Odisha Elections 2024

ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

ଭୁବନେଶ୍ୱର,୨୮ା୧୦(ଅସମାପିକା ସାହୁ): ୨୦୨୪ ସାଧାରଣ ନିର୍ବାଚନ ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ଶୁକ୍ରବାରଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଖବରଦାତା ସମ୍ମିଳନୀ ଜରିଆରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଆଜିଠୁ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏନେଇ ୨୦୨୩ ଡିସେମ୍ବର ୯ ପର୍ଯ୍ୟନ୍ତ ଭୋଟରମାନେ ଆବେଦନ କରିପାରିବେ। ୨୦୨୪ ଜାନୁୟାରୀ ପହିଲା ସୁଦ୍ଧା ଯେଉଁମାନଙ୍କ ବୟସ ୧୮ ବର୍ଷ ଛୁଇଁଥିବ ସେମାନଙ୍କ ନାମ ଭୋଟର ତାଲିକାରେ ରହିପାରିବ। ଏ ସମ୍ବନ୍ଧରେ ସବୁ ଜିଲାପାଳ, ଉପଜିଲାପାଳ, ବ୍ଲକ, ତହସିଲ ଏବଂ ବୁଥ୍‌ସ୍ତରୀୟ କାର୍ଯ୍ୟାଳୟକୁ ବିଜ୍ଞପ୍ତି ଜାରି କରାଯାଇଛି। ୨୦୨୩ ଜାନୁୟାରୀ ୫ରେ ପ୍ରକାଶ ପାଇଥିବା ଭୋଟର ତାଲିକା ଅନୁଯାୟୀ ରାଜ୍ୟରେ ମୋଟ୍‌ ୩୭,୬୦୬ ବୁଥ୍‌ ସଂଖ୍ୟା ରହିଥିଲା। ଜିଲାପାଳମାନଙ୍କ ପ୍ରସ୍ତାବ ଅନୁଯାୟୀ ବୁଥ୍‌ ସଂଖ୍ୟା ବଢ଼ି ୩୭,୮୦୯ରେ ପହଞ୍ଚିଛି। ସେହିଭଳି ମହିଳା ଭୋଟରଙ୍କ ହାର ସର୍ବାଧିକ ବଢ଼ିଛି। ରାଜ୍ୟରେ ପୁରୁଷ ଓ ମହିଳା ଭୋଟରଙ୍କ ହାର ବଢ଼ି ହଜାରେ ପୁରୁଷରେ ମହିଳା ଭୋଟରଙ୍କ ସଂଖ୍ୟା ୯୬୧ରୁ ବଢ଼ି ୯୬୩ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

ମଧ୍ୟବିତ୍ତଙ୍କ ପାଇଁ ସବୁବେଳେ କାମ କରନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ: ପାଣ୍ଡିଆନ

ଭୁବନେଶ୍ୱର,୨୦ା୫: ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଏଥିରେ...

”ଓଡ଼ିଶାର ପ୍ରତି ବ୍ଲକ ଲୋକେ ଗୁଜରାଟରେ କାମ କରୁଛନ୍ତି”: ପ୍ରଧାନମନ୍ତ୍ରୀ ମୋଦି

କଟକ,୨୦।୫: କଟକରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। କହିଛନ୍ତି ବିଜେଡି ପାଇଁ ଓଡ଼ିଶା ଆଜି...

ପୁଣି ଦୋହରାଇଲେ ମୋଦି, କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୫: ଅନୁଗୋଳ ସଭାରେ ସମ୍ବୋଧିତ କରି ଓଡ଼ିଶାରେ ପ୍ରଥମଥର ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଯାଉଥିବା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।...

ମତଦାନ କଲେ ମନ୍ତ୍ରୀ ରୀତା ସାହୁ

ବରପାଲି,୨୦ା୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ମତଦାତାଙ୍କ ଲମ୍ବା...

”ଓଡ଼ିଶା ବରବାଦୀର କାରଣ ବିଜେଡି ସରକାର”: ନରେନ୍ଦ୍ର ମୋଦି

ଭୁବନେଶ୍ୱର,୨୦।୫: ସୋମବାର ସକାଳୁ ସକାଳୁ ପୁରୀରେ ରୋଡ ଶୋ’ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୋଳରେ ପହଞ୍ଚିଥିଲେ। ଏଠାରେ ସେ ବକ୍ତବ୍ୟ ଦେଇ ସକାଳ...

ଭୋଟ୍‌ ଦେଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟିଲାଗଡ଼,୨୦ା୫(ଶରତ ମିଶ୍ର): ବଲାଙ୍ଗୀର ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ଭୋଟ୍‌ ଦେଲେ ଅର୍ଥମନ୍ତ୍ରୀ

ଭଞ୍ଜନଗର,୨୦ା୫(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ତଥା ଭଞ୍ଜନଗର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ସୋମବାର ନିଜ ଗ୍ରାମ ଅଗଝୋଳରେ ମତଦାନ ସାବ୍ୟସ୍ତ କରିଛନ୍ତି। ବିକ୍ରମ ସପ୍ତମଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri