ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ୯ ପାଠ୍ୟକ୍ରମକୁ ଏବିଇଟି ମାନ୍ୟତା

ଭୁବନେଶ୍ୱର,୨୮।୧୦, (ଅନୁରାଧା ମହାରଣା): ଶିକ୍ଷା, କ୍ରୀଡ଼ା, ଅନୁସନ୍ଧାନ, ସହ-ପାଠ୍ୟକ୍ରମ ଏବଂ ଅତିରିକ୍ତ ପାଠ୍ୟକ୍ରମ ଆଦିରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ(ସିୟୁ) ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ନିକଟରେ ଏହାର କୁଳପତି ସତ୍‌ନାମ ସିଂ ସାନ୍ଧୁ ଘୋଷଣା କରିଛନ୍ତି, ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ସେହି ୯ଟି ଇଞ୍ଜିନିୟରିଂ ପ୍ରୋଗ୍ରାମକୁ ଆକ୍ରିଡେସନ ବୋର୍ଡ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଏବିଇଟି) ମାନ୍ୟତା ଦେଇଛି। ଭାରତରେ ଏବିଇଟି ମାନ୍ୟତାପ୍ରାପ୍ତ ୧୦ଟି ବିଶ୍ୱବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନ ଅଛି। ସେଥିମଧ୍ୟରୁ ସର୍ବଭାରତୀୟ ସ୍ତରରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ସର୍ବାଧିକ ସଂଖ୍ୟକ ପାଠ୍ୟକ୍ରମକୁ ଏହି ମାନ୍ୟତା ମିଳିଥିବା ସାନ୍ଧୁ କହିଛନ୍ତି। ଏହି ମାନ୍ୟତାପ୍ରାପ୍ତ କରିଥିବା ୯ ପାଠ୍ୟକ୍ରମ ମଧ୍ୟରେ ଏରୋସ୍ପେସ୍‌ ଇଞ୍ଜିନିୟରିଂ (ବ୍ୟାଚେଲର ଅଫ୍‌ ଇଞ୍ଜିନିୟରିଂ), କେମିକାଲ ଇଞ୍ଜିନିୟରିଂ (ସ୍ନାତକୋତ୍ତର ଇଞ୍ଜିନିୟରିଂ), ସିଭିଲ ଇଞ୍ଜିନିୟରିଂ (ବ୍ୟାଚେଲର ଅଫ୍‌ ଇଞ୍ଜିନିୟରିଂ), କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସ୍ନାତକୋତ୍ତର ଇଞ୍ଜିନିୟରିଂ), ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ (ସ୍ନାତକ ଇଞ୍ଜିନିୟରିଂ), ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଇଞ୍ଜିନିୟରିଂ (ସ୍ନାତକୋତ୍ତର ଇଞ୍ଜିନିୟରିଂ), ମେକାନିକାଲ ଇଞ୍ଜିନିୟରିଂ (ସ୍ନାତକୋତ୍ତର ଇଞ୍ଜିନିୟରିଂ) ଏବଂ ମେକାଟ୍ରୋନିକ୍ସ ଇଞ୍ଜିନିୟରିଂ (ସ୍ନାତକୋତ୍ତର ଇଞ୍ଜିନିୟରିଂ) ଆଦି ପାଠ୍ୟକ୍ରମ ରହିଛି। ଏ ଅବସରରେ ସାନ୍ଧୁ କହିଛନ୍ତି, ଡିଗ୍ରୀ ହେଉକି ମାଷ୍ଟର କିମ୍ବା ରିସର୍ଚ୍ଚ ପ୍ରତ୍ୟେକ ବ୍ୟକ୍ତିଙ୍କର ଭବିଷ୍ୟତ ପାଇଁ ଏହା ଗୋଟିଏ ଗୋଟିଏ ଉତ୍ତମ ନିବେଶ। ପୂର୍ବରୁ କ୍ୟୁଏସ୍‌ ଓ୍ବାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌-୨୦୨୪ ଆଧାରରେ ଶ୍ରେଷ୍ଠ ୪୫ ବିଶ୍ୱବିଦ୍ୟାଳୟ ମଧ୍ୟରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ମଧ୍ୟ ରହିଥିଲା। ସେହିପରି ଦେଶରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ଶୀର୍ଷରେ ରହିଥିବାବେଳେ ସମସ୍ତ ବର୍ଗରେ ୨୦ତମ ସ୍ଥାନରେ ରହିଥିବା ସାନ୍ଧୁ କହିଛନ୍ତି। ସେହିପରି ଏନ୍‌ଆଇଆରଏଫ୍‌ ର଼୍ୟାଙ୍କିଙ୍ଗ୍‌-୨୦୨୩ରେ ଏହି ବିଶ୍ୱବିଦ୍ୟାଳୟ ୨୭ତମ ସ୍ଥାନ ହାସଲ କରିଥିଲା। ସମ୍ମିଳନୀ ପାଇଁ ଚେନ୍ନାଇରେ ଆୟୋଜିତ ରୋଡ୍‌ ଶୋ’କୁ ଆସିଥିବା ବିଭିନ୍ନ ଗୋଷ୍ଠୀର ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆମନ୍ତ୍ରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri