ସୁନୀଲ, ଅରୂପଙ୍କୁ ନେଇ ବିଜେଡି ଶିବିରରେ ଉତ୍ସାହ

ପୁରୀ,୨୮ା୩(ଅଜିତ୍‌ ମହାନ୍ତି)ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ବର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସେହିପରି ପୁରୀ ଲୋକସଭା ନିମନ୍ତେ ଦଳ ପକ୍ଷରୁ ଅରୁପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିବା ପରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପ୍ରାର୍ଥୀଙ୍କ ସମର୍ଥକମାନେ ତାଙ୍କର ପ୍ରିୟ ନେତାଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଛା ଜ୍ଞାପନ କରିଛନ୍ତି। ଚଳିତ ଥର ପୁରୀ ଲୋକସଭା ଆସନ ସହ ପୁରୀ ସଦର ବିଧାନସଭା ମଣ୍ଡଳୀରେ ଦଳ ନୂଆ ଚେହେରା ଦେଇଛି। ସ୍ବର୍ଗତ ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ ପରେ ତାଙ୍କ ପୁଅ ସୁନିଲ ମହାନ୍ତିଙ୍କୁ ଦଳ ପ୍ରଥମ ଥର ପାଇଁ ଟିକେଟ ଦେଇଥିବା ବେଳେ ପୁରୀ ଏମ୍‌ପି ପିକାନୀ ମିଶ୍ର ନିର୍ବାଚନ ନ ଲଢିବା ନେଇ ସୂଚନା ଦେବା ପରେ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ଗତ ନିର୍ବାଚନରେ ଅରୂପ ଭୁବନେଶ୍ୱର ଲୋକସଭା ଆସନରୁ ଲଢି ପରାସ୍ତ ହୋଇଥ୍‌ତ୍ଲେ। ତେବେ ଚଳିତ ଥର ଦଳ ତାଙ୍କୁ ପୁରୀ ଲୋକସଭାରୁ ପ୍ରାର୍ଥୀ କରିଛି। ଅରୂପ କହିଛନ୍ତି, ହାରିବା ଜିତିବା କିଛି ନାହିଁ। ନୂଆ ଚାଲେଞ୍ଜ ପାଇଁ ସେ ସର୍ବଦା ପ୍ରସ୍ତୁତ ରହିଥାନ୍ତି। ସେ ପୁରୀ ମାଟିର ପୁଅ। ତେଣୁ ପୁରୀବାସୀ ତାଙ୍କୁ ଗ୍ରହଣ କରିବେ ବୋଲି ଆଶା ରହିଛି। ମୁଖ୍ୟମନ୍ତ୍ରୀ ସବୁ ଦିଗକୁ ଦେଖି ତାଙ୍କୁୁ ଟିକେଟ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେହିପରି ସୁନିଲ କହିଛନ୍ତି, ତାଙ୍କୁ ପ୍ରାର୍ଥୀ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବରିଷ୍ଠ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଉଛି। ମୁଖ୍ୟମନ୍ତ୍ରୀ ପୁରୀ ସହର ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଆସିଛନ୍ତି। ଆଗକୁ ମଧ୍ୟ ଉନ୍ନତି କରାଯିବ। ସ୍ବର୍ଗତ ମହେଶ୍ୱର ମହାନ୍ତି ପୁରୀ ସହର ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ପୁରୀ ନିର୍ବାଚନମଣ୍ଡଳୀବାସୀଙ୍କ ଆର୍ଶୀବାଦ ରହିଲେ ସେ ମଧ୍ୟ କାର୍ଯ୍ୟ କରିବେ। ତାଙ୍କ ବାପା ବିଧାୟକ ନ ଥିବାବେଳେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପୁରୀର ସମସ୍ୟା ସମ୍ପର୍କରେ ଅବଗତି କରାଇ ଉନ୍ନତିମୂଳକ କାର୍ଯ୍ୟ କରିବାରେ ସହଯୋଗ କହିଥିଲେ। ଲୋକଙ୍କ ସମସ୍ୟା ସହ ଜଡିତ ହୋଇ ରହିଛୁ, ତେଣୁ ଲୋକଙ୍କ ସମସ୍ୟା ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

କଟକ-ଭୁବନେଶ୍ୱରକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୭।୪: ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶନିବାର ଲାଗି କଟକ-ଭୁବନେଶ୍ୱର(ଟୁଇନ୍‌ ସିଟି)କୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଠାରେ...

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

ଏଯାଏ ଛିଣ୍ଡୁନି ଅଙ୍କ, ଚିନ୍ତାରେ ଆଶାୟୀ; ଆଉ ୬-୧୫-୯ ଆସନ ବାକି

ଭୁବନେଶ୍ୱର,୨୭।୪: ନିର୍ବାଚନ ତାରିଖ ପାଖେଇ ଆସିଲେ ହେଁ ରାଜ୍ୟର ୩ ପ୍ରମୁଖ ଦଳ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏଯାବତ ବିଜେଡି ୬, ଭାଜପା...

ରାଜଧାନୀ ତାତି ଟପିଲା ୪୧

ଭୁବନେଶ୍ୱର,୨୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି କ୍ରମରେ ଦିନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୧.୨ ଡିଗ୍ରୀ ପାର କରିଛି। ସେହିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri