Posted inଜାତୀୟ

ଦୈବୀଶକ୍ତି ବନାମ ଅସୁର ଶକ୍ତି

ହାଇଦ୍ରାବାଦ/ନୂଆଦିଲ୍ଲୀ,୧୯ା୩: ଇଣ୍ଡିଆ ବ୍ଲକ୍‌ର ଇସ୍ତାହାର କେବଳ ‘ଶକ୍ତି’କୁ ଶେଷ କରିଦେବା ଉପରେ ଗୁରୁତ୍ୱ ଦେଉଛି। ଏହି ଲଢ଼େଇ ଦୁଇଟି ପକ୍ଷ ମଧ୍ୟରେ ଚାଲିଛି। ଗୋଟିଏ ପକ୍ଷ ‘ଶକ୍ତି’କୁ ଧ୍ୱଂସ କରିଦେବାକୁ ଚାହୁଁଥିବାବେଳେ ଅନ୍ୟ ପକ୍ଷ ଶକ୍ତିକୁ ‘ଦୈବୀଶକ୍ତି’ ବିବେଚନା କରି ପୂଜା କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନାର ଜଗତିଆଲରେ ବିରୋଧୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ରବିବାର ମୁମ୍ବାଇର ଶିବାଜୀ ପାର୍କରେ ଇଣ୍ଡି ମେଣ୍ଟର ରାଲି ବେଳେ ବିରୋଧୀ ନିଜ ଇସ୍ତାହାର ଘୋଷଣା କରିଥିଲେ। ସେମାନେ କହିଥିଲେ, ସେମାନଙ୍କ ଲଢ଼େଇ ହେଉଛି ‘ଶକ୍ତି’ ବିରୋଧରେ। କିନ୍ତୁ ମୁଁ ଭାରତ ମାତାର ପୂଜାରୀ। ମୁଁ ଭାରତର ପ୍ରତ୍ୟେକ ମା’ ଓ ଝିଅଙ୍କୁ ପୂଜା କରିଥାଏ। ଦେଶ ‘ଚନ୍ଦ୍ରୟାନ’ ସଫଳତାର ଶ୍ରେୟ ‘ଶିବଶକ୍ତି’କୁ ଦେଇଥିବାବେଳେ ବିରୋଧୀ ଦଳଗୁଡ଼ିକ ‘ଶକ୍ତି’ର ବିନାଶ ଚାହୁଁଛନ୍ତି। ଏହି ଚ୍ୟାଲେଞ୍ଜକୁ ମୁଁ ଗ୍ରହଣ କରୁଛି। ଦେଶମାତୃକାର ସୁରକ୍ଷା ପାଇଁ ମୁଁ ନିଜ ଜୀବନକୁ ତ୍ୟାଗ କରିବାକୁ ପ୍ରସ୍ତୁତ ବୋଲି ମୋଦି କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, କଂଗ୍ରେସ ତେଲଙ୍ଗାନାକୁ ଏଟିଏମ୍‌ ରାଜ୍ୟରେ ପରିଣତ କରିଦେଇଛି। ଏଠାରୁ ଲୁଟ୍‌ ହୋଇଥିବା ଟଙ୍କା ଦିଲ୍ଲୀକୁ ଯାଉଛି।
ଯେ, ମୁମ୍ବାଇରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ସମାପନ ରାଲିରେ ରାହୁଲ କହିଥିଲେ, ରାଜାଙ୍କ ଆମତ୍ା ଇଭିଏମ୍‌ରେ ରହିଛି। ଇଭିଏମ୍‌, ଇଡି, ସିବିଆଇ ଏବଂ ଆୟ କର ବିଭାଗ ବିନା ପ୍ରଧାନମନ୍ତ୍ରୀ ଏହି ଲୋକ ସଭା ନିର୍ବାଚନ ଜିତିପାରିବେ ନାହିଁ। ମୋଦି ହେଉଛନ୍ତି ଜଣେ ‘ମାସ୍କ’, ଯିଏକି ଏକ ‘ଶକ୍ତି’ ପାଇଁ କାର୍ଯ୍ୟ କରୁଛନ୍ତି। ସେ ଜଣେ ଉପରଠାଉରିଆ ବ୍ୟକ୍ତି। ତାଙ୍କର ୫୬ ଇଞ୍ଚ୍‌ ଛାତି ନାହିଁ। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଘେରିବା ପରେ ରାହୁଲ ସଫେଇ ଦେଇ କହିଛନ୍ତି, ସେ କୌଣସି ‘ଦୈବୀଶକ୍ତି’ କଥା ଉଲ୍ଲେଖ କରିନାହାନ୍ତି। ମୋଦି ଯେଉଁ ଶକ୍ତିର ମୁଖାବରଣ ପିନ୍ଧିଛନ୍ତି, ତା’ ଉପରେ ସେ କହିଥିଲେ। ମୋଦି ତାଙ୍କ କଥାକୁ ପସନ୍ଦ କରନ୍ତି ନାହିଁ। ତେଣୁ ତାକୁ ମୋଡ଼ିତୋଡ଼ି ଉପସ୍ଥାପନ କରୁଛନ୍ତି। ପ୍ରଧାନମନ୍ତ୍ରୀ ସେହି ଶକ୍ତିକୁ ବ୍ୟବହାର କରି ଭାରତୀୟ ବ୍ୟାଙ୍କଗୁଡ଼ିକର ଅନେକ କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି, ଯେତେବେଳେ କି ଅଳ୍ପ କିଛି ହଜାର ଟଙ୍କାର ଋଣ ଶୁଝି ନ ପାରି ଚାଷୀମାନେ ଆମତ୍ହତ୍ୟା କରୁଛନ୍ତି। ତେଣୁ ଦେଶକୁ ‘ଅସୁର ଶକ୍ତି’ ନା ‘ଦୈବୀଶକ୍ତି’ ଶାସନ କରିବ, ତାହା ଏହି ନିର୍ବାଚନ ସ୍ଥିର କରିବ ବୋଲି ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ପାଲଟା ଜବାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri