Home Left

ପ୍ରଣତି, ମହିଳା ରଗ୍‌ବୀ ଦଳକୁ ସ୍ବର୍ଣ୍ଣ

ଗୋଆ, ୨୮ା୧୦: ଗୋଆରେ ଚାଲିଥିବା ଜାତୀୟ କ୍ରୀଡ଼ାର ୩୭ ତମ ସଂସ୍କରଣରେ ଓଡ଼ିଶା ଶୁକ୍ରବାର ୬ ପଦକ ହାସଲ କରିଛି। ଫର୍ମରେ ଥିବା ପ୍ରଣତି ନାୟକ ମହିଳା ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସର ଭଲ୍ଟ ଓ ଅନଇଭେନ ବାର୍‌ ଇଭେଣ୍ଟରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ…

ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣର ନିନ୍ଦା କରିବା ଶଶି ଥରୁରଙ୍କୁ ପଡିଲା ଭାରି

ନୂଆଦିଲ୍ଲୀ,୨୮।୧୦: ଇସ୍ରାଏଲରେ ପ୍ରବେଶ କରି ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହମାସ ଯୋଦ୍ଧାଙ୍କ ଅମାନୁଷିକ କାର୍ଯ୍ୟକୁ ନିନ୍ଦା କରିବା କଂଗ୍ରେସ ଏମପି ଶଶି ଥରୁରଙ୍କୁ ବହୁତ ମହଙଘ୍ଗା ପଡିଛି। କେରଳର ମୁସଲିମ ସମ୍ପ୍ରଦାୟ ପାଇଁ କାର୍ଯ୍ୟ କରୁଥିବା ଏକ ସଂଗଠନ ମହଲ ଏମ୍ପାଓ୍ବାରମେଣ୍ଟ…

ପାକିସ୍ତାନ ଅଲ୍‌ରାଉଣ୍ଡର ଶଦାବଙ୍କ ମୁଣ୍ଡରେ ଆଘାତ

ଚେନ୍ନାଇ, ୨୮।୧୦: ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଶୁକ୍ରବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୧ ଉଇକେଟରେ ପାକିସ୍ତାନକୁ ହରାଇ ଦେଇଛି। ମ୍ୟାଚ ଅବସରରେ ମୁଣ୍ଡରେ ଆଘାତ ପାଇଥିଲେ ପାକିସ୍ତାନ ଅଲ୍‌ରାଉଣ୍ଡର ଶଦାବ ହୋସେନ। ଦକ୍ଷିଣ ଆଫ୍ରିକା ରନ୍‌ ଚେଜ୍‌ କରିବାବେଳେ…

ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ହାରିବା ପରେ ବି ସେମିଫାଇନାଲରେ ପହଞ୍ଚିପାରେ ପାକିସ୍ତାନ ଟିମ, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୨୮।୧୦: ବିଶ୍ୱକପରେ ପାକିସ୍ତାନ କ୍ରିକେଟ ଦଳର ଅବସ୍ଥା ବିଗିଡିଯାଇଛି। ତାଙ୍କ ଦଳ ପ୍ରଥମ ଦୁଇଟି ମ୍ୟାଚ ଜିତିଥିବା ବେଳେ କ୍ରମାଗତ ଚାରିଟି ମ୍ୟାଚ ହାରିଯାଇଛନ୍ତି ଏବଂ ବର୍ତ୍ତମାନ ସେମିଫାଇନାଲରେ ପ୍ରବେଶ କରିବାର ସ୍ବପ୍ନ ମଧ୍ୟ ମଉଳିଯାଇଛି। ପାକିସ୍ତାନର ଚତୁର୍ଥ ପରାଜୟ ଦକ୍ଷିଣ…

ରବିବାର ଭାରତ-ଇଂଲଣ୍ଡ ମହାମୁକାବିଲା: ଅଭ୍ୟାସରେ ଶର୍ଟବଲ୍‌ ଉପରେ ରହିଥିଲା ଗିଲ୍‌ଙ୍କ ଫୋକସ

ଲକ୍ଷ୍ନୌ, ୨୮।୧୦: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପରେ ଭାରତ ଆସନ୍ତା ୨୯ ତାରିଖରେ ଇଂଲଣ୍ଡକୁ ଭେଟିବ ଭାରତ। କ୍ରମାଗତ ୫ ମ୍ୟାଚ ଜିତି ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ଟିମ୍‌ ଇଣ୍ଡିଆ ପାଖାପାଖି ୧ ସପ୍ତାହ ବ୍ରେକ୍‌ ପରେ ପୁଣି ପଡ଼ିଆକୁ ଓହ୍ଲାଇବାକୁ…

୫୦ ବର୍ଷରୁ ଅଧିକ ବୟସର ପୋଲିସଙ୍କୁ ଦିଆଯିବ ଅବସର

ଲକ୍ଷ୍ନୌ,୨୮।୧୦: ପୋଲିସ ବାବୁଙ୍କ ଅବସରକୁ ନେଇ ଉତ୍ତର ପ୍ରଦେଶ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବାଧ୍ୟତାମୂଳକ ଅବସର ପାଇଁ ୫୦ ବର୍ଷ ବୟସ ଅତିକ୍ରମ କରିଥିବା ପୋଲିସର ସ୍କ୍ରିନିଂ ସମ୍ପର୍କରେ ଶୁକ୍ରବାର ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଉତ୍ତରପ୍ରଦେଶ ପୋଲିସ…

ଆଜି ହେଭିଓ୍ବେଟ ମୁକାବିଲା

ଧର୍ମଶାଳା, ୨୮।୧୦: ଦିନିକିଆ କ୍ରିକେଟ ବିଶ୍ୱକପରେ ଶନିବାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେଭିଓ୍ବେଟ ମୁକାବିଲା ହେବ। ପ୍ରଥମ ଦୁଇ ମ୍ୟାଚ ହାରିବାପରେ ବିଜୟରେ ହ୍ୟାଟ୍ରିକ କରିଥିବା ଅଷ୍ଟ୍ରେଲିଆ ମୋମେଣ୍ଟମ ବଜାୟ ରଖିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ…

୫ମ ଥର ପାଇଁ କ୍ରୁଟ୍‌କୁ ‘ଉତ୍କର୍ଷ ପୁରସ୍କାର’

ଭୁବନେଶ୍ୱର, ୨୮।୧୦ (ବନ୍ଦନା ସେଠୀ): ୧୬ତମ ଅର୍ବାନ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଏବଂ ଏକ୍ସ୍‌ପୋରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)କୁ ୨୦୨୩ ବର୍ଷ ପାଇଁ ଉତ୍କର୍ଷ ପୁରସ୍କାର ମିଳିବ। ଆସନ୍ତା ୨୯ ତାରିଖରେ କ୍ରୁଟ୍‌ର ଏମ୍‌ଡି ଅରୁଣ ବୋଥ୍ରା ଏହି…

କୁଆଁର ପୂନେଇଁ ଜହ୍ନ ଗୋ…

ଭୁବନେଶ୍ୱର,୨୮।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଆକାଶର ଜହ୍ନ ସାଥେ କୁଆଁରୀ ମନର ଅସୁମାରୀ ଆଶାକୁ ନୃତ୍ୟରେ ରୂପାନ୍ତରିତ କରି ଅନୁଷ୍ଠିତ ହୋଇଯାଇଛି କୁମାର ଉତ୍ସବ। ଶୁକ୍ରବାର ନୃତ୍ୟାନୁଷ୍ଠାନ ନୃତ୍ୟାୟନ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ୨ୟ କୁମାର ଉତ୍ସବ ପାଳନ କରାଯାଇଛି। ନୃତ୍ୟାଚର୍ଯ୍ୟ ଗୁରୁ ଦୁର୍ଗାଚରଣ…

୨ ସ୍ବର୍ଣ୍ଣ ଜିତିବାରେ ଶୀତଲ ପ୍ରଥମ ଭାରତୀୟ ମହିଳା

ହାଙ୍ଗ୍‌ଝୋ ୨୮ା୧୦: ଏସିଆନ ପାରା ଗେମ୍ସର ଗୋଟିଏ ସଂସ୍କରଣରେ ଦୁଇ ସ୍ବର୍ଣ୍ଣ ଜିତିବାରେ ସ୍ବଳ୍ପ ବୟସ୍କା ତୀରନ୍ଦାଜ ଶିତଲ ଦେବୀ ହେଉଛନ୍ତି ପ୍ରଥମ ଭାରତୀୟ। ଶୁକ୍ରବାର ସେ ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡରେରେ ସ୍ପର୍ଣ୍ଣ ଜିତିଥିବା ବେଳେ ଗୁରୁବାର ସେ କମ୍ପାଉଣ୍ଡ ମିକ୍ସଡ…

ସ୍ବାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି

ପୁରୁଣା ଭୁବନେଶ୍ୱର,୨୮।୧୦(ସୁବାସ ଚନ୍ଦ୍ର ପ୍ରଧାନ): ଗତ ବୁଧବାରଠାରୁ ଉପବାସରେ ରହିଥିବା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ଶୁକ୍ରବାର ସ୍ବାଭାବିକ ହୋଇଛି। ଅପରାହ୍ନ ୧ଟାରେ ମହାସ୍ନାନ ହୋଇଥିଲା। ଅପରାହ୍ନ ୧ଟା ୩୦ରେ ମଙ୍ଗଳଆଳତି, ଅବକାଶ, ଦର୍ଶନ ପରେ ରୋଷହୋମ କରାଯାଇଥିଲା। ଏହାପରେ ଅନ୍ୟାନ୍ୟ ନୀତି…

ଓଟିଟିରେ ତାରାଙ୍କ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାରା ସୁତାରିଆଙ୍କ ଆଗାମୀ ସର୍ଭାଇଭାଲ ଥ୍ରିଲର ଫିଲ୍ମ ‘ଅପୂର୍ବା’ର ଟେଲର ଗୁରୁବାର ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମ ଜରିଆରେ ତାରା ଓଟିଟିରେ ଏଣ୍ଟ୍ରି କରିବେ। ନିଖିଲ ନାଗେଶ ପଟ୍ଟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ତାରା ବଞ୍ଚିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?