Home Left

୪୨୬ ପଞ୍ଚାୟତରେ ହାଇସ୍କୁଲ ନାହିଁ

ଭୁବନେଶ୍ୱର,୨୩।୧୧(ଅନିଲ ଦାସ)ରାଜ୍ୟର ୭୯୯୮ ପଞ୍ଚାୟତରେ ୮୦୯୯ ହାଇସ୍କୁଲ ରହିଛି। ତେବେ ୪୨୬ ପଞ୍ଚାୟତରେ କୌଣସି ହାଇସ୍କୁଲ ନାହିଁ। ସେହି ପଞ୍ଚାୟତର ପିଲାମାନେ ନିକଟସ୍ଥ ପଞ୍ଚାୟତରେ ଥିବା ହାଇସ୍କୁଲରେ ପଢୁଛନ୍ତି। ବିଜେଡି ସଭ୍ୟ ଭୂପିନ୍ଦର ସିଂଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସ୍କୁଲ…

ତାଳଦଣ୍ଡା କେନାଲ: ପାଣି ନ ଥିବାରୁ ବିସର୍ଜନରେ ବିଳମ୍ବ

କଟକ,୨୩ା୧୧(ଶିଳ୍ପା ପ୍ରୟଦର୍ଶିନୀ)ତାଳଦଣ୍ଡା କେନାଲରେ ପାଣି ନ ଥିବାରୁ ବିଦ୍ୟାଧରପୁରର ପ୍ରସିଦ୍ଧ ବଡ଼କାଳୀ, ସାନକାଳୀ ଓ ଦକ୍ଷିଣକାଳୀ ମୂର୍ତ୍ତି ବିସର୍ଜନ ପୂର୍ବରୁ ଘାଟକୂଳରେ ରଖାଯାଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ୨ ଘଣ୍ଟାର ଅପେକ୍ଷା ପରେ ତାଳଦଣ୍ଡା କେନାଲରେ ପାଣି…

ଆତଙ୍କବାଦ ଆମ ସମସ୍ତଙ୍କ ପାଇଁ ଗ୍ରହଣୀୟ ନୁହେଁ:ମୋଦି

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ଭର୍ଚୁଆଲ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ବିଶ୍ୱାସ କରୁ ଯେ ଆତଙ୍କବାଦ ଆମ ସମସ୍ତଙ୍କ ପାଇଁ ଗ୍ରହଣୀୟ ନୁହେଁ। ସାଧାରଣ ନାଗରିକଙ୍କ ମୃତ୍ୟୁ ଯେଉଁଠାରେ ବି ଘଟେ, ତାହା ନିନ୍ଦନୀୟ। ଆଜି…

ଗୁଗ୍‌ଲ ପେ’ ୟୁଜର୍ସଙ୍କ ପାଇଁ ଚେତାବନୀ ଜାରି କଲା ଗୁଗ୍‌ଲ

ନୂଆଦିଲ୍ଲୀ,୨୨।୧୧:ଭାରତରେ ବ୍ୟବହୃତ ଶୀର୍ଷ ୟୁପିଆଇ ଦେୟ ମଧ୍ୟରୁ ଗୁଗଲ ପେ’ ଅନ୍ୟତମ। ଗୁଗଲ ଏହାର ସମସ୍ତ ଗୁଗ୍‌ଲ ପେ’ ୟୁଜର୍ସଙ୍କ ପାଇଁ ଏକ ବଡ ଆଲର୍ଟ ଜାରି କରିଛି। ଗୁଗଲ ଏହାର ୟୁଜର୍ସମାନଙ୍କୁ ଭୁଲରେ ମଧ୍ୟ ନିଜ ଫୋନରେ କିଛି ଆପ…

ଗାଡ଼ି ଓଲଟି ମହିଳାଙ୍କ ଜୀବନ ଗଲା, ୧୩ ଗୁରୁତର

ମ.ରାମପୁର,୨୨ା୧୧(ଶଶିଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ମ.ରାମପୁର ଦେଇ ଯାଇଥିବା ରାୟପୁର ଓ ଗୋପାଳପୁର ଜାତୀୟ ରାଜପଥ ୫୯ ସଡ଼କ ଉପରେ କେନ୍ଦୁଘାଟି ନିକଟରେ ଓଡି ୦୮ ଟି ୦୬୬୭ ନମ୍ବର ବିଶିଷ୍ଟ ଏକ ଟାଟାଏସି ଗାଡ଼ି ଓଲଟି ପଡ଼ିଛି। ଏଥିରେ କନ୍ଧମାଳ…

ଜାନୁୟାରୀ ୧୫ରୁ ବରଗଡ଼ ଧନୁଯାତ୍ରା

ବରଗଡ଼,୨୨ା୧୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୪ ଜାନୁୟାରୀ ୧୫ରୁ ଆରମ୍ଭ ହେବ । ଦୀର୍ଘ ୧୧ ଦିନ ବ୍ୟାପୀ ଜାନୁୟାରୀ ୨୫ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ବୁଧବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା…

ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ଗଞ୍ଜାମ,୨୨ା୧୧(ବିଦ୍ୟାଧର ସାହୁ): ଚିଲିକାରେ ବ୍ୟାପକ ଭାବେ ବେଆଇନ ଚିଙ୍ଗୁଡ଼ି ଘେରି ରହିଥିବା ଦୀର୍ଘଦିନ ଧରି ଅଭିଯୋଗ ହୋଇଆସୁଛି। ଯାହାକୁନେଇ କେଉଁ ଆବାହନ କାଳରୁ ଚିଲିକାରେ ମାଛ ମାରି ଜୀବିକା ନିର୍ବାହ କରି ଆସୁଥିବା ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବିକା ନିର୍ବାହ କ୍ଷେତ୍ରରେ ସମସ୍ୟା…

ନାତିଙ୍କ ଫଟୋ ଶେୟାର କରି ଅନିଲ ଲେଖିଲେ ଏମିତି…

ମୁମ୍ବାଇ: ଅଭିନେତା ଅନିଲ କପୁର ନାତି ବାୟୁଙ୍କ ସହ ତାଙ୍କର ଦୁଇଟି ଫଟୋ ଶେୟାର କରିଛନ୍ତି। ସବୁଥର ପରି ଏଥର ମଧ୍ୟ ସେ ନିଜ ପ୍ରିୟ ନାତିଙ୍କ ଚେହେରା ଦେଖାଇ ନାହାନ୍ତି। ପ୍ରଥମ ଫଟୋରେ ଅନିଲ ସୋଫା ଉପରେ ବାୟୁ ସହିତ…

ଗୌତମ ସିଙ୍ଘାନିଆଙ୍କୁ ଛାଡ଼ପତ୍ର ନେଇ ଘୋଷଣା କରିବା ପଡ଼ିଲା ମହଙ୍ଗା, ୧୫୦୦ କୋଟି କ୍ଷତି ସହିଲା ରେମଣ୍ଡ କମ୍ପାନୀ

ନୂଆଦିଲ୍ଲୀ,୨୨।୧୧: ରେମଣ୍ଡ କମ୍ପାନୀ ଚେୟାରମ୍ୟାନ ଗୌତମ ସିଙ୍ଘାନିଆ ଏବଂ ତାଙ୍କ ପତ୍ନୀ ନଓ୍ବାଜ ମୋଦି ସିଙ୍ଘାନିଆଙ୍କ ଛାଡ଼ପତ୍ର ଖବର ଏବେ କମ୍ପାନୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କାରଣ ଏନେଇ ଗୌତମ ଘୋଷଣା କରିବା ଦିନଠାରୁ ଏଯାବତ ତାଙ୍କର ୧୫୦୦ କୋଟିରୁ…

ଆଦିବାସୀ ଜମି ଅନ୍ୟତ୍ର ବିକ୍ରି ପ୍ରତ୍ୟାହାର ପାଇଁ ତହସିଲଦାରଙ୍କୁ ଦାବିପତ୍ର

କୋକସରା,୨୨ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଓଡ଼ିଶା ସରକାରଙ୍କ ପକ୍ଷରୁ ଗତ ୧୪ା୧୧ା୨୩ କ୍ୟାବିନେଟ୍‌ ରେଜୁଲେଶନ ୨ରେ ଆଦିବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ବିକ୍ରି କରିବା ପ୍ରସଙ୍ଗରେ ନିଆ ଯାଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହୃତ କରିବା ପାଇଁ ଓଡ଼ିଶାରେ ଆଦିବାସୀଙ୍କ ମଧ୍ୟରେ ତୀବ୍ର ବିରୋଧ ଦେଖାଦେଇଛି।…

ପାକିସ୍ତାନ ଖେଳାଳିଙ୍କୁ ଶାମି କହିଲେ- ସୁଧୁରି ଯାଅ; ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୨୨।୧୧: କ୍ରିକେଟ ବିଶ୍ୱକପ୍‌ ୨୦୨୩ ଫାଇନାଲରେ ଟିମ୍‌ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ହେଲେ ଟୁର୍ନାମେଣ୍ଟରେ ଦଳର କିଛି ଖେଳାଳି ଶ୍ରେଷ୍ଠ ପ୍ରଦର୍ଶନ କରି ଏକାଧିକ ରେକର୍ଡ ନିଜ ନାମରେ କରିଥିଲେ। ଏଥିରେ ଦ୍ରୁତ ବୋଲର ମହମ୍ମଦ ଶାମି ରହିଥିଲେ,…

ଦେହରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ଅଟୋଚାଳକ, ଆଜି ବୁଜିଲେ ଆଖି

ଭୁବନେଶ୍ୱର,୨୨ା୧୧: ପାରିବାରିକ କଳହ ଯୋଗୁ ରାଜଧାନୀର ବଡ଼ଗଡ଼ ଥାନା କେସୁରା ଗାଁର ଲକ୍ଷ୍ମଣ ପ୍ରଧାନଙ୍କ ବୁଧବାର ଏମ୍ସ ହସ୍ପିଟାଲରେ ମୃତ୍ୟୁ ଘଟିଛି। ମଙ୍ଗଳବାର ଲକ୍ଷ୍ମଣ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri