ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ ରହିଛି। ସେ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ ରବର୍ଟ୍‌ ବେନ୍‌ସନ୍‌। ଆମେରିକାସ୍ଥିତ ହାର୍ଭାର୍ଡ ମେଡିକାଲ ସ୍କୁଲର ଏହି ପ୍ରଫେସର ୧୯୮୫ ମସିହାରେ କେତେଜଣ ସହକର୍ମୀଙ୍କୁ ନେଇ ଉତ୍ତର ଭାରତରେ ଥିବା ତଥା ହିମାଳୟର ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ ଏକ ତିବ୍ବତୀୟ ସନ୍ନ୍ୟାସୀ ଆଶ୍ରମ ବୁଲିବାକୁ ଆସିଥିଲେ। ସେଠାରେ ପହଞ୍ଚତ୍ବା ପରେ ସେହି ଆଶ୍ରମର ସନ୍ନ୍ୟାସୀଗଣ ଗଭୀର ଭାବରେ ଧ୍ୟାନମଗ୍ନ ଥିବାର ଦେଖିବାକୁ ପାଇଥିଲେ। ପୁଣି ସେହି ସମୟରେ ସେଠାକାର ତାପମାତ୍ରା ଥିଲା ମାଇନସ ୨୦ ଡିଗ୍ରୀ ସେଲ୍‌ସିୟସ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏଇଆ ଯେ, ଆଶ୍ରମର ସନ୍ନ୍ୟାସୀମାନେ ନିଜ ଶରୀରକୁ ଆବୃତ୍ତ କରି ରଖିଥିଲେ ଓଦା ବସ୍ତ୍ରରେ। ୧୫,୦୦୦ ଫୁଟ ଉଚ୍ଚତାରେ ମଧ୍ୟ ସେମାନେ ବେଶ୍‌ ଶାନ୍ତି ଓ ଆରାମରେ ନିଦ୍ରା ଯାଉଥିଲେ। ତିବ୍ବତୀୟ ସନ୍ନ୍ୟାସୀମାନଙ୍କର ଏପରି ଅସାଧାରଣ ସାମର୍ଥ୍ୟ ବିସ୍ମିତ କରିପକେଇଥିଲା ବେନ୍‌ସନ୍‌ଙ୍କ ଗୋଷ୍ଠୀକୁ। ବେନ୍‌ସନ୍‌ ଜାଣିବାକୁ ପାଇଥିଲେ ଯେ ସନ୍ନ୍ୟାସୀମାନଙ୍କଠାରେ ଏଭଳି ଅନୁକୂଳ ଶାରୀରିକ ଓ ମାନସିକ ସାମର୍ଥ୍ୟ ସମ୍ଭବ ହୋଇଥିଲା କେବଳ ଯୋଗର ପ୍ରଭାବ ଯୋଗୁ। ପରବର୍ତ୍ତୀ ସମୟରେ ବେନ୍‌ସନ୍‌ ଯୋଗ ଓ ଧ୍ୟାନ ପଦ୍ଧତିକୁ ନିଜର ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଉତ୍କଣ୍ଠା ଓ ଉଦ୍‌ବେଗରେ ତଥା ନିଦ୍ରାହାନିରେ ପୀଡ଼ିତ ରୋଗୀଙ୍କଠାରେ ପ୍ରୟୋଗ କରି ବେଶ୍‌ ସୁଫଳ ପାଇଥିଲେ। ମାତ୍ର ପ୍ରଶ୍ନ ଉଠେ, ଧ୍ୟାନ, ପ୍ରାଣାୟାମ, ଆସନ ଆଦି ଯୋଗ ପଦ୍ଧତିମାନ ରୋଗ ଆରୋଗ୍ୟ କରିବାରେ ସହାୟକ ହୋଇପାରୁଛି କିପରି? ଆଚ୍ଛା କୁହନ୍ତୁ ତ, ଆପଣଙ୍କର ପରମ ଶତ୍ରୁ କିଏ? ପୁଣି କିଏ ଆପଣଙ୍କର ପରମ ମିତ୍ର? କୁହାଯାଉଛି ଯେ, ଆମ ମନ ହିଁ ଆମର ପରମ ଶତ୍ରୁ ଆଉ ସେହି ମନ ହିଁ ଆମର ପରମ ମିତ୍ର ମଧ୍ୟ। ମନଟା କଁା ଭଁା ସିନା ସ୍ଥିର, ଶାନ୍ତ ଓ ଏକାଗ୍ର, ମାତ୍ର ଅଧିକାଂଶ ସମୟରେ ଅସ୍ଥିର, ଅଶାନ୍ତ, ବିକ୍ଷିପ୍ତ, ବିଭ୍ରାନ୍ତ ତଥା ଅନ୍ୟମନସ୍କ। ସେଥିପାଇଁ ମନ ଉପରେ ଲଗାମ ଦେବା ମହାକଷ୍ଟ। କିନ୍ତୁ ମନକୁ ଶୃଙ୍ଖଳିତ ତଥା ନିୟନ୍ତ୍ରିତ କରି ନ ପାରିଲେ ଜୀବନରେ ଆଖିଦୃଶିଆ ଅଗ୍ରଗତି କରିବା ସମ୍ଭବ ନୁହେଁ।
କିଛି ବର୍ଷେ ପୂର୍ବେ ଟାଇମ୍‌ ମାଗାଜିନ୍‌ ଉଲ୍ଲେଖ କରିଥିଲା ଯେ ଏକବିଂଶ ଶତାବ୍ଦୀରେ ଜନସାଧାରଣଙ୍କର ସବୁଠାରୁ ମାରାତ୍ମକ ଶତ୍ରୁ ହେଉଛି ମାନସିକ ଚାପ ବା ‘ଷ୍ଟ୍ରେସ୍‌’। ଏହି ଅତ୍ୟଧିକ ମାନସିକ ଚାପ ଯୋଗୁ ସମାଜରେ ବଢ଼ି ବଢ଼ି ଚାଲିଛି ଉଚ୍ଚ ରକ୍ତଚାପ ହାର। ଉଚ୍ଚ ରକ୍ତଚାପକୁ କୁହାଯାଉଛି ‘ସାଇଲେଣ୍ଟ କିଲର’ ବା ନୀରବ ହତ୍ୟାକାରୀ। ଭାରତରେ ଏହି ରୋଗରେ ଆକ୍ରାନ୍ତ ରୋଗୀମାନଙ୍କର ସଂଖ୍ୟା ପ୍ରାୟ ୧୦ କୋଟିରୁ ଅଧିକ। ହେଲେ ଏହାର ରହିଛି ଏକ ଅତି ସହଜ ତଥା ସରଳ ଆରୋଗ୍ୟ ପଦ୍ଧତି। ତାହା ହେଉଛି ପରମାନନ୍ଦ ବା ପରମ ସୁଖଦ ଅନୁଭବ।
ଶରୀର ଓ ମନ ଏତେ ଅଙ୍ଗାଙ୍ଗୀ ଭାବରେ /ଯୁକ୍ତ ଯେ ଗୋଟିଏ ଉପରେ କୌଣସି ଏକ ପ୍ରଭାବ ସ୍ବତଃ ଅନ୍ୟଟିକୁ ପ୍ରଭାବିତ କରିପକାଏ। ତେଣୁ ଯୋଗ କଲେ ମନ ଏକ ଉନ୍ନତ ପର୍ଯ୍ୟାୟକୁ ଉନ୍ନୀତ ହୋଇଯାଏ। ଫଳରେ ମନ ହୋଇଯାଏ ସମ୍ପୂର୍ଣ୍ଣ ପ୍ରଶାନ୍ତ। ମନ ପ୍ରଶାନ୍ତ ହେବା ସଙ୍ଗେ ସଙ୍ଗେ ଶରୀରର କୋଷଗୁଡ଼ିକରେ ମେଟାବୋଲିଜମ ବା ୟୋପଚୟ ପ୍ରକ୍ରିୟା ହୋଇପଡ଼େ ସମ୍ପୂର୍ଣ୍ଣ ମନ୍ଥର। ମନ୍ଥର ହୋଇଯାଏ ଶ୍ୱାସକ୍ରିୟାର ହାର। ନିସ୍ତବ୍ଧ ହୋଇଯାଏ ସ୍ନାୟୁତନ୍ତ୍ର।
ଧ୍ୟାନ କରିବା ସମୟରେ ଚିନ୍ତା ପ୍ରକ୍ରିୟାର ଉତ୍ତେଜିତ ଅବସ୍ଥା ପ୍ରଶମିତ ହୋଇ ଜାତ ହୋଇପଡ଼େ ଜୀବକୋଷୀୟ ସନ୍ତୁଳନ ଅବସ୍ଥା ବା ସମାବସ୍ଥା। ସ୍ବାସ୍ଥ୍ୟ ଉପରେ ଏହି ଅବସ୍ଥାର ପ୍ରଭାବ ଅତ୍ୟନ୍ତ ଅନୁକୂଳ। ସୁତରାଂ ଯୋଗ କଲେ ରକ୍ତଚାପ କମିଯାଏ। ହୃଦ୍‌ରୋଗ ଓ ଡାଇବେଟିସ୍‌ର ହାର ହ୍ରାସପାଏ। ଊଣା ହୋଇଯାଏ କ୍ରୋଧ ଓ ମାନସିକ ଚାପ।
ବେଳ ଥିଲା, ଯେତେବେଳେ ଶରୀର ଉପରେ ମନର ପ୍ରଭାବ ବିଷୟରେ ଚିକିତ୍ସକମାନଙ୍କୁ ବିଶେଷ କିଛି ଜଣା ନ ଥିଲା। ଏବେ କିନ୍ତୁ ଧାରଣା ଦୃଢ଼ୀଭୂତ ହେବାରେ ଲାଗିଛି ଯେ ଶାରୀରିକ କ୍ରିୟାଗୁଡ଼ିକୁ ବହୁଳାଂଶରେ ପ୍ରଭାବିତ କରିଥାଏ ବ୍ୟକ୍ତିର ମନସ୍ତତ୍ତ୍ୱ। ମନ ଅସୁସ୍ଥ ହୋଇ ଉତ୍କଣ୍ଠିତ ତଥା ଉଦ୍‌ବିଘ୍ନ ରହିଲେ ତାହା ଅନେକ ରୋଗର କାରଣ ହୋଇପଡ଼େ। ସେହି ସବୁ ରୋଗଗୋଷ୍ଠୀକୁ କୁହାଯାଏ ଶାରୀରିକ ବ୍ୟାଧି ବା ‘ସାଇକୋ ସୋମାଟିକ୍‌ ଡିଜିଜେସ୍‌’। ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ପେପ୍‌ଟିକ୍‌, ଅଲ୍‌ସର, ଏକ୍‌ଜିମା, ସୋରିଆସିସ୍‌ ଇତ୍ୟାଦି ଜାତ ହେବା ମୂଳରେ ରହିଛି ମୁଖ୍ୟ ଭୂମିକା।
ସାମ୍ପ୍ରତିକ ସମୟରେ ମଣିଷର ଜୀବନଶୈଳୀ ଶାରୀରିକ ଓ ମନସ୍ତାତ୍ତ୍ୱିକ ସ୍ବାସ୍ଥ୍ୟ ପାଇଁ ଆଦୌ ଅନୁକୂଳ ହୋଇପାରୁନାହିଁ। ଫଳରେ ବଢ଼ି ବଢ଼ି ଚାଲିଛି ମାନସିକ ଚାପ, ଉତ୍କଣ୍ଠା, ଉଦ୍‌ବେଗ ତଥା ଦୀର୍ଘକାଳୀନ ଅଣସଂକ୍ରାମକ ଜୀବନଶୈଳୀ ରୋଗମାନ। ଏଭଳି ଦୁଃସ୍ଥିତିରୁ ସୁରକ୍ଷିତ ରହିବା ନିମନ୍ତେ ଯୋଗ ହିଁ ପ୍ରଧାନ ଅବଲମ୍ବନ। ବ୍ୟକ୍ତିଟିଠାରେ ରହିଥାଇପାରେ ଅସାଧାରଣ ଶାରୀରିକ ସାମର୍ଥ୍ୟ, ମାତ୍ର ଏହା ସହିତ ମାନସିକ ସ୍ତରରେ ତା’ପରେ ସନ୍ତୁଳନ ଅବସ୍ଥା ନ ଥିଲେ ତା’ର ଜୀବନ ହୋଇପାରେ ଅତ୍ୟନ୍ତ ଦୁର୍ବିଷହ।
ମନେରଖିବା ଉଚିତ ଯେ, ଶରୀର, ମନ ଓ ଆତ୍ମାର ପୂର୍ଣ୍ଣାଙ୍ଗ ତଥା ସୁସଙ୍ଗତ ବିକାଶରେ ଯୋଗ ସାଧନା ଖୁବ୍‌ ସହାୟକ ହୋଇଥାଏ। ସୁତରାଂ ଯୋଗର ରହିଛି ଶାରୀରିକ, ମନସ୍ତାତ୍ତ୍ୱିକ ଏବଂ ଆଧ୍ୟାତ୍ମିକ ପ୍ରଭାବ। ଯୋଗ ଏକ ବ୍ୟାୟାମ ନୁହେଁ, ଏହା ଏକ କଳା। ଏହା ଆବଶ୍ୟକ କରିଥାଏ ନିୟମିତ ଅଭ୍ୟାସ, ଧୈର୍ଯ୍ୟ ଏବଂ ସମୟ। ନିୟମିତ ଯୋଗ କରି ଚାଲିଲେ ଧୀରେ ଧୀରେ ବିକାଶ ଲାଭ କରେ ମାନସିକ ସ୍ଥିରତା, ସନ୍ତୁଳନ, ଶ୍ୱାସକ୍ରିୟା ନିୟନ୍ତ୍ରଣ, ମନସ୍ତାତ୍ତ୍ୱିକ ସାମର୍ଥ୍ୟ, ଏକାଗ୍ରତା, ଶାରୀରିକ ଦକ୍ଷତା ଏବଂ ନମନୀୟତା ଇତ୍ୟାଦି।
ଯୋଗ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଭାରତ ହିଁ ଯୋଗର ଜନ୍ମଭୂମି। ଆସନ୍ତୁ, ଯୋଗର ବିଭିନ୍ନ ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଏବଂ ସମ୍ପୂର୍ଣ୍ଣ ସୁସ୍ଥ ରହିବା ନିମନ୍ତେ ନିୟମିତ ଯୋଗ କରିବା ପାଇଁ ସେମାନଙ୍କୁ ପ୍ରେରଣା ପ୍ରଦାନ କରିବା।
-‘ଅଭୀପ୍‌ସା’, ସେକ୍ଟର-୬,
ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ-୧୪
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?