କମ୍ବଳରେ ମୁଁହ ଢାଙ୍କି ଶୋଇବା କ୍ଷତିକାରକ

ପର୍ଯ୍ୟାପ୍ତ ନିଦ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହା ଦିନର ପରିଶ୍ରମକୁ ଲାଘବ କରିବା ସହ ଶରୀରକୁ ମଧ୍ୟ କିଛି ସମୟ ପାଇଁ ଆରାମ ମିଳିଥାଏ। ଶୋଇବା ସମୟରେ ନିଜର କର୍ମ୍‌ଫଟ ଅନୁସାରେ ଆପଣ ଶୋଇଥାନ୍ତି। ତେବେ ଶୀତଦିନେ ଅନେକ ଜଣ କମ୍ବଳରେ ମୁଁହ ଢାଙ୍କି ଶୋଇବାକୁ ପସନ୍ଦ କରିଥାନ୍ତି। ଏହିପରି ଶୋଇବା ଅଭ୍ୟାସ ଦ୍ୱାରା ଶରୀରରେ କ୍ଷତିକାରକ ପ୍ରଭାବ ପଡିଥାଏ। ମୁହଁ ଢାଙ୍କି ଶୋଇବା ଦ୍ୱାରା ଅମ୍ଲଜାନ ଅଭାବରେ ମୁଣ୍ଡବ୍ୟଥା, ବାନ୍ତି କିମ୍ବା ସଫୋକେସନ୍‌ ପରି ସମସ୍ୟା ଉପୁଜି ଥାଏ।

-ମୁହଁ ଢାଙ୍କି ଶୋଇବା ଦ୍ୱାରା ସ୍ଲିପ୍‌ ଆପ୍‌ନିଆ ହେବାର ଆଶଙ୍କା ରହିଛି। ସ୍ଲିପ୍‌ ଆପ୍‌ନିଆ ହେବା ଦ୍ୱାରା ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ। ଏଥିସହ ଶୋଇବାରେ ଅସୁବିଧା ହୋଇଥାଏ ଖାସ୍‌ କରି ଅନିଦ୍ରା ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ଏହା କ୍ଷତିକାରକ ହୋଇଥାଏ।
-ଅମ୍ଲଜାନ ଅଭାବରୁ ମାଂସପେଶୀ ଏବଂ ରକ୍ତ ସଞ୍ଚାଳନରେ ପ୍ରଭାବ ପଡିଥାଏ।
– ଏକ ଗବେଷଣାରୁ ଜଣାପଡିଛି କି ୨୩ ଶତକଡା ଲୋକ ଶୋଇବା ବେଳେ ମୁହଁ ଢାଙ୍କି ଶୋଇଥାନ୍ତି। ତେଣୁ ଅଧିକାଂଶ ସେମାନେ ଡେମେନସିଆର ଶିକାର ହୋଇଥାନ୍ତି।
-ଅଣନିଶ୍ୱାସୀ ଲାଗିବା ଯୋଗୁଁ ବ୍ରେନ୍‌ ଡ୍ୟାମେଜ୍‌, ଆଲଜାଇମର୍‌, ଡେମେନସିଆ ଏବଂ ହୃଦଘାତ ହେବାର ଆଶଙ୍କା ଅଛି।
-ଅଧ୍ୟୟନରୁ ଜଣାପଡିଛି ୪୨ନିୟୁତ ଆମେରିକୀୟ ସ୍ଲିପ୍‌ ଡିଜଅର୍ଡରରେ ପୀଡିତ। ଏବଂ ୫ଜଣରୁ ୧ଜଣଙ୍କୁ ସ୍ଲିପ୍‌ ଆପ୍‌ନିଆ ହୋଇଛି। ଏହି ଗମ୍ଭୀର ସମସ୍ୟା ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହେଲେ ଦେଖାଯାଏ ଯାହା ମୁହଁ ଢାଙ୍କି ଶୋଇବା ଦ୍ୱାରା ହୋଇଥାଏ।
-ସ୍ଲିପ୍‌ ଆପ୍‌ନିଆ, ଆସ୍ଥମା ଏବଂ ହୃଦରୋଗରେ ପୀଡିତ ବ୍ୟକ୍ତି ମୁହଁ ଢାଙ୍କି ଶୋଇବାରୁ ନିବୃତ୍ତ ରୁହନ୍ତୁ। ମସ୍ତିଷ୍କରେ ଅମ୍ଲଜାନ ନପହଁଚି ପାରି ମାନସିକ ସମସ୍ୟା ଯଥା ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ୍‌ ସମସ୍ୟା ମଧ୍ୟ ଦେଖାଯାଏ।
-ଶୀତଦିନେ ଅତ୍ୟଧିକ ଥଣ୍ଡା ଯୋଗୁଁ ବନ୍ଦ ଘରେ ହିଟର୍‌ କିମ୍ବା ବ୍ଲୋଅର ବ୍ୟବହାର କରନ୍ତୁ ନାହିଁ। ରୁମ୍‌ରେ ଯେପରି ଭେଣ୍ଟିଲେସନର ବ୍ୟବସ୍ଥା ହୋଇପାରିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
-କୌଣସି ମାନସିକ କିମ୍ବା ଶାରୀରିକ ସମସ୍ୟା ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
-ଯଦି ମୁହଁ ଢାଙ୍କି ଶୋଇପାରୁ ନାହାନ୍ତି ତେବେ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ କମ୍ବଳକୁ ଅଧା ଢାଙ୍କି ରଖନ୍ତୁ। ନିଜକୁ କମ୍ବଳ ଭିତରେ ପୁରା ନିବୁଜ କରନ୍ତୁ ନାହିଁ। ପତଳା କିମ୍ବା ଛିଦ୍ର ଥିବା ରେଶମ ବ୍ଲାଙ୍କେଟ୍‌ କିମ୍ବା ସାଲ୍‌ ବ୍ୟବହାର କରନ୍ତୁ।
-ଶୋଇବା ସମୟରେ ପିଠି ପଟ ଦେଇ ଶୁଅନ୍ତୁ। ଏହାଦ୍ୱାରା ମୁହଁ ଢାଙ୍କି ହୋଇ ରହିବ ନାହିଁ। ପିଠି ପଟ ଦେଇ ଶୋଇବା ସମୟରେ ଅଧିକ ଶୀତ ଲାଗିଲେ କମ୍ବଳରେ କେବଳ କାନ ଢାଙ୍କି ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

ବାଇକ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ଯୁବକ ମୃତ

ବଲାଙ୍ଗିର, ୨୬।୯(ସୁନିଲ ମହାନ୍ତି ): ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଶୁକ୍ରବାର ଏକ ବାଇକ୍‌ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବ ବାଇକ୍‌ ଚାଳକଙ୍କ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

ଘରେ ତାଲା ଭାଙ୍ଗି ଗହଣା ଲୁଟ୍‌

ଡେରାବିଶ, ୨୬।୯ (ବାର୍ତ୍ତାଦାତା ଅଜୟ ଦାସ): ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଛୋଟୀ ପଞ୍ଚାୟତର ଛୋଟୀ ଗ୍ରାମରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶୁକ୍ରବାର ବିଳମ୍ବିତ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?