କଂସାରିଗୁଡ଼ାରେ ହେବ ଆଲୁମିନା ରିଫାଇନେରି
ଭୁବନେଶ୍ୱର,(ଅନିଲ ଦାସ)/ରାୟଗଡ଼ା,(ଆଶିଷ ରଞ୍ଜନ ପଣ୍ଡା), ୬।୧୦:ରାୟଗଡ଼ା ଜିଲା କାଶୀପୁର ବ୍ଲକ କଂସାରିଗୁଡ଼ାଠାରେ ଏକ ଆଲୁମିନା ରିଫାଇନେରି ସ୍ଥାପନ ପାଇଁ ଓଡ଼ିଶା ଖଣି ନିଗମ(ଓଏମ୍ସି) ଏବଂ ହିଣ୍ଡାଲ୍କୋ ମଧ୍ୟରେ ଗୁରୁବାର ଏକ ବୁଝାମଣାପତ୍ର(ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି…
ସହପାଠିନୀ ପ୍ରତ୍ୟୁଷାଙ୍କୁ ବିବାହ କରିବେ ବିଜୟ ଶଙ୍କର
କଟକ,୬ା୧୦ (କାର୍ତ୍ତିକ ସାହୁ):ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ। କଟକ ଅରୁଣୋଦୟ ମାର୍କେଟ ଅଞ୍ଚଳର ପ୍ରତ୍ୟୁଷା ନନ୍ଦ ନାମ୍ନୀ ମହିଳାଙ୍କୁ ବିବାହ ପାଇଁ ସେ କଟକସ୍ଥିତ ରେଜିଷ୍ଟ୍ରାର ଅଫ୍ ମ୍ୟାରେଜଙ୍କ କାର୍ଯ୍ୟାଳୟରେ ଗତ ସେପ୍ଟେମ୍ବର ୨୧ରେ ଆବେଦନ…
ଶକ୍ତି, ଶୌର୍ଯ୍ୟର ପ୍ରତୀକ ଖଣ୍ଡାବସା
ଆସୁଛି ପାର୍ବଣ। ଚାଲିଛି ପ୍ରସ୍ତୁତି। ଶରତକାଳୀନ କାଶତଣ୍ଡୀ ଫୁଲର ସମ୍ଭାର ପାର୍ବଣ ଋତୁ ଆଗମନର ସୂଚନା ଦେଲାଣି। ମା’ ଦୁର୍ଗାଙ୍କ ଆବାହନ ପାଇଁ ସଜେଇ ହେଉଛି ପୂଜା ମଣ୍ଡପ। ଶକ୍ତିପୀଠରେ ବି ଜମି ଆସୁଛି ଶ୍ରଦ୍ଧାଳୁଙ୍କ ଭିଡ। ମହିଷମର୍ଦ୍ଦିନୀ ମା’ ଦୁର୍ଗାଙ୍କ…
ଆଇସିୟୁରେ ରୋଗୀଙ୍କୁ ମିଳିବ ମ୍ୟୁଜିକ୍ଥେରାପି
କଟକ,୬ା୧୦ (କାର୍ତ୍ତିକ ସାହୁ):ସଙ୍ଗୀତର ମଧୁର ମୂର୍ଚ୍ଛନା ପ୍ରାଣକୁ ଉଲ୍ଲସିତ କରେ। ମାନସିକ ଅବସାଦ ଦୂର କରି ସୁସ୍ଥତା ଆଣିଦିଏ। ମ୍ୟୁଜିକ୍ଥେରାପିର କଥା କିଛି ନୂଆ ନୁହେଁ। ତେବେ କଟକ ଏସ୍ସିବି ମେଡିକାଲ ପାଇଁ ଏହା ଏକ ନୂଆ ନିଷ୍ପତ୍ତି। ଏଣିକି ଆଇସିୟୁରେ…
ଚିତ୍ତରଞ୍ଜନ ତ୍ରିପାଠୀ ଏନ୍ଏସ୍ଡି ନିର୍ଦ୍ଦେଶକ
ଭୁବନେଶ୍ୱର,୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ):ନ୍ୟାଶନାଲ ସ୍କୁଲ୍ ଅଫ୍ ଡ୍ରାମା (ଏନ୍ଏସ୍ଡି)ର ନିର୍ଦ୍ଦେଶକ ଭାବେ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନାମ ଘୋଷଣା କରାଯାଇଛି। ତାଙ୍କ ଘର ଭଦ୍ରକ ଜିଲା ଅନ୍ତର୍ଗତ ଚାନ୍ଦବାଲିରେ। ସେ କେବଳ ଜଣେ ଅଭିନେତା ନୁହନ୍ତି, ସିନେ ନିର୍ଦ୍ଦେଶକ, ଲେଖକ ଓ ସଙ୍ଗୀତ…
ଡିଏନ୍ଏ ରିପୋର୍ଟ: ପୁଅ ନୁହେଁ, ଝିଅ ହୋଇଥିଲା
ଭୁବନେଶ୍ୱର,୬ା୧୦(ସତ୍ୟଜିତ୍ ରାଉତ):ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାର ୯ଦିନ ପରେ ଗୁରୁବାର ସତ ପଦାକୁ ଆସିଛି। ଅଭିଯୋଗକାରୀ ପିତା ତଥା କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ବାସିନ୍ଦା ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀଙ୍କର ପୁଅ ନୁହେଁ, ଝିଅ ହିଁ ଜନ୍ମ…
ଦେଶର ପ୍ରଥମ ୬ଜି ପ୍ରୟୋଗଶାଳା ଉଦ୍ଘାଟନ
ବେଙ୍ଗାଲୁରୁ,୬।୧୦: ଭବିଷ୍ୟତର ବୈଷୟିକ ଜ୍ଞାନକୌଶଳରେ ଭାରତକୁ ଆଗକୁ ନେବା ଏବଂ କେବଳ ଜଣେ ଉପଯୋଗକର୍ତ୍ତା ନୁହେଁ ବରଂ ନେତୃତ୍ୱକର୍ତ୍ତା ହେବା ପାଇଁ ବେଙ୍ଗାଲୁରୁରେ ଦେଶର ପ୍ରଥମ ଲାଇଭ ୬ଜି ଲ୍ୟାବ ଆରମ୍ଭ କରାଯାଇଛି। କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି…
ବିଶ୍ୱକପରେ ଦ୍ରୁତତମ ଶତକ
ନୂଆଦିଲ୍ଲୀ,୫ା୧୦: ଦିନିକିଆ କ୍ରିକେଟ ବିଶ୍ୱକପର ପ୍ରଥମ ମ୍ୟାଚ୍ରେ ଶତକ ହାସଲ କରି ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିବା ନ୍ୟୁଜିଲାଣ୍ଡର ରଚିନ୍ ରବୀନ୍ଦ୍ରଙ୍କ ନାମକୁ ନେଇ ଚର୍ଚ୍ଚା ଲାଗି ରହିଛି। ରଚିନ୍ଙ୍କ ପିତା ରବି କ୍ରିଷ୍ଣମୂର୍ତ୍ତି ବେଙ୍ଗାଲୁରୁର ବାସିନ୍ଦା। ସଫ୍ଟଓ୍ବେୟାର…
ରାସ୍ତାରେ ଅଟକାଇ ଦମ୍ପତିଙ୍କୁ ଆକ୍ରମଣ, ଯୁବତୀଙ୍କୁ ଛୁରାମାଡ଼
ମୁରିବାହାଲ, ୫ା୧୦(ଶ୍ରୀବତ୍ସ ବେହେରା): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଗଁରେଇ ପଞ୍ଚାୟତ ସିଲେଟପଡାର ଦୀନେଶ ତାଣ୍ଡି ଓ ତାଙ୍କ ସ୍ତ୍ରୀ ମେଘା ତାଣ୍ଡି(୨୦) ଗୁରୁବାର ଗଁରେଇ ସାପ୍ତାହିକ ବଜାରରୁ ଫେରୁଥିଲେ। ପଟାମୁଣ୍ଡା ଗାଁ ରାସ୍ତାର ଏକ ନିଛାଟିଆ ସ୍ଥାନରେ ସିଲେଟପଡାର ଗଣେଶ…
ଥାନା ଭିତରେ ମାର୍ପିଟ
ମୁରିବାହାଲ,୫ା୧୦(ଶ୍ରୀବତ୍ସ ବେହେରା): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ପରିସରରେ ଗୁରୁବାର ଦୁଇପକ୍ଷ ମଧ୍ୟରେ ମାର୍ପିଟ ହୋଇଛି। ଏ ନେଇ ଉଭୟ ପକ୍ଷରୁ ୨ଟି ପୃଥକ ମାମଲା ରୁଜୁ ହୋଇଛି। ଅଭିଯୋଗ ମୁତାବକ ବାଗୁଆବାହାଲ ଗ୍ରାମର ଗୋକୁଳ ବେନିଆଙ୍କୁ ମୁରିବାହାଲ ପୋଲିସ କୌଣସି…
ଗୁଣିଗାରେଡ଼ିକୁ ନେଇ ହତ୍ୟା: ମୁଖ୍ୟ ଅଭିଯୁକ୍ତ ପୁତୁରା ଗିରଫ
ଭବାନୀପାଟଣା/ଜୁନାଗଡ଼,୫।୧୦(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ଶଙ୍କରପଲା ଗ୍ରାମରେ ଗତ ରବିବାର ଘଟିଥିବା ଟ୍ରିପଲ ମର୍ଡର ଘଟଣାର ଫର୍ଦ୍ଦାଫାଶ କରିଛି ଜୁନାଗଡ଼ ପୋଲିସ। ଗୁଣି ଗାରେଡିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ…
ବସ୍ଷ୍ଟପ୍ ଚୋରି
ବେଙ୍ଗାଲୁରୁ,୫ା୧୦: ବେଙ୍ଗାଲୁରୁର କନିଙ୍ଗହାମ୍ ରୋଡ୍ରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ବସ୍ଷ୍ଟପ୍ ଉଭାନ ହୋଇଯାଇଛି। ବସ୍ଷ୍ଟାଣ୍ଡ ଚୋରି ହୋଇଥିବା ନେଇ ପୋଲିସ ଆଇପିସିର ଧାରା ୩୭୯ରେ ମାମଲା ଦାଏର ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବେଙ୍ଗାଲୁରୁ ମେଟ୍ରୋପଲିଟାନ୍…
Archives


