Posted inଖେଳ

ଆଜି ହେଭିଓ୍ବେଟ ମୁକାବିଲା

ଧର୍ମଶାଳା, ୨୮।୧୦: ଦିନିକିଆ କ୍ରିକେଟ ବିଶ୍ୱକପରେ ଶନିବାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେଭିଓ୍ବେଟ ମୁକାବିଲା ହେବ। ପ୍ରଥମ ଦୁଇ ମ୍ୟାଚ ହାରିବାପରେ ବିଜୟରେ ହ୍ୟାଟ୍ରିକ କରିଥିବା ଅଷ୍ଟ୍ରେଲିଆ ମୋମେଣ୍ଟମ ବଜାୟ ରଖିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଭଲ ଫର୍ମରେ ଥିବା ନ୍ୟୁଜିଲାଣ୍ଡ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ।
ଭାରତ ଓ ଦକ୍ଷିଣ ଆଫ୍ରିକା ନିକଟରୁ ହାରି ଖରାପ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ପବରବର୍ତ୍ତୀ ୩ ମ୍ୟାଚରେ ଶ୍ରୀଲଙ୍କା, ପାକିସ୍ତାନ ଓ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ବିଶେଷ କରି ନେଦରଲାଣ୍ଡ୍ସ ବିପକ୍ଷରେ ୩୦୯ ରନର ରେକର୍ଡ ବିଜୟ ଦଳର ମନୋବଳକୁ ବଢ଼ାଇ ଦେଇଛି। ଟୁର୍ନାମେଣ୍ଟ ଏବେ ରୋଚକ ମୋଡ଼ରେ ପହଞ୍ଚତ୍ଛି। ଉଭୟ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ୫ଟି ଲେଖାଏ ମ୍ୟାଚ ଖେଳି ସାରିଛନ୍ତି। ଅଷ୍ଟ୍ରେଲିଆ ୬ ପଏଣ୍ଟ ପାଇଥିବାବେଳେ ନ୍ୟୁଜିଲାଣ୍ଡ ୮ ପଏଣ୍ଟ ସହିତ ଟେବୁଲରେ ଗୋଟିଏ ସ୍ଥାନ ଉପରେ ରହିଛି। ଆଗାମୀ ମ୍ୟାଚ ଅବସରରେ ଟପ୍‌-୪ରେ ରହିବା ଉପରେ ନିଶ୍ଚିତ ଉଭୟ ଦଳର ନଜର ରହିବ। ନ୍ୟୁଜିଲାଣ୍ଡ ଯଦିଓ ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ଆସିଛି ତେବେ ଦ୍ୱିପାକ୍ଷିକ ଦିନିକିଆ ଓ ପୂର୍ବ ବିଶ୍ୱକପ ମ୍ୟାଚ ଫଳାଫଳ ଅଷ୍ଟ୍ରେଲିଆକୁ ଫେଭରାଇଟ କରିଛି। ବିଶ୍ୱକପରେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୧୧ଟି ମ୍ୟାଚ ଖେଳାଯାଇଛି। ଏହା ମଧ୍ୟରୁ ଅଷ୍ଟ୍ରେଲିଆ ୮ଟିରେ ବିଜୟୀ ହୋଇଥିବାବେଳେ ମାତ୍ର ୩ଟି ହାରିଛି। ସେହିପରି ଦୁଇ ଦଳ ମଧ୍ୟରେ ୧୪୧ଟି ଦିନିକିଆ ମଧ୍ୟରୁ ଅଷ୍ଟ୍ରେଲିଆ ୯୫ଟି ମ୍ୟାଚ ଜିତି ବହୁ ଆଗରେ ରହିଛି। ନ୍ୟୁଜିଲାଣ୍ଡ ୩୯ଟି ମ୍ୟାଚରେ ବିଜୟୀ ହୋଇଛି। ତେଣଉ ଟ୍ରାନ୍ସ-ଟାସମାନ ରାଇଭାଲରିରେ ଅଷ୍ଟ୍ରେଲିଆ ସବୁବେଳେ ଉନ୍ନତ ଦଳ ସାବ୍ୟସ୍ତ ହୋଇ ଆସିଛି। ଆହୁରି ଏକ ବଡ଼ କଥା ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ନ୍ୟୁଜିଲାଣ୍ଡ ୬ ବର୍ଷ ପୂର୍ବରୁ ୨୦୧୭ରେ ଦିନିକିଆରେ ବିଜୟୀ ହୋଇଥିଲା। ତେଣୁ ଏଚ୍‌ପିସିଏ ଷ୍ଟାଡିୟମରେ ମୁକାବିଲା ବେଳେ ଏହାର ମହତ୍ତ୍ୱ ରହିବ। ଅଷ୍ଟ୍ରେଲିଆ ଏବେ ନିର୍ଦ୍ଧିଷ୍ଟ କୌଣସି ଜଣେ ଖେଳାଳି ଉପରେ ନିର୍ଭର ନ କରି ଦଳଗତ ପ୍ରଦର୍ଶନ ଦେବାରେ ସକ୍ଷମ ହୋଇଛି। ଫଳରେ ନେଦରଲାଣ୍ଡ୍ସ ବିପକ୍ଷରେ ଦଳ ୮ ଉଇକେଟ ହରାଇ ୩୯୯ ରନ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟପକ୍ଷରେ ଚଳିତ ବିଶ୍ୱକପରେ କ୍ରମାଗତ ୪ ମ୍ୟାଚ ଜିତିବାପରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ବିଜୟରେ ବ୍ରେକ୍‌ ଲାଗିଥିଲା। ମାତ୍ର ଭାରତୀୟ ପରିବେଶ ସହିତ ଅଭ୍ୟସ୍ତ ହୋଇଯାଇଥିବାରୁ ଦଳ ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ ସଫଳ ପ୍ରତ୍ୟାବର୍ତ୍ତନ କରିବାକୁ ଆଶା ରଖିଛି। ଡେଭନ କନଓ୍ବେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ୧୫୨ ରନକରି ଅପରାଜିତ ରହିଥିଲେ। ମାତ୍ର ଏହାପରେ ସେ ଆଉ ସେପରି ବ୍ୟାଟିଂ କରିପାରି ନାହାନ୍ତି। ତାଙ୍କଠାରୁ ଦଳ ଭଲ ପ୍ରଦର୍ଶନ ଆଶା କରୁଛି। କେନ୍‌ ଓ୍ବିଲିୟମସନ ଆହତ ସମସ୍ୟାରୁ ମୁକୁଳି ନ ଥିବାରୁ ଡାରିଲ ମିଚେଲ (୨୬୮ ରନ) ଓ ରାଚିନ ରବୀନ୍ଦ୍ର (୨୯୦)ଙ୍କ ଉପରେ ମିଡିଲ ଅର୍ଡର ଭାର ରହୁଛି। ଓ୍ବିଲିୟମସନଙ୍କ ଅନୁପସ୍ଥିତିରେ ଉଇକେଟ କିପର ଟମ୍‌ ଲଥାମ ଦଳର ନେତୃତ୍ୱ ନେଉଥିଲେ ହେଁ ନିଜର ଫର୍ମକୁ ନେଇ ଚିନ୍ତାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ୪ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରିବ ଆରସିବି: ଡିଭିଲିୟର୍ସଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ,୭।୧୧: ଆଇପିଏଲ ୨୦୨୫ର ମେଗା ନିଲାମ ୨୪ ଏବଂ ୨୫ ନଭେମ୍ବରରେ ଅନୁଷ୍ଠିତ ହେବ। ସମସ୍ତ ଦଳ ଏଥିପାଇଁ ପ୍ରାୟ ପ୍ରସ୍ତୁତି ଶେଷ କରିଛନ୍ତି। ରୟାଲ...

ଖୋଜାପଡ଼ିଲାଣି ରୋହିତଙ୍କ ଉତ୍ତରାଧିକାରୀ: ଏହି ଖେଳାଳିଙ୍କ ଉପରେ ବିସିସିଆଇର ନଜର

ନୂଆଦିଲ୍ଳୀ,୭।୧୧: ବିସିସିଆଇ ରୋହିତ ଶର୍ମାଙ୍କ ପାଇଁ ବିକଳ୍ପ ଖୋଜିବା ଆରମ୍ଭ କରିଛି। ନ୍ୟୁଜିଲାଣ୍ଡଠାରୁ ସିରିଜ ହାରିବା ପରେ ସମାନ ସୂଚକାଙ୍କ ଦେଖିବାକୁ ମିଳିଛି। ୩୭ ବର୍ଷୀୟ...

ଆର୍‌ସିବିରୁ ରିଲିଜ ହେବା ସତ୍ତ୍ୱେ ଖପ୍ପା ନୁହନ୍ତି ମ୍ୟାକ୍ସଓ୍ବେଲ, କହିଲେ ମନକଥା

ନୂଆଦିଲ୍ଲୀ,୭।୧୧: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଙ୍କୁ ଚଳିତ ମାସରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୫ର ମେଗା ନିଲାମୀ ପୂର୍ବରୁ ରିଲିଜ କରିଦିଆଯାଇଛି।...

କ୍ରିକେଟରେ ହାଇଡ୍ରାମା! ଅଧିନାୟକ କଥା ନ ଶୁଣିବାରୁ ମଇଦାନ ଛାଡ଼ି ପଳାଇଲେ ବୋଲର୍‌

ନୂଆଦିଲ୍ଲୀ,୭।୧୧: ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଚମତ୍କାର ପ୍ରଦର୍ଶନ କରି ବିଜେତା ହୋଇଥିଲା। ଏଥିସହିତ...

‘ଅଷ୍ଟ୍ରେଲିଆରେ ବି ଫେଲ୍‌ ମାରିବେ ରୋହିତ-ବିରାଟ’

ନୂଆଦିଲ୍ଲୀ,୬।୧୧: ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମୟ ଠିକ୍‌ ଚାଲିନାହିଁ। ବାଲାଂଦେଶ ବିପକ୍ଷରେ ଉଭୟ ରନ୍‌ କରିବାରେ ବିଫଳ ହୋଇଥିବା ବେଳେ...

ବୁଢା ହୋଇଗଲେଣି ରୋହିତ ଶର୍ମା, ଅବସର ନେଇଯାନ୍ତୁ: ହିଟ୍‌ମ୍ୟାନଙ୍କ ଉପରେ ବର୍ଷିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୬।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଖରାପ ଫର୍ମ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ଫଳରେ ଭାରତ...

ଭଡାଟିଆଙ୍କୁ ହଇରାଣ କରିପାରିବେ ନାହିଁ ଘର ମାଲିକ, ରହିଛି ଏସବୁ ଅଧିକାର

ନୂଆଦିଲ୍ଲୀ,୬।୧୧: ଭଡା ଘର ଏବଂ ଦୋକାନରେ, ଘର ମାଲିକ ଏବଂ ଭଡାଟିଆଙ୍କ ମଧ୍ୟରେ କିଛି ପ୍ରସଙ୍ଗକୁ ନେଇ ଅନେକ ସମୟରେ ବିବାଦ ଉପୁଜେ। ବେଳେବେଳେ ଏହା...

ଅଚାନକ ବଦଳିଲେ ଅଷ୍ଟ୍ରେଲିଆ ଅଧିନାୟକ: ଜାଣନ୍ତୁ କାହିଁକି

ସିଡନୀ,୬।୧୧: ଦିନିକିଆ ଏବଂ ଟି-୨୦ ପାଇଁ ଅଷ୍ଟ୍ରେଲିଆର ନୂତନ ଅଧିନାୟକ ଘୋଷଣା କରାଯାଇଛି। ଜୋସ ଇଂଲିସଙ୍କୁ ଅଷ୍ଟ୍ରେଲିଆର ଦାୟିତ୍ୱ ଦିଆଯାଇଛି। ସେ ଅଧିନାୟକ ଭାବେ ଦିନିକିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri