ଉପରମୁଣ୍ଡରେ ଅପବ୍ୟବହାର, ତଳମୁଣ୍ଡରେ ହାହାକାର

ଖଇରା,୨୭ା୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ଗ୍ରାମରେ ଥିବା ପାନୀୟଜଳ ପ୍ରକଳ୍ପ ସମସ୍ତ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇପାରୁନାହିଁ। ପାହାଡ଼ ପାଦଦେଶରେ ଥିବା ଏହି ଅଞ୍ଚଳରେ ଜଳସ୍ତର ବହୁ ତଳେ ଥିବାରୁ ଠିକ୍‌ ଭାବେ ପମ୍ପିଂ ହୋଇପାରୁନି। ଉପରମୁଣ୍ଡର ଲୋକେ ପାଣିର ଅପଚୟ କରୁଥିବା ଯୋଗୁ ତଳମୁଣ୍ଡରେ ଥିବା ଶତାଧିକ ପରିବାର ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ କଲୋନୀ ସାହି, ଆମ୍ବହତା ଓ ଗଡ଼ସାହିର ବାସିନ୍ଦା ଦାବି କରିଛନ୍ତି।
ଉକ୍ତ ପ୍ରକଳ୍ପ ଉପରେ ପାଖାପାଖି ୧ହଜାର ପରିବାର ପାନୀୟ ଜଳ ପାଇଁ ନିର୍ଭର କରିଥାନ୍ତି। ଗ୍ରୀଷ୍ମଋତୁରେ ଏହି ପାହାଡିଆ ଅଞ୍ଚଳରେ ଜଳ ୭୫ମିଟର ତଳକୁ ଖସିଯାଇଥାଏ। ଏହି କାରଣରୁ ଚଳିତବର୍ଷ ମଧ୍ୟ ଜଳର ପ୍ରେସର ଠିକ୍‌ ଠାକ୍‌ ରହୁ ନ ଥିବାରୁ ସଂରକ୍ଷଣ ପାଇଁ ନିର୍ମିତ ଟାଙ୍କି ପ୍ରାୟ ଖାଲିପଡୁଛି ା ଏଣୁ ପାଣି ସିଧାସଳଖ ପମ୍ପରୁ ଉଠାଇ ବିଭିନ୍ନ ଗ୍ରାମକୁ ଯୋଗାଇ ଦିଆଯାଉଛି। ହେଲେ ଉପର ମୁଣ୍ଡରେ ଥିବା ଗ୍ରାମବାସୀ ଜଳକୁ ନିଜ ବାଡ଼ିବଗିଚା, ରବି ଫସଲ, ଶାଗମନ୍ଦାକୁ ମଡ଼ାଇ ଅଯଥା ଅପଚୟ କରୁଥିବା କାରଣରୁ ତଳମୁଣ୍ଡରେ ପାଣି ପହଞ୍ଚି ପାରୁ ନ ଥିବା ତଳମୁଣ୍ଡର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଶେଷକରି କଲୋନୀସାହିରେ ପାଣି ପାଇଁ ଏବେ ହାହାକାର ପଡ଼ିଯାଇଛି। ସବୁଠାରୁ ବିଡ଼ମ୍ବନାର ବିଷୟ ହେଲା ଆଉଟପୋଷ୍ଟ ଟ୍ୟାପ ଗୁଡ଼ିକରେ କଳଗୁଡ଼କୁ ଯେତେଥର ନୂଆ ଲଗାଯାଉଛି  କେତେଜଣ ବ୍ୟକ୍ତି ବାଡିକୁ ପାଣି ନେବାକୁ ଏଗୁଡିକୁ ଭାଙ୍ଗି ନଷ୍ଟ କରୁଥିବା କୁହାଯାଉଛି। ଏଥିପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଶାନ୍ତିଲତା ନାହାକ, ବାସନ୍ତୀଲତା ନାହାକ, ପାଗଳ ନାହାକ, ନନ୍ଦ ନାହାକ ଓ ଝରଣା ନାହାକ ପ୍ରମୁଖ ଦାବି କରିଛନ୍ତି ା ଖରାଦିନେ ଘରୋଇ ନଳକୂପଗୁଡିକ ଅଚଳ ହୋଇ ପଡୁଥିବାରୁ ବାଧ୍ୟ ହୋଇ ସେମାନେ ସାହିଠାରୁ ଦୂରରେ ଥିବା ସୋଲାର ପମ୍ପରୁ ପାଣି ଆଣିବାକୁ ପ୍ରତିଯୋଗିତା କରୁଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବାସନ୍ତୀ ମହାନ୍ତିଙ୍କୁ ଯୋଗାଯୋଗ କରାଯିବାରେ ସେ ମଧ୍ୟ ସମାନ ଅଭିଯୋଗ ଆଣି ଯେତେଥର ନୂତନ ଭାବେ ଟ୍ୟାପଗୁଡିକ ଲଗାଯାଉଛି  କିଛି ଦିନ ଭିତରେ ସେଗୁଡିକୁ ନଷ୍ଟ କରିଦିଆଯିବା ଏବଂ ପାନୀୟ ଜଳ ଅପବ୍ୟବହାର ପାଇଁ ଲୋକମାନଙ୍କୁ ଠିକ୍‌ ଭାବେ ଜଳବଣ୍ଟନ କରାଯାଇ ପାରୁ ନ ଥିବା କହିଛନ୍ତି ା ଏଥିପାଇଁ ପଞ୍ଚାୟତ ଉପରେ ଅଧିକ ଚାପ ପଡୁଥିବା ସେ ଉଲ୍ଲେଖ କରୁଛନ୍ତି ା

Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?