Posted inଖେଳ

ରବିବାର ଭାରତ-ଇଂଲଣ୍ଡ ମହାମୁକାବିଲା: ଅଭ୍ୟାସରେ ଶର୍ଟବଲ୍‌ ଉପରେ ରହିଥିଲା ଗିଲ୍‌ଙ୍କ ଫୋକସ

ଲକ୍ଷ୍ନୌ, ୨୮।୧୦: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପରେ ଭାରତ ଆସନ୍ତା ୨୯ ତାରିଖରେ ଇଂଲଣ୍ଡକୁ ଭେଟିବ ଭାରତ। କ୍ରମାଗତ ୫ ମ୍ୟାଚ ଜିତି ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ଟିମ୍‌ ଇଣ୍ଡିଆ ପାଖାପାଖି ୧ ସପ୍ତାହ ବ୍ରେକ୍‌ ପରେ ପୁଣି ପଡ଼ିଆକୁ ଓହ୍ଲାଇବାକୁ ଯାଉଛି। ଶୁକ୍ରବାର ଲକ୍ଷ୍ନୌ ଗ୍ରାଉଣ୍ଡରେ ଅନୁଷ୍ଠିତ ଇଚ୍ଛାଧିନ ଅଭ୍ୟାସ ସେସନରେ ଭାରତର ୭ କ୍ରିକେଟର ଝାଳ ବୁହାଇଛନ୍ତିି। ଚଳିତ ସିଜନରେ ୫ ଶତକ ହାସଲ କରି ସାରିଥିବା ଶୁବମନ ଗିଲ୍‌ ଡେଙ୍ଗୁରେ ଆକ୍ରାନ୍ତ ଯୋଗୁ ଭାରତର ପ୍ରଥମ ୨ ମ୍ୟାଚ ଖେଳିପାରି ନ ଥିଲେ। ପରବର୍ତ୍ତୀ ୩ ମ୍ୟାଚ ଖେଳି ସେ ଯଥାକ୍ରମେ ୨୬, ୫୩ ଓ ୧୬ ରନ କରିବାକୁ ସକ୍ଷମ ହୋଇଛନ୍ତି।

ଚଳିତ ବର୍ଷ ଦିନିକିଆ କ୍ରିକେଟରେ ୧,୩୨୫ ରନ କରି ସାରିଥିବା ଗିଲ୍‌ ବିଶ୍ୱକପରେ ଏପର୍ଯ୍ୟନ୍ତ ସେଭଳି ପ୍ରଦର୍ଶନ ଦେଖାଇପାରି ନାହାନ୍ତି। ଭାରତ ଅପରାଜେୟ ଧାରା ବଜାୟ ରଖିବାକୁ ହେଲେ ଗିଲ୍‌ଙ୍କୁ ଶ୍ରେଷ୍ଠ ଫର୍ମକୁ ଫେରିବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ଗିଲ୍‌ ଅଭ୍ୟାସ ସମୟରେ ଶର୍ଟ ବଲ୍‌ ଉପରେ ଫୋକସ କରିଛନ୍ତି। କାରଣ ସେ ଧର୍ମଶାଳାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶର୍ଟ ବଲ୍‌କୁ ମାରିବାକୁ ଯାଇ ଆଉଟ ହୋଇଥିଲେ। ଗିଲ୍‌ଙ୍କ ବ୍ୟତୀତ ନେଟ୍ସ ସେସନରେ ଯୋଗ ଦେଇଥିବା ଅନ୍ୟ ଖେଳାଳିମାନେ ହେଲେ ଇଶାନ କିଶନ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୂଳ ଠାକୁର, ମହମ୍ମଦ ଶାମି ଓ କୁଲଦୀବ ଯାଦବ। ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ୍‌ ବୁମ୍‌ରା, ରବିଚନ୍ଦ୍ରନ ଅଶ୍ୱିନ ହୋଟେଲ ରୁମ୍‌ରେ ରହିବାକୁ ପସନ୍ଦ କରିଥିଲେ। ଭାରତୀୟ ଦଳର ରିଜର୍ଭ ଓପନର କିଶନ ବଡ଼ ହିଟ୍‌ମାନ ମାରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୫ ଉଇକେଟ ସଫଳତା ପାଇଥିବା ଶାମି ବୋଲିଂ କରିସାରିବା ପରେ କିଛି ସମୟ ପାଇଁ ବ୍ୟାଟିଂ କରିଥିଲେ। ସିରାଜ, ଠାକୁର ଓ କୁଲଦୀପ ମଧ୍ୟ ତାହା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri