ମିଲେଟ୍‌ ମିଶନ କାର୍ଯ୍ୟକାରିତା ନେଇ ସନ୍ଦେହ

ଯୋଡ଼ା,୨୭ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ରେ ଓଡ଼ିଶା ମିଲେଟ୍‌ ମିଶନ କାର୍ଯ୍ୟକାରିତା ନେଇ ସନ୍ଦେହ ଉପୁଜିଛି। ଯୋଜନା ମାଧ୍ୟମରେ ଅନେକ କୋଟି ଖର୍ଚ୍ଚ ହେଉଛି। ଚାଷୀଙ୍କୁ ଉତ୍ସାହିତ କରିବାକୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଯୋଡ଼ା ବ୍ଲକ୍‌ରେ କିଛି ଅଧିକାରୀ ଓ ଏନଜିଓ ସଂସ୍ଥାର ଉଦାସୀନତା କାରଣରୁ ପ୍ରୋତ୍ସାହନ ରାଶି ମିଳୁ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଏନ୍‌ଜିଓ ସଂସ୍ଥାର ଜିଲା ମୁଖ୍ୟ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଫଳ ମିଳି ପାରିନାହିଁ।
ଅନୁଯାୟୀ, ବ୍ଲକ୍‌ରେ ଓଡ଼ିଶା ମିଲେଟ୍‌ ମିଶନ ତରଫରୁ କ୍ଷୁଦ୍ର ଶସ୍ୟ ଚାଷ ପାଇଁ ଏସ୍‌ଜି ଫାଉଣ୍ଡେଶନ ନାମକ ଏକ (ଏନ୍‌ଜିଓ) ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଯୋଜନା ମାଧ୍ୟମରେ ବ୍ଲକ୍‌ର କ୍ଷୁଦ୍ର ଚାଷୀଙ୍କୁ ମାଣ୍ଡିଆ, ବାଜରା, ଗଙ୍ଗେଇ, ସର୍ଗମ, କାଞ୍ଜୁ ପ୍ରଭୃତି କ୍ଷୁଦ୍ର ଶସ୍ୟ ଚାଷ କରାଇବା ଏହାର ମୂଳ ଉଦ୍ଦେଶ୍ୟ। ଏଥି ପାଇଁ ପ୍ରାୟ ୨.୫ହେକ୍ଟର ଜମିରେ କ୍ଷୁଦ୍ର ଶସ୍ୟ ଚାଷ କରୁଥିବା ଚାଷୀଙ୍କୁ ପ୍ରାୟ ୧୦ ହଜାର ଟଙ୍କାରୁ ଊଦ୍ଧର୍‌ବ ରାଶି ଦିଆଯିବାର ଗାଇଡ୍‌ଲାଇନ ରହିଛି। ପୁଟୁଗାଁ ଅଞ୍ଚଳର ରାଧେଶ୍ୟାମ ମୁଣ୍ଡା ପ୍ରାୟ ୭ ଏକର ଜମିରେ କ୍ଷୁଦ୍ର ଶସ୍ୟ ଚାଷ କରିଥିଲେ ହେଁ ତାଙ୍କୁ ରାଶି ପ୍ରଦାନ କରାଯାଇ ନ ଥିବା ଅଭିଯୋଗ କରିଛନ୍ତି। ସେହିପରି କମଳପୁର, ଜଜାଙ୍ଗ, ଗୁରୁତୁଆଁ, ଦେଓଝର, ମହାଦେବ ନସା, ଜାମୁ କୁଣ୍ଡିଆ, କଣ୍ଡରା, ନାରାୟଣପୁର, ପଞ୍ଚନାନପୁର୍‌ ପ୍ରଭୃତି ଅଞ୍ଚଳର ଚାଷୀମାନେ ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି। କିଛି ଚାଷୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଚାଷୀ ଚତୁର୍ଭୁଜ ବେହେରା କହିଛନ୍ତି, ଫାଉଣ୍ଡେଶନ ପକ୍ଷରୁ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ କୌଣସି ଗୁରୁତ୍ୱ ଦିଆଯାଉନାହିଁ। ଏ ସମ୍ପର୍କରେ ଫାଉଣ୍ଡେଶନର ବ୍ଲକ୍‌ ଆସିଷ୍ଟାଣ୍ଟ କୋ ଓର୍ଡିନେଟର ବିଦିତା ସେଣ୍ଢ କହିଛନ୍ତି, ଶୁକ୍ରବାର କାନପୁରରେ କ୍ଷେତ୍ର ଦିବସ ପାଳନ କରାଯାଇ ମାଣ୍ଡିଆ ଚାଷ ସମ୍ପର୍କିତ ସଚେତନ କରାଯାଇଥିଲା। କାହାକୁ ପ୍ରୋତ୍ସାହନ ରାଶି ମିଳିଛି କିମ୍ବା କାହାକୁ ମିଳିନାହିଁ, ସେ ସମ୍ପର୍କରେ ସେ ଜାଣି ନାହାନ୍ତି। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥାଏ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri