Posted inଜାତୀୟ

ବ୍ୟାଙ୍କ ଆପେ କାଟିନେଉଛନ୍ତି ଟଙ୍କା

ଡେରାଡୁନ୍‌,୨୮ା୩: ବିହାର ଶରଣ ଜିଲାର ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ କୁନ୍ଦନ କୁମାର ବର୍ଷେରୁ ଅଧିକ ସମୟ ଧରି ଏକ ବୀମା ପଲିସି ବନ୍ଦ କରିବାକୁ ଉଦ୍ୟମ ଚଳାଇଛନ୍ତି, ଯାହାକୁ ସେ କିଣିବା ପାଇଁ ପ୍ରଥମ ପସନ୍ଦରେ ରଖି ନ ଥିଲେ। କେନ୍ଦ୍ର ସରକାରଙ୍କ ଜୀବନ ବୀମା ସ୍କିମ୍‌ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମ୍‌ଜେଜେବିଓ୍ବାଇ)ରେ କୁନ୍ଦନଙ୍କ ବିନା ଅନୁମତିରେ ବ୍ୟାଙ୍କ ତାଙ୍କ ଆକାଉଣ୍ଟରୁ ଟଙ୍କା କାଢ଼ି ନିଆଯାଇଛି। ୨୦୨୨ ଡିସେମ୍ବର ୨୯ରେ କୁନ୍ଦନଙ୍କ ଆକାଉଣ୍ଟରୁ ଟଙ୍କା କଢ଼ାଯିବାର କିଛିଦିନ ପରେ ସେ ନିଜ ଟଙ୍କାର ସୁରକ୍ଷା ନେଇ ଚିନ୍ତା କଲେ। ୨୬ ବର୍ଷୀୟ କୁନ୍ଦନ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ, ୨୦୦୫ ବଳରେ ନିଜ ବୀମା ଆବେଦନପତ୍ରର ଏକ କପି (ନକଲ) ମାଗିଥିଲେ।

ଫେବୃୟାରୀରେ ତାଙ୍କ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଉତ୍ତର ଦେଲା, ‘ଉପରୋକ୍ତ ବୀମାର ଆବେଦନପତ୍ର ମିଳିଲା ନାହିଁ’। ବ୍ୟାଙ୍କ ତାଙ୍କୁ ସେହି ଅବାଞ୍ଛିତ ବୀମା ପାଇଁ ଫେରସ୍ତ ଅନୁମତି ଦେଇନାହିଁ। ସେ ଏହି ଖରାପ ବ୍ୟବସ୍ଥାରୁ ମୁକ୍ତି ଚାହାନ୍ତି ବୋଲି କୁନ୍ଦନ ଏକ ସାକ୍ଷାତକାରରେ କହିଛନ୍ତି। ସାରା ଦେଶରେ କୁନ୍ଦନଙ୍କ ଭଳି ଅନେକ ଗ୍ରାହକ ସରକାରୀ ବୀମା ଯୋଜନାରେ ଆକାଉଣ୍ଟରୁ ଟଙ୍କା କଟାଯିବାକୁ ବିରୋଧ କରିଛନ୍ତି। ବ୍ୟାଙ୍କଗୁଡ଼ିକ ଜୀବନ ବୀମା ସହ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ମଧ୍ୟ ବିନା ସ୍ବୀକୃତିରେ ଗ୍ରାହକମାନଙ୍କ ନାମ ପଞ୍ଜୀକରଣ କରୁଛନ୍ତି। ସରକାରଙ୍କ ମାଇକ୍ରୋ-ପେନ୍‌ସନ ସ୍କିମ୍‌ ଅଟଳ ପେନ୍‌ସନ (ଏପିଓ୍ବାଇ) ଯୋଜନାରେ ମଧ୍ୟ ଅନୁରୂପ ଅଭିଯୋଗ ଆସିବାରେ ଲାଗିଛି। କୁନ୍ଦନଙ୍କ ଭଳି ତାଙ୍କ ମା’ଙ୍କ ମଧ୍ୟ ବିନା ସହମତିରେ ଏପିଓ୍ବାଇ ଖାତା ଖୋଲାଯାଇଥିଲା। ପିଏମ୍‌ଜେଜେବିଓ୍ବାଇର ବାର୍ଷିକ ପ୍ରିମିୟମ୍‌ ୩୪୬ ଟଙ୍କା ହୋଇଥିବାବେଳେ ପିଏମ୍‌ଏସ୍‌ବିଓ୍ବାଇ ପାଇଁ ବର୍ଷକୁ ୨୦ ଟଙ୍କା ଦେବାକୁ ପଡ଼ିଥାଏ। ଥରେ ଜଣେ ଗ୍ରାହକ ଏହି ଯୋଜନାଗୁଡ଼ିକରେ ସାମିଲ ହୋଇଗଲେ, ସେମାନଙ୍କ ଆକାଉଣ୍ଟରୁ ବାର୍ଷିକ ହାରରେ ଆପେ ଆପେ ଟଙ୍କା କଟିଯାଏ । ଅନେକ ସମୟରେ ଲୋକେ ଜାଣି ମଧ୍ୟ ପାରନ୍ତି ନାହିଁ ଯେ ସେମାନଙ୍କ ଆକାଉଣ୍ଟରୁ ବୀମା ପ୍ରିମିୟମ୍‌ ଲାଗି ସରକାର ଟଙ୍କା କଟାଇନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୈନିତାଲ ଜଙ୍ଗଲରେ ଲାଗିଲା ନିଆଁ, ଜନବସତି ପାଇଁ ବିପଦ

ଡେରାଡୁନ,୨୭।୪: ସାରା ବିଶ୍ୱରେ ଉତ୍ତାପ ଦିନକୁ ଦିନ ବଢିବା ସହିତ ସହିତ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଯିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇ...

ବର୍ଷିଲେ ଦିଲ୍ଲୀ ହାଇକୋର୍ଟ, କେତେ କ୍ଷମତା ପାଇଲେ ଖୁସି ହେବେ କେଜରିଓ୍ବାଲ?

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ତିହାର ଜେଲ୍‌ରେ କାରାଦଣ୍ଡ ଭୋଗୁଛନ୍ତି। ଏନେଇ ଆମ ଆଦମୀ ପାର୍ଟି ବାରମ୍ବାର ଜୋର ଦେଉଥିବାବେଳେ ଶନିବାର ଦିଲ୍ଲୀ...

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri