ଉପରମୁଣ୍ଡରେ ଅପବ୍ୟବହାର, ତଳମୁଣ୍ଡରେ ହାହାକାର

ଖଇରା,୨୭ା୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ଗ୍ରାମରେ ଥିବା ପାନୀୟଜଳ ପ୍ରକଳ୍ପ ସମସ୍ତ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇପାରୁନାହିଁ। ପାହାଡ଼ ପାଦଦେଶରେ ଥିବା ଏହି ଅଞ୍ଚଳରେ ଜଳସ୍ତର ବହୁ ତଳେ ଥିବାରୁ ଠିକ୍‌ ଭାବେ ପମ୍ପିଂ ହୋଇପାରୁନି। ଉପରମୁଣ୍ଡର ଲୋକେ ପାଣିର ଅପଚୟ କରୁଥିବା ଯୋଗୁ ତଳମୁଣ୍ଡରେ ଥିବା ଶତାଧିକ ପରିବାର ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ କଲୋନୀ ସାହି, ଆମ୍ବହତା ଓ ଗଡ଼ସାହିର ବାସିନ୍ଦା ଦାବି କରିଛନ୍ତି।
ଉକ୍ତ ପ୍ରକଳ୍ପ ଉପରେ ପାଖାପାଖି ୧ହଜାର ପରିବାର ପାନୀୟ ଜଳ ପାଇଁ ନିର୍ଭର କରିଥାନ୍ତି। ଗ୍ରୀଷ୍ମଋତୁରେ ଏହି ପାହାଡିଆ ଅଞ୍ଚଳରେ ଜଳ ୭୫ମିଟର ତଳକୁ ଖସିଯାଇଥାଏ। ଏହି କାରଣରୁ ଚଳିତବର୍ଷ ମଧ୍ୟ ଜଳର ପ୍ରେସର ଠିକ୍‌ ଠାକ୍‌ ରହୁ ନ ଥିବାରୁ ସଂରକ୍ଷଣ ପାଇଁ ନିର୍ମିତ ଟାଙ୍କି ପ୍ରାୟ ଖାଲିପଡୁଛି ା ଏଣୁ ପାଣି ସିଧାସଳଖ ପମ୍ପରୁ ଉଠାଇ ବିଭିନ୍ନ ଗ୍ରାମକୁ ଯୋଗାଇ ଦିଆଯାଉଛି। ହେଲେ ଉପର ମୁଣ୍ଡରେ ଥିବା ଗ୍ରାମବାସୀ ଜଳକୁ ନିଜ ବାଡ଼ିବଗିଚା, ରବି ଫସଲ, ଶାଗମନ୍ଦାକୁ ମଡ଼ାଇ ଅଯଥା ଅପଚୟ କରୁଥିବା କାରଣରୁ ତଳମୁଣ୍ଡରେ ପାଣି ପହଞ୍ଚି ପାରୁ ନ ଥିବା ତଳମୁଣ୍ଡର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଶେଷକରି କଲୋନୀସାହିରେ ପାଣି ପାଇଁ ଏବେ ହାହାକାର ପଡ଼ିଯାଇଛି। ସବୁଠାରୁ ବିଡ଼ମ୍ବନାର ବିଷୟ ହେଲା ଆଉଟପୋଷ୍ଟ ଟ୍ୟାପ ଗୁଡ଼ିକରେ କଳଗୁଡ଼କୁ ଯେତେଥର ନୂଆ ଲଗାଯାଉଛି  କେତେଜଣ ବ୍ୟକ୍ତି ବାଡିକୁ ପାଣି ନେବାକୁ ଏଗୁଡିକୁ ଭାଙ୍ଗି ନଷ୍ଟ କରୁଥିବା କୁହାଯାଉଛି। ଏଥିପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଶାନ୍ତିଲତା ନାହାକ, ବାସନ୍ତୀଲତା ନାହାକ, ପାଗଳ ନାହାକ, ନନ୍ଦ ନାହାକ ଓ ଝରଣା ନାହାକ ପ୍ରମୁଖ ଦାବି କରିଛନ୍ତି ା ଖରାଦିନେ ଘରୋଇ ନଳକୂପଗୁଡିକ ଅଚଳ ହୋଇ ପଡୁଥିବାରୁ ବାଧ୍ୟ ହୋଇ ସେମାନେ ସାହିଠାରୁ ଦୂରରେ ଥିବା ସୋଲାର ପମ୍ପରୁ ପାଣି ଆଣିବାକୁ ପ୍ରତିଯୋଗିତା କରୁଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବାସନ୍ତୀ ମହାନ୍ତିଙ୍କୁ ଯୋଗାଯୋଗ କରାଯିବାରେ ସେ ମଧ୍ୟ ସମାନ ଅଭିଯୋଗ ଆଣି ଯେତେଥର ନୂତନ ଭାବେ ଟ୍ୟାପଗୁଡିକ ଲଗାଯାଉଛି  କିଛି ଦିନ ଭିତରେ ସେଗୁଡିକୁ ନଷ୍ଟ କରିଦିଆଯିବା ଏବଂ ପାନୀୟ ଜଳ ଅପବ୍ୟବହାର ପାଇଁ ଲୋକମାନଙ୍କୁ ଠିକ୍‌ ଭାବେ ଜଳବଣ୍ଟନ କରାଯାଇ ପାରୁ ନ ଥିବା କହିଛନ୍ତି ା ଏଥିପାଇଁ ପଞ୍ଚାୟତ ଉପରେ ଅଧିକ ଚାପ ପଡୁଥିବା ସେ ଉଲ୍ଲେଖ କରୁଛନ୍ତି ା

Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri