ସୁନା ମୁକୁଟରେ ଝଲସିବେ ମା’ ସୌଭାଗ୍ୟଲକ୍ଷ୍ମୀ
ଢେଙ୍କାନାଳ,୧୭ା୧୦(ରତନ ନାୟାର): ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ ଆସନ୍ତା ୨୮ ରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଳିତବର୍ଷ ୩୯ଟି ପୂଜା ପ୍ରତିଷ୍ଠାନ ପକ୍ଷରୁ ମା’ଙ୍କ ପୂଜା କରାଯିବବ। ଏଥିପାଇଁ ପ୍ରସ୍ତୁତି ଜୋର୍ ଧରିଛି। ଢେଙ୍କାନାଳ ସହର ଏବେଠାରୁ…
ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ବିଶ୍ୱକପ୍ ମ୍ୟାଚ୍ ବେଳେ ଷ୍ଟାଡିୟମରୁ ଖସିଲା ହୋର୍ଡିଂ
ଲକ୍ଷ୍ନୌ, ୧୭ା୧୦:ସୋମବାର ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା ବିଶ୍ୱକପ୍ ମ୍ୟାଚ୍ ବେଳେ ଜୋର୍ରେ ପବନ ବହିବାରୁ ଏକାନା ଷ୍ଟାଡିୟମର ଛାତ ଉପରୁ ବହୁ ହୋର୍ଡିଂ ତଳେ ଥିବା ଆସନଗୁଡ଼ିକ ଉପରେ ଖସିପଡ଼ିଥିଲା। ବର୍ଷାଯୋଗୁ ଖେଳକୁ କିଛି ସମୟ ସ୍ଥଗିତ ରଖାଯାଇଥିଲା। ସେତେବେଳେ ଧୂଳିଝଡ଼…
୨୧ ବର୍ଷ ବୟସରେ ଜିତିଥିଲେ ନ୍ୟାଶନାଲ ଆଓ୍ବାର୍ଡ, ୩୧ରେ ଦୁନିଆରୁ ନେଇଥିଲେ ବିଦାୟ…ଏଭଳି ଥିଲା ଅଭିନେତ୍ରୀଙ୍କ ଜୀବନ ଯାତ୍ରା
ମୁମ୍ବାଇ: ହିନ୍ଦୀ ସିନେମାର ଶ୍ରେଷ୍ଠ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ଆଜି ଅର୍ଥାତ୍ ୧୭ ଅକ୍ଟୋବରରେ ଜନ୍ମ ବାର୍ଷିକୀ। ସେ ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଯିଏକି ସମସ୍ତ ପ୍ରକାର ଚଳଚ୍ଚିତ୍ରରେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏକ ସମୟ ଥିଲା…
ପ୍ରତିଶୋଧ ଅପେକ୍ଷାରେ ଦକ୍ଷିଣ ଆଫ୍ରିକା
ଧର୍ମଶାଳା, ୧୭।୧୦: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍ରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ୍ସ ମଧ୍ୟରେ ମୁକାବିଲା ହେବ। ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ଖେଳିଥିବା ୨ଟିଯାକ ମ୍ୟାଚ୍କୁ ବୃହତ୍ ବ୍ୟବଧାନରେ ଜିତିସାରିଛି। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ସମାନ ସଂଖ୍ୟକ ମ୍ୟାଚ ଖେଳି ସବୁଥିରେ…
ରାଜ୍ୟ ଭାରୋତ୍ତୋଳନ ଉଦ୍ଘାଟିତ
ଭୁବନେଶ୍ୱର, ୧୭।୧୦(ତପନ ସ୍ବାଇଁ): କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଭାରୋତ୍ତୋଳନ ସଙ୍ଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ରାଜ୍ୟ ଭାରୋତ୍ତୋଳନ ଚାମ୍ପିୟନଶିପ୍ ସୋମବାର କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ର ପରିସରରେ ଉଦ୍ଘାଟିତ ହୋଇଯାଇଛି। ଭାରୋତ୍ତୋଳନ ପଦକଧାରୀ…
ଲାଞ୍ଚ ଟଙ୍କାରେ ଫ୍ଲାଟ୍ କିଣି ମା’ଙ୍କୁ ଉପହାର
ଭୁବନେଶ୍ୱର,୧୭।୧୦(ସତ୍ୟଜିତ୍ ରାଉତ):ଜାହାଜ କର୍ମଚାରୀଙ୍କୁ ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟ ଦେବାକୁ ଲାଞ୍ଚ ନେଇ ସିବିଆଇ ଦ୍ୱାରା ଗିରଫ ହୋଇଥିବା ପାରାଦୀପ ବନ୍ଦର ସ୍ବାସ୍ଥ୍ୟ ସଂଗଠନ (ପିଏଚ୍ଓ)ର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ବହୁ ଗୁମର ଫିଟିବାରେ ଲାଗିଛି। ସୋମବାର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ…
ଦଶହରାରେ ରାଜ୍ କରିବ ୩ ଓଡ଼ିଆ ସିନେମା
ପୂଜାପର୍ବାଣୀ ଆସିଲେ ଭରପୁର ମନୋରଞ୍ଜନର ମାଧ୍ୟମ ସାଜେ ଚଳଚ୍ଚିତ୍ର। ଆଉ ଏବେ ଓଡ଼ିଆ ଚଳଚ୍ଚିତ୍ର ପୂରା ସେହି ଦମ୍ରେ ଆଗେଇ ଚାଲିଛି। ପ୍ରତ୍ୟେକ ସପ୍ତାହରେ ଦର୍ଶକଙ୍କୁ ନୂଆ ନୂଆ ଚଳଚ୍ଚିତ୍ର ଭେଟି ଦେଉଛି ଓଡ଼ିଆ ସିନେ ଜଗତ। ଦଶହରା ପାଖେଇ ଆସୁଥିବାବେଳେ…
ବାଇପାସ୍ ଏନ୍ଏଚ୍ ରାସ୍ତାକୁ ଗ୍ରାମବାସୀଙ୍କ ବିରୋଧ
ଖଜୁରିପଡ଼ା,୧୭ା୧୦(ବିଦୁର ବେହେରା): ବାଇପାସ୍ ଏନ୍ଏଚ୍ ରାସ୍ତାକୁ ତିଳକପଡା ଗ୍ରାମବାସୀ ତରଫରୁ ବିରୋଧ କରାଯାଉଛି। ଟିଟ୍ରାପଙ୍ଗା ସରପଞ୍ଚଙ୍କ କହିବା ଅନୁଯାୟୀ ଖଜୁରିପଡ଼ା ତହସିଲ ଅନ୍ତର୍ଭୁକ୍ତ ତିଳକପଡା ଗ୍ରାମ ଦେଇ ଏକ ବାଇପାସ୍ ଏନ୍ଏଚ ରାସ୍ତା ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାସ୍ତା…
ଆମେରିକା, ରୁଷିଆ, ଜର୍ମାନୀ ଭଳି ଦେଶରେ ସମଲିଙ୍ଗୀ ବିବାହର ନିୟମ କ’ଣ ରହିଛି ଜାଣନ୍ତୁ…
ନୂଆଦିଲ୍ଲୀ,୧୭।୧୦: ସୁପ୍ରିମକୋର୍ଟର ୫ଜଣ ବିଚାରପତିଙ୍କ ଏକ ବେଞ୍ଚ ମଙ୍ଗଳବାର ସମଲିଙ୍ଗୀ ବିବାହ ଉପରେ ରାୟ ଦେବାକୁ ଯାଉଛନ୍ତି। ଯଦି ଏହି ନିଷ୍ପତ୍ତି ଆବେଦନକାରୀଙ୍କ ସପକ୍ଷରେ ଆସେ, ତେବେ ଭାରତରେ ପୁରୁଷ-ପୁରୁଷ ଏବଂ ମହିଳା-ମହିଳା କିମ୍ବା ଟ୍ରାନ୍ସଜେଣ୍ଡର ଲୋକ ପରସ୍ପରକୁ ବିବାହ କରିବାକୁ…
ଓଡିଏମ୍ ଓଡ଼ିଶାର ଶ୍ରେଷ୍ଠ ବିଦ୍ୟାଳୟ
ଭୁବନେଶ୍ୱର,୧୭।୧୦(ଅନୁରାଧା ମହାରଣା):ଏଜୁକେଶନ ଓ୍ବାଲର୍ଡ ଗ୍ରାଣ୍ଡ ଜ୍ୟୁରୀ ଇଣ୍ଡିଆ ସ୍କୁଲ ର଼୍ୟାଙ୍କିଙ୍ଗସ୍ ୨୦୨୩-୨୪ ରେ ଓଡିଏମ ପବ୍ଲିକ୍ ସ୍କୁଲକୁ ସଫଳତା ମିଳିଛି। କୋ-ଏଡ୍ ଡେ ବୋର୍ଡିଙ୍ଗ ସ୍କୁଲ ବର୍ଗରେ ସାରା ଦେଶରେ ଏହି ସ୍କୁଲ ୯ମ ସ୍ଥାନରେ ରହିଛି। ସେହିପରି କ୍ୟାରିଅର କାଉନସେଲିଂ…
ରାଜଧାନୀରେ ଉପୁଜିପାରେ କଞ୍ଚା ପରିବା ସଙ୍କଟ
ଭୁବନେଶ୍ୱର, ୧୭।୧୦ (ବନ୍ଦନା ସେଠୀ):ଆସନ୍ତା ୨୦ ତାରିଖରୁ ରାଜଧାନୀରେ କଞ୍ଚା ପରିବା ସଙ୍କଟ ଦେଖାଦେଇପାରେ। କାରଣ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ୟୁନିଟ-୧ ପରିବା ହାଟ। ଏନେଇ କଞ୍ଚା ପରିବା ବ୍ୟବସାୟୀ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିବାବେଳେ ଏଥିରେ ରାଜଧାନୀବାସୀଙ୍କ…
୬ ସରପଞ୍ଚଙ୍କୁ ହତ୍ୟା ଧମକ: ଗୋଟିଏ ନମ୍ବରରୁ ଆସୁଛି ଫୋନ କଲ୍
ଫୁଲବାଣୀ,୧୭ା୧୦(ରାକେଶ କୁମାର ରାଉତ): କିଛି ଦିନ ହେବ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ୬ ଜଣ ସରପଞ୍ଚଙ୍କୁ ଫୋନରେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଲାଲ ବାହିନୀରୁ କହୁଛି କହି ବହୁ ପରିମାଣର ଅର୍ଥ ଦାବି କରାଯାଇଛି। ଏହା ନ…
Archives


