Posted inଖେଳ

ଶାହିଦ ଆଫ୍ରିଦି ମୋତେ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ: ଦାନିଶ

ଇସଲାମାବାଦ,୨୭।୧୦: ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କାନେରିଆ ଏକ ଚମକାଇବା ଭଳି ଖୁଲାସା କରିଛନ୍ତି। ଦଳର ଖେଳାଳିମାନେ ତାଙ୍କୁ ନିଜର ଧର୍ମ ପରିବର୍ତ୍ତନ କରିବା ଲାଗି ବାଧ୍ୟ କରିଥିବା ସେ କହିଛନ୍ତି। ଖେଳାଳିମାନଙ୍କ ମଧ୍ୟରେ ସର୍ବପ୍ରଥମେ ସେ ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ନାମ ନେଇଛନ୍ତି।

ଏକ ଗଣମାଧ୍ୟକୁ ସାକ୍ଷାତକାର ଦେଇ ସ୍ପୋର୍ଟ ଫିକ୍ସିଂକୁ ଅଭିଯୋଗ କାରଣରୁ ତାଙ୍କ ଉପରେ ଲାଗିଥିବା ଆଜୀବନ ବ୍ୟାନ୍‌ ବିଷୟରେ ଉପରେ ଜବାବ ରଖି କାନେରିଆ କହିଛନ୍ତି, ମୋ କ୍ୟାରିୟର ବେଶ ଭଲ ଚାଲିଥିଲା। ମୁଁ କାଉଣ୍ଟିଂ କ୍ରିକେଟ ବି ଖେଳୁଥିଲି। ଇଞ୍ଜମାମ-ଉଲ-ହକ ଏବଂ ଶୋଏବ ଅଖତର ଏଭଳି ଲୋକ ଥିଲେ ଯିଏ କି ମୋର ସମର୍ଥନ କରୁଥିଲେ। ହେଲେ ଶାହିଦ ଆଫ୍ରିଦି ମୋତେ ବହୁତ ହଇରାଣ କରିଛନ୍ତି। ଆଫ୍ରିଦି ଏବଂ ଅନ୍ୟ ଲୋକ ମୋ ସହ ଖାଉ ନ ଥିଲେ। ଆଫ୍ରିଦି ମୋତେ ଇସଲାମ ଧର୍ମ ଆପଣାଇବାକୁ ବାଧ୍ୟ କରିଥିଲେ। ଏପରିକି ସ୍ପୋଟ୍‌ ଫିକ୍ସି ଅଭିଯୋଗକୁ ସ୍ବୀକାର କରିବାକୁ ଚାପ ପକାଯାଇଥିଲା ବୋଲି ସେ କହିଛନ୍ତି।

ପ୍ରକାଶ ଯେ, କାନେରିଆ ପାକିସ୍ତାନର ଜାତୀୟ ଟିମ୍‌ ପକ୍ଷରୁ ଖେଳିଥିବା ଦ୍ୱିତୀୟ ହିନ୍ଦୁ ଖେଳାଳି ଥିଲେ। ତାଙ୍କ ପୂର୍ବରୁ ଦାଦାପୁଅ ଭାଇ ଅନିଲ ଦଲପତ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଭାବେ ଦଳ ପକ୍ଷରୁ ଖେଳିଥିଲେ। କାନେରିଆ ଜଣେ ଲେଗ୍‌ ସ୍ପିନର ଥିଲେ। ସେ ୬୧ ଟେଷ୍ଟ ମ୍ୟାଚ୍‌ରେ ୩୬୦ ଉଇକେଟ ନେଇଥିଲେ। ବର୍ତ୍ତମାନ ସମୟରେ ଟେଷ୍ଟ କ୍ରିକେଟରେ ଦଳ ପକ୍ଷରୁ ଚତୁର୍ଥ ସର୍ବାଧିକ ଉଇକେଟ ନେଇଥିବା ବୋଲର ଭାବେ ଗଣା ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମ ନୁହେଁ, ଶିକ୍ଷା ଚାହୁଁ

ମହାକାଳପଡ଼ା,୨୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡ଼ାଙ୍ଗ ପଞ୍ଚାୟତ ସ୍ଥାନୀୟ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁନ୍ଦର ମୋହନ ସିଂଙ୍କ ତତ୍ତ୍ୱାବଧାନରେ ଶନିବାର…

ଗୃହ ହସ୍ତାନ୍ତରରେ ବିଳମ୍ବ ହେଲେ କ୍ରେତା କ୍ଷତିପୂରଣ ଦାବି କରିପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୬: ଗୃହ କ୍ରେତା ଫ୍ଲାଟ୍‌ର ଦଖଲ ପାଇବା ପରେ ମଧ୍ୟ ହସ୍ତାନ୍ତରରେ ହୋଇଥିବା ବିଳମ୍ବ ପାଇଁ କ୍ଷତିପୂରଣ ଦାବିର ନ୍ୟାୟିକ ସମାଧାନ ଚାହିଁପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।…

ନିଲମ୍ବିତ ମନୋଜଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ୧୫ ବିଧାୟକ

ଭୁବନେଶ୍ୱର,୨୮ା୬(ସୁଚିସ୍ମିତା ସାହୁ): ନୂତନ ପାଠ୍ୟପୁସ୍ତକରେ ଅସଂଖ୍ୟ ତ୍ରୁଟି ଘଟଣାରେ ମୁଖ୍ୟମନ୍ତ୍ରୀ ନିଲମ୍ବନ କରିଥିବା ୪ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ରାଜ୍ୟ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା…

ସିୟା-ଚେତନଙ୍କ ପ୍ରେମ କାହାଣୀର କ୍ରିକେଟ ସହ ରହିଛି ବିଶେଷ ସମ୍ପର୍କ, ପ୍ରଥମ ସାକ୍ଷାତର କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ପୁଣେ,୨୮।୬: କେତନ ଅଗ୍ରୱାଲ ହତ୍ୟା ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ – ସିୟା ଗୋୟଲ ଏବଂ ଚେତନ ଚୌଧୁରୀଙ୍କ ସମ୍ପର୍କରେ ଏକ ନୂଆ ଦିଗ ସାମ୍ନାକୁ ଆସିଛି।…

India Playing XI: ୨ଟି ପରିବର୍ତ୍ତନ, ତଥାପି ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ଥାନ ନାହିଁ…

ନୂଆଦିଲ୍ଲୀ,୨୮।୬: ବେଲଫାଷ୍ଟର ସିଭିଲ ସର୍ଭିସ କ୍ରିକେଟ କ୍ଲବ ଗ୍ରାଉଣ୍ଡରେ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ରବିବାର ଅନୁଷ୍ଠିତ ହେବ। ଶ୍ରେୟସ ଆୟର ଏବଂ…

ସାବଧାନ! ୭୩୦ରୁ କମିଲେ ସିବିଲ ସ୍କୋର, ମିଳିବନି ଗାଡ଼ି କି ଘର ପାଇଁ ଋଣ; ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍‌

ନୂଆଦିଲ୍ଲୀ, ୨୮।୬: ଆଜିକାଲିର ସମୟରେ ଲୋନ୍‌ (ଋଣ) ନେବା ମଧ୍ୟ ଏକ ବେଶ କଷ୍ଟକର ପ୍ରକ୍ରିୟା ପାଲଟିବାରେ ଲାଗିଛି। ଆସନ୍ତା ବର୍ଷଗୁଡ଼ିକରେ ଘର କିଣିବା, ନୂଆ କାର୍‌…

ବର୍ଷା-ପବନ ହେଲେ ୫–୬ ଘଣ୍ଟା ବିଦ୍ୟୁତ ବିଭ୍ରାଟ: ହନ୍ତସନ୍ତ ୧୦ ହଜାରରୁ ଅଧିକ ଉପଭୋକ୍ତା

ଅମରପାଲି, ୨୮/୬ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ସୁବଳୟା ବିଦ୍ୟୁତ ସେକ୍ସନ ଅଧୀନରେ ଥିବା ମୁର୍ଷୁଣ୍ଢୀ ଓ ସୁବଳୟା ଗ୍ରିଡ୍‌ର ଦୀର୍ଘ ଫିଡର୍ ଯୋଗୁଁ…

ପୁଣି ବିବାହ ବନ୍ଧନରେ ବାନ୍ଧିହେଲେ ହାର୍ଦ୍ଦିକ ପାଣ୍ଡ୍ୟା? ଭାଇରାଲ ହେଲା ମାହିକା ଶର୍ମାଙ୍କ ସହ ଫଟୋ

ମୁମ୍ବାଇ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା କ’ଣ ନିଜ ଗର୍ଲଫ୍ରେଣ୍ଡ ମହିକା ଶର୍ମାଙ୍କୁ ବିବାହ କରିଛନ୍ତି? ସୋସିଆଲ ମିଡିଆରେ ଏକ ନୂଆ ଫଟୋ ସାମ୍ନାକୁ ଆସିବା ପରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri