁଦ୍ଧା ତାହା ଅନେକାଂଶରେ କାର୍ଯ୍ୟକାରୀ ହେଉନାହିଁ। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ପୋର୍ଟାଲ ଖୋଲି ନ ଥିବାରୁ ଚଳିତବର୍ଷ ଅନେକ ଶିକ୍ଷାନୁଷ୍ଠାନ ସିଓଆର୍‌ ପାଇଁ ଏ ପର୍ଯ୍ୟନ୍ତ ଆବେଦନ କରିନାହାନ୍ତି। ଯେଉଁଗୁଡ଼ିକୁ ସିଓଆର୍‌ ଦିଆଯାଇଛି ସେଗୁଡ଼ିକ ସମସ୍ତ ସର୍ତ୍ତାବଳୀ ପୂରଣ କରୁଥିଲେ ନବୀକରଣରେ ବାଧା ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

୧୩୭ ଅଭିଯୋଗ ଶୁଣିଲେ ଅଧିକାରୀ: ଖୁବଶୀଘ୍ର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସଭାଗୃହ ପରିସରରେ ସୋମବାର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri