ଏସ୍‌ଏଚ୍‌ଜିଙ୍କୁ ସ୍ବାବଲମ୍ବୀ କରିଛି ଅଣ୍ଡାଦିଆ କୁକୁଡ଼ା ପାଳନ କେନ୍ଦ୍ର

ଫୁଲବାଣୀ ଅଫିସ,୨୭ା୫: ରାଜ୍ୟ ସରକାର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାକୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାଧ୍ୟମରେ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ୬ଟି ବ୍ଲକରେ ୧୧ଟି ଅଣ୍ଡାଦିଆ କୁକୁଡା ପାଳନ କେନ୍ଦ୍ର ସ୍ଥାପନ କରାଯାଇ ଏହାକୁ ଏସ୍‌ଏଚ୍‌ଜିଙ୍କୁ ହସ୍ତାନ୍ତର କରାଯାଇଛି। ମହିଳାମାନେ ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷରେ ଜିଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ନିର୍ଦ୍ଦେଶରେ ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ତତ୍ୱାବଧାନରେ ପ୍ରାଣୀ ସମ୍ପଦ ବିକାଶ ଓ ଓଡିଶା ଜୀବୀକା ମିଶନ ସହଭାଗିତାରେ ବାଲିଗୁଡା, କ.ନୂଆଗାଁ, ଚକାପାଦ, ତୁମୁଡିବନ୍ଧ, କୋଟଗଡ, ଦାରିଙ୍ଗିବାଡି ବ୍ଲକରେ ଅଣ୍ଡାଦିଆ କୁକୁଡା ପାଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୬ଟି ବ୍ଲକରେ ୧୧ଟି ଅଣ୍ଡାଦିଆ କୁକୁଡା ପାଳନ କେନ୍ଦ୍ର ସ୍ଥାପନ କରାଯାଇଛି ା ପ୍ରତ୍ୟେକ ଅଣ୍ଡା ଦିଆ କୁକୁଡା ପାଳନ କେନ୍ଦ୍ରରେ କୁକୁଡା ଘର ମରାମତି, ବୋରୱେଲ ଖନନ, ବୁଦ୍ୟୁତ୍‌ ସଂଯୋଗୀକରଣ, ୧୦୦୦ କୁକୁଡା କ୍ଷମତା ବିଶିଷ୍ଟ କେଜ ଯୋଗାଣ, ୧୪ ସପ୍ତାହ ଅବଧିରେ ୫୦୦ କୁକୁଡା ପ୍ରଦାନ, ୨୫୫୦ କିଲେଗ୍ରାମ କୁକୁଡା ଦାନା ପ୍ରଦାନ ଆଦି ସମସ୍ତ ସହାୟତା ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଛି। ବର୍ତ୍ତମାନ ସମୟରେ ଦୈନିକ ହାରାହାରି ୪୨୦ରୁ ୪୩୦ ଅଣ୍ଡା କୁକୁଡା ଦେଉଥିବା ବେଳେ ଏହା ଗୋଟିକୁ ୫ଟଙ୍କା ଦରରେ ନିକଟସ୍ଥ ବଜାର ଓ ବ୍ୟବସାୟୀଙ୍କୁ ବିକ୍ରି କରାଯାଉଛି। ହାରାହାରି ଦୈନିକ ୨୧୫୦ ଟଙ୍କା ମହିଳାମାନେ ରୋଜଗାର କରୁଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦୈନିକ ୩୨୫ ଟଙ୍କା ଲାଭ ମିଳୁଛି। ଆଗାମୀ ଦିନରେ ଅଣ୍ଡା ଦେବା ହାର ବଢ଼ିବ ଓ ରୋଜଗାର ବଢ଼ିବ ବୋଲି ମା’ ମାନେ ଆଶାବାଦୀ ଅଛନ୍ତି। ଓଡିଶା ଜୀବୀକା ମିଶନ ଆର୍ଥିକ ସହଯୋଗରେ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ବୈଷୟିକ ସହଯୋଗରେ ଆଉ ୫୦୦ ଅଣ୍ଡାଦିଆ କୁକୁଡା ଓ ଦାନା କ୍ରୟ କରି ବ୍ୟବସାୟ ବଢ଼ାଇବା ପାଇଁ ସ୍ବୟଂ ସହାୟିକା ଗୋଷ୍ଠିର ମା’ମାନେ ଆଗ୍ରହୀ ଅଛନ୍ତି। କୁକୁଡା ଦାନା କ୍ରୟ ନିମନ୍ତେ ବାହାର ଜିଲା ଉପରେ ନିର୍ଭର କରିବାକୁ ପଡୁ ଥିବାରୁ ଦାନା ଖର୍ଚ୍ଚ ଅଧିକ ପଡୁଛି। ତେଣୁ ଜିଲାରେ ଏକ ଦାନା ପ୍ରସ୍ତୁତି କେନ୍ଦ୍ର ଖୋଲିବା ପାଇଁ ମା’ମାନେ ଜିଲା ପ୍ରଶାସନକୁ ଅବଗତ କରିଛନ୍ତି।ବାଟାଗୁଡା ଗ୍ରାମର ଲକ୍ଷ୍ମୀବାଇ ସ୍ବୟଂ ସହାୟିକା ଗୋଷ୍ଠୀ ସଭାପତି ସୁଲତା ମଳିକ, ସମ୍ପାଦିକା ଲୁପୁଙ୍ଗି ମଳିକ, ସଦସ୍ୟ ନରଜୀନି ମଳିକ, ନିଖଜୀନି ଦିଗାଳ, ଟେଙ୍ଗ ଦିଗାଳ, ସୁମତି ଦିଗାଳ, ତୁଳସୀ ଦିଗାଳ ପ୍ରମୁଖ କୁହନ୍ତି ଆମେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସମସ୍ତ ପ୍ରକାର ସହାୟତା ଏବଂ ସହଯୋଗ ପାଇଛୁ। ଆଗାମୀ ଦିନରେ ଆମେ ଅଣ୍ଡା ବ୍ୟବସାୟକୁ ଆହୁରି ଆଗକୁ ନେବୁ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

୪ ବଡ଼ ଗ୍ରହ ପରିବର୍ତ୍ତନ: ଆଜିଠୁ କର୍କଟ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଅକ୍ଟୋବର ମାସରେ ଅନେକ ଗ୍ରହଙ୍କ ଚଳନ ଓ ରାଶି ପରିବର୍ତ୍ତନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହ ପରିବର୍ତ୍ତନର ପ୍ରଭାବ କିଛି ରାଶିର ଲୋକଙ୍କ…

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ବିରାଟ-ରୋହିତଙ୍କୁ ପଛରେ ପକାଇଲେ ବୁମ୍‌ରା, ନିଜ ନାଁରେ କଲେ ଏହି ବଡ଼ ରେକର୍ଡ

ନୂଆଦିଲ୍ଲୀ, ୧।୧୦: ଏସିଆନ ଗେମ୍ସ ୨୦୨୬ର ମେନ୍ସ କ୍ରିକେଟରେ ଭାରତ ଦମଦାର ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ଶ୍ରୀଲଙ୍କାକୁ ୧୨୪ ରନର ବଡ଼…

ଅଭିଜିତ୍ ଦୀପକେ କରିପାରିବେ କି ଜ୍ଞାନେଶ କୁମାରଙ୍କ ଇସ୍ତଫା? ସୋନମ୍ ୱାଙ୍ଗଚୁକ୍ ଦେଲେ ବଡ଼ ବୟାନ୍

ନୂଆଦିଲ୍ଲୀ,୧।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଶୁକ୍ରବାର (୨ ଅକ୍ଟୋବର) ମୁମ୍ବାଇରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି କକରୋଚ୍ ଜନତା ପାର୍ଟି (CJP)…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

ବଡ଼ ଡେଙ୍ଗନେଲି ନିକଟରେ ଭୁଶୁଡ଼ିଲା କଲଭର୍ଟ, ନିୟମଗିରି ଅଞ୍ଚଳକୁ ବନ୍ଦ ହୋଇଗଲା ଯାତାୟାତ

କଲ୍ୟାଣସିଂହପୁର,୧ା୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ପକ୍ଷରୁ ନିର୍ମିତ ମୁଖ୍ୟ ରାସ୍ତା ଏବେ ସମ୍ପୂର୍ଣ୍ଣ…

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?