ବଜାରରେ ହାୟର ଇଣ୍ଡିଆର ନୂତନ ଉତ୍ପାଦ ରେଞ୍ଜ

ଭୁବନେଶ୍ୱର,୧୯।୩: ଦେଶର ପ୍ରମୁଖ ଆପ୍ଲାଏନ୍ସ ବ୍ରାଣ୍ଡ୍‌ ତଥା ହାୟର ଆପ୍ଲାଏନ୍ସ ଇଣ୍ଡିଆର ନୂତନ ଉତ୍ପାଦ ରେଞ୍ଜ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି କ୍ରମାଗତ ଭାବେ ୧୫ ବର୍ଷ ଧରି ଭାରତୀୟ ପ୍ରମୁଖ ଉପକରଣ ବ୍ରାଣ୍ଡ୍‌ ଭାବେ କମ୍ପାନୀ ୨୦ତମ ପୂର୍ତ୍ତି ଉତ୍ସବ ପାଳନ କରିଛି। ବିଶେଷକରି ମେକ୍‌ ଇନ୍‌ ଇଣ୍ଡିଆ, ମେଡ୍‌ ଫର୍‌ ଇଣ୍ଡିଆ ପ୍ରତି ନିଜର ପ୍ରତିଶ୍ରୁତିକୁ ସୁଦୃଢ କରି ବ୍ରାଣ୍ଡ ତା’ର ଉପତ୍ାଦ ବିସ୍ତାର କରିଛି। ସେହିଭଳି ବ୍ରାଣ୍ଡ୍‌ର ନୂତନ ଉପତ୍ାଦ ରେଞ୍ଜରେ ଓଏଲ୍‌ଇଡି ଆଣ୍ଡ କ୍ୟୁଏଲ୍‌ଇଡି ଟିଭି ସହିତ ସୁପର ହେଭି ଡ୍ୟୁଟି ଏୟାର କଣ୍ଡିଶନର (ଏସି) ସିରିଜ, ଭଗ ଓ ସ୍ମାର୍ଟ କନ୍‌ଭର୍ଟିବଲ ରେଫ୍ରିଜରେଟର, ୱାସର ଓ ଡ୍ରାୟର ଫ୍ରଣ୍ଟ ଲୋଡ ୱାଶିଂ ମେଶିନ ଭଳି ଅନେକ ଉତ୍ପାଦର ବଜାର ପ୍ରବେଶ କରାଯାଇଛି। ଏହିସବୁ ଉପକରଣ ଘର ପାଇଁ ଉପଯୁକ୍ତ ପସନ୍ଦ ହୋଇଥିବାବେଳେ ବ୍ରାଣ୍ଡ୍‌ର ରୋବୋ ଭାକ୍ୟୁମ କ୍ଲିନର, ସ୍ମାର୍ଟ ରୋଷେଇ ଉପକରଣ, ମାଇକ୍ରୋୱେଭ, ୱାଟର ହିଟର ଓ ଅନ୍ୟାନ୍ୟ ସ୍ମାର୍ଟ ସାମଗ୍ରୀକୁ ମଧ୍ୟ କମ୍ପାନୀ ବଜାର ପ୍ରବେଶ କରାଇଛି। ଏ ସମ୍ପର୍କରେ ହାୟର ଆପ୍ଲାଏନ୍ସ ଇଣ୍ଡିଆର ସଭାପତି ଏନ୍‌ଏସ୍‌.ସତୀଶ କହିଛନ୍ତି,ଭାରତ ବଜାରରେ ଆମେ ୨୦ତମ ପୂର୍ତ୍ତି ଉତ୍ସବ ପାଳନ କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି କମ୍ପାନୀ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହୋଇଥିବାବେଳେ ଏହି ମାଇଲଖୁଣ୍ଟ ଅତିକ୍ରମ ଆମ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଛି, କାରଣ ଆମର କର୍ମଚାରୀମାନେ ଏହି ସଫଳତାର ପ୍ରକୃତ ଭାଗୀଦାରି। ଏହି ଯାତ୍ରା ସମୟରେ ଗ୍ରାହକଙ୍କ ପାଇଁ ନବ ସୃଜନତା ପ୍ରତି ଆମେ ଯତ୍ନବାନ ରହିଛୁ। ମେକ୍‌ ଇନ୍‌ ଇଣ୍ଡିଆ, ମେଡ୍‌ ଫର୍‌ ଇଣ୍ଡିଆ ପ୍ରତି ନିଜର ପ୍ରତିଶ୍ରୁତିକୁ ସୁଦୃଢ଼ କରି ବ୍ରାଣ୍ଡ୍‌ ତା’ର ଉପତ୍ାଦ ବିସ୍ତାର କରିଛି। ସେହିଭଳି ଗ୍ରାହକ ଓ ଦେଶ ପାଇଁ ଏହା ଏକ ଦାୟିତ୍ୱପୂର୍ଣ୍ଣ ବ୍ରାଣ୍ଡ୍‌ ଭାବେ ଆମେ ସମାଧାନ ପ୍ରଦାନ ଦିଗରେ କାର୍ଯ୍ୟ କରୁଛୁ ଓ ଆଗକୁ ମଧ୍ୟ ଆମର ଏହି ପ୍ରୟାସ ଜାରି ରହିବ।
ସେହିପରି ଆମର ନୂଆ ପରମ୍ପରାକୁ ଅଧିକ ସୃଷ୍ଟି, ଅଧିକ ସମ୍ଭାବନା ଚିନ୍ତାଧାରାକୁ ନେଇ କାର୍ଯ୍ୟ କରିବୁ। ଆମର ଗ୍ରାହକଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଆମେ ସବୁ ପ୍ରକାର ସୁବିଧାଜନକ ଓ ଆରାମଦାୟକ କରିବା ଲାଗି ଏହି ଦୃଷ୍ଟିକୋଣ ଉପରେ ସର୍ବଦା ଧ୍ୟାନ ପ୍ରଦାନ କରିବାକୁ ଚେଷ୍ଟା କରିବୁ। ଆମର ଏହି ଉଦ୍ୟୋଗର ବିକାଶକୁ ଆଗକୁ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ ଯେ ଆମେ ଆଶାଠାରୁ ଅଧିକ ସମ୍ଭାବନା ସୃଷ୍ଟି କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri