Posted inଜାତୀୟ

ଜୟପୁରରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଜୟପୁର,୨୫।୩: ରାଜସ୍ଥାନର ଜୟପୁର ସହରୀ ଲୋକ ସଭା ଆସନରେ କଂଗ୍ରେସ ପାଇଁ ଅସୁବିଧା ଉପୁଜିଛି। ତେବେ ପାର୍ଟି ହାଇକମାଣ୍ଡ ଶୀଘ୍ର ଟିକେଟ ବଣ୍ଟନ ନିଷ୍ପତ୍ତି ବଦଳାଇ ପ୍ରତାପ ଖାଚରିଆୱାସଙ୍କୁ ଏହାର ପ୍ରାର୍ଥୀ ଘୋଷଣା କରିଥିଲେ। ବାସ୍ତବରେ କଂଗ୍ରେସ ପାର୍ଟି ଗତ ସପ୍ତାହରେ ଜୟପୁର ସହରରୁ ସୁନୀଲ ଶର୍ମାଙ୍କୁ ଟିକେଟ ଦେଇଥିଲା। ତେବେ ଏହି ଘୋଷଣା ପରେ କଂଗ୍ରେସ ଦଳର ନେତାମାନେ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ। କଂଗ୍ରେସ ନେତା ଶଶି ଥରୁର ସୁନୀଲ ଶର୍ମାଙ୍କୁ ଦିଆଯାଇଥିବା ଟିକେଟ ଉପରେ ପ୍ରଶ୍ନ କରିଥିଲେ। ଅଭିଯୋଗ ହୋଇଛି ଯେ ସୁନୀଲ ଶର୍ମା ଜୟପୁର ଡାଏଲଗ ସହ ଜଡିତ। ଜୟପୁର ଡାଏଲଗର ପ୍ରତିଷ୍ଠାତା ହେଉଛନ୍ତି ପୂର୍ବତନ ଆଇଏଏସ ସଞ୍ଜୟ ଦୀକ୍ଷିତ।
ଜୟପୁର ଡାଏଲଗ ସମୟରେ ରାହୁଲ ଗାନ୍ଧୀଙ୍କ ଉପରେ ଅନେକ ଥର ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ଏଥିରେ ହିନ୍ଦୁ ଧାରଣାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ ବିବେଚନା କରାଯାଏ। କଂଗ୍ରେସ ସୁନୀଲ ଶର୍ମାଙ୍କୁ ଟିକେଟ ଦେବା ପରେ ସୋସିଆଲ ମିଡିଆରେ ଆଲୋଡ଼ନ ଆରମ୍ଭ ହୋଇଥିଲା। ପରିଶେଷରେ କଂଗ୍ରେସ ସୁନୀଲ ଶର୍ମାଙ୍କୁ ଟିକେଟ ଫେରସ୍ତ କରିବାକୁ କହିଲା ଏବଂ ତରବରିଆ ଭାବେ କଂଗ୍ରେସ ନେତା ପ୍ରତାପ ଖାଚରିଆୱାସଙ୍କୁ ଟିକେଟ ଦେଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ହାରୁଛନ୍ତି, ଇଣ୍ଡିଆ ମେଣ୍ଟ ୩୦୦ ପାର କରିବ, ଦୁଇ ପର୍ଯ୍ୟାୟର ଭୋଟିଂ ପରେ…

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ...

ହଜାର ହଜାର ମହିଳାଙ୍କ ସହ ଯୌନ ଅପରାଧ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତିଙ୍କ ନାମ ଆସିଲା ସାମ୍ନାକୁ

ବେଙ୍ଗାଲୁରୁ,୨୮।୪: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ହାସନ ଜିଲା ସହ ଜଡିତ ଯୌନ ଦୁର୍ନୀତିର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ...

ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri