ଏସ୍‌ଏଚ୍‌ଜିଙ୍କୁ ସ୍ବାବଲମ୍ବୀ କରିଛି ଅଣ୍ଡାଦିଆ କୁକୁଡ଼ା ପାଳନ କେନ୍ଦ୍ର

ଫୁଲବାଣୀ ଅଫିସ,୨୭ା୫: ରାଜ୍ୟ ସରକାର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାକୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାଧ୍ୟମରେ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ୬ଟି ବ୍ଲକରେ ୧୧ଟି ଅଣ୍ଡାଦିଆ କୁକୁଡା ପାଳନ କେନ୍ଦ୍ର ସ୍ଥାପନ କରାଯାଇ ଏହାକୁ ଏସ୍‌ଏଚ୍‌ଜିଙ୍କୁ ହସ୍ତାନ୍ତର କରାଯାଇଛି। ମହିଳାମାନେ ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷରେ ଜିଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ନିର୍ଦ୍ଦେଶରେ ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ତତ୍ୱାବଧାନରେ ପ୍ରାଣୀ ସମ୍ପଦ ବିକାଶ ଓ ଓଡିଶା ଜୀବୀକା ମିଶନ ସହଭାଗିତାରେ ବାଲିଗୁଡା, କ.ନୂଆଗାଁ, ଚକାପାଦ, ତୁମୁଡିବନ୍ଧ, କୋଟଗଡ, ଦାରିଙ୍ଗିବାଡି ବ୍ଲକରେ ଅଣ୍ଡାଦିଆ କୁକୁଡା ପାଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୬ଟି ବ୍ଲକରେ ୧୧ଟି ଅଣ୍ଡାଦିଆ କୁକୁଡା ପାଳନ କେନ୍ଦ୍ର ସ୍ଥାପନ କରାଯାଇଛି ା ପ୍ରତ୍ୟେକ ଅଣ୍ଡା ଦିଆ କୁକୁଡା ପାଳନ କେନ୍ଦ୍ରରେ କୁକୁଡା ଘର ମରାମତି, ବୋରୱେଲ ଖନନ, ବୁଦ୍ୟୁତ୍‌ ସଂଯୋଗୀକରଣ, ୧୦୦୦ କୁକୁଡା କ୍ଷମତା ବିଶିଷ୍ଟ କେଜ ଯୋଗାଣ, ୧୪ ସପ୍ତାହ ଅବଧିରେ ୫୦୦ କୁକୁଡା ପ୍ରଦାନ, ୨୫୫୦ କିଲେଗ୍ରାମ କୁକୁଡା ଦାନା ପ୍ରଦାନ ଆଦି ସମସ୍ତ ସହାୟତା ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଛି। ବର୍ତ୍ତମାନ ସମୟରେ ଦୈନିକ ହାରାହାରି ୪୨୦ରୁ ୪୩୦ ଅଣ୍ଡା କୁକୁଡା ଦେଉଥିବା ବେଳେ ଏହା ଗୋଟିକୁ ୫ଟଙ୍କା ଦରରେ ନିକଟସ୍ଥ ବଜାର ଓ ବ୍ୟବସାୟୀଙ୍କୁ ବିକ୍ରି କରାଯାଉଛି। ହାରାହାରି ଦୈନିକ ୨୧୫୦ ଟଙ୍କା ମହିଳାମାନେ ରୋଜଗାର କରୁଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦୈନିକ ୩୨୫ ଟଙ୍କା ଲାଭ ମିଳୁଛି। ଆଗାମୀ ଦିନରେ ଅଣ୍ଡା ଦେବା ହାର ବଢ଼ିବ ଓ ରୋଜଗାର ବଢ଼ିବ ବୋଲି ମା’ ମାନେ ଆଶାବାଦୀ ଅଛନ୍ତି। ଓଡିଶା ଜୀବୀକା ମିଶନ ଆର୍ଥିକ ସହଯୋଗରେ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ବୈଷୟିକ ସହଯୋଗରେ ଆଉ ୫୦୦ ଅଣ୍ଡାଦିଆ କୁକୁଡା ଓ ଦାନା କ୍ରୟ କରି ବ୍ୟବସାୟ ବଢ଼ାଇବା ପାଇଁ ସ୍ବୟଂ ସହାୟିକା ଗୋଷ୍ଠିର ମା’ମାନେ ଆଗ୍ରହୀ ଅଛନ୍ତି। କୁକୁଡା ଦାନା କ୍ରୟ ନିମନ୍ତେ ବାହାର ଜିଲା ଉପରେ ନିର୍ଭର କରିବାକୁ ପଡୁ ଥିବାରୁ ଦାନା ଖର୍ଚ୍ଚ ଅଧିକ ପଡୁଛି। ତେଣୁ ଜିଲାରେ ଏକ ଦାନା ପ୍ରସ୍ତୁତି କେନ୍ଦ୍ର ଖୋଲିବା ପାଇଁ ମା’ମାନେ ଜିଲା ପ୍ରଶାସନକୁ ଅବଗତ କରିଛନ୍ତି।ବାଟାଗୁଡା ଗ୍ରାମର ଲକ୍ଷ୍ମୀବାଇ ସ୍ବୟଂ ସହାୟିକା ଗୋଷ୍ଠୀ ସଭାପତି ସୁଲତା ମଳିକ, ସମ୍ପାଦିକା ଲୁପୁଙ୍ଗି ମଳିକ, ସଦସ୍ୟ ନରଜୀନି ମଳିକ, ନିଖଜୀନି ଦିଗାଳ, ଟେଙ୍ଗ ଦିଗାଳ, ସୁମତି ଦିଗାଳ, ତୁଳସୀ ଦିଗାଳ ପ୍ରମୁଖ କୁହନ୍ତି ଆମେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସମସ୍ତ ପ୍ରକାର ସହାୟତା ଏବଂ ସହଯୋଗ ପାଇଛୁ। ଆଗାମୀ ଦିନରେ ଆମେ ଅଣ୍ଡା ବ୍ୟବସାୟକୁ ଆହୁରି ଆଗକୁ ନେବୁ।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri