ବନ୍ଧାହେବେ ଦୁର୍ନୀତିଗ୍ରସ୍ତ ଅଧିକାରୀ

ଭାପୁର,୨୭ା୫ (ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକ ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚିତ। କେତେବେଳେ ଗୋଟିଏ ଶହେ ମିଟର ରାସ୍ତାକୁ ୨୧ ଥର ବିଲ କରି ତ କେତେବେଳେ ନାଳ ଭିତରେ ପୋଖରୀ ଖୋଳି। ପୁଣି କେତେବେଳେ କୂଅ, ପୋଖରୀ, ଆବାସ ଗୃହ ନିର୍ମାଣ ନ କରି ଫଲସ୍‌ ବିଲ୍‌ କରି ଅର୍ଥ ହଡ଼ପ କରିବାକୁ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏପରି କି ଭାପୁର ବ୍ଲକରୁ ୮୦କୋଟି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରାୟ ୭୭ ଲକ୍ଷ ଟଙ୍କା ଅସୁଲ ହୋଇଥିବା ଜଣାପଡ଼ିଛି। ଭାପୁର ବ୍ଲକରେ ଦୀର୍ଘବର୍ଷ ଧରି ରାଜନୈତିକ ମହଲରେ ସରଗରମ ରହିଛି। କରିତକମା ଅଧିକାରୀ ଜନତାଙ୍କ ଟିକସ ଅର୍ଥରେ କିଛି କାମ ନ କରି ବାଟମାରଣା କରି ଅର୍ଥକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଦୀର୍ଘଦିନ ଛକାପଞ୍ଝା ପରେ ନିକଟରେ ଲୋକାୟୁକ୍ତ ଓ ରାଜ୍ୟ ସରକାରଙ୍କ ଚାପରେ ଜିଲା ପ୍ରଶାସନ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲା। ଏହିକ୍ରମରେ ଭାପୁର ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ରଣଜିତ କୁମାର ମଲ୍ଲିକ ଫତେଗଡ ଥାନାରେ ଏତଲା ଦେଇଥିଲେ। ଏହାକୁ ନେଇ ପୋଲିସ ପକ୍ଷରୁ ଗୁରୁତର ଭାବେ ନେବା ସହ ଏକ ନଂ. ୧୩୦/୨୩ରେ ମାମଲା ରୁଜୁ କରି ତଦନ୍ତରେ ତତ୍ପରତା ଦେଖାଇଛି। ଫତେଗଡ ପୋଲିସ ପକ୍ଷରୁ ଖୁବ୍‌ଶୀଘ୍ର ଦୁର୍ନୀତିଗ୍ରସ୍ତ ଅଧିକାରୀ, ଯନ୍ତ୍ରୀ ଗିରଫ ହେବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳୁଛି। ପୋଲିସ ପକ୍ଷରୁ ବିଭିନ୍ନ ରେକର୍ଡ ଫାଇଲ ଜବତ କରିବା ସହ ୨ଦିନ ଧରି ବ୍ଲକ ପରିସରରେ ଜୋରଦାର ତଦନ୍ତ ଚାଲୁ ରହିଛି। ସୂଚନା ଅନୁଯାୟୀ ଭାପୁର ବ୍ଲକ ଫତେଗଡ ପଞ୍ଚାୟତ ପରିସରରେ ମିଶନ ଶକ୍ତି ଗୃହ ନିର୍ମାଣ ନ କରି ୪ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିଲା। ନୟାଗଡ଼ ଜିଲା ପ୍ରଶାସନର ତଦନ୍ତ ପରେ ୩ଜଣ ସରକାରୀ କର୍ମଚାରୀଙ୍କଠାରୁ ଟଙ୍କା ଅସୁଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଟଙ୍କା ଭାପୁର ବ୍ଲକର ତତ୍କାଳୀନ ବିଡିଓ ସତ୍ୟ ସୁନ୍ଦର ରାଉତ, ସହକାରୀ ଯନ୍ତ୍ରୀ ବୃନ୍ଦାବନ ବରିହା ଓ ତତ୍କାଳୀନ ଯନ୍ତ୍ରୀ ପ୍ରମୋଦ କୁମାର ସେଠୀଙ୍କଠାରୁ ଆଦାୟ ପାଇଁ ପିଡି ସୁବାସ ରାୟ ନିର୍ଦ୍ଦେଶ ଦେଇଥିଲେ। ଘଟଣାରୁ ପ୍ରକାଶ, ନୟାଗଡ ଜିଲା ଭାପୁର ବ୍ଲକରେ ମିଶନ ଶକ୍ତି ପକ୍ଷରୁ ଆସିଥିବା ଅର୍ଥରେ ଗୃହ ନିର୍ମାଣ ନ ହୋଇ ଅର୍ଥ ଆତ୍ମସାତ ହୋଇଥିବା ମିଶନ ଶକ୍ତି କମିଶନଙ୍କ ନିକଟରେ ପୂର୍ବରୁ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ରାତିଅଧିଆ ଭିଏଲ୍‌ଡବ୍ଲ୍ୟୁ ଘରକୁ ରଙ୍ଗ ବୋଳି ମିଶନ ଶକ୍ତି ଗୃହ ଲେଖା ହୋଇଥିଲା। ପୁଣି ତାହାକୁ ପରବର୍ତ୍ତୀ ସମୟରେ ଲିଭା ହୋଇଥିବା ଅଭିଯୋଗ ହୋଇଥିଲା। ଭାପୁର ବ୍ଲକ ଫତେଗଡ ପଞ୍ଚାୟତର ମା’ ଭଗବତୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ସାଇ ଦୁର୍ଗା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ମା’ କାଳିକା ସ୍ବୟଂ ସହାୟକ ଗୋଷ୍ଠୀ ରାଜ୍ୟ ମିଶନ ଶକ୍ତି କମିଶନଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଗୃହ ନିର୍ମାଣ ପାଇଁ ମିଶନ ଶକ୍ତି ବିଭାଗରୁ ଆସିଥିବା ୪ ଲକ୍ଷ ୫୦ହଜାର ଟଙ୍କା ଆସିଥିଲା। ଏଥିରେ ଗୃହ ନିର୍ମାଣ ନ ହୋଇ ଟଙ୍କା ହଡପ କରାଯାଇଛି। ଏହି ଅର୍ଥକୁ କର୍ମଚାରୀମାନେ ମିଥ୍ୟା ବିଲ୍‌ କରି ହରିଲୁଟ କରିଛନ୍ତି। ଏହି ଅଭିଯୋଗ ପାଇଲା ପରେ ରାଜ୍ୟ ମିଶନ ଶକ୍ତିର କମିଶନର ସୁଜାତା ଆର୍‌ କାର୍ତ୍ତିକେୟନଙ୍କ ନିକଟରେ ଅଭିଯୋଗ ଉପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ପରେ ମିଶନ ଶକ୍ତି ଗୃହ ନିର୍ମାଣ ନ କରି ଫଲସ୍‌ ବିଲ୍‌ କରାଯାଇଥିବା ଜଣାପଡ଼ଥିଲା। ବ୍ଲକର ଭାପୁର ପଞ୍ଚାୟତ ଖରିରିଗାଡ଼ିଆ ଗଁାରେ ରାସ୍ତା ଓ ପୋଖରୀ ନ ଖୋଳି ୨୪ଲକ୍ଷ ଟଙ୍କା ରିକଭରି ହୋଇଥିଲା। ବିଜିପୁର ଠାକୁର ଘର ଫଲସ୍‌ ବିଲ୍‌ ଘଟଣାରେ ୨ଲକ୍ଷ, ଶାସନ ପଞ୍ଚାୟତରେ ନାଳ ଭିତରେ ପୋଖରୀ ଖୋଳାରେ ୪ଲକ୍ଷ, ବାଉଁଶବାଟୀ ଓ ପଦ୍ମାବତୀ ପଞ୍ଚାୟତରେ ଫଲସ୍‌ ବିଲ୍‌ ଘଟଣାରେ ଅର୍ଥ ଅସୁଲ ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଏହାକୁ ନେଇ ବୃଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?