ବଢାଇଲା ଖାଉଟିଙ୍କ ଚିନ୍ତା: ପିଆଜ ହେଲାଣି ୬୫

ଭୁବନେଶ୍ୱର,୨୮ା୧୦(ଅନିଲ ଦାସ): ମାସକ ତଳେ ପିଆଜ କିଲୋ ୨୫ଟଙ୍କା ଥିବାବେଳେ ଏବେ ତାହା ଦୁଇଗୁଣା ହୋଇ ୫୦ଟଙ୍କାରେ ପହଞ୍ଚିଛି। କେତେକ ସ୍ଥାନରେ ବ୍ୟବସାୟୀ ପିଆଜ କିଲୋ ପିଛା ୬୦ରୁ ୬୫ ଟଙ୍କାରେ ବିକ୍ରି କରୁଛନ୍ତି। ମହାରାଷ୍ଟ୍ରର ନାସିକ୍‌ରେ ପିଆଜ ମହଙ୍ଗା ହୋଇଥିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ୁଥିବା କୁହାଯାଇଛି।
କାର୍ତ୍ତିକ ମାସ ଆରମ୍ଭ ହେବାକୁ ଯାଉଥିବା ବେଳେ ପରିବା ଦର ଉପରମୁହାଁ ରହିଛି। ଏପରି ସ୍ଥଳେ ପିଆଜ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି। ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଏଥିସହିତ ହୋଟେଲ ଓ ରେଷ୍ଟୁରାଣ୍ଟରେ ମଧ୍ୟ ପିଆଜ ଦର ବୃଦ୍ଧିର ଚାପ ପଡ଼ିଛି। ଗରିବ ଲୋକଙ୍କ ନିତିଦିନିଆ ଖାଦ୍ୟ ପିଆଜ ହୋଇଥିବାବେଳେ ଦରବୃଦ୍ଧି ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି। ସରକାରୀସ୍ତରରେ ମଧ୍ୟ ପିଆଜ ଦର ନିୟନ୍ତ୍ରଣ ନେଇ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ବଜାରରେ ଖୁଚୁରା ବ୍ୟବସାୟୀମାନେ ମନଇଚ୍ଛା ଦର ବଢ଼ାଇ ଚାଲିଛନ୍ତି। ଦିନ ମଜୁରିଆ ଚୈତନ୍ୟ ନାହାକ କହିଛନ୍ତି ଯେ ପଖାଳ ସାଙ୍ଗରେ ପିଆଜ ଟିକେ ହେଲେ କାମ ଚଳିଯାଉଛି। କର୍ମସ୍ଥଳରେ ମଧ୍ୟ ଖାଇବା ବେଳେ ପିଆଜ ଦରକାର ହେଉଛି। ଦର ବଢ଼ିବା ଯୋଗୁ ପିଆଜ କିଣି ଖାଇବା ଆମ ପାଇଁ ବଡ଼ କଷ୍ଟ ହୋଇଛି। ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଓଡ଼ିଶା ବଜାରକୁ ଦୈନିକ ୧୫ ଶହ ଟନ୍‌ ଓ ବାର୍ଷିକ ୫ରୁ ସାଢ଼େ ୫ ଲକ୍ଷ ଟନ୍‌ ପିଆଜ ଆବଶ୍ୟକ। ସାରା ଦେଶରେ ବର୍ଷା ଯୋଗୁ ଫସଲ ଅମଳ ବାଧାପ୍ରାପ୍ତ ହୋଇଥିବାରୁ ଏହି ଦର ବୃଦ୍ଧି ହୋଇଛି। ପ୍ରତି ବର୍ଷ ଅଗଷ୍ଟରୁ ନଭେମ୍ବରରେ ପିଆଜ ଦର ବୃଦ୍ଧି ହୋଇଥାଏ। ଏବର୍ଷ ବିଳମ୍ବରେ ଦର ବଢ଼ିଛି। ଆସନ୍ତା ୮ରୁ ୧୦ଦିନ ମଧ୍ୟରେ ତାହା ନିୟନ୍ତ୍ରଣକୁ ଆସିଯିବ ବୋଲି ଅନୁମାନ କରାଯାଉଛି। ମାତ୍ର ବେଳେବେଳେ ହେଉଥିବା ଅବାସ୍ତବ ଦର ବୃଦ୍ଧି ପଛରେ କର୍ପୋରେଟ ହାଉସ୍‌ଙ୍କ ହାତ ରହୁଥିବା ସେ ଅଭିଯୋଗ କରିଛନ୍ତି। ମାର୍କେଟରେ ଦର ସାମାନ୍ୟ ବଢ଼ିଲେ କର୍ପୋରେଟ ହାଉସ୍‌ ପକ୍ଷରୁ ବହୁ ପରିମାଣର ଜିନିଷ ଗଚ୍ଛିତ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ସେମାନଙ୍କ ପାଖରେ ଏକ ସଙ୍ଗେ ବିପୁଳ ପରିମାଣର ଜିନିଷ ମହଜୁଦ ରଖିବାକୁ ଅର୍ଥବଳ ସହ ପର୍ଯ୍ୟାପ୍ତ ଜାଗା ମଧ୍ୟ ମହଜୁଦ ରହୁଛି। ଏହାକୁ ସେମାନେ ଚଢ଼ା ଦରରେ ବିକ୍ରି କରୁଥିବାବେଳେ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଏଥିପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଧ୍ୟାନ ଦେବା ଦରକାର। ଭୁବନେଶ୍ୱର ଉପକଣ୍ଠ ଆଇଗିଣିଆ ପିଆଜ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତିକାନ୍ତ ମିଶ୍ର କହିଛନ୍ତି, ଅନ୍ୟ ରାଜ୍ୟରେ ପିଆଜ ଦର ବୃଦ୍ଧି ଯୋଗୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିଛି। ପିଆଜ ହୋଲ୍‌ସେଲ ଦର କିଲୋ ପିଛା ୪୮ ଟଙ୍କା ରହିଛି। ଆସନ୍ତା କିଛି ଦିନ ମଧ୍ୟରେ ଦର ବୃଦ୍ଧିରେ ହ୍ରାସ ଘଟିବ। ବ୍ରହ୍ମପୁର ପିଆଜ ବ୍ୟବସାୟୀ ରାମକୃଷ୍ଣ ସାହୁ କହିଛନ୍ତି ଯେ ବ୍ରହ୍ମପୁର ସହରରେ ମାସେ ଭିତରେ ପିଆଜ ଦର ୨୦ରୁ ୬୦ ଟଙ୍କା ଛୁଇଁଛି। ମହାରାଷ୍ଟ୍ରର ନାଗପୁର ଓ ନାସିକ ଅଞ୍ଚଳରୁ ପିଆଜ ଆମଦାନୀ ହେଉଛି। ପ୍ରତିବର୍ଷ ଅକ୍ଟୋବର ଓ ନଭେମ୍ବର ସୁଦ୍ଧା ଗୋଦାମରେ ପ୍ରାୟ ୩ ମାସ ନିମନ୍ତେ ପିଆଜ ମହଜୁଦ ରହୁଥିଲା। ଏହି ସମୟରେ ନୂତନ ଉପତ୍ାଦନ ହେଉଥିଲା। ପୂର୍ବରୁ ବ୍ରହ୍ମପୁର ବଜାରକୁ ୭ରୁ ୮ଟ୍ରକ୍‌ ଅର୍ଥାତ ଦୈନିକ ୨୦୦ଟନ୍‌ରୁ ଅଧିକା ପିଆଜ ଆମଦାନୀ ହେଉଥିଲା। କିନ୍ତୁ କିଛିଦିନ ହେବ ମାତ୍ର ୩ରୁ ୪ ଟ୍ରକ୍‌ ଅର୍ଥାତ୍‌ ୧୦୦ରୁ ୧୨୦ ଟନ୍‌ ପିଆଜ ଆମଦାନୀ ହେଉଛି। ପିଆଜ ଚାହିଦା ବୃଦ୍ଧି ପାଇବା ଓ ଆମଦାନୀ କମିଯାଉଥିବାରୁ ଦର ବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି। କଟକ ଛତ୍ରବଜାର ହୋଲ୍‌ସେଲ୍‌ ବ୍ୟବସାୟୀ ଦେବେନ୍ଦ କୁମାର ସାହୁ କହିଛନ୍ତି, ଆନ୍ଧ୍ର ଓ ତାମିଲନାଡୁରୁ କଟକକୁ ସର୍ବାଧିକ ପିଆଜ ଆସୁଛି। ସେଠାରେ ଉତ୍ପାଦନ କମ୍‌ ସାଙ୍ଗକୁ ଲୋକଙ୍କ ଚାହିଦା ଅଧିକ ରହୁଥିବାରୁ ପିଆଜ ଦର ବଢ଼ୁଛି। ଏଭଳି ସମସ୍ୟା ଆଉ ପ୍ରାୟ ଏକ ମାସ ରହିବ। ନୂଆ ପିଆଜ ଆମଦାନି ହେଲେ ଦର ଖସିବ। ପ୍ରତିଦିନ ଛତ୍ରବଜାରକୁ ପ୍ରାୟ ୧୦୦ରୁ ୧୨୦ ଟନ୍‌ ପିଆଜ ଆସିଥାଏ। ହେଲେ ଏବେ ଆମଦାନି କମ୍‌ ହେଉଥିବାରୁ ଦୈନିକ ୭୦ରୁ ୮୦ ଟନ୍‌ ପିଆଜ ଆସୁଛି। ତେଣୁ ପିଆଜ ଦର ବୃଦ୍ଧି ଘଟୁଛି। ଦରକୁ ନେଇ କିଛି ଆକଳନ କରାଯାଇପାରୁନାହିଁ। ପ୍ରତିଦିନର ଆମଦାନୀକୁ ନେଇ ବଜାର ଦର ପ୍ରଭାବିତ ହେଉଛି ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଅର୍ଥନୈତିକ ଅଭିବୃଦ୍ଧି ସହ ଭାରତର ଉତ୍ଥାନ ହେଉଛି’

ଭୁବନେଶ୍ୱର,୨୨ା୧୦(ଅନୁରାଧା ମହାରଣା): ୭% ଜିଡିପି ଅଭିବୃଦ୍ଧି ଏବଂ ୧,୫୧,୦୦୦ରୁ ଅଧିକ ଷ୍ଟାର୍ଟଅପ୍‌ ସହିତ ଭାରତ ଏହାର ଅର୍ଥନୀତିକୁ ନୂଆରୂପ ଦେବାକୁ ଯାଉଛି। ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ବାର୍ଷିକ...

ଶେୟାର ବଜାର କାରବାରରେ ହ୍ରାସ

ମୁମ୍ବାଇ,୨୨।୧୦: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

ଅଭ୍ୟୁଦୟ ଆଇସିସିର ନୂଆ ସଭାପତି

ନୂଆଦିଲ୍ଲୀ,୨୨।୧୦: ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ନୂତନ ସଭାପତି ଭାବେ ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ ମନୋନୀତ ହୋଇଛନ୍ତି। ଏପରିକି...

ଆଇଡେଷ୍ଟିନିର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର,୨୨।୧୦ (ଅଭୟ ଦାଶ): ଆଇଡେଷ୍ଟିନି (ଆପଲ୍‌ ଅଥରାଇଜଡ ରିସେଲର ଷ୍ଟୋର) ର ଏକ୍ସକ୍ଲୁସିଭ ଆଉଟଲେଟ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶାରେ କେବଳ ଗୋଟିଏ ନୁହେଁ,...

ସପିଂରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ବ୍ୟବହାର

ମୁମ୍ବାଇ,୨୨।୧୦: ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର ଭିନ୍ନ ଭିନ୍ନ ବର୍ଗର ସପିଂରେ କରିବାକୁ ଯାଉଛି।...

ଭାଙ୍ଗିଲା ଟାଟା ଗ୍ରୁପର ଏହି ପୁରୁଣା ପରମ୍ପରା! ନୋଏଲ ଆସିବା ପରେ ହେଲା ପରିବର୍ତ୍ତନ

ମୁମ୍ବାଇ.୨୧।୧୦: ରତନ ଟାଟାଙ୍କ ମୃତ୍ୟୁ ପରେ ଟାଟା ଟ୍ରଷ୍ଟ ନିଯୁକ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଲାଇଭ ମିଣ୍ଟ ରିପୋର୍ଟ ଅନୁଯାୟୀ, ସାର୍‌ ରତନ...

ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟବୀମାରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦ା୧୦: ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା କ୍ଷେତ୍ରରେ ସମ୍ପୂର୍ଣ୍ଣ ଜିଏସ୍‌ଟି ପ୍ରତ୍ୟାହାର ପାଇଁ ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ କରିଛି । ଜିଏସ୍‌ଟି ପରିଷଦକୁ ସୁପାରିଶ କରାଯାଇଥିବା...

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri