କମ୍ବଳରେ ମୁଁହ ଢାଙ୍କି ଶୋଇବା କ୍ଷତିକାରକ

ପର୍ଯ୍ୟାପ୍ତ ନିଦ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହା ଦିନର ପରିଶ୍ରମକୁ ଲାଘବ କରିବା ସହ ଶରୀରକୁ ମଧ୍ୟ କିଛି ସମୟ ପାଇଁ ଆରାମ ମିଳିଥାଏ। ଶୋଇବା ସମୟରେ ନିଜର କର୍ମ୍‌ଫଟ ଅନୁସାରେ ଆପଣ ଶୋଇଥାନ୍ତି। ତେବେ ଶୀତଦିନେ ଅନେକ ଜଣ କମ୍ବଳରେ ମୁଁହ ଢାଙ୍କି ଶୋଇବାକୁ ପସନ୍ଦ କରିଥାନ୍ତି। ଏହିପରି ଶୋଇବା ଅଭ୍ୟାସ ଦ୍ୱାରା ଶରୀରରେ କ୍ଷତିକାରକ ପ୍ରଭାବ ପଡିଥାଏ। ମୁହଁ ଢାଙ୍କି ଶୋଇବା ଦ୍ୱାରା ଅମ୍ଲଜାନ ଅଭାବରେ ମୁଣ୍ଡବ୍ୟଥା, ବାନ୍ତି କିମ୍ବା ସଫୋକେସନ୍‌ ପରି ସମସ୍ୟା ଉପୁଜି ଥାଏ।

-ମୁହଁ ଢାଙ୍କି ଶୋଇବା ଦ୍ୱାରା ସ୍ଲିପ୍‌ ଆପ୍‌ନିଆ ହେବାର ଆଶଙ୍କା ରହିଛି। ସ୍ଲିପ୍‌ ଆପ୍‌ନିଆ ହେବା ଦ୍ୱାରା ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ। ଏଥିସହ ଶୋଇବାରେ ଅସୁବିଧା ହୋଇଥାଏ ଖାସ୍‌ କରି ଅନିଦ୍ରା ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ଏହା କ୍ଷତିକାରକ ହୋଇଥାଏ।
-ଅମ୍ଲଜାନ ଅଭାବରୁ ମାଂସପେଶୀ ଏବଂ ରକ୍ତ ସଞ୍ଚାଳନରେ ପ୍ରଭାବ ପଡିଥାଏ।
– ଏକ ଗବେଷଣାରୁ ଜଣାପଡିଛି କି ୨୩ ଶତକଡା ଲୋକ ଶୋଇବା ବେଳେ ମୁହଁ ଢାଙ୍କି ଶୋଇଥାନ୍ତି। ତେଣୁ ଅଧିକାଂଶ ସେମାନେ ଡେମେନସିଆର ଶିକାର ହୋଇଥାନ୍ତି।
-ଅଣନିଶ୍ୱାସୀ ଲାଗିବା ଯୋଗୁଁ ବ୍ରେନ୍‌ ଡ୍ୟାମେଜ୍‌, ଆଲଜାଇମର୍‌, ଡେମେନସିଆ ଏବଂ ହୃଦଘାତ ହେବାର ଆଶଙ୍କା ଅଛି।
-ଅଧ୍ୟୟନରୁ ଜଣାପଡିଛି ୪୨ନିୟୁତ ଆମେରିକୀୟ ସ୍ଲିପ୍‌ ଡିଜଅର୍ଡରରେ ପୀଡିତ। ଏବଂ ୫ଜଣରୁ ୧ଜଣଙ୍କୁ ସ୍ଲିପ୍‌ ଆପ୍‌ନିଆ ହୋଇଛି। ଏହି ଗମ୍ଭୀର ସମସ୍ୟା ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହେଲେ ଦେଖାଯାଏ ଯାହା ମୁହଁ ଢାଙ୍କି ଶୋଇବା ଦ୍ୱାରା ହୋଇଥାଏ।
-ସ୍ଲିପ୍‌ ଆପ୍‌ନିଆ, ଆସ୍ଥମା ଏବଂ ହୃଦରୋଗରେ ପୀଡିତ ବ୍ୟକ୍ତି ମୁହଁ ଢାଙ୍କି ଶୋଇବାରୁ ନିବୃତ୍ତ ରୁହନ୍ତୁ। ମସ୍ତିଷ୍କରେ ଅମ୍ଲଜାନ ନପହଁଚି ପାରି ମାନସିକ ସମସ୍ୟା ଯଥା ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ୍‌ ସମସ୍ୟା ମଧ୍ୟ ଦେଖାଯାଏ।
-ଶୀତଦିନେ ଅତ୍ୟଧିକ ଥଣ୍ଡା ଯୋଗୁଁ ବନ୍ଦ ଘରେ ହିଟର୍‌ କିମ୍ବା ବ୍ଲୋଅର ବ୍ୟବହାର କରନ୍ତୁ ନାହିଁ। ରୁମ୍‌ରେ ଯେପରି ଭେଣ୍ଟିଲେସନର ବ୍ୟବସ୍ଥା ହୋଇପାରିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
-କୌଣସି ମାନସିକ କିମ୍ବା ଶାରୀରିକ ସମସ୍ୟା ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
-ଯଦି ମୁହଁ ଢାଙ୍କି ଶୋଇପାରୁ ନାହାନ୍ତି ତେବେ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ କମ୍ବଳକୁ ଅଧା ଢାଙ୍କି ରଖନ୍ତୁ। ନିଜକୁ କମ୍ବଳ ଭିତରେ ପୁରା ନିବୁଜ କରନ୍ତୁ ନାହିଁ। ପତଳା କିମ୍ବା ଛିଦ୍ର ଥିବା ରେଶମ ବ୍ଲାଙ୍କେଟ୍‌ କିମ୍ବା ସାଲ୍‌ ବ୍ୟବହାର କରନ୍ତୁ।
-ଶୋଇବା ସମୟରେ ପିଠି ପଟ ଦେଇ ଶୁଅନ୍ତୁ। ଏହାଦ୍ୱାରା ମୁହଁ ଢାଙ୍କି ହୋଇ ରହିବ ନାହିଁ। ପିଠି ପଟ ଦେଇ ଶୋଇବା ସମୟରେ ଅଧିକ ଶୀତ ଲାଗିଲେ କମ୍ବଳରେ କେବଳ କାନ ଢାଙ୍କି ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri