Posted inବଜେଟ

ରିଲାଏନ୍ସ ଜିଓର ଦ୍ୱିିତୀୟ ତ୍ରୈମାସରେ ୫୦୫୮କୋଟି ନିଟ୍‌ ଲାଭ

ଭୁବନେଶ୍ୱର,୨୮।୧୦(ଅନୁରାଧା ମହାରଣା) : ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ (ଆର୍‌ଜେଆଇଏଲ୍‌) ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଜୁଲାଇ-ସେପ୍ଟେମ୍ବର ୨୦୨୩ ତ୍ରୈମାସରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ର ନିଟ୍‌ ଲାଭ ଗତ ବର୍ଷ ସମାନ ତ୍ରୈମାସ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି ପାଇଁ ୫୦୫୮ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ବର୍ଷ ସମାନ ତ୍ରୈମାସରେ କମ୍ପାନୀର ନିଟ୍‌ ଲାଭ ୪୫୧୮ କୋଟି ଟଙ୍କା ରହିଥିଲା। ଜୁଲାଇ-ସେପ୍ଟେମ୍ବର ୨୦୨୩ରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୯.୮ ପ୍ରତିଶତ ବୃଦ୍ଧି ସହ ୨୪,୭୫୦ କୋଟି ଟଙ୍କା ରହିଥିବା ଜଣାପଡ଼ିଛି। ସୂଚନା ଥାଉକି, ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଓ ସର୍ବାଧିକ ରାଜସ୍ବ ବଜାର ଅଂଶ ସହ ଦେଶର ସର୍ବବୃହତ୍‌ ଟେଲିକମ୍‌ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ହୋଇଥିବା ବେଳେ ଦ୍ରୁତଗତିରେ ଏହାର ୫ଜି ନେଟ୍‌ୱର୍କର ସମ୍ପ୍ରସାରଣ ଜାରି ରଖିଛି। ଦେଶରେ ଏବେ ରହିଥିବା ମୋଟ ୫ଜି ନେଟ୍‌ୱର୍କର ୮୫ ପ୍ରତିଶତ ଜିଓ ସ୍ଥାପନା କରିଛି । ନିକଟରେ କମ୍ପାନୀ ପକ୍ଷରୁ ଦେଶର ପ୍ରମୁଖ ସହରଗୁଡ଼ିକରେ ଜିଓ ଏୟାର ଫାଇବର ସେବା ଶୁଭାରମ୍ଭ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିବ ୩୦୦ ୟୁନିଟ୍‌ର ମାଗଣା ବିଜୁଳି; ଜାଣନ୍ତୁ କେମିତି କରିବେ ଏହି ସରକାରୀ ଯୋଜନାରେ ଆବେଦନ…

ନୂଆଦିଲ୍ଲୀ,୨୬।୬: ବର୍ତ୍ତମାନ ସମୟରେ ଗରମ ନିଜ ଚରମରେ ପହଞ୍ଚି ସାରିଛି । ମଝିରେ ମଝିରେ ବର୍ଷା ହେଉଥିଲେ ମଧ୍ୟ ଗରମ ଉପରେ କୌଣସି ପ୍ରକାରର ପ୍ରଭାବ ପଡୁଥିବା…

ଗୋଷ୍ଠୀକେନ୍ଦ୍ର ଗୃହ ନିର୍ମାଣରେ ଅର୍ଥ ଆତ୍ମସାତ: ଜିଲାପାଳଙ୍କ ନିକଟରେ ଦାବି କଲେ ଗ୍ରାମବାସୀ

କେସିଙ୍ଗା,୨୭।୬( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ରତନପଡ଼ାସ୍ଥିତ ଦୁର୍ଗା ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC) ଆର୍ଥିକ ବର୍ଷ…

ଆମେରିକାର ବୈଦେଶିକ ସଚିବ ରୁବିଓଙ୍କ ବଡ଼ ଘୋଷଣା: ଭାରତ ଆସିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୭।୬: ଭାରତ ଏବଂ ଆମେରିକା ମଧ୍ୟରେ ରଣନୈତିକ ଏବଂ ବାଣିଜ୍ୟିକ ସମ୍ପର୍କରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହା ଆମେରିକାର ବୈଦେଶିକ ସଚିବ ମାର୍କୋ…

ଭେନେଜୁଏଲା ପରେ ଥରିଲା ପାକିସ୍ତାନ

ଇସଲାମାବାଦ,୨୭।୬: ଶନିବାର ସକାଳେ ପାକିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାଦ୍ୱାରା ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ…

ଅଲୋଡା ହେଲା ନବଜାତ ଶିଶୁପୁତ୍ର: ବୁଦା ମୂଳରୁ ଉଦ୍ଧାର

ପାଟଣା,୨୭।୬(ବୀର କିଶୋର ଦାଶ): ଏକ ବୁଦା ମୂଳରୁ ଶନିବାର ସକାଳୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ରଘୁନାଥ…

କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମଦିନରେ ମହତ୍‌ କାମ କରି ଚର୍ଚ୍ଚାରେ ବିଧାୟକ: ରେକର୍ଡ ସଂଖ୍ୟକ…

ଗଞ୍ଜାମ,୨୭।୬(ବିଦ୍ୟାଧର ସାହୁ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମ ଦିବସ ଉପଲକ୍ଷେ ଛତ୍ରପୁରଠାରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରିଥିଲେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ…

ଶିଶୁପୁତ୍ର ଉଦ୍ଧାର ଘଟଣା , ପୋଷ୍ୟ ସଂସ୍ଥାକୁ ହସ୍ତାନ୍ତର କଲା ପୋଲିସ

ଦିଗପହଣ୍ଡି,୨୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସର ପରିତ୍ୟକ୍ତ ଜମିରୁ, ଶୁକ୍ରବାର ସାରେ ପୋଲିସ…

ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ: ଶୋଭାଯାତ୍ରାବେଳେ ଟେକାପଥର ମାଡ଼

ବାଲେଶ୍ୱର, ୨୭।୬( ବାଞ୍ଛାନିଧି ଦେ): ବାଲେଶ୍ୱର ସହରର ଦରଘା ମଇଦାନରେ ଗୋଷ୍ଠୀ ସଂଘର୍ଷ ଘଟିଛି l ଏହି ସଂଘର୍ଷରେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri