Home Left

ବଜାରରେ ହାୟର ଇଣ୍ଡିଆର ନୂତନ ଉତ୍ପାଦ ରେଞ୍ଜ

ଭୁବନେଶ୍ୱର,୧୯।୩: ଦେଶର ପ୍ରମୁଖ ଆପ୍ଲାଏନ୍ସ ବ୍ରାଣ୍ଡ୍‌ ତଥା ହାୟର ଆପ୍ଲାଏନ୍ସ ଇଣ୍ଡିଆର ନୂତନ ଉତ୍ପାଦ ରେଞ୍ଜ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି କ୍ରମାଗତ ଭାବେ ୧୫ ବର୍ଷ ଧରି ଭାରତୀୟ ପ୍ରମୁଖ ଉପକରଣ ବ୍ରାଣ୍ଡ୍‌ ଭାବେ କମ୍ପାନୀ ୨୦ତମ ପୂର୍ତ୍ତି ଉତ୍ସବ…

ମିଭାନ ସାମନ୍ତରାୟ ଜିତିଲେ ‘ହାର୍‌ଲେ ଡେଭିଡ୍‌ସନ’

ଭୁବନେଶ୍ୱର,୧୯।୩: ଓଡ଼ିଶାର ସର୍ବବୃହତ୍‌ ଶାଢ଼ି ଏବଂ ଗାର୍ମେଣ୍ଟ୍‌ସ ଶୋ’ରୁମ ‘ଶ୍ରୀଦୁର୍ଗା’ ଫ୍ୟାମିଲି ଷ୍ଟୋର ପକ୍ଷରୁ ଆୟୋଜିତ ଲକି ଡ୍ର କାର୍ଯ୍ୟକ୍ରମରେ ଭୁବନେଶ୍ୱରର ମିଭାନ ସାମନ୍ତରାୟ ଭାଗ୍ୟଶାଳୀ ବିଜେତା ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୩ ଦୁର୍ଗାପୂଜାରେ ଆରମ୍ଭ ହୋଇଥିବା ଲକି ଡ୍ର’ଅଫର୍‌ର ବିଜେତାଙ୍କ ନାମ…

ଜାତୀୟ ମହିଳା ଯୋଗାସନ ପ୍ରତିଯୋଗିତା: ତୃତୀୟ ସ୍ଥାନରେ ଓଡ଼ିଆ ଅଫିସର ମନ୍ଦାକିନୀ

ଭୁବନେଶ୍ୱର, ୧୯।୩ (ବନ୍ଦନା ସେଠୀ): ଚତୁର୍ଥ ଜାତୀୟ ମହିଳା ଯୋଗାସନ ପ୍ରତିଯୋଗିତା ଉତ୍ତର ପ୍ରଦେଶର ଆମ୍ରୋହାଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶର ପ୍ରାୟ ୫ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ତେବେ ପ୍ରତିଯୋଗିତାରେ ବରିଷ୍ଠ ‘କ’ ବିଭାଗ (୨୮ରୁ ୩୫ବର୍ଷ) ବର୍ଗରେ ଓଡ଼ିଆ…

୨ ବ୍ୟାଙ୍କରେ ଜମାହେବ ଶ୍ରୀମନ୍ଦିର ପାଣ୍ଠିର ୩୯ କୋଟି ୨୨ ଲକ୍ଷ

ପୁରୀ, ୧୯ା୩(ଅଜିତ୍‌ ମହାନ୍ତି):ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ସୋମବାର ଶ୍ରୀମନ୍ଦିର ଅର୍ଥ ସବ୍‌କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନ ଅର୍ଥ ତଥା ଶ୍ରୀମନ୍ଦିର ପାଣ୍ଠି ଅର୍ଥ ଡିପୋଜିଟ ନେଇ ବୈଠକରେ ବିଡିଂ କରାଯାଇଥିଲା। ଦୁଇଟି ବ୍ୟାଙ୍କ୍‌ରେ ଶ୍ରୀମନ୍ଦିର ଉନ୍ନୟନ ପାଣ୍ଠିର ମୋଟ…

ଦଶପଲ୍ଲାରେ ଏମ୍‌ଆର୍‌ଏଫ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

ଭୁବନେଶ୍ୱର,୧୯।୩ (ଅଭୟ ଦାଶ): ଦେଶର ପ୍ରମୁଖ ବହୁରାଷ୍ଟ୍ରୀୟ ଟାୟାର ଉତ୍ପାଦକ କମ୍ପାନୀ ଏମ୍‌ଆର୍‌ଏଫ୍‌ ଲିମିଟେଡର ଏକ୍ସକ୍ଲୁସିଭ ଆଉଟଲେଟ ‘ଆଶୁତୋଷ ଟାୟାର୍ସ’ ସୋମବାର ନୟାଗଡ଼ର ଦଶପଲ୍ଲାସ୍ଥିତ ହରିଡାବାରିଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏମ୍‌ଆର୍‌ଏଫ୍‌ ଲିମିଟେଡ ଓଡ଼ିଶା (ଭୁବନେଶ୍ୱର) ୟୁନିଟର ଜିଲା ପ୍ରବନ୍ଧକ…

ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ବିଶ୍ୱର ସର୍ବବୃହତ୍‌ ଦୁର୍ନୀତି: ପ୍ରକାଶ ରାଜ

ମେଙ୍ଗାଲୁରୁ,୧୯ା୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗ ରାଡାରରେ ଥିବା କର୍ପୋରେଟ୍‌ କମ୍ପାନୀ ଓ ବ୍ୟବସାୟୀମାନଙ୍କଠାରୁ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ଭାଜପା ବିପୁଳ ଅର୍ଥ ଦାନ ଆକାରରେ ଗ୍ରହଣ କରିଛି। ଏହା ବିଶ୍ୱର ସର୍ବବୃହତ୍‌ ଦୁର୍ନୀତି ବୋଲି ଲୋକପ୍ରିୟ ଅଭିନେତା…

ଆଜି ଉମରକୋଟ ଗସ୍ତରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୩(ସୁନିତ୍‌ ମିଶ୍ର): ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଙ୍ଗଳବାର ନବରଙ୍ଗପୁର ଜିଲା ଉମରକୋଟକୁ ଦିନିକିଆ ଗସ୍ତରେ ଆସୁଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦ ବର୍ଷର ଉପଲବ୍ଧିକୁ ଘରେ ଘରେ ପହଞ୍ଚାଇବା ସହ ମୋଦିଙ୍କ ଯୋଜନାରୁ ବଞ୍ଚିତ ଥିବା ରାଜ୍ୟର…

ଦୁର୍ଘଟଣାରେ ଆହତ ଅଭିନେତ୍ରୀ ଅରୁନ୍ଧତୀ ଭେଣ୍ଟିଲେଟରରେ

ଚେନ୍ନାଇ,୧୯।୩: ‘ସୈତାନ’ ଫିଲ୍ମରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ତାମିଲ ଅଭିନେତ୍ରୀ ଅରୁନ୍ଧତୀ ନାୟାର ଦୁର୍ଘଟଣାରେ ଗୁରୁତର ହୋଇ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ଗତ ୧୪ ତାରିଖରେ ସେ ତାଙ୍କ ଭାଇ ସହ ବାଇକ୍‌ରେ ଚେନ୍ନାଇ-କୋଭାଲମ୍‌ ବାଇପାସ୍‌ ରୋଡ୍‌ରେ ଯାଉଥିବାବେଳେ…

ଦୈବୀଶକ୍ତି ବନାମ ଅସୁର ଶକ୍ତି

ହାଇଦ୍ରାବାଦ/ନୂଆଦିଲ୍ଲୀ,୧୯ା୩: ଇଣ୍ଡିଆ ବ୍ଲକ୍‌ର ଇସ୍ତାହାର କେବଳ ‘ଶକ୍ତି’କୁ ଶେଷ କରିଦେବା ଉପରେ ଗୁରୁତ୍ୱ ଦେଉଛି। ଏହି ଲଢ଼େଇ ଦୁଇଟି ପକ୍ଷ ମଧ୍ୟରେ ଚାଲିଛି। ଗୋଟିଏ ପକ୍ଷ ‘ଶକ୍ତି’କୁ ଧ୍ୱଂସ କରିଦେବାକୁ ଚାହୁଁଥିବାବେଳେ ଅନ୍ୟ ପକ୍ଷ ଶକ୍ତିକୁ ‘ଦୈବୀଶକ୍ତି’ ବିବେଚନା କରି ପୂଜା…

ସୁପ୍ତରୁ ସକ୍ରିୟ ହେଲା କଂଗ୍ରେସ

ସମ୍ବଲପୁର,୧୯ା୩(ପ୍ରମୋଦ ବହିଦାର):ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କୌଣସି ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ନିଶ୍ଚିତ ହୋଇ ପାରିନାହିଁ। ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ଦଳରେ ଏକାଧିକ ଟିକେଟ୍‌ ଆଶାୟୀ । ତେବେ ନିର୍ବାଚନୀ ଇସ୍ତାହାର ‘କଂଗ୍ରେସର ଗ୍ୟାରେଣ୍ଟି’କୁ…

ପ୍ରାର୍ଥୀ ଚୟନ ନେଇ ଆଗେଇଲେ ବିଜେଡି, ଭାଜପା

ଭୁବନେଶ୍ୱର, ୧୯।୩(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ଦୁଇ ଦିନ ପରେ ବିଜେଡି ଶୀର୍ଷ ନେତୃତ୍ୱ ଲୋକ ସଭା ନିର୍ବାଚନମଣ୍ଡଳୀଓ୍ବାରି ସାଙ୍ଗଠନିକ ଆଲୋଚନା ଆରମ୍ଭ କରିଦେଇଛନ୍ତି। ସୋମବାର ପୂର୍ବାହ୍ନ ୧୧ଟାରେ ନବୀନ ନିବାସରେ ପୁରୀ ଲୋକ ସଭା…

କଳା କଲରାପତରିଆ ବାଘୁଣୀ ସହିତ ଯାଆଁଳା ଛୁଆ: କ୍ୟାମେରାରେ କଏଦ

ଭୁବନେଶ୍ୱର, ୧୯।୩(ଅସମାପିକା ସାହୁ):ରାଜ୍ୟରେ ପୁଣି ଦେଖାଯାଇଛି କଳା କଲରାପତରିଆ ବାଘ। ଏଥର କିନ୍ତୁ ମା’ ସହ ଛୁଆକୁ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ଓଡ଼ିଶାର ଏକ ଜଙ୍ଗଲରେ କ୍ୟାମେରାରେ କଏଦ ହୋଇଛି ଏହି ଦୃଶ୍ୟ। ଏକ କଳା କଲରାପତରିଆ ବାଘୁଣୀ ସହିତ ତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?