ନିରାଶ ହେଲେ ତେନ୍ତୁଳିଖୁଣ୍ଟିବାସୀ

ତେନ୍ତୁଳିଖୁଣ୍ଟ,୨୭ା୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି, ପାପଡ଼ାହାଣ୍ଡି ଓ କୋଷାଗୁମୁଡ଼ା ବ୍ୟତୀତ ଅନ୍ୟ ୭ ବ୍ଲକରେ ଯୁକ୍ତ ୩ ମହାବିଦ୍ୟାଳୟ (ସରକାରୀ, ଅନୁଦାନପ୍ରାପ୍ତ ନ ହେଲେ ଘରୋଇ) ରହିଛି। ପାପଡ଼ାହାଣ୍ଡି ଓ କୋଷାଗୁମୁଡ଼ା ବ୍ଲକରେ ଯୁକ୍ତ ୩ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସବୁଜ ସଙ୍କେତ ମିଳିଥିବା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ ତଥା ଡାବୁଗାଁ ବିଧାୟକ କହିଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକରେ ଉଚ୍ଚ ଶିକ୍ଷା ପାଇଁ ଯୁକ୍ତ୨ ମାଧ୍ୟମିକ ବିଦ୍ୟାଳୟ ବ୍ୟତୀତ କିଛି ନାହିଁ। ଯୁକ୍ତ ୩ ପଢ଼ିବାକୁ ହେଲେ ୪୦ କି.ମି. ଦୂର ନବରଙ୍ଗପୁର ବିନୋଦ ବିହାରୀ ମହାବିଦ୍ୟାଳୟ, ନବରଙ୍ଗପୁର ଡିଗ୍ରୀ କଲେଜ ଅବା ମହିଳା ମହାବିଦ୍ୟାଳୟରେ ନାମ ଲେଖାଇବାକୁ ପିଲାମାନେ ବାଧ୍ୟ। ଗରିବ ଶ୍ରେଣୀର ଛାତ୍ରୀଛାତ୍ର ଯୁକ୍ତ ୨ ପରେ ଦୂରରେ ଯାଇ ପଢିବାକୁ ସକ୍ଷମ ହେଉ ନ ଥିବାରୁ ବାଧ୍ୟହୋଇ ତାଙ୍କ ପାଠପଢ଼ାରେ ଡୋରି ବନ୍ଧାହେଉଛି। ଆଇଟିଆଇ କଲେଜଟିଏ ମଧ୍ୟ ଏଠାରେ ନାହିଁ। କୌଶଳ ବୃଦ୍ଧି ତାଲିମ କେନ୍ଦ୍ର ପାଇଁ ତତ୍କାଳୀନ ଜିଲାପାଳ ଶିବବ୍ରତ ଦାସ ପୁରୁଣା ନବୋଦୟ କୋଠାର ଶୁଭ ଦେଇଥିଲେ। ତାହା ଇନ୍ଦ୍ରାବତୀ କେନାଲ ତଳମୁଣ୍ଡକୁ ଜଳ ସଚନ ସୁବିଧା ଯୋଗାଇବା ଭଳି ଫଳକରେ ହିଁ ରହିଗଲା।
ତେନ୍ତୁଳିଖୁଣ୍ଟି ବ୍ଲକରେ ୨୦ଟି ଉଚ୍ଚ ବିଦ୍ୟାଳୟ ଥିବାବେଳେ କେବଳ ଗୋଟିଏ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଏଠି କଳାରେ ୨୫୬ ଓ ବିଜ୍ଞାନରେ ୧୨୮ ସିଟ ଅଛି। ବ୍ଲକରେ ଗୋଟିଏ ଘରୋଇ ଅରବିନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ୬୪ ସିଟ ରହିଛି। ଜିଲା ସାକ୍ଷରତା ହାର ତେନ୍ତୁଳିଖୁଣ୍ଟି ବ୍ଲକରେ ସର୍ବାଧିକ। ତଥାପି ଏଠାରେ ଯୁକ୍ତ ୩ ଓ ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ ଉଦ୍ୟମ ନ ହେବା ଉଦ୍‌ବେଗଜନକ। ପଡୋଶୀ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକରେ ଯୁକ୍ତ ୩ ମହାବିଦ୍ୟାଳୟ ପାଇଁ ମଧ୍ୟ ସବୁଜ ସଙ୍କେତ ମିଳିଛି। ତେନ୍ତୁଳିଖୁଣ୍ଟି ବ୍ଲକରେ ଅଧିକାଂଶ ଛାତ୍ରୀଛାତ୍ର ତଫସିଲଭୁକ୍ତ ଜାତି ଓ ଜନଜାତି ବର୍ଗର। ରାଜ୍ୟରେ ଯୁକ୍ତ ୩ କଲେଜ ନ ଥିବା ହାତଗଣତି ବ୍ଲକ ମଧ୍ୟରେ ତେନ୍ତୁଳିଖୁଣ୍ଟି ଅନ୍ୟତମ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ବିଧାନସଭାରେ କହିବା ପରେ ବ୍ଲକ ବାସୀଙ୍କୁ ବେଶ୍‌ ଆଘାତ ଲାଗିଛି। ସ୍ଥାନୀୟ ଜନ ପ୍ରତିନିଧିଙ୍କ ଦୁର୍ବଳତା ନେଇ ଚର୍ଚ୍ଚା ହେଉଛି। ଏହା ମଧ୍ୟରେ ବର୍ତ୍ତମାନ କୋଷାଗୁମୁଡ଼ା ଓ ପାପଡାହାଣ୍ଡି ବ୍ଲକ ପାଇଁ ସବୁଜ ସଙ୍କେତ ମିଳିଛି। ଏହା କାହା ଅପାରଗତା ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଏ ନେଇ ବିଧାୟକ ସଦାଶିବ ପ୍ରଧାନୀଙ୍କୁ ପଚାରିବାରୁ କହିଲେ, ତେନ୍ତୁଳିଖୁଣ୍ଟି ବ୍ଲକରେ ଆଗାମୀ ଦିନରେ ଯୁକ୍ତ ୩ ମହାବିଦ୍ୟାଳୟ ଖୋଲିବ। କିନ୍ତୁ ଚଳିତ ଶିକ୍ଷା ବର୍ଷରେ କି ଆସନ୍ତା ଶିକ୍ଷା ବର୍ଷରେ ସେ ତାହା ସ୍ପଷ୍ଟ କଲେନାହିଁ। ସୂଚନା ଥାଉକି ବର୍ତ୍ତମାନ ଯେଉଁ ବ୍ଲକରେ ଯୁକ୍ତ ୩ କଲେଜ ନାହିଁ ସେଠାରେ ନୂତନ କଲେଜ ଖୋଲିବା ନେଇ କୌଣସି ଯୋଜନା ନ ଥିବା ବିଧାନସଭାରେ ମନ୍ତ୍ରୀ କହିଥିଲେ। କିନ୍ତୁ ଡାବୁଗାଁ ବିଧାୟକଙ୍କ ନିର୍ବାଚନୀମଣ୍ଡଳୀର ଦୁଇ ବ୍ଲକରେ ନୂତନ କଲେଜ ଖୋଲିବା ପାଇଁ ସବୁଜ ସଙ୍କେତ ମିଳିଛି। ତେନ୍ତୁଳିଖୁଣ୍ଟି ବ୍ଲକ ଏବେ ଏଥିରୁ ବଞ୍ଚତ୍ତ। ଏ ନେଇ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ଏମ୍‌ପି ରମେଶ ମାଝିଙ୍କୁ ଯୋଗାଯୋଗ କରିବାରୁ ଆମର ଏକ କମିଟି ଗଠନ ହୋଇଛି। ଜିଲାରେ ଉଚ୍ଚଶିକ୍ଷାର ବିକାଶ ପାଇଁ ଖୁବ୍‌ଶୀଘ୍ର ଭଲ ଖବର ମିଳିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri