ଶାଳମଞ୍ଜି ଦେଇଛି ଜୀବିକା

ଚମ୍ପୁଆ,୨୭ା୫: କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡରେ ଶାଳମଞ୍ଜି ଆଦିବାସୀମାନଙ୍କ ଏକ ପ୍ରମୁଖ ଉପାର୍ଜନର ମାଧ୍ୟମ ସାଜିଛି। ଆଦିବାସୀମାନେ ସପରିବାରେ ଏକ ମାସ ଧରି ଶାଳଫୁଲରୁ ମଞ୍ଜି ସଂଗ୍ରହ କରୁଛନ୍ତି। ମାତ୍ର ମଞ୍ଜି ସଂଗ୍ରହ ପରେ ବଜାର ଅଭାବରୁ ସ୍ଥାନୀୟ ବ୍ୟବସାୟୀଙ୍କ ହାତରେ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ମଞ୍ଜି ସଂଗ୍ରହକାରୀ ପରିଶ୍ରମ ତୁଳନାରେ ମୂଲ୍ୟ ପାଉ ନ ଥିବା ବେଳେ ବ୍ୟବସାୟୀ ମାଲାମାଲ ହେଉଛନ୍ତି।
ସୂଚନା ଅନୁଯାୟୀ, ଚମ୍ପୁଆ ବ୍ଲକ୍‌ ଅନ୍ତର୍ଗତ ହୁଞ୍ଜପଶି, କଇଁକା, ମହେଶ୍ୱରପୁର, କଙ୍କଡ଼ାପାଟ, ମିରିଙ୍ଗି, କୁନାପଶି ଆଦି ଗ୍ରାମର ଆଦିବାସୀମାନେ ଶାଳଗଛ ତଥା ସ୍ଥାନୀୟ ଭାଷାରେ ସରଗି ଗଛରୁ ପଡୁଥିବା ଫୁଲକୁ ଝାଡୁ ମାରି ସଂଗ୍ରହ କରିଥାନ୍ତି। ତାହାକୁ ଏକ ସ୍ଥାନରେ ଠୁଳକରି ନିଆଁ ଲଗାଇ ପୋଡ଼ାଯିବା ପରେ ଶକ୍ତଆବରଣ ଖୋଳପାଥିବା ମଞ୍ଜି ସଂଗ୍ରହ କରିଥାଆନ୍ତି। ଏହାକୁ ପୁଣି ଟାଣଖରାରେ ଶୁଖାଇବା ପରେ ଉପର ଆସ୍ତରଣକୁ ଛଡ଼ାଇଥାଆନ୍ତି। ତାହା ମଧ୍ୟରୁ ବାହାରୁଥିବା ମଞ୍ଜିକୁ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାଆନ୍ତି। ଏହି କାର୍ଯ୍ୟ ପ୍ରାୟ ବସନ୍ତ ଋତୁରୁ ଆରମ୍ଭ ହୋଇ ଏକ ମାସ ଧରି ଚାଲିଥାଏ। ପରିବାରର ମହିଳା ପୁରୁଷ ବହୁ ପରିଶ୍ରମ କରି ମଞ୍ଜି ସଂଗ୍ରହରେ ଲାଗିଥାଆନ୍ତି। ପରେ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ଏହାକୁ କିଲୋ ପ୍ରତି ୮ ରୁ ୧୦ ଟଙ୍କା ଦରରେ ବିକ୍ରି କରିଥାଆନ୍ତି। କେତେକ ସ୍ଥାନରେ ଟିଣ ପ୍ରତି ୧୫୦ ରୁ ୨୦୦ ଟଙ୍କାରେ ମଧ୍ୟ ବ୍ୟବସାୟୀ କିଣିଥାଆନ୍ତି। ସ୍ଥାନୀୟ ଅଞ୍ଚଳରେ ପ୍ରଚୁର ଶାଳ ଗଛ ଥିବାରୁ ଆଦିବାସୀମାନେ ଶାଳମଞ୍ଜିକୁ ମୁଖ୍ୟ ଉପାର୍ଜନର ମାଧ୍ୟମ କରିଛନ୍ତି। ମାତ୍ର ସରକାରଙ୍କ ପକ୍ଷରୁ ଶାଳ ମଞ୍ଜି କିଣିବାର କୌଣସି ବ୍ୟବସ୍ଥା ନ ଥିବାରୁ ସଂଗ୍ରହକାରୀମାନେ ବାଧ୍ୟ ହୋଇ ବ୍ୟବସାୟୀଙ୍କ ହାତରେ ମଞ୍ଜିକୁ କମଦରରେ ଟେକିଦେଉଛନ୍ତି। ଶାଳମଞ୍ଜି ଆଦିବାସୀମାନଙ୍କୁ ଆର୍ଥତ୍କ ସ୍ବଚ୍ଛଳ କରୁଥିବାରୁ ଏଥିପ୍ରତି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କାଳିକାପ୍ରସାଦ ପଞ୍ଚାୟତର ହୁଞ୍ଜପଶି ଗ୍ରାମର ଦ୍ରୌପଦୀ ମହାନ୍ତ, କାଣ୍ଡେ ମୁଣ୍ଡା, ମାଣିକର ମହାନ୍ତ ଓ ବିଭୀଷଣ ମହାନ୍ତ ପ୍ରମୁଖ ମଞ୍ଜି ସଂଗ୍ରହକାରୀମାନେ ମତ ଦେଇଛନ୍ତି। ଏ ନେଇ ବନଖଣ୍ଡ ଅଧିକାରୀ ଏଚ୍‌ଡି ହନୁମନ୍ତ କହିଛନ୍ତି, ଶୋଷଣ କରୁଥିବା ବ୍ୟବସାୟୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

-ମହେଶ୍ୱର ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri