Home Left

ଏମିତି ଶ୍ମଶାନ, ଯେଉଁଠି ଗୋଟିଏ ଦିନ ଜୁଇ ନ ଜଳିଲେ ଗାଁର ଯେକୌଣସି ଲୋକଙ୍କ ହୁଏ ମୃତ୍ୟୁ

ଆମ ଦେଶରେ ଏମିତି ଏକ ଶ୍ମଶାନ ରହିଛି, ଯେଉଁଠି ପ୍ରତିଦିନ ଜୁଇ ଜଳିଥାଏ। ଏମିତି କେଉଁ ଗୋଟିଏ ଦିନ ନାହିଁ, ଯେଉଁଦିନ ଶବଦାହ ହୁଏନି। ଏପରି ଆଶ୍ଚର୍ଯ୍ୟଜନକ ଶ୍ମଶାନ ରହିଛି ବିହାରର ସିଓ୍ବାନରେ। ଏହାର ନାମ ଗୟାସପୁର ଶ୍ମଶାନ। ସ୍ଥାନୀୟ ଲୋକଙ୍କ…

ହାତୀ ଆକ୍ରମଣରେ ପୁଣି ଜଣଙ୍କ ଜୀବନଗଲା 

ଟେନସା,୨୩।୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ାରେ ୫ ରୁ ୭ ଟିକିଆ ହାତୀ ପଲଙ୍କ ଉପଦ୍ରବ କମିବାର ନାଁ ନେଉନାହିଁ I ଶନିବାର ବିଳମ୍ବିତ ରାତିରେ ହାତୀପଲ କନ୍ତରକୋଇଡ଼ା ରୁଙ୍ଗୁଟା କଲୋନୀ ଗେଟ ସାମ୍ନାରେ ଶାନ୍ତି ମୁଣ୍ଡାଙ୍କ ଘର ଭାଙ୍ଗିବା…

ସମୁଦ୍ରରେ ବୁଡିଗଲା ଭୁଟୁଭୁଟି: ନିଖୋଜ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି

ରୂପସା,୨୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ମାଛଧରା କେନ୍ଦ୍ରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଏକ ଭୁଟୁଭୁଟି ବୁଡିଯାଇଛି। ଫଳରେ ସମୁଦ୍ରରେ ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବାବେଳେ ଅନ୍ୟ ୬ ଜଣଙ୍କ ଜୀବନ ବଞ୍ଚିଯାଇଛିl ନିଖୋଜ ମତ୍ସ୍ୟଜୀବୀ ହେଲେ…

ଦେଶରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନାକୁ ନେଇ ପ୍ରତିକ୍ରିୟା ଦେଲେ ଚିଦାମ୍ବରମ

ନୂଆଦିଲ୍ଲୀ,୨୩।୭: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ମଣିପୁରରେ ଜାତୀୟ ହିଂସାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ନେତା ମଣିପୁରର ସ୍ଥିତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଜାତୀୟ ସଫେଇ(ଏଥନିକ କ୍ଲିନଜିଂ)…

ଦଳରେ କେହି ଅସନ୍ତୁଷ୍ଟ ନାହାନ୍ତି: ଶରତ

ଭୁବନେଶ୍ୱର,୨୩।୭(ଅନିଲ ଦାସ): ରାଜ୍ୟ କଂଗ୍ରେସରୁ ୨ଜଣ ବରିଷ୍ଠ ନେତା ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରିବା ପରେ ରାଜ୍ୟ କଂଗ୍ରେସରେ ଦୁଇଟି ଗୋଷ୍ଠୀ ମୁଣ୍ଡ ଟେକିଛି। ଗୋଟିଏ ପଟେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଚାଲିଥିବା…

ମହିଳାଙ୍କ ପେଟରୁ ବାହାରିଲା ୯ କିଲୋ ସିଷ୍ଟ

ବ୍ୟାଙ୍କକ: ଅନେକ ଲୋକ ମୋଟାପଣର ଶିକାର ହୋଇଥାନ୍ତି। କେତେକ ବ୍ୟକ୍ତି ତାଙ୍କର ଏହି ମୋଟାପଣକୁ କମ୍‌ କରିବାରେ ସଫଳ ହୋଇଥିବାବେଳେ ଆଉ କିଛି ଚେଷ୍ଟା କଲେ ମଧ୍ୟ ତାହା କମି ନ ଥାଏ। ନିକଟରେ ଜଣେ ମହିଳାଙ୍କ ସହ ଏପରି ହୋଇଛି।…

ବିମାନରେ ଉର୍ଫିଙ୍କୁ ଅସଦାଚରଣ

ମୁମ୍ବାଇ: ନିକଟରେ ମୁମ୍ବାଇ- ଗୋଆ ବିମାନ ଯାତ୍ରା ସମୟରେ ଅଭିନେତ୍ରୀ ଉର୍ଫି ଜାଭେଦ ଅସଦାଚରଣର ଶିକାର ହୋଇଥିବା ସେ ଏକ ପୋଷ୍ଟ ଜରିଆରେ ଜଣାଇଛନ୍ତି। ଉର୍ଫି ଇକୋନୋମି କ୍ଲାସ୍‌ରେ ଯାତ୍ରା କରୁଥିବାବେଳେ ସେଠାରେ ଏକ ନିଶାସକ୍ତ ଗ୍ରୁପ୍‌ ତାଙ୍କୁ ଅସଦାଚରଣ କରିଥିଲେ।…

ନିଜର ବ୍ରେନ୍‌ ସର୍ଜରି କଲେ

ମସ୍କୋ: ଜଣେ ବ୍ୟକ୍ତି ନିକଟରେ ତାଙ୍କ ଶୋଇବା ଘରେ ମୁଣ୍ଡର ସର୍ଜରି କରିଛନ୍ତି। ସେ ନିଜ ସ୍ବପ୍ନକୁ ଆୟତ୍ତ କରିବା ପାଇଁ ମୁଣ୍ଡରେ ଏକ ଇଲେକ୍ଟୋ୍ରଡ୍‌ ଚିପ୍‌ ଭର୍ତ୍ତି କରିଛନ୍ତି। ରୁଷିଆର ନୋଭେସିଭିର୍କସ୍‌ର ଜଣେ ଲେଖକ ତଥା ରିସର୍ଚ୍ଚର ୪୦ ବର୍ଷୀୟ…

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସ୍ମାର୍ଟ ଲବି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପରିସରରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସ୍ମାର୍ଟ ଲବି ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆଡଭୋକେଟ ଜେନେରାଲ ଅଶୋକ ପରିଜା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ…

୨୯ ସେପ୍ଟେମ୍ବରରୁ ୨ୟ ପ୍ରୋପ୍ୟାକ୍‌ ଓଡ଼ିଶା

ଭୁବନେଶ୍ୱର,୨୩।୭(ଅଭୟ ଦାଶ): ରାଜ୍ୟର ପ୍ରମୁଖ ଶିଳ୍ପ ସଂଗଠନ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀ ସଂଘ (ଓସ୍‌ମେ) ଓ ଫ୍ୟୁଚରେକ୍ସର ମିଳିତ ସହଯୋଗରେ ୨ୟ ପ୍ରୋପ୍ୟାକ୍‌ ଓଡ଼ିଶା ଓ ଓଡ଼ିଶା ପ୍ଲାଷ୍ଟ-୨୦୨୩ ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଛି। ବିଶେଷକରି ଉକ୍ତ ପ୍ରଦର୍ଶନୀ…

ଓସିବିଏର ପ୍ରଥମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୩।୭।:ଓଡ଼ିଶା କଷ୍ଟମ୍ସ ବ୍ରୋକର୍ସ ଆସୋସିଏସନ (ଓସିବିଏ)ର ପ୍ରଥମ ପ୍ରତିଷ୍ଠା ଦିବସ ଶନିବାର ଭୁବନେଶ୍ୱର ନିକଟସ୍ଥ ଗଣ୍ଡମୁଣ୍ଡା ବିବେକାନନ୍ଦ ଅଡିଟୋରିୟମଠାରେ ପାଳିତ ହୋଇଯାଇଛି। କେନ୍ଦ୍ର ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ତର୍ଜାତୀୟ…

ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରରୁ ଏୟାର କାର୍ଗୋ ସେବା

ଭୁବନେଶ୍ୱର,୨୩।୭: ୱାର୍ଲଡ ଟ୍ରେଡ୍‌ ସେଣ୍ଟର (ଡବ୍ଲ୍ୟୁଟିସି) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ବୈଦେଶିକ ବାଣିଜ୍ୟ ମହାନିର୍ଦେଶାଳୟ ନୂଆଦିଲ୍ଲୀର ମହାନିର୍ଦ୍ଦେଶକ ସନ୍ତୋଷ ଷଡ଼ଙ୍ଗୀ ମୁଖ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri