ଦଣ୍ଡ ପ୍ରଣାମ କରି ରାଜସ୍ଥାନରୁ ପୁରୀ
ପୁରୀ,୧୬ା୬(ଅଜିତ୍ ମହାନ୍ତି): ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ ଉଦ୍ଦେଶ୍ୟରେ ରାଜସ୍ଥାନରୁ ଜଣେ ଭକ୍ତ ଦଣ୍ଡ ପ୍ରମାଣ କରି ଗୁରୁବାର ପୁରୀରେ ପହଞ୍ଚିଛନ୍ତି। ଏହି ଭକ୍ତ ଜଣଙ୍କ ହେଉଛନ୍ତି ରାଜସ୍ଥାନର ଶ୍ରୀରାମ ଗୁଜ୍ଜର। ଶ୍ରୀରାମ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା…
ଗୋରୁଙ୍କୁ ବ୍ୟାପୁଛି ଏକଟାଙ୍କିଆ ରୋଗ
ସାକ୍ଷୀଗୋପାଳ,୧୬।୬(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର): ସତ୍ୟବାଦୀର କିଛି ଅଞ୍ଚଳରେ ଗୋରୁ ବାଛୁରୀଙ୍କୁ ଏକଟାଙ୍କିଆ ରୋଗ ବ୍ୟାପୁଥିବା ନେଇ ଗୋପାଳକ ଅଭିଯୋଗ କରିଛନ୍ତି। ଗୋରୁଙ୍କୁ ହଠାତ୍ ପ୍ରବଳ ଜ୍ୱର ଆସି ପାଟିରୁ ଲାଳ ବାହାରିବା ସହ ଗୋଡ଼ ଫୁଲି ଦରଜ ହୋଇ ଅଚଳ ହେବାରୁ…
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବଳ ନିୟୋଜିତ କର: ହାଇକୋର୍ଟ
କୋଲକାତା, ୧୬ା୬ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସବୁ ଜିଲାରେ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରିବାକୁ ଗୁରୁବାର କାଲ୍କାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନ ଉକ୍ତ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ କୋର୍ଟ କହିଛନ୍ତି। ପଶ୍ଚିମବଙ୍ଗ…
ରାସ୍ତାରେ ପାର୍କିଂରୁ ବଢୁଛି ଦୁର୍ଘଟଣା
ବଲାଙ୍ଗୀର,୧୬ା୬(ବୀରେନ୍ଦ୍ର ଝାଙ୍କର): ବଲାଙ୍ଗୀର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥର ବଲାଙ୍ଗୀର ସହର ଉପକଣ୍ଠ ବୀରମୁଣ୍ଡା ଛକ ନିକଟରେ ମଙ୍ଗଳବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ପୁଣି ଥରେ ବଲାଙ୍ଗୀର ବାଇପାସ୍ ନିର୍ମାଣ…
କୋଓ୍ବିନ୍ ଡେଟା ଉଲ୍ଲଂଘନ: ଆଲୋଚନାକୁ ସଂସଦୀୟ କମିଟିର ନା
ନୂଆଦିଲ୍ଲୀ, ୧୬ା୬: କୋଓ୍ବିନ୍ ତଥ୍ୟ ଲିକ୍ ସମ୍ପର୍କିତ ରିପୋର୍ଟ ଉପରେ ଆଲୋଚନା କରିବାକୁ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିର ସ୍ଥାୟୀ ସଂସଦୀୟ କମିଟି ଗୁରୁବାର ମନା କରିଦେଇଛି। କୋଭିଡ୍-୧୯ ଟିକାକରଣ ବେଳେ ଉକ୍ତ ଆପ୍ରେ ଦିଆଯାଇଥିବା ବ୍ୟକ୍ତିଗତ ତଥ୍ୟ ଟେଲିଗ୍ରାମ୍ ବୋଟ୍…
ମହିମା ପୀଠ କାୟାକଳ୍ପ ବଦଳିବ
ଭୁବନେଶ୍ୱର/ଢେଙ୍କାନାଳ, ୧୬।୬(ଅନିଲ ଦାସ/ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଯୋରନ୍ଦାସ୍ଥିତ ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠର କାୟାକଳ୍ପ ସମ୍ପୂର୍ଣ୍ଣ ବଦଳିବ। ଏହାର ଉନ୍ନତୀକରଣ ସମ୍ପର୍କିତ ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଗତ…
କପିରେ ଧରାପଡ଼ିଥିବା ଯୁକ୍ତ୨ ଛାତ୍ରୀଛାତ୍ର ୨୯ ସୁଦ୍ଧା ପକ୍ଷ ରଖିବେ
ଭୁବନେଶ୍ୱର,୧୬ା୬ (ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାରେ କପି କରି ଧରାପଡ଼ିଥିବା ଛାତ୍ରୀଛାତ୍ର ନିଜ ପକ୍ଷ ରଖିବେ। ଆସନ୍ତା ୨୯ ତାରିଖ ଅପରାହ୍ନ ୫ଟା ସୁଦ୍ଧା ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଲିଖିତ ଆକାରରେ ନିଜ…
ଏ ପାନ୍ବାଲା ବାବୁ…କଣ୍ଠଶିଳ୍ପୀଙ୍କ ପରଲୋକ
ବଲାଙ୍ଗୀର,୧୬ା୬(ବୀରେନ୍ଦ୍ର ଝାଙ୍କର): ନବେ ଦଶକରେ ପ୍ରସିଦ୍ଧି ଲାଭ କରିଥିବା ଲୋକପ୍ରିୟ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍ବାଲା ବାବୁର ଗାୟକ ତଥା ଲେଖକ, ସଙ୍ଗୀତଜ୍ଞ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ଅନିଲ ହରିପାଲ(୫୮)ଙ୍କ ଗୁରୁବାର ପରଲୋକ ଘଟିଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବୁଧବାର…
ମୋଦିଙ୍କ ବ୍ୟୟବହୁଳ ବିଦେଶ ଗସ୍ତ
ନୂଆଦିଲ୍ଲୀ,୧୬ା୬(ଦୁର୍ଯ୍ୟୋଧନ ମିଶ୍ର): ୨୦୧୪ ମେ’ ୨୬ରେ ଭାଜପା ନେତା ନରେନ୍ଦ୍ର ମୋଦି ଭାରତର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଥିଲେ। ସେବେଠୁ ଅଦ୍ୟାବଧି ସେ ୧୦୦ରୁ ଅଧିକ ଥର ବିଦେଶ ଗସ୍ତ କରିସାରିଲେଣି। ତାଙ୍କ ବିଦେଶ ଯାତ୍ରା ବେଳେ ଦ୍ୱିପାକ୍ଷିକ ସମ୍ପର୍କ…
ଏସି ଅଚଳକୁ ନେଇ ହଙ୍ଗାମା: ୨ଘଣ୍ଟା ଟ୍ରେନ୍ ଅଟକ
ରାଉରକେଲା,୧୫।୬(ବିପ୍ଳବ ରଞ୍ଜନ ଦାଶ): କୋଏମ୍ବାଟୁର-ବଡୋନୀ (ନଂ-୦୩୩୫୮) ଟ୍ରେନ୍ର ଏ-୧ ବଗିର ଏସି କାମ ଦେଉ ନ ଥିବାରୁ ରାଉରକେଲା ରେଲଓ୍ବେ ଷ୍ଟେଶନରେ ଯାତ୍ରୀମାନେ ଗୁରୁବାର ଅପରାହ୍ନରେ ହଙ୍ଗାମା କରିଛନ୍ତି। ଫଳରେ ୨ଘଣ୍ଟା ଧରି ଟ୍ରେନ ଷ୍ଟେଶନରେ ଅଟକି ରହିବାରୁ ଯାତ୍ରୀମାନେ ଗରମରେ…
୬ ଭରି ଓଜନର ମଙ୍ଗଳସୂତ୍ର ଝାମ୍ପିନେଲେ ଦୁର୍ବୃତ୍ତ
ରାୟଗଡ଼ା,୧୫।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ପ୍ରତିଦିନ କେଉଁଠି ନା କେଉଁ ଚୋରି, ରାହାଜାନି ହେଉଥିବା ଖବର ମିଳୁଥିଲେ ମଧ୍ୟ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ଗୁରୁବାର…
୯୨ କଇଁଛ ଉଦ୍ଧାର: ବନ୍ଧା ହେଲେ ୨ ଅଭିଯୁକ୍ତ
ପାପଡାହାଣ୍ଡି,୧୫।୬(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ପୋଲିସ ୯୨ କଇଁଛ ଉଦ୍ଧାର କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ୨ଟି ବାଇକ୍ ଜବତ କରାଯାଇଥିବା ମଇଦଲପୁର ଥାନା ପରିସରରେ ଏକ…
Archives


