Posted inଜାତୀୟ

ବ୍ୟାଙ୍କ ଆପେ କାଟିନେଉଛନ୍ତି ଟଙ୍କା

ଡେରାଡୁନ୍‌,୨୮ା୩: ବିହାର ଶରଣ ଜିଲାର ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ କୁନ୍ଦନ କୁମାର ବର୍ଷେରୁ ଅଧିକ ସମୟ ଧରି ଏକ ବୀମା ପଲିସି ବନ୍ଦ କରିବାକୁ ଉଦ୍ୟମ ଚଳାଇଛନ୍ତି, ଯାହାକୁ ସେ କିଣିବା ପାଇଁ ପ୍ରଥମ ପସନ୍ଦରେ ରଖି ନ ଥିଲେ। କେନ୍ଦ୍ର ସରକାରଙ୍କ ଜୀବନ ବୀମା ସ୍କିମ୍‌ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମ୍‌ଜେଜେବିଓ୍ବାଇ)ରେ କୁନ୍ଦନଙ୍କ ବିନା ଅନୁମତିରେ ବ୍ୟାଙ୍କ ତାଙ୍କ ଆକାଉଣ୍ଟରୁ ଟଙ୍କା କାଢ଼ି ନିଆଯାଇଛି। ୨୦୨୨ ଡିସେମ୍ବର ୨୯ରେ କୁନ୍ଦନଙ୍କ ଆକାଉଣ୍ଟରୁ ଟଙ୍କା କଢ଼ାଯିବାର କିଛିଦିନ ପରେ ସେ ନିଜ ଟଙ୍କାର ସୁରକ୍ଷା ନେଇ ଚିନ୍ତା କଲେ। ୨୬ ବର୍ଷୀୟ କୁନ୍ଦନ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ, ୨୦୦୫ ବଳରେ ନିଜ ବୀମା ଆବେଦନପତ୍ରର ଏକ କପି (ନକଲ) ମାଗିଥିଲେ।

ଫେବୃୟାରୀରେ ତାଙ୍କ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଉତ୍ତର ଦେଲା, ‘ଉପରୋକ୍ତ ବୀମାର ଆବେଦନପତ୍ର ମିଳିଲା ନାହିଁ’। ବ୍ୟାଙ୍କ ତାଙ୍କୁ ସେହି ଅବାଞ୍ଛିତ ବୀମା ପାଇଁ ଫେରସ୍ତ ଅନୁମତି ଦେଇନାହିଁ। ସେ ଏହି ଖରାପ ବ୍ୟବସ୍ଥାରୁ ମୁକ୍ତି ଚାହାନ୍ତି ବୋଲି କୁନ୍ଦନ ଏକ ସାକ୍ଷାତକାରରେ କହିଛନ୍ତି। ସାରା ଦେଶରେ କୁନ୍ଦନଙ୍କ ଭଳି ଅନେକ ଗ୍ରାହକ ସରକାରୀ ବୀମା ଯୋଜନାରେ ଆକାଉଣ୍ଟରୁ ଟଙ୍କା କଟାଯିବାକୁ ବିରୋଧ କରିଛନ୍ତି। ବ୍ୟାଙ୍କଗୁଡ଼ିକ ଜୀବନ ବୀମା ସହ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ମଧ୍ୟ ବିନା ସ୍ବୀକୃତିରେ ଗ୍ରାହକମାନଙ୍କ ନାମ ପଞ୍ଜୀକରଣ କରୁଛନ୍ତି। ସରକାରଙ୍କ ମାଇକ୍ରୋ-ପେନ୍‌ସନ ସ୍କିମ୍‌ ଅଟଳ ପେନ୍‌ସନ (ଏପିଓ୍ବାଇ) ଯୋଜନାରେ ମଧ୍ୟ ଅନୁରୂପ ଅଭିଯୋଗ ଆସିବାରେ ଲାଗିଛି। କୁନ୍ଦନଙ୍କ ଭଳି ତାଙ୍କ ମା’ଙ୍କ ମଧ୍ୟ ବିନା ସହମତିରେ ଏପିଓ୍ବାଇ ଖାତା ଖୋଲାଯାଇଥିଲା। ପିଏମ୍‌ଜେଜେବିଓ୍ବାଇର ବାର୍ଷିକ ପ୍ରିମିୟମ୍‌ ୩୪୬ ଟଙ୍କା ହୋଇଥିବାବେଳେ ପିଏମ୍‌ଏସ୍‌ବିଓ୍ବାଇ ପାଇଁ ବର୍ଷକୁ ୨୦ ଟଙ୍କା ଦେବାକୁ ପଡ଼ିଥାଏ। ଥରେ ଜଣେ ଗ୍ରାହକ ଏହି ଯୋଜନାଗୁଡ଼ିକରେ ସାମିଲ ହୋଇଗଲେ, ସେମାନଙ୍କ ଆକାଉଣ୍ଟରୁ ବାର୍ଷିକ ହାରରେ ଆପେ ଆପେ ଟଙ୍କା କଟିଯାଏ । ଅନେକ ସମୟରେ ଲୋକେ ଜାଣି ମଧ୍ୟ ପାରନ୍ତି ନାହିଁ ଯେ ସେମାନଙ୍କ ଆକାଉଣ୍ଟରୁ ବୀମା ପ୍ରିମିୟମ୍‌ ଲାଗି ସରକାର ଟଙ୍କା କଟାଇନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କହି କାନ୍ଦି ପକାଇଲେ ଶେଖ ହାସିନା, ସ୍ୱପ୍ନର ବାଂଲାଦେଶ….

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଦେଇଥିବା ଉଦ୍‌ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି…

ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୫।୮ (କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକା ହ୍ରଦରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ତହସିଲ ପ୍ରଶାସନ…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri