Posted inଖେଳ

‘ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ପଦକ ଉତ୍ସର୍ଗ’

ଚାଇନାର ହାଙ୍ଗ୍‌ଝୋରେ ଚାଲିଥିବା ଏସିଆନ ପାରା ଗେମ୍ସର ବ୍ୟାଡ୍‌ମିଣ୍ଟନ ଇଭେଣ୍ଟରେ ଗୋଟିଏ ସ୍ବର୍ଣ୍ଣ ପଦକ ସହ ମୋଟ ୩ଟି ପଦକ ଜିତି ରାଜ୍ୟ ଏବଂ ଦେଶକୁ ଗର୍ବିତ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ । ବିଶେଷକରି ଗୋଟିଏ ସଂସ୍କରଣରେ ପ୍ରଥମଥର ୩ଟି ପଦକ ଜିତିବା ତାଙ୍କୁ ବହୁତ ଆନନ୍ଦିତ କରିଛି । କ୍ୟାରିୟର ଆରମ୍ଭରେ ତାଙ୍କୁ ସମର୍ଥନ ଏବଂ ସହଯୋଗ କରିଥିବା ଅତାବିରା ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ସେ ପଦକ ଉତ୍ସର୍ଗ କରିଛନ୍ତି । ସମ୍ପ୍ରତି ଚାଇନାରେ ଥିବା ପ୍ରମୋଦଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର…
-ତପନ କୁମାର ସ୍ବାଇଁ

  • ପାରା ଗେମ୍ସରେ ଆପଣ ପ୍ରଥମଥର ୩ ପଦକ ପାଇଛନ୍ତି। ଅନୁଭବ କିପରି ରହିଛି ?
  • ଖୁସିକୁ ଭାଷାରେ ପ୍ରକାଶ କରିବା ସମ୍ଭବ ନୁହେଁ। ତେବେ ମୁଁ ବହୁତ ଖୁସି। ପୂର୍ବରୁ ମୁଁ ୨ଟି ସଂସ୍କରଣରେ ଭାଗ ନେଇଥିଲି। ସ୍ବର୍ଣ୍ଣ ପଦକ ମଧ୍ୟ ପାଇଥିଲି। ମାତ୍ର ଗୋଟିଏ ସଂସ୍କରଣରେ ୩ ପଦକ କେବେ ପାଇ ନ ଥିଲି। ଏଥର ଭାରତ ପାଇଁ ମୁଁ ଗୋଟିଏ ସ୍ବର୍ଣ୍ଣ ଏବଂ ୨ଟି ବ୍ରୋଞ୍ଜ ପଦକ ଜିତିଥିବାରୁ ଅତ୍ୟନ୍ତ ଆନନ୍ଦିତ। ମିକ୍ସଡ ଡବଲ୍ସରେ ମୁଁ ମନୀଷା ରାମଦାସ ଏବଂ ପୁରୁଷ ଡବଲ୍ସରେ ସୁକାନ୍ତ କଦମଙ୍କୁ ସାଥିକରି ଖେଳିଥିଲି। ସବୁଥିରେ ପଦକ ଜିତିବା ଏକ ଭିନ୍ନ ଅନୁଭବ।
  • ପ୍ରଥମ ଖେଳାଳି ଭାବେ ଆପଣ ପୂର୍ବରୁ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏସିଆନ ପାରା ଗେମ୍ସରେ କ୍ରମାଗତ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏଥିପାଇଁ ପ୍ରସ୍ତୁତି କିପରି ରହିଥିଲା। ?
  • ପାହାଚ ପରେ ପାହାଚ ଆଗକୁ ଯିବାକୁ ଚେଷ୍ଟା କରୁଛି। ସବୁ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ମୋର ମୁଖ୍ୟ ଲକ୍ଷ୍ୟ। ପାରାଲିମ୍ପିକ୍ସରେ ପଦକ ଜିତିବା ସମସ୍ତ ପାରା ସ୍ପୋଟର୍‌ସ ଖେଳାଳିଙ୍କର ଲକ୍ଷ୍ୟ ରହିଥାଏ। ମୁଁ ସ୍ବର୍ଣ୍ଣ ପଦକ ଜିତିଥିବାରୁ ଅତ୍ୟନ୍ତ ଖୁସି ଏବଂ ନିଜକୁ ଭାଗ୍ୟବାନ ମନେକରୁଛି। ଏସିଆନ ପାରା ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ମଧ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ। ଏଥିପାଇଁ ନିଜକୁ ଭଲଭାବେ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ସ୍ବପ୍ନ ସାକାର କରିପାରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ।
  • ପାରା ଗେମ୍ସ ସ୍ବର୍ଣ୍ଣ ୨୦୨୪ ପାରାଲିମ୍ପିକ୍ସ ଯୋଗ୍ୟତା ପାଇଁ କେତେ ସହାୟକ ହୋଇପାରିବ ?
  • ସିଙ୍ଗଲ୍ସ ଇଭେଣ୍ଟରେ ଯୋଗ୍ୟତା ପର୍ଯ୍ୟାୟର ଦ୍ୱାରରେ ରହିଛି। ଆନୁଷ୍ଠାନିକଭାବେ ଯଦିଓ ଘୋଷଣା ହୋଇନାହିଁ ତେବେ ମୁଁ ସିଙ୍ଗଲ୍ସରେ ଭାଗନେବା ଏକପ୍ରକାର ନିଶ୍ଚିତ। ଡବଲ୍ସ ଏବଂ ମିକ୍ସଡ ଡବଲ୍ସ ଯୋଗ୍ୟତା ପାଇଁ ଆହୁରି ପରିଶ୍ରମ କରିବାକୁ ପଡ଼ିବ। ଆଗାମୀ ଦିନରେ ଜାପାନ, ଦୁବାଇ ଓ ଥାଇଲାଣ୍ଡରେ ୩ଟି ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଅଛି। ସେଥିରେ ଭଲ ପ୍ରଦର୍ଶନ କରିବାନେଇ ମୁଁ ବେଶ୍‌ ଆଶାବାଦୀ ଅଛି।
  • ପ୍ରତିଯୋଗିତା କେତେ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ?
  • ବର୍ଷ ପାରାଲିମ୍ପିକ୍ସ ଥିବାରୁ ସମସ୍ତ ପ୍ରତିଯୋଗୀ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବଦ୍ଧପରିକର ଥିଲେ। ସେମାନେ ସେହିଭଳି ପ୍ରସ୍ତୁତି ମଧ୍ୟ କରି ଆସିଥିଲେ। ତେଣୁ ୩ଟି ଯାକ ବିଭାଗରେ ମୁଁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲି। ସିଙ୍ଗଲ୍ସରେ ସ୍ବର୍ଣ୍ଣ ଯଦିଓ ଅଭିଳାଷକୁ ପୂରଣ କରିଛି ତେବେ ଡବଲ୍ସରେ ସେମିଫାଇନାଲରେ ପରାଜୟ ମନରେ ଦୁଃଖ ଦେଇଛି। ବିଶ୍ୱର ନମ୍ବର ଓ୍ବାନ ଯୋଡ଼ି ଥିବାରୁ ଆମ ନିକଟରୁ ଦେଶବାସୀଙ୍କର ଆଶା ଅଧିକ ରହିଥିଲା। ସେହି ଅନୁସାରେ ପ୍ରଦର୍ଶନ ଦେଇପାରି ନ ଥିବାରୁ ମନରେ ଦୁଃଖ ରହିଯାଇଛି। ତେବେ ପଦକ ସହ ପ୍ରତିଯୋଗିତା ଶେଷ କରିପାରିଥିବାରୁ ଖୁସି ଲାଗୁଛି।
  • ପାରା ଗେମ୍ସ ପଦକ କାହାକୁ ଉତ୍ସର୍ଗ କରିବାକୁ ଚାହିଁବେ ?
  • ଜିଲା ଅତାବିରା ଗ୍ରାମର ବ୍ୟକ୍ତିମାନେ କ୍ୟାରିୟର ଆରମ୍ଭରୁ ମୋତେ ସମର୍ଥନ କରି ଆସିଛନ୍ତି। ତାଙ୍କ ସାହାଯ୍ୟ ସହଯୋଗ କେବେ ବି ଭୁଲି ହେବନି। ତେଣୁ ମୁଁ ପଦକ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ନିଶ୍ଚିତ ଚାହିଁବି। ଏହା ବ୍ୟତୀତ ମୋ ପରିବାର ବର୍ଗ ଏବଂ ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ପାଇଁ ଅନେକ କିଛି ପଦକ୍ଷେପ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପଦକ ଉତ୍ସର୍ଗ କରିବାକୁ ଚାହେଁ। ରାଜ୍ୟ ସରକାରଙ୍କ ସମର୍ଥନ ବିନା ଏତେବାଟ ଆସିବା ସମ୍ଭବ ହୋଇ ନ ଥାନ୍ତା। ତେଣୁ ମୁଁ ଏହି ଅବସରରେ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?