ବାରବାଟୀ-କଟକ ଉପରେ ନଜର

କଟକ,୨୮ା୩(ଶିଳ୍ପା ପ୍ରିୟଦର୍ଶିନୀ)ବିଜେଡି ପକ୍ଷରୁ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀ ତାଲିକା ବୁଧବାର ଘୋଷଣା କରାଯାଇଛି। ବିଧାନସଭା ଆସନ ପାଇଁ ଚୌଦ୍ୱାର-କଟକରୁ ପ୍ରାର୍ଥୀ ଭାବେ ସୌଭିକ୍‌ ବିଶ୍ୱାଳ, କଟକ ସଦରରୁ ଚନ୍ଦ୍ରସାରଥି ବେହେରା, ନିଆଳିରୁ ପ୍ରମୋଦ ମଲ୍ଲିକ, ବାଙ୍କୀରୁ ଦେବୀରଞ୍ଜନ ତ୍ରିପାଠୀ, ଆଠଗଡ଼ରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବଡ଼ମ୍ବାରୁ ଦେବୀ ମିଶ୍ରଙ୍କ ନାମ ଘୋଷଣା କରାଯାଇଛି। ହେଲେ କଟକ ଜିଲାର ବାରବାଟୀ-କଟକ, ସାଲେପୁର ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା ବାକି ରହିଛି। ବିଶେଷକରି ବାରବାଟୀ-କଟକରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି।
ବିଜେଡି ପ୍ରାର୍ଥୀ ଭାବେ ଚୌଦ୍ୱାର-କଟକରୁ ସୌଭିକ୍‌ ବିଶ୍ୱାଳ ୨୦୧୯ରୁ ନିର୍ବାଚିତ ହୋଇଥିବାବେଳେ ୨୦୨୪ ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି। ସେହିପରି କଟକ ସଦରରୁ ଚନ୍ଦ୍ରସାରଥି ବେହେରା ୨୦୦୯ରେ ନିର୍ବାଚିତ ହୋଇଥିବାବେଳେ ତୃତୀୟଥର ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ନିଆଳିରୁ ପ୍ରମୋଦ ମଲ୍ଲିକ ୨୦୦୯ରୁ ନିର୍ବାଚିତ ହୋଇ ଆସୁଥିବାବେଳେ ଚତୁର୍ଥଥର ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ବାଙ୍କୀରୁ ଦେବୀରଞ୍ଜନ ତ୍ରିପାଠୀ ୨୦୧୯ରେ ନିର୍ବାଚିତ ହୋଇଥିବାବେଳେ ୨୦୨୪ ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି। ଆଠଗଡ଼ରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ ୧୯୯୪ରେ ନିର୍ବାଚିତ ହୋଇଥିବାବେଳେ ଆସନ୍ତା ନିର୍ବାଚନ ପାଇଁ ସପ୍ତମ ଥର ପ୍ରାର୍ଥୀ ହୋଇଛନ୍ତି। ବଡ଼ମ୍ବାରୁ ଦେବୀ ମିଶ୍ର ୧୯୯୯ ମସିହାରେ ନିର୍ବାଚିତ ହୋଇଥିବାବେଳେ ଆସନ୍ତା ନିର୍ବାଚନ ପାଇଁ ଷଷ୍ଠଥର ପ୍ରାର୍ଥୀ ହୋଇଛନ୍ତି। ପ୍ରାୟତଃ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ରିପିଟ୍‌ କରାଯାଇଛି। ଅପରପକ୍ଷରେ ପ୍ରାର୍ଥୀ ଘୋଷଣା ପୂର୍ବରୁ ବାରବାଟୀ-କଟକ ବିଧାନସଭା ଆସନ ପାଇଁ ଦେବାଶିଷ ସାମନ୍ତରାୟଙ୍କ ନଁା ଚର୍ଚ୍ଚାରେ ରହିଥିଲା। ହେଲେ ବିଜେଡି ତାଙ୍କୁ ରାଜ୍ୟ ସଭାକୁ ପଠାଇଛି। ଦେବାଶିଷଙ୍କ ପରେ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ସ୍ପଷ୍ଟ ହୋଇପାରିନି।
ପ୍ରାର୍ଥୀ ଘୋଷଣା ପରେ କଟକଚଣ୍ଡୀଙ୍କୁ ଦର୍ଶନ କରି ସୌଭିକ୍‌ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସମେତ ଚୌଦ୍ୱାରବାସୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ପୁନର୍ବାର ଦଳର ସୁପ୍ରିମୋ ମୋ ଉପରେ ବିଶ୍ୱାସ କରିଛନ୍ତି। ଯେପରି ପୂର୍ବରୁ କାମ କରି ଆସିଛି, ଠିକ୍‌ ସେହିପରି ଭାବେ କାର୍ଯ୍ୟ ଜାରି ରଖିବି ବୋଲି ସେ କହିଛନ୍ତି। ସେହିପରି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ଦଳର ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଉଛି। ମା’ ଚର୍ଚ୍ଚିକା, କଟକଚଣ୍ଡୀଙ୍କ ଆଶୀର୍ବାଦ ଏବଂ ବାଙ୍କୀ ଅଞ୍ଚଳର ଶୁଭେଚ୍ଛୁଙ୍କ ଭଲ ପାଇବା ଯୋଗୁ ପୁର୍ନବାର ପ୍ରାର୍ଥୀ ହୋଇପାରିଛି। ଯେଉଁଭଳି ଭାବେ କାମ କରି ଦଳର ସୁପ୍ରିମୋଙ୍କ ବିଶ୍ୱାସ ଜିତିପାରିଛି, ଠିକ୍‌ ସେହିପରି କାର୍ଯ୍ୟ ଜାରି ରଖି ଲୋକଙ୍କ ଆହୁରି ନିକଟତର ହେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ଟିକେଟ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ତେଲକୋଇରୁ ଫକିର ମୋହନ ନାଏକ, ଚମ୍ପୁଆରୁ ମୁରଲୀ...

ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଏଇଠୁ ଲଢିବେ…

ଭୁବନେଶ୍ୱର,୨୭।୪: ଓଡିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି। ଭାଜପା ଏଥିରେ ୮ଜଣ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।...

ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

ଯୋଡିଶଙ୍ଖ ପାଇଁ ପ୍ରଚାର କଲେ ସୁର ରାଉତରାୟ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଯୋଡି ଶଙ୍ଖକୁ ଭୋଟ ନାରା ପରେ ସୁର ରାଉତରାୟ ଶନିବାର ଏହାକୁ ନେଇ...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri