ବିନା ସିଓଆର୍‌ରେ ଚାଲିଛି ବେସରକାରୀ ବିଦ୍ୟାଳୟ

ଜଗତ୍‌ସିଂହପୁର ଅଫିସ,୨୭ା୫: ବେସରକାରୀ ବିଦ୍ୟାଳୟଗୁଡ଼ିକ ମନଇଚ୍ଛା ଖୋଲି ପାରିବ ନାହିଁ ବୋଲି ସରକାରୀ କଟକଣା ଅଛି। କାରଣ ଏହିସବୁ ଶିକ୍ଷାନୁଷ୍ଠାନ (୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ) କାର୍ଯ୍ୟକ୍ଷମ ହେବାକୁ ହେଲେ ଅନୁମୋଦନ ପ୍ରମାଣପତ୍ର ତଥା ସିଓଆର୍‌ (ସାର୍ଟିଫିକେଟ୍‌ ଅଫ ରେକଗ୍‌ନାଇଜେଶନ୍‌) ବାଧ୍ୟତାମୂଳକ। ଅନୁମୋଦନ ପ୍ରମାଣପତ୍ର ପାଇବାକୁ ହେଲେ ସରକାରଙ୍କ ପକ୍ଷରୁ ରଖାଯାଇଥିବା ସର୍ତ୍ତ ପୂରଣ କରିବାକୁ ପଡ଼ିବ। ଏହାକୁ ସତ୍ୟପାଠରେ ଦାଖଲ କରିବାକୁ ହେବ। କିନ୍ତୁ ଜଗତ୍‌ସିଂହପୁର ଜିଲାର ଅନେକ ବେସରକାରୀ ବିଦ୍ୟାଳୟ ବିନା ଅନୁମୋଦନ ପ୍ରମାଣପତ୍ରରେ ବର୍ଷାଧିକ କାଳ ଚାଲିଛି। ଅତୀତରେ ବେସରକାରୀ ବିଦ୍ୟାଳୟଗୁଡିକୁ ଏନ୍‌ଓସି (ନୋ ଅବଜେକ୍ସନ ସାର୍ଟିଫିକେଟ୍‌) ଦିଆଯାଉଥିଲା। ଏବେ ସରକାର ୫ ବର୍ଷିଆ ସିଓଆର୍‌ ଦେଉଛନ୍ତି। ଯେଉଁସବୁ ବିଦ୍ୟାଳୟ ସିଓଆର୍‌ ପାଇ ନ ଥିବେ ସେଗୁଡ଼ିକ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା। ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ଯେଉଁ ବେସରକାରୀ ବିଦ୍ୟାଳୟଗୁଡ଼ିକ ସିଓଆର୍‌ ପାଇବାକୁ ଆବେଦନ କରିବେ ସେଗୁଡ଼ିକ ଯୋଗ୍ୟ କି ନାହିଁ ଚେକ୍‌ ଲିଷ୍ଟ ମୁତାବକ ଅନୁଧ୍ୟାନ ହେବା ଜରୁରୀ। ପରେ ସିଓଆର୍‌ ଦିଆଯିବା ବ୍ୟବସ୍ଥା ହେବା ଉଚିତ। ସିଓଆର୍‌ ପାଇ ନ ଥିବା ବିଦ୍ୟାଳୟଗୁଡ଼ିକ ଉପରେ କଟକଣା ଲଗାଯିବ। ବେଆଇନ ଭାବେ କୌଣସି ବିଦ୍ୟାଳୟ (ବିନା ସିଓଆର୍‌ରେ) ଛାତ୍ରୀଛାତ୍ରଙ୍କ ନାମ ଲେଖାଇଲେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ। ଏହାର ଶୁଣାଣି କରି ବିଦ୍ୟାଳୟ ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦିଆଯିବ। କାରଣ ଏହା ଶିକ୍ଷା ଅଧିକାର ଆଇନ (ଆର୍‌ଟିଇ)ର ପରିପନ୍ଥୀ। କିନ୍ତୁ ଜିଲାରେ ଏହି ନିୟମ ଶତପ୍ରତିଶତ କାର୍ଯ୍ୟକାରୀ ହେଉନାହିଁ। ଅନ୍ୟପକ୍ଷରେ କେତେଗୋଟି ବେସରକାରୀ ବିଦ୍ୟାଳୟ କଳ, ବଳ (ରାଜନୈତିକ ଓ ଲାଞ୍ଚ) ଓ କୌଶଳରେ ସିଓଆର୍‌ ହାସଲ ପାଇଁ ଉଦ୍ୟମ କରିବା ସହ ସଫଳ ହେଉଛନ୍ତି। ସେମାନେ କୁଆଡ଼େ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟରେ ମୋଟା ଅଙ୍କର କାରବାର କରୁଛନ୍ତି। ଏଥିରେ ବିଇଓମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।
ମିଳିଥିବା ସୂଚନା ଅନୁଯାୟୀ, ଆବେଦନ ପରେ ବିଇଓମାନେ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଯାଇ ତଦନ୍ତ ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସୁପାରିସ କରିବା କଥା। କିନ୍ତୁ ତାହା ଅନେକ ସମୟରେ ହେଉ ନ ଥିବା ଅଭିଯୋଗ ହେଉଛି। ଅତୀତରେ ବିଇଓମାନଙ୍କ ଅବହେଳାକୁ ନେଇ ତତ୍କାଳୀନ ଡିଇଓ ଗୋଟିଏ ପରେ ଗୋଟିଏ ଏହିପରି ୪ଟି ଚିଠି ସହ ତୁରନ୍ତ ତଦନ୍ତ ରିପୋର୍ଟ ସହ ସୁପାରିସ ପତ୍ର ପଠାଇବାକୁ ଲେଖିଥିଲେ। ଏହାସତ୍ତ୍ବେ ବିଳମ୍ବ ଯୋଗୁ ଡିଇଓ ଚରମ ଚିଠି କରିବାରୁ ପରିସ୍ଥିତିରେ ସୁଧାର ଆସିଥିଲା। ସୂଚନାଯୋଗ୍ୟ, ଜିଲା ଶିକ୍ଷା ବିଭାଗ ଅଧୀନରେ ଥିବା ୨୦୦ରୁ ଅଧିକ ବେସରକାରୀ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟାୟକ୍ରମେ ସିଓଆର୍‌ ପାଇଁ ଆବେଦନ କରିଥିଲେ। ସେଗୁଡ଼ିକ ମଧ୍ୟରୁ ଜିଲାର ଅଧିକାଂଶ ପ୍ରମୁଖ ବେସରକାରୀ ଶିକ୍ଷାନୁଷ୍ଠାନକୁ ଜିଲା ଶିକ୍ଷା ବିଭାଗ ପକ୍ଷରୁ କୋହଳ ମନୋଭାବ ପୋଷଣ ପୂର୍ବକ ସିଓଆର୍‌ ଦିଆଯାଇଛି। ପର୍ଯ୍ୟାୟକ୍ରମେ ମଧ୍ୟ ନବୀକରଣ ହେଉଛି। କିନ୍ତୁ ଏହିସବୁ ଶିକ୍ଷାନୁଷ୍ଠାନ ସିଓଆର୍‌ର ସର୍ତ୍ତାବଳୀ ପୂରଣ କରୁ ନ ଥିଲେ ସୁଦ୍ଧା ଧ୍ୟାନ ଦିଆଯାଉନାହିଁ। ନିୟମ ରହିଛି ବେଆଇନ ଭାବେ ଅର୍ଥାତ୍‌ ବିନା ଏନ୍‌ଓସିରେ କୌଣସି ଶିକ୍ଷାନୁଷ୍ଠାନ ଚାଲୁଥିବା ଜଣାପଡ଼ିଲେ ସମ୍ପୃକ୍ତ ସଂସ୍ଥା ତୁରନ୍ତ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବ। ଏହାପରେ ଯେବେ ପୁଣି ବେଆଇନ ଭାବେ ବିଦ୍ୟାଳୟ ଚାଲେ ତେବେ ପ୍ରତିଦିନ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ପଡ଼ିବ। ପ୍ରତି ବେସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨୫% ଗରିବ ଛାତ୍ରୀଛାତ୍ରଙ୍କୁ ନାମ ଲେଖାଇବା ବାଧ୍ୟତାମୂଳକ ଥିଲେ ସୁଦ୍ଧା ତାହା ଅନେକାଂଶରେ କାର୍ଯ୍ୟକାରୀ ହେଉନାହିଁ। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ପୋର୍ଟାଲ ଖୋଲି ନ ଥିବାରୁ ଚଳିତବର୍ଷ ଅନେକ ଶିକ୍ଷାନୁଷ୍ଠାନ ସିଓଆର୍‌ ପାଇଁ ଏ ପର୍ଯ୍ୟନ୍ତ ଆବେଦନ କରିନାହାନ୍ତି। ଯେଉଁଗୁଡ଼ିକୁ ସିଓଆର୍‌ ଦିଆଯାଇଛି ସେଗୁଡ଼ିକ ସମସ୍ତ ସର୍ତ୍ତାବଳୀ ପୂରଣ କରୁଥିଲେ ନବୀକରଣରେ ବାଧା ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?