ମିଭାନ ସାମନ୍ତରାୟ ଜିତିଲେ ‘ହାର୍‌ଲେ ଡେଭିଡ୍‌ସନ’

ଭୁବନେଶ୍ୱର,୧୯।୩: ଓଡ଼ିଶାର ସର୍ବବୃହତ୍‌ ଶାଢ଼ି ଏବଂ ଗାର୍ମେଣ୍ଟ୍‌ସ ଶୋ’ରୁମ ‘ଶ୍ରୀଦୁର୍ଗା’ ଫ୍ୟାମିଲି ଷ୍ଟୋର ପକ୍ଷରୁ ଆୟୋଜିତ ଲକି ଡ୍ର କାର୍ଯ୍ୟକ୍ରମରେ ଭୁବନେଶ୍ୱରର ମିଭାନ ସାମନ୍ତରାୟ ଭାଗ୍ୟଶାଳୀ ବିଜେତା ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୩ ଦୁର୍ଗାପୂଜାରେ ଆରମ୍ଭ ହୋଇଥିବା ଲକି ଡ୍ର’ଅଫର୍‌ର ବିଜେତାଙ୍କ ନାମ ୨୦୨୪ ଜାନୁଆରୀରେ ଘୋଷଣା କରାଯାଇଥିଲା। ଏପରିକି ଭୁବନେଶ୍ୱର ଜନପଥସ୍ଥିତ ଷ୍ଟୋରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ମିଭାନ ସାମନ୍ତରାୟ ଏହି ଲକି ଡ୍ର’ରେ ଏକ ‘ହାର୍‌ଲେ ଡେଭିଡ୍‌ସନ୍‌’ ବାଇକ୍‌ ପୁରସ୍କାର ସ୍ବରୂପ ଜିତିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ତାଙ୍କୁ କେବଳ ବାଇକ୍‌ର ଏକ ପ୍ରତିକୃତି ଦିଆଯାଇଥିବା ବେଳେ ସୋମବାର ତାଙ୍କୁ ସମ୍ପୂର୍ଣ୍ଣ ବାଇକ୍‌ ଦିଆଯାଇଛି। ସେହିଭଳି ୨ବର୍ଷ ପୂର୍ବେ ‘ଶ୍ରୀଦୁର୍ଗା’ ଫ୍ୟାମିଲି ଷ୍ଟୋର ପକ୍ଷରୁ ଆକର୍ଷଣୀୟ ଲକି ଡ୍ର’ କୁପନ ଆରମ୍ଭ ହୋଇଛି। ପ୍ରଥମ ବର୍ଷ ଏହି କୁପନରେ ନିଶ୍ଚିତ ଉପହାର ଯଥା ସ୍କୁଟର, ଗ୍ରାଇଣ୍ଡର ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଥିଲାବେଳେ ଗତ ବର୍ଷ ଲକି ଡ୍ର’ଅଫର୍‌ରେ ବିଜେତାଙ୍କ ପାଇଁ ମାଲେସିଆ ଟ୍ରିପ୍‌ ଭଳି ଅଫର ରହିଥିଲା ା ବର୍ତ୍ତମାନ ସମୟରେ ବ୍ୟବସାୟିକ ପ୍ରତିଷ୍ଠାନ ବିଭିନ୍ନ ପ୍ରକାର ଯୋଜନା କରି ଗ୍ରାହକଙ୍କୁ ପ୍ରଲୋଭନରେ ପକାଉଥିବା ବେଳେ ‘ଶ୍ରୀଦୁର୍ଗା’ ଭଳି ଗାର୍ମେଣ୍ଟସ୍‌ ଷ୍ଟୋର ତା’ର ଗ୍ରାହକଙ୍କ ବିଶ୍ୱାସକୁ ବଜାୟ ରଖିବାରେ ସକ୍ଷମ ହୋଇପାରିଛି ା ଗ୍ରାହକଙ୍କୁ କୌଣସି ପ୍ରକାର ଠକାମିର ଶିକାର ନ କରାଇ ଉପଯୁକ୍ତ ସେବା ପ୍ରଦାନ ଏବଂ ପ୍ରତିଶ୍ରୁତି ପାଳନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ା ‘ଶ୍ରୀଦୁର୍ଗା’ ଉପରେ ଗ୍ରାହକଙ୍କ ଏହି ବିଶ୍ୱାସ ଯୋଗୁ ଆଜି ଏହା ଓଡ଼ିଶାର ଏକ ଅଗ୍ରଣୀ ଶାଢ଼ି ଏବଂ ଗାର୍ମେଣ୍ଟସ୍‌ ଷ୍ଟୋରରେ ପରିଣତ ହୋଇପାରିଛି, ମନଲୋଭା ଗାର୍ମେଣ୍ଟସ୍‌ କଲେକ୍ସନ ସହିତ ଗ୍ରାହକ ସନ୍ତୁଷ୍ଟୀକରଣ ‘ଶ୍ରୀଦୁର୍ଗା’ର ଏକମାତ୍ର ଲକ୍ଷ୍ୟ ବୋଲି ଷ୍ଟୋର ପକ୍ଷରୁ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri