ଶାଳମଞ୍ଜି ଦେଇଛି ଜୀବିକା

ଚମ୍ପୁଆ,୨୭ା୫: କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡରେ ଶାଳମଞ୍ଜି ଆଦିବାସୀମାନଙ୍କ ଏକ ପ୍ରମୁଖ ଉପାର୍ଜନର ମାଧ୍ୟମ ସାଜିଛି। ଆଦିବାସୀମାନେ ସପରିବାରେ ଏକ ମାସ ଧରି ଶାଳଫୁଲରୁ ମଞ୍ଜି ସଂଗ୍ରହ କରୁଛନ୍ତି। ମାତ୍ର ମଞ୍ଜି ସଂଗ୍ରହ ପରେ ବଜାର ଅଭାବରୁ ସ୍ଥାନୀୟ ବ୍ୟବସାୟୀଙ୍କ ହାତରେ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ମଞ୍ଜି ସଂଗ୍ରହକାରୀ ପରିଶ୍ରମ ତୁଳନାରେ ମୂଲ୍ୟ ପାଉ ନ ଥିବା ବେଳେ ବ୍ୟବସାୟୀ ମାଲାମାଲ ହେଉଛନ୍ତି।
ସୂଚନା ଅନୁଯାୟୀ, ଚମ୍ପୁଆ ବ୍ଲକ୍‌ ଅନ୍ତର୍ଗତ ହୁଞ୍ଜପଶି, କଇଁକା, ମହେଶ୍ୱରପୁର, କଙ୍କଡ଼ାପାଟ, ମିରିଙ୍ଗି, କୁନାପଶି ଆଦି ଗ୍ରାମର ଆଦିବାସୀମାନେ ଶାଳଗଛ ତଥା ସ୍ଥାନୀୟ ଭାଷାରେ ସରଗି ଗଛରୁ ପଡୁଥିବା ଫୁଲକୁ ଝାଡୁ ମାରି ସଂଗ୍ରହ କରିଥାନ୍ତି। ତାହାକୁ ଏକ ସ୍ଥାନରେ ଠୁଳକରି ନିଆଁ ଲଗାଇ ପୋଡ଼ାଯିବା ପରେ ଶକ୍ତଆବରଣ ଖୋଳପାଥିବା ମଞ୍ଜି ସଂଗ୍ରହ କରିଥାଆନ୍ତି। ଏହାକୁ ପୁଣି ଟାଣଖରାରେ ଶୁଖାଇବା ପରେ ଉପର ଆସ୍ତରଣକୁ ଛଡ଼ାଇଥାଆନ୍ତି। ତାହା ମଧ୍ୟରୁ ବାହାରୁଥିବା ମଞ୍ଜିକୁ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାଆନ୍ତି। ଏହି କାର୍ଯ୍ୟ ପ୍ରାୟ ବସନ୍ତ ଋତୁରୁ ଆରମ୍ଭ ହୋଇ ଏକ ମାସ ଧରି ଚାଲିଥାଏ। ପରିବାରର ମହିଳା ପୁରୁଷ ବହୁ ପରିଶ୍ରମ କରି ମଞ୍ଜି ସଂଗ୍ରହରେ ଲାଗିଥାଆନ୍ତି। ପରେ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ଏହାକୁ କିଲୋ ପ୍ରତି ୮ ରୁ ୧୦ ଟଙ୍କା ଦରରେ ବିକ୍ରି କରିଥାଆନ୍ତି। କେତେକ ସ୍ଥାନରେ ଟିଣ ପ୍ରତି ୧୫୦ ରୁ ୨୦୦ ଟଙ୍କାରେ ମଧ୍ୟ ବ୍ୟବସାୟୀ କିଣିଥାଆନ୍ତି। ସ୍ଥାନୀୟ ଅଞ୍ଚଳରେ ପ୍ରଚୁର ଶାଳ ଗଛ ଥିବାରୁ ଆଦିବାସୀମାନେ ଶାଳମଞ୍ଜିକୁ ମୁଖ୍ୟ ଉପାର୍ଜନର ମାଧ୍ୟମ କରିଛନ୍ତି। ମାତ୍ର ସରକାରଙ୍କ ପକ୍ଷରୁ ଶାଳ ମଞ୍ଜି କିଣିବାର କୌଣସି ବ୍ୟବସ୍ଥା ନ ଥିବାରୁ ସଂଗ୍ରହକାରୀମାନେ ବାଧ୍ୟ ହୋଇ ବ୍ୟବସାୟୀଙ୍କ ହାତରେ ମଞ୍ଜିକୁ କମଦରରେ ଟେକିଦେଉଛନ୍ତି। ଶାଳମଞ୍ଜି ଆଦିବାସୀମାନଙ୍କୁ ଆର୍ଥତ୍କ ସ୍ବଚ୍ଛଳ କରୁଥିବାରୁ ଏଥିପ୍ରତି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କାଳିକାପ୍ରସାଦ ପଞ୍ଚାୟତର ହୁଞ୍ଜପଶି ଗ୍ରାମର ଦ୍ରୌପଦୀ ମହାନ୍ତ, କାଣ୍ଡେ ମୁଣ୍ଡା, ମାଣିକର ମହାନ୍ତ ଓ ବିଭୀଷଣ ମହାନ୍ତ ପ୍ରମୁଖ ମଞ୍ଜି ସଂଗ୍ରହକାରୀମାନେ ମତ ଦେଇଛନ୍ତି। ଏ ନେଇ ବନଖଣ୍ଡ ଅଧିକାରୀ ଏଚ୍‌ଡି ହନୁମନ୍ତ କହିଛନ୍ତି, ଶୋଷଣ କରୁଥିବା ବ୍ୟବସାୟୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

-ମହେଶ୍ୱର ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?