ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ବିୟୋଗ: ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୨୭।୧୦: ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସ୍ବରୂପ ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ତାଙ୍କ ନିଆରା ସଙ୍ଗୀତ ରଚନା ସର୍ବଦା ଶ୍ରୋତାଙ୍କ ହୃଦୟରେ ସ୍ବତନ୍ତ୍ର ହୋଇ ରହିବ। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ସେ ଚିରସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।
କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି କହିଛନ୍ତି, ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ତଥା ଅଭିନେତା ସ୍ବରୂପ ନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସଙ୍ଗୀତ ନିର୍ଦ୍ଦେଶନାରେ ସେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ। ବିଶେଷ ଭାବରେ ଓଡ଼ିଆ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତକୁ ତାଙ୍କର ଅବଦାନ ଅନେକ। ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଉଜ୍ଜ୍ୱଳ ପ୍ରତିଭାଙ୍କୁ ହରାଇଲା। ସେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ସେହିପରି ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା, କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ବିୟୋଗରେ ଓଡ଼ିଶାର ଚଳଚ୍ଚିତ୍ର ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ହାପି ଲିଭିଂ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୬।୬(ଶର୍ମିଷ୍ଠା ପାଣିଗ୍ରାହୀ): ଆଧ୍ୟାତ୍ମିକ ସ୍ତମ୍ଭକାର, ପ୍ରବକ୍ତା ତଥା ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ’ର ସମ୍ପାଦକ ଶ୍ରୀସନ୍ନ୍ୟାସୀ ଜୀଙ୍କୁ ସାମାଜିକ ସେବା ସଂଗଠନ ହାପି ଲିଭିଂ...

୫ ଦିନରେ ଲକ୍ଷେ ଲୋକଙ୍କୁ ଭେଟିସାରିଲେଣି ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୬।୬: ଗତ ଜୁନ ୧୨ ତାରିଖରେ ଦାୟିତ୍ୱ ନେବା ପରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲଗାତର ଭାବେ ସାଧାରଣ ଲୋକଙ୍କ ସହ ମିଶୁଛନ୍ତି।...

ଗୋଡ଼ ନ ଥିବା ଶିକ୍ଷକଙ୍କୁ ପାଣି ପିଆଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି: ପରେ ପ୍ରତିକ୍ରିୟା ମିଳିଲା ମିଳିଲା ଏମିତି

ଭୁବନେଶ୍ୱର, ୧୬।୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପ୍ରତ୍ୟେକ ଦିନ ଅନେକ ବ୍ୟକ୍ତି, ସଙ୍ଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ...

ଛୁଟିଦିନରେ ବି କାମ କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର, ୧୬।୬(ସୁନିତ୍‌ ମିଶ୍ର): ଓଡ଼ିଶାର ବିକାଶ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ରକ୍ଷାକୁ ସର୍ବଦା ଗୁରୁତ୍ୱ ଦିଆଯିବ। ବାତ୍ୟା, ବର୍ଷା, ବନ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା...

ଶ୍ରୀମନ୍ଦିର ଭିଡ଼କୁ ନେଇ ମୁହଁ ଖୋଲିଲେ ଆଇନ୍‌ ମନ୍ତ୍ରୀ: ସଫେଇ ଦେଇ କହିଲେ…

ଭୁବନେଶ୍ୱର, ୧୬।୬:ରାଜ୍ୟରେ ଭାଜପା ସରକାରକୁ ଆସିବା ପୂର୍ବରୁ ଅନେକ ପ୍ରତିଶ୍ରୁତି ଲୋକଙ୍କ ଆଗରେ ରଖିଥିଲା। ଯେପରିକି ଦଳ ରାଜ୍ୟରେ ସରକାର ଗଠନ କରିବାର କିଛି ସମୟ...

ଧୋକା ଦେଲା ମୌସୁମୀ: ଏହି ଦିନ ପର୍ଯ୍ୟନ୍ତ ଜାରି ରହିବ ଖରା

ଭୁବନେଶ୍ୱର, ୧୬।୬(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଓଡ଼ିଶାକୁ ସାଧାରଣତଃ ୧୨ ରୁ ୧୪ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥାଏ।...

ଭଡାଘରୁ ମିଳିଲା ବରିଷ୍ଠ କିରାଣୀଙ୍କ ମୃତଦେହ

ରେଢାଖୋଲ,୧୬ା୬(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ନାକଟୀଦେଉଳ ତହସିଲ ଅଫିସର ବରିଷ୍ଠ କିରାଣୀ କ୍ଷିରୋଦ କୁମାର ବଳ(୫୦)ଙ୍କ ମୃତଦେହ ରେଢାଖୋଲ ଏନଏସି ୱାର୍ଡ ନଂ ୮ ଗଣେଷନଗରସ୍ଥିତ...

ସର୍ବାଧିକ ଆୟ କରୁଥିବା ପ୍ରଥମ ୫ ଷ୍ଟେଶନ ମଧ୍ୟରେ ଓଡ଼ିଶାର ୪ ଷ୍ଟେଶନ

ଭୁବନେଶ୍ୱର,୧୬।୬: ପୂର୍ବତଟ ରେଳପଥର ସର୍ବାଧିକ ଆୟ କରୁଥିବା ୨୦ଟି ଷ୍ଟେଶନ ତାଲିକାରେ ପ୍ରଥମ ୫ଟି ଷ୍ଟେଶନ ମଧ୍ୟରୁ ଓଡ଼ିଶାର ୪ଟି ଷ୍ଟେଶନ ସ୍ଥାନ ପାଇଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri