ପୂଜାରେ ‘ସ୍ମାର୍ଟ ବଜାର ଚଲିଏ’ କ୍ୟାମ୍ପେନ୍‌

ଭୁବନେଶ୍ୱର,୨୮।୧୦, (ଅନୁରାଧା ମହାରଣା): ପୂଜା ବଜାରରେ କିଣାକିଣିରେ ଗ୍ରାହକଙ୍କୁ ସ୍ବତନ୍ତ୍ର ଅନୁଭୂତି ଦେବା ପାଇଁ ସ୍ମାର୍ଟ ବଜାର ପକ୍ଷରୁ ସ୍ବତନ୍ତ୍ର ଅଫର ଘୋଷଣା ହୋଇଛି। ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ସ୍ମାର୍ଟ ବଜାରର ବ୍ରାଣ୍ଡ ଆମ୍ବାସାଡାର ରହିଥିବାବେଳେ ବ୍ରାଣ୍ଡ କ୍ୟାମ୍ପେନ୍‌ ‘ସ୍ମାର୍ଟ ବଜାର ଚଲିଏ’ ରଖାଯାଇଛି। ସ୍ମାର୍ଟ ବଜାରରେ ଗ୍ରୋସରୀ, ଘରକରଣା ସାମଗ୍ରୀ ପ୍ୟାକେଜଡ୍‌ ଫୁଡ୍‌, ପନିପରିବା, ଫଳ, ଦୁଗ୍ଧ ଜାତୀୟ ସାମଗ୍ରୀ, ଲଗେଜ ଆଦିଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଗୋଟିଏ ଛାତ ତଳେ ଉପଲବ୍ଧ ହେଉଥିବାରୁ ଗ୍ରାହକ ଏଠାରୁ କିଣାକିଣି କରିବାକୁ ପସନ୍ଦ କରୁଥିବା ସ୍ମାର୍ଟ ବଜାର ପକ୍ଷରୁ କୁହଯାଇଛି। ପାର୍ବଣ ସମୟରେୀ ସ୍ବତନ୍ତ୍ର ଅନୁଭୂତି ପାଇଁ ବନ୍ଦୋବସ୍ତ କରାଯାଇଥିଳେ ମଧ୍ୟ ବର୍ଷର ଯେକୌଣସି ସମୟରେ ଏହି ଷ୍ଟୋରରେ ସୁଲଭ ଦରରେ ସାମଗ୍ରୀ ମିଳିପାରେ ବୋଲି ଷ୍ଟୋର ପକ୍ଷରୁ ସୂଚନା ଦିଆଯାଇଛି। ୧୯୯୯ଟଙ୍କାର କ୍ରୟ ଉପରେ ୧କେଜି ଚିନି ମାତ୍ର ୯ ଟଙ୍କାରେ ପାଇପାରିବେ ବୋଲି ଘୋଷଣା କରାଯାଇଛି। ଏହା ବ୍ୟତୀତ ଷ୍ଟୋର ପକ୍ଷରୁ ଡ୍ରାଏଫ୍ରୁଟ୍‌ ଗିଫ୍ଟ ପ୍ୟାକେଟ୍‌, ୯୪୯ ଟଙ୍କାରେ ୫ କେଜି ଚାଉଳ ଏବଂ ୧ କେଜି ଚାଉଳର କମ୍ବୋ, ନନଷ୍ଟିକ୍‌ ଜିନିଷ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି, ୫୯୯୯ଟଙ୍କାରେ ୩ଟି ହାର୍ଡ ଟ୍ରଲି ଲଗେଜ ଭଳି ଅଫର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ବଜାରରେ ଚାଞ୍ଚଲ୍ୟ: ମାଛ କଟା ପନିକି ଗଳିଲା ଛାତିରେ, ଜଣେ ଗୁରୁତର…

ବଞ୍ଚୋ,୨୯(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି। କାଳନ୍ଦୀ ବେହେରା ନାମକ ଜଣେ ମାଛ ବ୍ୟବସାୟୀ ବୁଧବାର ତାଙ୍କ ଦୋକାନରେ ମାଛ…

ବିଧାନସଭା ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା କଡାକଡି: ଲୋୟର ପିଏମ୍‌ଜିରେ ୧୪୪ ଧାରା

ଭୁବନେଶ୍ୱର,୨୯।୪: ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା।…

୫ହାଜର ନୁହେଁ ମାସକୁ ୯ହଜାର ଦେବେ ସରକାର, ଛାତ୍ରୀଛାତ୍ର ଏମିତି କରନ୍ତୁ ଆପ୍ଲାଏ…

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଯୁବବର୍ଗମାନେ ଶିକ୍ଷା ଏବଂ କାର୍ଯ୍ୟ ଅଭିଜ୍ଞତା ଉଭୟ ପାଇପାରିବେ ଯାହା…

ଜିତୁ ମୁଣ୍ଡାଙ୍କୁ ମିଳୁ ନ୍ୟାୟ: ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡିି

ପାଟଣା,୨୯।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ଗତ ସୋମବାର ମୃତ ଭଉଣୀ କାଲାରା…

ବୁଲିବାକୁ ଯାଉଥିବା ସମୟରେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର

ଜୟପୁର,୨୯।୪ (ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗତ ୨୩ ତାରିଖ ସକାଳେ ଯୁବତୀ ନିକଟସ୍ଥ…

ଏହି ଦିନ ପରଦାକୁ ଆସିବ ଥାଲାପତି ବିଜୟଙ୍କ ଶେଷ ଅଭିନୀତ ଚଳଚ୍ଚିତ୍ର

ମୁମ୍ବାଇ: ଶେଷରେ ସିନେମା ହଲ୍‌କୁ ଆସିବାକୁ ପ୍ରସ୍ତୁତ ଅଭିନେତା-ରାଜନେତା ଥାଲାପତି ବିଜୟଙ୍କ ଚଳଚ୍ଚିତ୍ର ‘ଜନ ନାୟାଗନ’। ରାଜନୀତିକୁ ଆସିବା ପୂର୍ବରୁ ତାମିଲ ଫିଲ୍ମ ସୁପରଷ୍ଟାର ବିଜୟଙ୍କର ଏହା…

ବାଇକ୍‌ ଦୁର୍ଘଟଣାକୁ ନେଇ ତେଜିଲା ଗୋଷ୍ଠୀ ସଂଘର୍ଷ

ବାଲେଶ୍ବର,୨୯।୪: ବାଲେଶ୍ୱର ପୋଲାଡ଼ି ଛକରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଏକ ବାଇକ୍‌ ଦୁର୍ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ…

ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, ଦେଢଲକ୍ଷ ତଳକୁ ଖସିଲା ସୁନା, ୨୨k କିଣିଲେ ଦେବାକୁ ପଡିବ…

ନୂଆଦିଲ୍ଲୀ,୨୯।୪: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ବିଶ୍ୱ ସ୍ତରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ଘରୋଇ ଫ୍ୟୁଚର୍ସ ବଜାର (MCX) ରେ ସୁନା ମୂଲ୍ୟ ହ୍ରାସ ପାଇଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri